Posts

Showing posts from January 23, 2024

Chhanda in Odia language- ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

Image
  ଛନ୍ଦ କବିତା ରଚନା କଲା ସମୟରେ ଏକ ନିର୍ଦ୍ଧିଷ୍ଟ ଶୈଳୀ କୁ ଗ୍ରହଣ କରାଯାଏ । ପଦ ର ସମସ୍ତ ପାଦ ମାନଙ୍କୁ ଏବଂ   ସେମାନଙ୍କ ର ଅକ୍ଷର ସଂଖ୍ୟା କୁ ଏକ ନିର୍ଦ୍ଧିଷ୍ଟ କ୍ରମରେ ରଖି କବିତା ରଚନା କରିବା ର ଶୈଳୀ କୁ ଛନ୍ଦ ବୋଲି ଗ୍ରହଣ କରାଯାଏ   । ଆଧୁନିକ କବିତା ରେ ଏହାର ବ୍ୟତିକ୍ରମ ଦେଖାଯାଏ   । ପ୍ରାଚୀନ କାବ୍ୟ ଓ କବିତା ସବୁ ଏହିଭଳି ଏକ ନିର୍ଦ୍ଧିଷ୍ଟ ଛନ୍ଦ ରେ ରଚିତ ହୋଇଥିବାରୁ ଏସବୁକୁ ଛାନ୍ଦ ବୋଲି ମଧ୍ୟ ଗ୍ରହଣ କରାଯାଏ   । ପ୍ରକୃତରେ ଛନ୍ଦ କବିତା କୁ ଗତିଶୀଳ କରାଇଥାଏ   । କେତେଗୋଟି ପାଦ କୁ ନେଇ ଏକ ପଦ ର ସୃଷ୍ଟି ହୋଇଥାଏ   । ପଦ ମାନଙ୍କ ସମାହାର ରେ କବିତା ର ସୃଷ୍ଟି ହୁଏ   ଯଦିଓ ଏକ ପଦ ର କବିତା ମଧ୍ୟ ଦୃଷ୍ଟିଗୋଚର ହୋଇପାରେ ସାହିତ୍ୟ ଜଗତରେ   । କୌଣସି କବିତା ର ପ୍ରତ୍ୟେକ ପଂକ୍ତି (ଧାଡି) କୁ ପାଦ ବୋଲି ବୁଝିବାକୁ ହୁଏ   । ପ୍ରତ୍ୟେକ ପଦ ରେ ଦୁଇ ବା ଅଧିକ ପାଦ ଥାଏ   । ଗାୟକ କବିତା କୁ ଗାନ କଲା ସମୟରେ ନିର୍ଦ୍ଧିଷ୍ଟ ଅକ୍ଷର ଉପରେ ଶ୍ଵାସଘାତ କରିବସେ ଏବଂ ଏହି ଶ୍ଵାସଘାତ କୁ ଯତି ବା ଯତିପାତ ବୋଲି କୁହାଯାଏ   । ପଦ ମାନଙ୍କ ର ଅକ୍ଷର ସଂଖ୍ୟା ଓ ପାଦ ସଂଖ୍ୟା   ଭିନ୍ନ ଭିନ୍ନ ହୋଇଥିବାରୁ ଛନ୍ଦ ମଧ୍ୟ ବିଭିନ୍ନ ପ୍ରକାରର ଥାଏ   । ଦାଣ୍ଡିବୃତ୍ତ , ଭାଗବତବାଣୀ , ନଟବାଣୀ , ଚୋଖି , ବଙ୍ଗଳାଶ୍ରୀ , ଶକରାଭରଣ , ରାମକେରୀ ଆଦି ଭିନ୍ନ ଭିନ୍ନ ଛନ୍ଦ ସବୁ ଦେଖିବାକୁ ମିଳିଥାଏ   । ନଟବାଣୀ କୁ

Alankara in Odia Language - ଅଳଙ୍କାର - CLASS -X- ସରଳ ବ୍ୟାଖ୍ୟା

Image
ଅଳଙ୍କାର " ଅଳଂକରୋତି ଇତି ଅଳଂକାରଃ" - ଅର୍ଥାତ୍ ଯାହା ସୁଶୋଭିତ କରେ , ତାହା ଅଳଙ୍କାର । ଅଳଙ୍କାର କାବ୍ୟ-ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । ଏହା ସୌନ୍ଦର୍ଯ୍ୟ ସାଧନ ର ଏକ ବିଶିଷ୍ଟ ଉପାଦାନ । ବେଳେ ବେଳେ ଏହି ଅଳଙ୍କାର କୁ କାବ୍ୟ ର ଆତ୍ମା ବୋଲି କୁହାଯାଏ । କିନ୍ତୁ ପ୍ରକୃତରେ "ରସ" ହେଉଛି କାବ୍ୟ ର ଆତ୍ମା । ଯେଉଁଭଳି ଅଳଙ୍କାର ରେ ଭୂଷିତ ନ ହେଲେ ମଧ୍ୟ କୌଣସି ନାରୀ ର ସୌନ୍ଦର୍ଯ୍ୟ ରେ ହାନୀ ହୋଇ ନ ଥାଏ , ଠିକ୍ ସେହିଭଳି ଅଳଙ୍କାର ବିହୁନ ରେ କାବ୍ୟ ର ସୌନ୍ଦର୍ଯ୍ୟ ର ହାନୀ ହୋଇ ନ ଥାଏ । ଗୋଟିଏ ବାକ୍ୟ ରେ କହିବାକୁ ଗଲେ କାବ୍ୟ ର ସୌନ୍ଦର୍ଯ୍ୟ କୁ ବୃଦ୍ଧି କରିବା ନିମନ୍ତେ ବ୍ୟବହାର କରାଯାଉଥିବା ଉପମା ଆଦି କୁ ଅଳଙ୍କାର ବୋଲି ସାହିତ୍ୟ ଜଗତ ରେ କୁହାଯାଏ । ଏହି ଅଳଙ୍କାର ଦୁଇ ପ୍ରକାର ର ଯଥା ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର । ଯେଉଁଠାରେ ଶବ୍ଦ ର ସୌନ୍ଦର୍ଯ୍ୟତା ହେତୁ କାବ୍ୟ ର ସୌନ୍ଦର୍ଯ୍ୟତା ପରିଲକ୍ଷିତ ହୋଇଥାଏ , ସେଇଠି ଶବ୍ଦାଳଙ୍କାର ହେଲା ବୋଲି କୁହାଯାଏ ଓ ଯେଉଁଠାରେ ଅର୍ଥ ର ସୌନ୍ଦର୍ଯ୍ୟତା ହେତୁ କାବ୍ୟ ର ସୌନ୍ଦର୍ଯ୍ୟତା ବୃଦ୍ଧି ପାଏ , ସେଇଠି ଅର୍ଥାଳଙ୍କାର ହେଲା ବୋଲି ମନେ କରାଯାଏ । ଶବ୍ଦାଳଙ୍କାର ମଧ୍ୟ ରେ ଅନୁପ୍ରାସ , ଯମକ , ଶ୍ଲେଷ ଆଦି ପ୍ରଧାନ ଓ ଅର୍ଥାଳଙ୍କାର ମଧ୍ୟ ରେ ଉପମା , ରୂପକ , ବ୍ୟତିରେକ , ଉତ୍ ପ୍ରେକ୍ଷା ଆଦି ପ୍ରଧାନ ।   ଅନୁପ୍ରାସ ଅଳଙ୍କାର ରଚନା ରେ