Posts

Showing posts from April 9, 2024

Fire and Ice-Class-X-"ଉଗ୍ରତା ଓ ଉଦାସୀନତା"- ଓଡିଆ ଭାଷା ରେ

Image
Fire and Ice Some say the world will end in fire Some say in ice. From what I’ve tasted of desire I hold with those who favour fire. But if it had to perish twice, I think I know enough of hate To say that for destruction ice Is also great And would suffice. -Robert Frost ଉଗ୍ରତା   ଓ   ଉଦାସୀନତା ମଣିଷ ଭିତରେ ବିବେକ ଶକ୍ତି ରହିଥିବାରୁ ,  ସଂସାରରେ ସର୍ବଶ୍ରେଷ୍ଠ ପ୍ରାଣୀ ଭାବେ ସେ ପରିଗଣିତ ହୋଇଥାଏ ।   କିନ୍ତୁ ,  ବସ୍ତୁବାଦୀ ସଂସାର ଏହି ସାମାଜିକ ପ୍ରାଣୀ ଭାବେ ପରିଚିତ ହେଉଥିବା ମଣିଷ କୁ ,  ବେଳେବେଳେ କୁପଥକୁ ସହଜରେ ଟାଣିନିଏ ।   ଲୋଭ ଓ ମୋହ ର ବଶବର୍ତ୍ତୀ ହେବା ଦ୍ଵାରା ସେ ଏକ ପ୍ରକାର ପଥ ଭ୍ରଷ୍ଟ ହୋଇ ,  ଅନୈତିକତା ଭିତରେ ଗତି କରି ଶେଷରେ ନିଜ ଜୀବନକୁ ମଧ୍ୟ ବିପଥଗାମୀ କରିଥାଏ ।   ଚୂନା ହୋଇଯାଏ ତା ହସ ଖୁସି ର ସଂସାର ।   ଭୌତିକ   ମାୟା ର ବଶବର୍ତ୍ତୀ ହୋଇ ମଣିଷ ମନୁଷ୍ୟତା ର ପରିଧି ଭିତରୁ ଦୂରେଇଗଲା ପରେ ,  ନାନା ପ୍ରକାରର ଅସାମାଜିକ ପ୍ରବୃତ୍ତି ଦ୍ଵାରା ସେ ପରିଚାଳିତ ହୋଇବସେ ।   ତେଣୁକରି ,  କୌଣସି ଏକ ମହାପୁରୁଷ କାମନା କୁ ଦୁଃଖ ର କାରଣ ବୋଲି ସ୍ପଷ୍ଟ କରିଥିଲେ । ବଞ୍ଚିବା ପାଇଁ   ମଣିଷ ପାଖରେ   ଯେତିକି   ଅଛି ,  ତାକୁ ନେଇ ସେ ତା ଅମୂଲ୍ୟ ଜୀବନକୁ ହସ ଖୁସି ରେ ସଂସାର ମଧ୍ୟରେ ବିତେଇ ପାରିବ