Posts

Showing posts from January 24, 2024

Bande Utkala Janani- ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

Image
ବନ୍ଦେ ଉତ୍କଳ ଜନନୀ  - ଲକ୍ଷ୍ମୀକାନ୍ତ ମହାପାତ୍ର         ସାହିତ୍ୟ ଏକ ସିନ୍ଧୁ   ।   ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ   ।   ତା '  ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ   ।   କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି   ।   ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ   ମଧ୍ୟ ବିବେଚିତ   ହୋଇପାରେ   । ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ ,  ସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ   । Analysed By - M.B. Prasad. ପୂର୍ବାଭାସ :- ନିମ୍ନଲିଖିତ ପଂକ୍ତି ସବୁକୁ ଧ୍ୟାନ ର ସହ ପଢ । " ନା ,  ମାଁ ,  ରଙ୍ଗଝିଲିରି ,  ବଉଳଫୁଲିଆ ,  ବିଛାମାଳିଆ ,  ଚୂନଟିପି ଏହିସବୁ ଅଛି   । ଏହିଥିରୁ ଯାହା ନେବୁ ନେ ମା ,  ମୁ ଆସ୍ ମାନ୍ ତାରା ତିଆରି ହେଲେ ଆଣିଦେଵି"   । - ବୁଢା ଶଙ୍ଖାରି ପଢିବା ପୂର୍ବରୁ ପଦେଅଧେ  - " ଦଇବ ଦଉଡି ମଣିଷ ଗାଈ ,  ଯେଣିକି ଓଟାରେ   ତେଣିକି ଯାଇ" ସ୍ରଷ୍ଟାଙ୍କର ଏ ବିଚିତ୍ର ପୃଥିବୀ ଏକ ରଙ୍ଗଶାଳା ଆଉ ତାଙ୍କ ନିର୍ଦ୍ଧେଶ ରେ ଆମେ ସମସ୍ତେ କେବଳ ଅଭିନୟ କରିବାକୁ ହିଁ ଏଇ ସଂସାର ଭିତରକୁ ଭିନ୍ନ ଭି