Posts

Showing posts from March 31, 2024

A letter to God-Class-X-"ଈଶ୍ଵରଙ୍କୁ ଚିଠାଉ"- ଓଡିଆ ଭାଷା ରେ

Image
A Letter to God -G.L. Fuentes ଈଶ୍ଵରଙ୍କୁ ଚିଠାଉ “ବିଶ୍ଵାସେ ମିଳଇ କୃଷ୍ଣ ତର୍କେ ବହୁ ଦୂର” ।   ବିଶ୍ଵାସ ଅସମ୍ଭବ କୁ ସମ୍ଭବ କରାଇଥାଏ । କାଷ୍ଠ ପାଷାଣ ମୂର୍ତ୍ତି ଭିତରେ ଏହି ବିଶ୍ଵାସ ଜୀବନ ଭରିଦେଇଥାଏ । କେବେ ଖୁମ୍ବ ଉପରେ ପ୍ରହଲ୍ଲାଦ ଭଗବାନ କୁ ଆବାହନ କରିବସେ ଆଉ ଭକ୍ତ ର ଭଗବାନ ସାଜି , ସେ ବିଜେ କରନ୍ତି ତା ଉପରେ ତ ଆଉ କେବେ ମୀରା ଆନନ୍ଦ ଚିତ୍ତରେ ବିଷ ପାନ କରିବସେ ଓ  ସେହି ବିଷ ତା ପାଇଁ ଅମୃତ ହୋଇଯାଏ ।     ପ୍ରଗାଢ ବିଶ୍ଵାସ ଉପରେ ଆଧାରିତ ଏହି ପାଠ ଟି ରୁଚି ସମ୍ପନ୍ନ ହୋଇଛି । ଲେଞ୍ଚୋ ନାମକ ଏକ ସାଧାରଣ କୃଷକ ର ଈଶ୍ଵରଙ୍କ ଉପରେ ଥିବା ଅଟଳ ବିଶ୍ଵାସ, କେଉଁ ଭାବେ ଫଳବତୀ ହୋଇପାରିଛି , ତାହା ଏହି ପ୍ରବନ୍ଧ ର ବିଷୟବସ୍ତୁ ।             ପାଠ ଟି ର ମୁଖ୍ୟ ଚରିତ୍ର ଲେଞ୍ଚୋ ସଂପୂର୍ଣ୍ଣ ଭାବେ ଇଶ୍ଵର ବିଶ୍ଵାସୀ ଓ ଜଣେ ମକା ଚାଷ କରୁଥିବା କୃଷକ । କୃଷି କାମ କରି ସେ ତା ’ ପରିବାର ର ପ୍ରତିପୋଷଣ କରେ । ପତ୍ନୀ ସହିତ ତା ପିଲାଛୁଆ ମାନେ ତା ଉପରେ ନିର୍ଭର କରନ୍ତି । ଲେଞ୍ଚୋ ପରିବାର ର ମୁଖିଆ ହୋଇଥିବାରୁ, ସଂପୂର୍ଣ୍ଣ ପରିବାର ର ବୋଝ ବୋହି , ସଂସାର   ସମୁଦ୍ର ରେ ନାବିକ ସାଜି ତା ପରିବାର ନାଆ କୁ  ସେ  ବାହିନିଏ  ।             ଏକ ପାର୍ବତ୍ୟାଞ୍ଚଳ ର ଶୀର୍ଷ ଦେଶ ରେ , ସଂପୂର୍ଣ୍ଣ ଉପତ୍ୟକା ରେ ଲେଞ୍ଚୋ ର ଏକ ମାତ୍ର ଘର । ଶୀର୍ଷ ଅଞ୍ଚଳ ରେ ଘର ଟି ଅବସ୍ଥିତି ଲାଭ କରିଥିବାର