Mun ei paare tu aara paare-ମୁଁଏଇ ପାରେ ତୁ ଆର ପାରେ- A tribute to my love

A tribute to my love ମୁଁ ଏଇ ପାରେ ତୁ ଆର ପାରେ ଛାତି ତଳେ ଉଠେ କୋହ ର ଜୁଆର ଝରାଏ ଲୋତକ ନେତ୍ର ଆଖି ପତା ତଳେ ରହିଛି ଯତନେ କୋମଳ ତୋହରି ଚିତ୍ର ମୁଁ ଏଇ ପାରେ ତୁ ଆର ପାରେ ଏ କି ରୀତି ବିପରୀତ ! ଆ’ ଉଠି ଆ’ ସଧୀରେ ତୁ ଏକା ମୋର ମୁଁ ଏକା ତୋର ଏଇ ବିଶାଳ ସଂସାରେ । ମାୟା ମମ’ତା ର ମୋହ ସାଜି ହୃଦେ ଆପଣା କୁ କରି ପର ହସ ଖୁସି ସୁଖ ସୁଧା କୋଟି ନିଧି ଯାଚି ଦେଲୁ ପ୍ରାଣେ ମୋର ଆସିଥିଲୁ କିବା ମୋ ପାଇଁ ମରତେ ସରଗ କୁ କରି ଦୂର ! ପରତେ ନ ଥିଲା ମୋତେ ହେବୁବୋଲି ଦୂର ଗୁଣମଣି ମୋର, ଝୁରି ମରୁଛି ମୁଁ ତୋତେ । ଦୁନିଆ କି ବୁଝେ ଭାବର ବନ୍ଧନ ପ୍ରେମ ର ଅମୂଳ ମୂଳ ହୃଦୟ ଅନ୍ତରେ ସଞ୍ଚି ରଖିଥିଲି ହରିନେଲା ସବୁ କାଳ ନଭ ମଣ୍ଡଳ ରୁ ଅନା ବାରେ ମୋର ପରାଣ ଭରା ଜଞ୍ଜାଳ । ଲୁହ ରୂପେ ଲହୁ ଝରେ ମନ ପ୍ରାଣ ସାଥେ ହୃଦୟ ଭାଜଇ ଆ’ ଡାକୁଛି ନିକରେ । ଏକ ପରେ ଏକ ତା’ ପରେ ଅନେକ ସାଧଇ ଦୁନିଆ ଦାଉ ମୁକ ପ୍ରାଣୀ ମୁଁ ରେ ବାଚାଳ ସଦୃଶ ମେଳି ରହିଅଛି ବାହୁ କେତେ ନିଦ ଯାଉ ଡାକିଲେ ନ ଶୁଣୁ ଆ’ ଉଠି ଆ’ ମାଟିରୁ । ମାୟା ଭରି ଏହି ଚିତ୍ତେ ଏକା କରି ଯାଉ ତୋ’ ବିନା ସଂସାର ବଞ୍ଚିବି ମୁଁ କେମନ୍ତେ I lost the noble spirit on 4th. Sept. 2024 READ OUR OTHER POSTS 1. ...