Abujha Mana

 💔Dream Girl

ତୁମେ ଯେବେ ଅଳସ ଭାଙ୍ଗି ବସ,

ମୁ ହରାଇବସେଁ ମୋ balancity 

Imbalance ମନ dream girl ଭାବି ବସେ ତୁମକୁ 

Golden tuf ପିନ୍ଧା ତୁମ ଦେହ ଉପରେ,

ଝୁଙ୍କି ପଡିଥାଏ ଯେବେ ଦି କେରା କେଶ,

ଆଉ ଗଲା ରେ ଚିକ୍ ଚିକ୍ କରୁଥାଏ golden chain,

Angel ଯେମିତି heaven ରୁ ଚାଲି ଆସିଛିମୁ ଭାବିନିଏଁ 

Fascinating ତୁମ ଚେହେରାଟିକୁ ଦେଖୁ ଦେଖୁ

Emotioanal ମନ ସ୍ୱପ୍ନ ରାଇଜ ରେ ପହଞ୍ଚି ଯାଏ  

Silvery ମୁହଁ ର ତୁମ shining eyes ଆଉ rosy leap

Enchant କରିଦିଏ ମୋତେ short while ରେ  

ଏକା ଥରକ ରେ ସବୁକିଛି ଭୁଲି ପାଲଟିଯାଏଁ ମୁଁ twentieth century  romantic poet  

ଫୁଲ ଠୁ ବି soft ତୁମ ଦେହଜହ୍ନ ଠୁ ବି bright ତୁମ ମୁହଁ “ -

ଲେଖିବସେଁ କବିତା 

ଯେମିତି ଆଜି ବି ଲେଖୁଛି ।

ହେଲେ,

lightining speed ରେ ଚକ୍କର୍ କାଟୁଥିବା ସେଦିନ ର ମନ

ଗୁମ୍ ସୁମ୍ ହୋଇ indifferent ଭାବେ ବସି ରହିଛି ଆଜି ।  ,

ନା ଅଛ ତୁମେ ନା ଅଛି ଅବୁଝା ମନ ର ଆଉ imbalancity !

ସବୁ ଚାଲିଯାଇଛି rude time  current ଧାରରେ । 

ପଡି ରହିଛି କେବଳ ସ୍ମୃତି ର କାଗଜ ଖଣ୍ଡେ,

ବେଳେ ବେଳେ ଫଡ୍ ଫଡ୍ କରୁଛି,

ପାଣି ର ମାଛ ମାଟି ଉପରେ oxyzen ନ ପାଇ ଛଟପଟ ହେଲା ଭଳି 

ଥର ଟିଏ କହିଦିଅ ତନୁ,

ପ୍ରେମ ର ପରିଧି ଭିତରେ କେଉଁଟି ପାପ ଲୁଚିରହିଥିଲା ?

ଅବୁଝା ମନ ବୁଝି ପାରେନା ହସଖୁସି ର ଦୁନିଆ ରେ ଅଚାନକ ନିଆଁ ଲାଗିଯାଏ ବୋଲି 

 💔ଜଖମ୍ 

ତୋଳି ବସିବାର ଅନେକ ପୂର୍ବରୁ,

ଖିନ୍ ଭିନ୍ କରି ଉଜାଡି ଦେଲା,

କଉଶଳ ଭରା ତୁମ ଭଲ ପାଇବାର ଅଭିନୟ

ମୋ ସ୍ୱପ୍ନ ର ସଂସାର କୁ । 

ଅଚାନକ ଫିକା ପଡିଗଲା

ଇନ୍ଦ୍ରଧନୁ ର ସାତରଙ୍ଗ ବୋଳା ସ୍ୱପ୍ନିଳ-ଆକାଶ,

ଅସୁମାରୀ-ସ୍ୱପ୍ନ-ଖୁନ୍ଦା-ନୟନରେ

ଥର ଟିଏ ନିରେଖିବା ର ଖୁବ୍ ଆଗରୁ ।

 

ବାଦଲ ହରା ନୀଳ-ଆକାଶ ସେଦିନ ଦିଗନ୍ତ ବ୍ୟାପି ଖଞ୍ଜିଦେଇଥିଲା ତାରା ସବୁ ଶୁନ୍ ଶାନ୍ ତାବୁକୁ ସାରା ।

ପୂର୍ଣ୍ଣମୀ ଜହ୍ନ ର ରୂପେଲି ରଙ୍ଗ ରେ ଭିଜି ଥରୁଥିଲା

ଷୋହଳ ଫଗୁଣ ନେଇ କୁହୁକିନି ର କୁହୁକ ଭରା ତୁମ ଦେହ ।

ଲୋଲୁପ-ଚାହାଣି ଭରା ଅପରୂପ ଉର୍ବଶୀ ସାଜି,

ଉନ୍ମୁକ୍ତ ବକ୍ଷ ସାରା ମୋର ବିଞ୍ଚି ଦେଇଥିଲ,

କଲା ବାଦଲର ରଙ୍ଗ ହରା ଘନ କେଶ ରାଜି ।

 

ସଜ ରାଜନୀଗଂଧାର ଗଭା ରୁ ଭୁରୁ ଭୁରୁ ବାସ୍ନା

ଭରୁଥିଲା ଅଙ୍ଗେ ମୋ ବେପଥୁ,

ନରମ ବାହୁର ତୁମ ଯାଦୁକାରୀ ସ୍ପର୍ଶ ରେ

ମତୁଆଲା ମନ ମୋର ଝୁମି ଯାଉଥିଲା ।

 

ଅଚାନକ ସବୁକିଛି ମିଛ ପାଲଟି ଗଲା

ତୁମ ସହିତ ତୁମର ପ୍ରତିଶ୍ରୁତି ବି,

ପବନ ରେ ଝୁଲୁଥିବା ବାୟା ଚଢେଇ ର ଦୋଳାୟମାନ ବସା ମାଟି ଉପରେ ଖସିପଡିଲା ଭଳି ।

ବୁଝିବାର ଖିଅ ବି ପାଇଲିନି ।

ଏକା ଥରକରେ ସବୁ ଚୁର୍ ମାର୍ ହୋଇଗଲା,

ଅବୁଝା ଏ ମନ ସହିତ ହୃଦୟ ବି ।

 

ହାତ ଧରି ଚାଲିବାର ଭରସା କୁ କାଏମ୍ ରଖିଥିଲ,

ପତ୍ର କୁଡ଼ିଆ କୁ ମୋର ସୌଧ କରି ଗଢିବାକୁ ବୋଧ ଦେଉଥିଲ,

ଜଖମ୍ ଯେତେ ଥିଲା ସବୁ ମରହମ୍ ଦେଇ ଭରିଦେଉଥିଲ ।

ଛାତି ତଳ ରାଶି ରାଶି ଆଶା ଓ ଭରସା କୁ

ପିଲା ଖେଳ ବାଲିଘର ଉଜୁଡ଼ିଗଲା ଭଳି

ଉଜାଡି ଚାଲିଗଲ ।

ସବୁକିଛି ସପ୍ନ କରିଦେଲ ।

 

ପ୍ରୀତିକହିବକି ଥରେ

ସଂସାରକୁ ଚୁର କରିବାକୁ 

କାହା ପାରୁଶ  ରୁ କେତେ ରକମ୍ ନେଇଥିଲ ?

💔ମାନୀ ମୋ’ ଗଳା ର ହାର 

ଭାନୁ ତୋତେ ରାଣ ଯିବୁଟି ବହନ ମୋ’ ଧନ ଅଧର ଦେଶେ,

ପୁରଣିମା ଶଶୀ ଆସିବ ତା’ ସାଥେ କୋମଳ ମୁଖ ପ୍ରଦେଶେ 

ଭାନୁ ହେଜନମ ଦିନ ଧନୀ ,

ସରବେ ସରବ ସରାଗ ବାଣ୍ଟିବ

ମାନୀ ମୋ’ ଗଳା ର ହାର 

 

କଲା ଭଅଁର ତୁ ଯିବୁ ନିଶି ନାଶେ ନୟନେ ହେବୁ ପ୍ରବେଶ,

ଚମ୍ପା କଳି ତୁମେ ଅଙ୍ଗୁଷ୍ଠି ସବୁରେ କର ରୂପ ପରକାଶ 

ଭାନୁ ହେଜନମ ଦିନ ଧନୀ ,

ସରବେ ସରବ ସରାଗ ବାଣ୍ଟିବ

ମାନୀ ମୋ’ ଗଳା ର ହାର 

 

କମଳିନୀ ତୁ ଗୋ ଆସିବୁ ବହନ ମୋ ଧନ ବାହୁ ପ୍ରଦେଶେ,

କଳା ମେଘ ଯିବୁ ସଅଳ ସଅଳ ସୁକେଶୀ କେଶେ ହରଷେ 

ଭାନୁ ହେଜନମ ଦିନ ଧନୀ ,

ସରବେ ସରବ ସରାଗ ବାଣ୍ଟିବ

ମାନୀ ମୋ’ ଗଳା ର ହାର 

 

ସୌଦାମିନୀ ତୁ ଲୋ ଗଳା  ମାଳି ରେ କର ରୂପ ପରକାଶ,

ଅଳତା ମୋ’ ରତ୍ନ ପାଦ ଧାରେ ଧାରେ ଭରି ଦିଅ ନବ ରୂପ 

ଭାନୁ ହେଜନମ ଦିନ ଧନୀ ,

ସରବେ ସରବ ସରାଗ ବାଣ୍ଟିବ

ମାନୀ ମୋ’ ଗଳା ର ହାର 

 

ସାଧବ ବୋହୁ ଲୋ ଭରିବୁ ନଖରେ ତୋ ରଙ୍ଗ କରୁଛି ଅଳି,

ତାରା କହିଅଛି ରୂପଶୀ ମଥାରେ ହେବାକୁ ଆଜ ଟିକିଲି

ଭାନୁ ହେଜନମ ଦିନ ଧନୀ  

ସରବେ ସରବ ସରାଗ ବାଣ୍ଟିବ

ମାନୀ ମୋ’ ଗଳା ର ହାର 

 

ଭୁଲିଯାଉ ପଛେ ତାଚିତ୍ତ ଭିତରୁ ମୁଁ  ସାଇତିଛି ମନେ,

ମୁଁ ସିନା ତାର କେହି ନୁହଁ ହେଲେ ମୋ ପାଇଁ ସେ ସବୁ ମଣେ 

ଭାନୁ ହେ ଥିଲା କରମେ ମୋର,

ବୋଲି ସିନା ହେଲି ଦୂର ତାସମୀପୁ-

ଦୋଷ ନ ଘେନ ମାନୀ ର 

💔one plus one equals one

one plus one equals one, mathematics ରେ ସିନା prove କରିଦେଲ

chemistry ରେ ମାଲୁମ୍ କରିପାରିଲ ନାହିଁ consequence କୁ ।

 

କେତେ ଥର constant hypothesis କୁ explain କରିଛି,

chemical reaction ରେ smoke ଆଉ smell develop କରେ ବୋଲି ।

ତଥାପି, physical change field ଭିତରେ ପାଦ ଥାପି muster କରିପାରିଲଣି courage

adolscent age କୁ chemical reaction  outcome ଭାବେ experiment କରି experience ନେବାକୁ ।

 

ତଥାପି ବୁଝି ପାରୁନ?

change ହିଁ ତ ଦୁନିଆ ର principle .

earth rotation ଆଉ revolution କୁ analyse କର

ଠିକ୍ ବୁଝି ପାରିବ ଋତୁ ପରିବର୍ତ୍ତନ ଆଉ ଦିନ ରାତି ର କାରଣ 

Observe କର blue sky ର ଝଳସି ଉଠୁଥିବା silvery full moon କୁ ଆଉ

ତମ ଭିତରେ develop କରୁଥିବା pleasurable feeling କୁ ।

 

“ଦୀପାବଳୀ” ର ବହଳିଆ ରାତ୍ରି ରେ ତୁମେ ହିଁ ତ କହୁଥିଲ-

Candle ଜଲିଉଠିଲେ ଅନ୍ଧାର ଅପସରି ଯାଏ”

 

ଖାସ୍ ଏଇଥି ଲାଗି ହିଁ emphatically କହୁଛି

ପୂର୍ବ ଦିଗ ରେ ସୂର୍ଯ୍ୟ ଉଦୟ ହୁଏ ବୋଲି ଲୋକେ ସିନା କହନ୍ତି

science prove କରିଦେଇଛି sun still ଆଉ earth motile ବୋଲି 

ତନୁ,

life  baseless conclusion ସବୁ କୁ mind ram ରୁ delete କରିଦେଇ,

ମିଛ  ଆଉ ଭ୍ରମ   ladder ରେ ନ ଚଢି ଚାଲି ଆସ ମୋ’ ପାଖକୁ 

life ଗୋଟେ experiment,

ମିଳି ମିଶି laboratory ଟିଏ ଖୋଲିବା

E=mc2 prove କରିବା ।

💔ଶୀତୁଆ ଜହ୍ନ

ଏ ପୃଥିବୀ ଯଦି ଓଲଟା ଘୁରିଯାଆନ୍ତା,

ତୁମେ ବି ମୋ ପାଖ କୁ ଫେରିବାର ଭାବନା ସବୁ

ଫୁଲ ହୋଇ ବାସ୍ନା ଦିଅନ୍ତେ 

ଶୀତୁଆ ଜହ୍ନ ର ରୁପେଲି ରାତି ସାରା,

ଝଟକି ଉଠୁଥିବା ତୁମ ତୋଫା ଦେହରେ,

କୋଣାର୍କ ର ଚିତ୍ର ଆଙ୍କି ବସନ୍ତି,

ଉନବିଂଶ ଶତାବ୍ଦୀର କୁଶଳୀ କାରିଗର ଟେ ଭଳି 


ବିନ୍ଦି ସଜା ବଉଳ ଫୁଲିଆ ବୟସ

ତାସାଙ୍ଗକୁ ଗୋଲାପି ଓଠ ର-

ମୁହଁ-ଦର୍ପଣ ରେ ଲମ୍ବା ସମୟ ପରଖି ବସନ୍ତି  

ପ୍ରତିଫଳିତ ହେଉଥିବା ମୋର

ଝିମ୍ ଝିମ୍ ବେହୋସ୍ ଚେହେରା କୁ 


ପାଖେ ଯଦି ଥାନ୍ତ,

ହାତ ରେ ତୁମ ମଞ୍ଜୁଆତି,

ପାଦରେ ଅଳତା,

ଆଉ ଗଭାରେ ମଲ୍ଲି ମାଳତୀ ର ଗଜରା ସାଜି ଦିଅନ୍ତି 

ଭାଙ୍ଗି ପଡିଥିବା ନୀଳ ଓଢଣିକୁ

ବେସରମିୟା ଭାବେ

ତୁମ ଅଙ୍କାବଙ୍କା ଦେହରେ ସଜାଡି ଦେଉ ଦେଉ

ଲାଜୁଆ ମୁହଁ ରେ

ତୁମେ ତାରିଫ୍ କରି ମୋତେ କହୁଥାନ୍ତ -"ସବୁ କାମରେ ତୁମେ ଏକ୍ସପର୍ଟ  !


ତନୁ,

ଜୀବନ ର ପ୍ରତିଟି ମୁହୁର୍ତ୍ତ

ତୁମକୁ ନେଇ ସାମ୍ନା କୁ ଆସୁଛି,

ପ୍ରଶ୍ନ କରୁଛି ଅନେକ କିଛି,

ଉତ୍ତର ଦେଇ ପାରେନା ମୁଁ,

ସବୁ ତ ତୁମ ପାଖରେ 

ଛାଡି ଆସିଅଛି 

ହାରିଯାଇଛି ବୋଲି ସେଇଥି ଲାଗି ତ

ଗୁମ୍ ମାରି ଚୁପ୍ ରହିଅଛି 

💔ଇସ୍ତାହାର୍

କେବେ ତ ଦିନେ  କହି ପାରିଥାନ୍ତ

ମୁଁ ତୁମର  ନୁହେଁ ବୋଲି,

ସ୍ଵପ୍ନ ର ନୀଳ ସାଗର ଭିତରେ

ତୁମେ ଖୋଜୁଥିବା ସାମୁକା ଟେ ମୁଁ ନୁହଁ ବୋଲି


ପ୍ରୀତି ର ପିଞ୍ଜରାରେ ବାନ୍ଧି ରଖି,

ଅଚାନକ ଆଜି ଉଡେଇ ଦେଉଛ

ଡେଣା କାଟି ଖୋଲା ଆକାଶ କୁ

କହୁଛ ପର କଟା ପକ୍ଷୀ ଟି କୁ

ତୁମେ ମୁକ୍ତ ବୋଲି

କେଉଁ ଜନ୍ମ   ଏ କଠୋର ପ୍ରତିଶୋଧ

ଯୁଗ ଯୁଗ ଧରି ସଞ୍ଚି ରଖିଥିଲ ?

ନଈ ରେ ବି ବଢି ଆସେ,

ସମୁଦ୍ର ରେ ବି ଜୁଆର ମାଡେ,

ପୋଖରି ବି ଫୁଲିଉଠେ,

ତଥାପି,

ପରିଚୟ କାଏମ୍ ରହିଯାଏ  


ବଦଳି ଯାଇଛି ସମୟ ବୋଲି ,

ଦଳିଦେଲ ପାଦ ତଳେ ଲୁହ ଲହୁର ରଙ୍ଗ ଭରା

ମୋ ପ୍ରେମ ର କଅଁଳ କଢ କୁ ,

ଫୁଲ ହୋଇ ଫୁଟିବାର ଢେର୍ ଆଗରୁ


ତନୁ,

ଛାଡିଯାଇଥିବା ତୁମ ପୁରୁଣା ଅତୀତ,

ବାଟ ହରା  ମଣିଷ କୁ ମନେ ପକେଇ ଦିଏ

କେଉଁ ଏକ ଅଭୁଲା ରାତ୍ରିର ଲମ୍ବା ମୂହୁର୍ତ୍ତ କୁ,

ଦୁହିଁଙ୍କ ସଂସାର କୁ ନେଇ ଦସ୍ତଖତ କରେଇ ନେଉଥିବା,

ଛୋଟ ଏକ ଇସ୍ତାହାର୍ କୁ

💔ସିଦ୍ଧାନ୍ତ

ମାର୍ଗଶିର ଝୋଟି କରିଦେଲ

ଅଗଣା ର ଆମ କାହାଣୀକୁ,

ଫିକା ପଡିଗଲା

ସୁନେଲି ରଙ୍ଗର ସାତ ବର୍ଷ,

ଦଳିଦେଲ  ପାଦ ତଳେ ତାକୁ


ପ୍ରତ୍ୟୁଷ ରୁ ଗଭା ଖୋଲି, କେଶ କୁ ବିଞ୍ଚିଲା ଭଳି,

ଝାଡିଦେଲ ତମାମ୍ ବିଶ୍ଵାସକୁ

କଠୋର୍ ମନରେ ପୁଣି

ପୋଛିଦେଲ ଛାତି ତଳୁ ପ୍ରିୟ ମଣିଷ ର ସତେଜ୍ ଠିକଣାକୁ


ହଜିଗଲା ଗଜଲ୍ ଭରା ଦିନ,

ଯାଚିଦେଲ ଏତେ ବଡ ସଜା,

ଉଜୁଡି ଗଲା ସପନ ର ଦୁନିଆ

ବତାସିଆ ତୁମର ଏକ ତରଫା ସିଦ୍ଧାନ୍ତ ରେ,

ଗଢିଥିଲି ନୀଳ ଆକାଶ ତଳେ,

ସୀମାହୀନ ସବୁଜ ଘାସ ର ବିସ୍ତୀର୍ଣ୍ଣ ପ୍ରାନ୍ତର ଉପରେ


ତନୁ,

ଥର ଟିଏ ପଚାରିପାରିଥାନ୍ତ,

ଅପରାଧି ର ଆଖରୀ ଖୁଆଇସ୍ କଣ ବୋଲି,

ଝୁଲାଇଦେବା ପୂର୍ବରୁ ସିଦ୍ଧାନ୍ତ ର ଫାଶୀ କାଠରେ

ଅସ୍ତିତ୍ବ ମୋ ବିଲୀନ ହୋଇଗଲା,

ଏକ ତରଫା ତୁମ କଠୋର୍ ସିଦ୍ଧାନ୍ତରେ ।

💔ଚିନ୍ତାଧାରା

କେହି ଜାଣି ନ ଥିଲେ ବି ତୁମେ କଣ ଜାଣି ନ ଥିଲ

ତୁମ ଚଞ୍ଚଳ ମନ ଓ ଦେହ ତୁମର ହୋଇ ରହି ନାହିଁ ବୋଲି ?

ତୁମ କଅଁଳ ପାଦ ଦୁଇଟିରେ

କାହା ବିଶ୍ୱାସ, ପାଉଁଜି ଭାବେ ବାନ୍ଧି ହୋଇଛି ବୋଲି ?


ମାନ, ମହତ ର ସୀମା ଉଲଂଘନ କରି,

ନରମ ଫୁସ୍ ଫୁସ୍ ରେ ତୁମ

ମୋ ନିଶ୍ୱାସ ଓ ପ୍ରଶ୍ୱାସ ର ଧାରା

ପୁଲକାଏ ପବନ ହୋଇ ବହିଚାଲିଛି ବୋଲି ?


ଭଲ ପାଇବାର କଷଟି ପଥରରେ,

କେତେ ଥର ପ୍ରମାଣ ଦେଇଥାନ୍ତି,

ମୁଁ କେବଳ ତୁମର ବୋଲି?

ସମ୍ପର୍କ ର ସରୁ ସୁତା ବେଳେବେଳେ ହାଲ୍କା ପବନରେ

ଟାଣିହୋଇ ଛିଣ୍ଡିଯାଏ ବୋଲି


ପ୍ରେମର ପରାକାଷ୍ଠାର ଭିତ୍ତିଭୂମି ଥୋଇ

କ୍ଷୁଧାତୃଷ୍ଣା ର ଜାଲ ରେ ଆପାଦମସ୍ତକ ଛନ୍ଦି ହୋଇ

ସ୍ଵପ୍ନ ର ସଂସାର, ବାଆ ବତାସି ରେ ଅଚାନକ ଭାଙ୍ଗିଯାଏ ବୋଲି 

ଚୁପ୍ ରହିଥିଲି

ବୁଝି ପାଇଲନି, ନଦୀ ଜଳ ବେଳେବେଳେ କୂଳ ଖାଏ ବୋଲି ?

କମି ଥିଲା କି କେଉଁଠି ?

ହିସାବ୍ କିତାବ୍ କୁ ମୋର ଭୁଲ୍ କହିଦେଲ

ନିର୍ବାକ୍ ଆଜି ମୁଁ

ସମୟର ଦୋ ଛକିରେ

ପାଣିର ଫୋଟକା ଭଳି, ସ୍ଵପ୍ନ ର ସଂସାର

ଭାଜିଗଲା ବଦଳିଯାଇଥିବା ତୁମ ତରବରିଆ ଏକ ତରଫା ଚିନ୍ତାଧାରାରେ

💔ବାଲି ଗରଡ଼ା

ସ୍ଵପ୍ନ କାଳେ ଭାଙ୍ଗିଯିବ ବୋଲି

ମୁଁ ତୁମକୁ ତାଗିଦ୍ କରୁଥିଲି

ବନ୍ଧନ ହିଁ ସରୁ ସୁତା, ଛିଣ୍ଡିଯାଏ ଭୟ କରୁଥିଲି ।

ତଥାପି,

ବୁଝି ପାରିଲନି

ହୃଦୟର ନିଭୃତ କୋଣରେ ମୁଁ ତୁମକୁ

ସାଜି ରଖିଥିଲି 


ଦୁନିଆଟା ଖୁବ୍ ବେଈମାନ୍

ସମୟ ବି ଏକଦମ୍ କଠୋର୍

ଏକା ଏକା ଜୀବନଟା ବି ବୋର୍ ମନେ ହୁଏ

ସିଦ୍ଧାନ୍ତ କୁ ଭାଗ ଭାଗ କରି

ଠିକ୍ ଭୁଲ୍ ପରଖିଲା ପରେ

ପ୍ରାଣରେ ବି ଅଚାନକ ବଞ୍ଚିବାର ମୋହ ତୁଟି ଯାଏ


ହାଲ୍କା ହାଲ୍କା  ଅନ୍ଧାର ଭିତରେ

ଗୋଟି ଗୋଟି ସବୁ କଥା ମୁଁ ବୁଝେଇଥିଲି

ଭୁଲିଗଲ ସବୁ

ମୁଁ ଯେମିତି ତୁମକୁ ତୁମର ଅନିଚ୍ଛାରେ

କିଛି ଗୋଟେ କହି ଚାଲୁଥିଲି


ଗଭାରୁ ଫିଙ୍ଗିଲା ଭଳି ବାସୀଫୁଲ ହାରକୁ

ଫିଙ୍ଗିଦେଇ ଦଳିଦେଲ ପାଦ ତଳେ

ମୋ ସପନ ସଂସାର କଳୀ  କୁ


ଜୀବନ ପ୍ରଦେଶେ ବନ୍ୟା ଆସିବାର ପୂର୍ବରୁ

ବିଶ୍ଵାସ ର ବୃକ୍ଷ ସବୁ ଉପାଡି ପଡିଲା

ସପନ ର ଖେତ ଭିତରେ ନହଡା ମାରୁଥିବା

ଧାନ କେଣ୍ଡା ଉପରେ

ଅଜାଡି ଦେଲା ରାଶି ରାଶି ବାଲି ଗରଡ଼ା କୁ

ତୁମ ଚିନ୍ତାଧାରା ର ନଈ ରେ ବଢୀ ଆସୁଛି ବୋଲି ମୁଁ ଜାଣିଲା ବେଳକୁ


ତନୁ,

କହିଦିଅ ଥରେ

କାହିଁକି ଏମିତି ହୁଏ ?

ଅମୃତ ବୋଲି ମଣିଷ ବେଳେବେଳେ ବିଷ ପିଇ ଯାଏ ?

💔ଅବୁଝା ଏ ମନ

ସ୍ୱପନ ର ସୌଧ ତୋଳି, ସ୍ୱପ୍ନିଳ ଆକାଶ ତଳେ

ଜ୍ୟୋତ୍ସ୍ନା ଭରା ସାରା ରାତ୍ରି ଚାହିଁ 

ପାଦରେ ଅଳତା ନାଇଁ , ଗଭାରେ ମଲ୍ଲି ସଜେଇ

ଭାବୁଥିଲି ଏଇ ବର୍ଷା ଶେଷେ

ମୋ ପ୍ରିୟା ଆସିବ ବୋଲି ମୋ ପାଖକୁ ଧାଇଁ

ଦୁନିଆ ର ଦାଉ ଯେତେ , ଯେବେ ଆମ ପ୍ରେମ ପଥେ

ହାତରେ ହାତକୁ ଛନ୍ଦି ଆସେ 

ବଜ୍ର ସମ ନ ଟଲିବା, ମିଶି ଆମେ ଯୁଝିଯିବା

କହୁଥିଲା କେତେକଥା ପ୍ରୀୟା ମୋର  ଅଭିସାରି ବେଶେ

କୁହୁକ କଲା କେ ତାକୁ, ଭାଙ୍ଗି ମୋର ସଂସାର କୁ 

ଦୂର ବହୁଦୂର ଯାଏ ଚାଲି 

ଏ ମନକୁ ଭାଙ୍ଗି ଦେଇ, ହୃଦୟକୁ ଜାଳି ଦେଇ

ହୁଏ ଛନ୍ଦି ଆନ କାହା ପାଇଁ

ମୁଁ ରହିଗଲି ଏକା, ହାରି ସବୁ କିଛି 

ସ୍ମୃତି ର ଦେଉଳେ ତାର ବଳି ହେବା ପାଇଁ

ସ୍ୱପନ ଉଜୁଡି ଗଲା, ସଉଧ ବି ଭାଙ୍ଗି ଗଲା 

ଉଆଁସିଆ ସାରା ରାତ୍ରି ଚାହିଁ

ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହ

ଭାବିବସେଁ କେଉଁ ଭୁଲ୍ ପାଇଁ 

ଅଭିମାନୀ ବାରତା ପଠାଏ  ଭୁଲି ଯିବା ପାଇଁ


ଏକା ଏକା ଅବୁଝା ଏ ମନ

କାହିଁକି କେଜାଣି ଭଲ ଲାଗୁ ନାହିଁ

💔ସଂଘର୍ଷ

ଏ ମନର ଝର୍କା ଯେବେ ଆପେ ଖୋଲି ହୁଏ

ମୁଁ ଦେଖେଁ ଫୁର୍ ଫୁର୍ ଉଡୁଥିବା ନୀଳ ଓଢ଼ଣୀକୁ

ଜହ୍ନ ଭଳି ମୁହଁ ଉପରକୁ ଝୁଙ୍କି ପଡିଥିବା ତୁମ କେରାଏ କେଶକୁ

ଅଗଣାରେ ଚୁପ୍ ଚାପ୍ ଛିଡା ହୋଇ

କାହା କଥା ମନେ ମନେ ଭାବିବାର ମାସୁମ୍ ଅନ୍ଦାଜ୍ କୁ


ଚମ୍ପା ଫୁଲିଆ ଆଙ୍ଗୁଠି ର

ମୁନିଆ ନଖ କୁ ସଫେଦ୍ ଦାନ୍ତରେ ଛିଣ୍ଡାଉଥିବାର ଲୋଭିଲା ଶୈଳୀ କୁ

ଦୂର ଦିଗନ୍ତ ଯାଏ ବେପରୁଆ ଭାବେ,

ଲକ୍ଷ୍ୟ କରୁଥିବାର ସରଳ ଚାହାଁଣି କୁ

କାଳେ ମୁଁ ଫେରି ଆସୁଛି  ବୋଲି

ଚିନ୍ହା  ପରିଚିତ  ଳା ଚିକ୍ ଚିକ୍ ରାସ୍ତା ଆଡେ

ନଜର୍ ବୁଲେଇବାର ନଶିଲି ଢଙ୍ଗ କୁ


ବାଲି ଘଷି ଧୋଈଦେଲ  ସବୁ

ଲିଭିଗଲା ଚିହ୍ନ

ପାଉଁଶ ହୋଇ ଉଡି ବସିଲା ଭାବନା ର ଖିଅ

ସଂସାର ଗଢିବାର ସପ୍ନ ପାଲଟିଗଲା ପ୍ରଶ୍ନ

 

ତନୁ,

ମଧୁର କଷ୍ଟ ଦାୟକ ମୂହୁର୍ତ୍ତ ସବୁକୁ

ପ୍ରୟାସ କରୁଛି ସିନା ଭୁଲିଯିବା ଲାଗି

ମେଘ ସାଜି ମନର ଆକା କୁ ଘେରି ବସୁଛନ୍ତି

ଆମ ଦୁହିଁଙ୍କ ଅଜାଣତ ରେ ସତେ ଯେମିତି

ପୁଣି ଥରେ

ମିଶିବାର ଏମାନେ ଏକ ଲୁକ୍କାୟିତ ଯୋଜନା ଗଢୁଛନ୍ତି

💔ନିଶବ୍ଦତା

କଳା ବାଦଲ ର କେଶ  ମୁକୁଳା କରି

ପଡୋଶୀ ଘର ଝିଅ 

ବେପରୁଆ ଢଙ୍ଗ ରେ ଯାଉଥିବାର ଦେଖିଲେ 

ପିତ୍ତଳ ଟେପ୍ ରୁ ପାଣି ମୁନ୍ଦାଏ ଖସି ପଡିଲା ଭଳି ମନେ ପଡ ତୁମେ

ହଳଦିଆ ରଙ୍ଗର ଅସ୍ତ ବ୍ୟସ୍ତ ହୋଇ ଉଡିବସୁଥିବା ଓଢଣୀ କୁ ଦେଖୁ ଦେଖୁ

ଖୁନ୍ଦି ହୋଇ ରହିଥିବା ଲମ୍ବା ଏକ ଅତୀତ ଆଖି ସାମ୍ନା ରେ ଭାସିଉଠେ

ଜ଼ି ଟିଭି ର ସିରିଏଲ୍ ଭଳି 


ମତେ ଘେରି ରହିଥିବା ତୁମ ବାହୁବେଷ୍ଟନୀ

ତୁମକୁ ଘେରି ରହିଥିବା ମୋ' ବାହୁ ବେଷ୍ଟନୀ

ତା ଭିତରେ ଅସରନ୍ତି  ସପ୍ନ, ସୀମାହୀନ ଭାବନା

ଜୀବନ ପାଇ ମୁଣ୍ଡ ଟେକୁଥିଲେ

ଅହେତୁକ ଭୟରେ ତୁମେ କମ୍ପି ଉଠୁଥିଲ

ନିଶବ୍ଦତାର ନୀରବତା କୁ ଭାଙ୍ଗି ପ୍ରଶ୍ନ କରୁଥିଲ 

ଛାଡ଼ିଦେବନି ତ ମୋତେ ?  


ବିତିଯାଇଛି ଦିନ ଚାଲିଯାଇଛ ତୁମେ

ଧୋଇଦେଇଛ ସ୍ମୃତି

ଭୁଲିଯାଇଛ ମୋତେ ।

ଅଣ୍ଟା ରୁ ଶାଢୀ ଖସିଲା ଭଳି ଝାଡି ଦେଲ ସବୁ 

ହୃଦୟ ର ନିଭୃତ କୋଣ ରେ

ଯତ୍ନ କରି ରଖିଥିଲ ଯେତେ   


ଆଜି ବି ଓଢଣୀ ଉଡେଇ ଯେବେ ଚାଲିଯାଏ

ମନେ ପକେଇଦିଏ ନିଶବ୍ଦତା ର ଗଭୀର ରାତ୍ରିର ଏକ ଅଭୂଲା ମୂହୁର୍ତ୍ତ କୁ  

ଟାଣି ଯାଇଥିବା ମୋ ଛାତି ଉପରେ ତୁମଆଙ୍ଗୁଳି ର ଗାରକୁ  ।


ତନୁ,

ଏକା ରହିଗଲି ଜୀବନର ଦ୍ଵନ୍ଦ ଭରା ଦଦରା ଛକରେ 

ବୁଝିପାରିଲିଣି ତମକୁ ଆଉ

ବୁଝେଇ ପାରୁନି ବି ଅବୁଝା ମନକୁ 

💔ସିନ୍ଦୁକ

ଇତିହାସ ଉଖାରି ଉଖାରି

ରାତି ଯେବେ ତୁମ କଥା କହେ

ଶୁଣିବାକୁ ବେସରମିୟା ଲୁହ 

ଧାଡି ବାନ୍ଧି ବାହାରି ଆସନ୍ତି 


ପଚାର

ଆକାଶ ର ଜହ୍ନ କୁ ପଚାର

ନିଶବ୍ଦ ରାତ୍ରି କୁ ପଚାର 

ଗୁଂସୁମ ମନକୁ ପଚାର 

ମୁଁ କେବେ ତୁମ ବିନା ବଞ୍ଚି ରହିଅଛି ?


ରକ୍ତର ରଙ୍ଗ ଭିତରେ ତୁମ ସ୍ମୃତିକୁ

ସାମିଲ୍ କରିଅଛି

ହୃଦୟର ସିନ୍ଦୁକ ଭିତରେ

ସାତ ଗଣ୍ଠିଦେଇ ଯତ୍ନ କରି ସଞ୍ଚି ରଖିଅଛି


ଛାତି ଚିରି କେମିତି ଦେଖେଇହୁଏ

ଜାଣିଥିଲେ ମୁଁ ଦେଖେଇଥାନ୍ତି

ଭଲ ପାଇବାକୁ ଆଉ ଦୂର କରିଥାନ୍ତି ତୁମର ଭ୍ରମ ଧାରଣା କୁ 


ତନୁ,

ଖୁବ୍ ମନେ ପଡେ ଚାଲିଗଲା ଦିନ

ଝରିଯାଏ ଲୁହ

ଥରି ଉଠେ ପଞ୍ଜରା

ବୁଝିପାରନ୍ତି ନାହିଁ ସେମାନେ

ଜୀବନ ସଙ୍ଗୀତ ର ପୃଷ୍ଠା ସବୁକୁ

ଡିଆଁ ଖାଇଗଲା ପରେ

କୋଇଲି ର କୁହୁ ବି

ପା ଲ୍ ଟି ଯା ଏ  ବି ଲ୍ କୁ ଲ୍  ବେସୁରା           

READ OUR  OTHER POSTS

1.    ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

2.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

3.    ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

4.    ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

5.    ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

6.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

7.    କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

8.    ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

9.    ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

10.    କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

11.    କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

12.    ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

13.    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

14.    ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

15.    ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

16.    ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

17.    ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

18.    ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

19.    ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା

20.    ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

21.    The Road Not Taken- CLASS-IX- An analytical description in English

22.    The Ant and The Cricket- CLASS-VIII- An analytical description in English

23.    Squirrel- CLASS-VII- An analytical description in English

24.    ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

25.    How the camel got his hump- CLASS-VIII- An analytical description in English

26.    THE LOST CHILD- CLASS-IX- An analytical description in English

27.    କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

28.    Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ

29.    Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ

30.    THE FUN THEY HAD- CLASS-IX- An analytical description in English

31.    A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ

32.    FIRE AND ICE- CLASS-X- An analytical description in English

33.    ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା

34.    DUST OF SNOW- CLASS-X- An analytical description in English

35.    A LETTER TO GOD-CLASS-X- An analytical description in English

36.    ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

37.    ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

38.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

39.    ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

40.    ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

41.    ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

42.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

43.    ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା



- M. B. Prasad.

copyright© 2023 M. B . Prasad, ABC Learning Point.

 All rights reserved.

No part of this publication may be  reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.

ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ  ଖବର କରିବେ ବୋଲି ଆଶା ରଖୁଛୁ ।

Write us at pointabclearning@gmail.com

*****

Comments