Posts

Showing posts from January 15, 2024

Mangale aila Usha- ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

Image
ମଙ୍ଗଲେ ଅଇଲା ଉଷା - ଗଙ୍ଗାଧର ମେହେର ସାହିତ୍ୟ ଏକ ସିନ୍ଧୁ   ।   ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ   ।   ତା '  ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ   ।   କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି   ।   ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ   ମଧ୍ୟ ବିବେଚିତ   ହୋଇପାରେ   । ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ ,  ସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ   । Analysed By - M.B. Prasad. ପୂର୍ବାଭାସ :- ପଢିବା ପୂର୍ବରୁ ପଦେଅଧେ  - ଓଡ଼ିଆ ସାହିତ୍ୟ ଇତିହାସ ର ପ୍ରଥମ ଗାଳ୍ପିକ ଫକୀର ମୋହନ ସେନାପତି ଙ୍କ ରଚିତ  “ ଧୁଳିଆ ବାବା ”  ହେଉ କିମ୍ବା ରମ୍ୟ ରଚନାକାର ଗୋପଳ ଚନ୍ଦ୍ର ପ୍ରହରାଜ ଙ୍କ  “ ମାଡ ହାଣ୍ଡି କଥା ”  ହେଉ ବା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ  “ ବୁଢା ଶଙ୍ଖାରି ”  ହେଉ ପାଠକ ପାଠିକା ପଠନ କରୁଥିବା ସମୟରେ ନିଜର ବାସ୍ତବ ଦୁନିଆ କୁ ପାସୋରି ଦେଇ ଅନ୍ୟ ଏକ ଅଦ୍ୱିତୀୟ ଚିତ୍ତାକର୍ଷକ ଦୁନିଆ ଭିତରକୁ ପହଞ୍ଚିଯାନ୍ତି   ।   କୁହୁକିନି ର କୁହୁକ ଚାଲିଲା ଭଳି ମଜ୍ଜି ରହନ୍ତି ଅବର୍ଣ୍ଣନୀୟ ସୁଖ ର ପରିଧି ଭିତରେ   ।   ଧନ୍ୟ ସେହି ସ