Posts

Showing posts from April 8, 2024

Dust of Snow-Class-X-"ପେନ୍ଥାଏ ବରଫ"- ଓଡିଆ ଭାଷା ରେ

Image
  Dust of Snow The way a crow Shook down on me The dust of snow From a hemlock tree Has given my heart A change of mood And saved some part Of a day I had rued. R OBERT F ROST ପେନ୍ଥାଏ ବରଫ ପ୍ରକୃତି ଶିକ୍ଷା ର ଗନ୍ତାଘର । ପ୍ରକୃତିର ପ୍ରତ୍ୟେକ ଉପାଦାନ ଶିକ୍ଷା ର ଉତ୍ସ ସଦୃଶ । ମଙ୍ଗଳମୟ ଈଶ୍ଵରଙ୍କ ମହାନ୍ ଅବଦାନ ଏହି ପ୍ରକୃତି । ଏହି ପ୍ରକୃତି ଉଭୟ ଭୟ ପ୍ରସଂଶା , ଅଭିଶାପ ଆଶୀର୍ବାଦ , ସୌନ୍ଦର୍ଯ୍ୟ ଓ ତାଣ୍ଡବ ଲୀଲା ସୃଷ୍ଟି କରିପାରୁଥିବା ଶକ୍ତି ସବୁ ର ଏକ ସମାବେଶ କହିଲେ ଅତ୍ୟୁକ୍ତି ହେବ ନାହିଁ   । ସେ ଝରଣା ର ଝର ଝର ଶବ୍ଦ ହେଉ ବା କୋଇଲି ର କୁହୁ କୁହୁ ସୁର ହେଉ ଅଥବା ମୟୁର ର ଗିରି ଶିଖର ରେ ନୃତ୍ୟ କରିବା ହେଉ ସେ ସବୁ ପ୍ରକୃତି ରାଣୀ ର ଗୋଟିଏ ଗୋଟିଏ ଅପରୂପ ସୌନ୍ଦର୍ଯ୍ୟ । ଅପର ପକ୍ଷ ରେ , ଝଡ ତୁଫାନ୍ ହେଉ ବା ବନ୍ୟାର ର ବିଭୀଷିକା ହେଉ କିମ୍ବା ଭୂମିକମ୍ପ ହେଉ ସେ ସବୁ ପ୍ରକୃତିର ଭୟଙ୍କର ମହା-ଶକ୍ତି ସଦୃଶ । ସୁତରାଂ ପ୍ରକୃତି କେତେବେଳେ କେଉଁ ରୂପ ଧାରଣ କରେ ତା ’ ବିଷୟରେ ବୁଝିବା କାଠିକର ପାଠ ହୋଇଥାଏ । ପ୍ରକୃତି କେତେବେଳେ ଆକାଶ ରେ ଇନ୍ଦ୍ରଧନୁ ଦେଖାଇ ମନ ମଧ୍ୟ ରେ ଆନନ୍ଦ ଭରିଦେଇଥାଏ ତ ଅନ୍ୟ କେତେବେଳେ ଗୁରୁଗମ୍ଭୀର ବଜ୍ରନାଦ ରେ ବକ୍ଷକୁ କମ୍ପାଇ ବସେ । ପ୍ରକୃତି ସର୍ବଶକ୍ତିମାନ୍ । ଏହି ପ୍ରକୃତି କେତେବେଳେ କେଉଁ ରୂପରେ