Posts

Showing posts from January 22, 2024

Type of sentences in Odia language- ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

Image
  ବାକ୍ୟ ବିଚାର ବାକ୍ୟ ମନ ର ଭାବ କୁ ପୂର୍ଣ୍ଣ ଭାବରେ ପ୍ରକାଶ କରେ   । ଏହି ବାକ୍ୟ ଗୋଟିଏ ପଦ ର ମଧ୍ୟ ହୋଇ ପାରେ ଓ ଏକାଧିକ ପଦ ର ମିଶ୍ରିତ ରୂପ ମଧ୍ୟ ହୋଇପାରେ   । ତୁମେ ହରିଶଙ୍କର ଦେଖିଛ କି ?- ଏହା ଏକାଧିକ ପଦ ର ଏକ ବାକ୍ୟ   । ହଁ – ଏହା ଗୋଟିଏ ପଦ ର ବାକ୍ୟ   । ବାକ୍ୟ ତେଣୁକରି ଏକ ବା ଏକାଧିକ ପଦ ମିଳିତ ହୋଇ ମନ ର ଭାବ କୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାକୁ ବାକ୍ୟ ବୋଲି କୁହାଯାଏ   । ଯୋଗ୍ୟତା ଗୋଟିଏ ବାକ୍ୟ ମଧ୍ୟ ରେ ଥିବା ସମସ୍ତ ପଦ ଗୁଡିକ ର ପାରସ୍ପରିକ ନୀତିଗତ ଓ ଉପଯୁକ୍ତ ସମ୍ବନ୍ଧ କୁ ଯୋଗ୍ୟତା କୁହାଯାଏ   । ଆମେ ପିଲା ଟି କିଛି କହୁଅଛି ବୋଲି କହିପାରିବା । କିନ୍ତୁ ବିରାଡି କିମ୍ବା ଗାଈ କିମ୍ବା ଘୋଡା କିମ୍ବା ଗଛ କିଛି କହୁଅଛି ନୀତିଗତ ଓ ଉପଯୁକ୍ତ ସମ୍ବନ୍ଧ ନୁହଁ   । ଆକାଂକ୍ଷା ବେଳେବେଳେ ଅନେକ ପଦ ବିଶିଷ୍ଟ ବାକ୍ୟ ଟିଏ ଗଠନ କରିବାକୁ ଗଲେ ପଦ ପଦ ମଧ୍ୟ ରେ ଥିବା ସମ୍ପର୍କ କୁ ଠିକ ଭାବେ ଅନୁଧ୍ୟାନ କରାଯାଏ   । ଅର୍ଥାତ ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରିବାକୁ ଅନେକ ପଦ ବିଶିଷ୍ଟ ବାକ୍ୟ ର ଗୋଟିଏ ପଦ ବା କିଛି ପଦ ଅନ୍ୟ ଗୋଟିଏ ପଦ ବା କିଛି ପଦ କୁ ଅପେକ୍ଷା କରି ରହେ ଓ ଏହାକୁ ଆକାଂକ୍ଷା କୁହାଯାଏ   । ମୁଁ ବିଦ୍ୟାଳୟ କୁ ଗଲାବେଳେ............... ବାକ୍ୟ ଟି ପୂର୍ଣ୍ଣ ବୋଲି ମନେ ହେଉନାହିଁ   । ମୁଁ ବିଦ୍ୟାଳୟ କୁ ଗଲାବେଳେ ତାକୁ ଦେଖିଲି – ଏହି ବାକ୍ୟ ପୂର୍ଣ୍ଣ ବୋଲି ମନେହେଉ

Chilika re sayantana drushya- ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

Image
  ଚିଲିକାରେ ସାୟନ୍ତନ ଦୃଶ୍ୟ - କବିବର ରାଧାନାଥ ରାୟ   ସାହିତ୍ୟ ଏକ ସିନ୍ଧୁ   ।   ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ   ।   ତା '  ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ   ।   କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି   ।   ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ   ମଧ୍ୟ ବିବେଚିତ   ହୋଇପାରେ   । ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ ,  ସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ   । Analysed By - M.B. Prasad. ପୂର୍ବାଭାସ :- ନିମ୍ନଲିଖିତ ପଂକ୍ତି ସବୁକୁ ଧ୍ୟାନ ର ସହ ପଢ । “ ମିଶିଯାଏ ଯଥା ପ୍ରଭାତୀ-ତାରା ରବି-କିରଣେ , ମିଶିଯାଏ ଯଥା ଜୀବାତ୍ମା    ବିଶ୍ଵ    ଆତ୍ମା ଚରଣେ , ମିଶିଯାଏ ଯଥା ଚପଳା ନୀଳ-ଜଳଦ ଅଙ୍ଗେ , ମିଶିଗଲା ତଥା ଅବଳା ସେହି ନୀଳ-ତରଙ୍ଗେ   । ” - ରାଧାନାଥ ରାୟ   କିମ୍ବା “ ଉତ୍କଳ-କମଳା-ବିଳାସ-ଦୀର୍ଘୀକା ମରାଳ-ମାଳିନୀ ନୀଳାମ୍ବୁ-ଚିଲିକା“ - ରାଧାନାଥ ରାୟ କିମ୍ବା “  କାତ ଧରି ଧିରେ ନାଉରି ନେଲା ଆହୁଲା କରେ ମାଁ କାଳିଜାଇ ସୁମରି ମଙ୍ଗ ସଳଖି ଧରେ“ - ପଣ୍ଡିତ ଗୋଦାବରୀଶ ମିଶ୍ର             ଚିଲିକା ଖଣ୍ଡକାବ୍ୟ ରଚନା କର