Posts

Showing posts from March 12, 2024

Critical Stage of Odia Language- ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

Image
  " ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା " ( ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର ) - M B Prasad.                ଶିକ୍ଷା ଯେତେ ମାତ୍ରା ରେ ସହଜ ,  ସରଳ ଓ ବୋଧଗମ୍ୟ ହୋଇଥାଏ ପାଠକ ପାଠିକା ମାନେ କ୍ଳିଷ୍ଟତା   କୁ   ସମ୍ମୁଖୀନ ନ କରି ବିନା ଦ୍ଵନ୍ଦ ରେ   ସେହି ହାର ରେ   ବିଷୟବସ୍ତୁକୁ ସୁଚାରୁରୂପେ ଆହରଣ କରିପାରିଥାଆନ୍ତି ଓ ସେଇଠି ଥାଏ ଶିକ୍ଷା ର ସଫଳତା । ମୌଳିକ ଅଧିକାର ଭାବେ ମାନ୍ୟତା ଦିଆଯାଉଥିବା ଏହି ଶିକ୍ଷା ଯେହେତୁ ଭାଷା ଉପରେ ନିର୍ଭର କରେ ,  ଭାଷା ର ଏକ ମାର୍ଜିତ ରୂପରେଖ ଅତ୍ୟାବଶ୍ୟକ ବୋଲି ବିଚାର କରାଯାଏ । ଏକ ନିର୍ଦ୍ଧିଷ୍ଟ ଜାତି ସହିତ ଏହି ଭାଷା ର ଗାଢ ସମ୍ପର୍କ ରହୁଥିବାରୁ ଭାଷା କୁ ନେଇ ଜାତି ର ମାନ ଧାର୍ଯ୍ୟ କରିବା ସ୍ଵାଭାବିକ ହୋଇଉଠେ । ଜାତିର ମାନଦଣ୍ଡ କୁହାଯାଉଥିବା ଏହି ଭାଷା କୁ ନେଇ ବିରାଟ ବିଶ୍ଵ ରେ ଏକ ନିର୍ଦ୍ଧିଷ୍ଟ ଜାତି ତା'ର ପରିଚୟ ପ୍ରାପ୍ତ କରିଥାଏ । ତେଣୁକରି ପ୍ରରିଚୟ ପ୍ରଦାନ କରୁଥିବା ଏହି ଭାଷା ର ସ୍ଥିତି   କୁ ନେଇ   ସମୟ ଉପରେ   ଦୃଷ୍ଟି ନିକ୍ଷେପ କରି   ଆଲୋଚନା ଚକ୍ର ଟିଏ ଗଢିବା ଅତ୍ୟାବଶ୍ୟକ ମନେହୁଏ କାରଣ ,  ଭାଷା ର ମହତ୍ଵ ବିଷୟରେ ଏତିକି କୁହାଯାଇପାରେ କି, ଭାଷା ଏକ ନିର୍ଦ୍ଧିଷ୍ଟ ଜାତିକୁ ଉନ୍ନତି ର ଚରମ ସୋପାନ ରେ   ପହଞ୍ଚାଇଦେବାରେ    ବିଶେଷ ଫଳପ୍ରଦ ଭୂମିକା ଗ୍ରହଣ କରିଥାଏ । ଏହି ମର୍ମ ରେ ଆମେ ଜାତିର ଭାଷା କହିଲେ ମାତୃଭାଷା କୁ ଇଙ