Posts

Showing posts from April 17, 2024

Kaha mukha anai banchibi- କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

Image
  କାହା ମୁଖ ଅନାଇ ବଞ୍ଚିବି -ଭକ୍ତ ଚରଣ ଦାସ ସାହିତ୍ୟ ଏକ ସିନ୍ଧୁ   ।   ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ   ।   ତା '  ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ   ।   କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି   ।   ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ   ମଧ୍ୟ ବିବେଚିତ   ହୋଇପାରେ   । ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ ,  ସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ   । Analysed By - M.B. Prasad. ପୂର୍ବାଭାସ :- ଭକ୍ତ ଓ ଭଗବାନଙ୍କ ଭିତରେ ଯେଉଁ ନିଗୂଢ ସମ୍ପର୍କ ରହିଥାଏ ,  ସ୍ରଷ୍ଟା ସେଇଠି ହୋଇପଡେ ଭାବୁକ   । ଭାବର ଧାରା ବହି ଚାଲେ ତା ଅନ୍ତରରେ   ।   ବିଭୁ   ପ୍ରେମ ଭରା ଏହି ଭାବ ଧାରା ରେ ସ୍ରଷ୍ଟା କେତେବେଳେ ଭକ୍ତ ପାଲଟି ଯାଏ ,  ତାକୁ ଜଣା ବି ପଡେନା   ।   ଇଶ୍ଵରଙ୍କ ବିନ୍ଦୁଏ କରୁଣା ଲାଭ କରିବାକୁ ଅନ୍ତର ତାର ହୋଇଉଠେ ବ୍ୟାକୁଳ ।   ଏହି ବିନ୍ଦୁଏ କରୁଣା ଭାବ ଓ ଭକ୍ତି ର କରୁଣା ହେଉ ବୋଲି ସେ ବିନୟ କରିବସେ ଇଶ୍ଵର ଙ୍କୁ   । ଲୋଭ ,  ମୋହ ,  ମାୟା ଆଦି ର ଉର୍ଦ୍ଧ ରେ ଆତ୍ମିକ ଜ୍ଞାନ କୁ ଲାଭ କରି ଇଶ୍ଵର ହିଁ ଏକମାତ୍ର