Posts

Showing posts from January 28, 2024

Bhimanka singhanada radi- ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

Image
ଭୀମଙ୍କ ସିଂଘନାଦ ରଡି - ମାଟିର ମହାକବି ସାରଳା ଦାସ (ଉତ୍କଳ ବ୍ୟାସ) ସାହିତ୍ୟ ଏକ ସିନ୍ଧୁ   ।   ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ   ।   ତା '  ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ   ।   କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି   ।   ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ   ମଧ୍ୟ ବିବେଚିତ   ହୋଇପାରେ   । ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ ,  ସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ   । Analysed By - M.B. Prasad. ପୂର୍ବାଭାସ :- ଝଙ୍କଡ଼ ବାସିନୀ ମା ଶାରଳାଙ୍କ ଅପାର କରୁଣା ଲାଭ କରି ଠାକୁରାଣୀ ଙ୍କ ଦାସ   ବା ସାରଳା ଦାସ ଭାବେ ପରିଚୟ ଲାଭ    କରିଥିବା ପଞ୍ଚଦଶ ଶତାବ୍ଦୀ ର ଏହି ମହାନ୍ କବି ସଂସ୍କୃତ ପଣ୍ଡିତ ମାନଙ୍କ ଅହଙ୍କାର କୁ ଚୂର୍ଣ୍ଣ କରିବା ପାଇଁ ଜଗତ୍ ସିଂହପୁର ଜିଲ୍ଲା ର ଝଙ୍କଡ଼ ଗ୍ରାମରେ ଜନ୍ମ ଗ୍ରହଣ କରି ଓଡ଼ିଆ ସାହିତ୍ୟ ର ଆଦି ଯୁଗ କୁ କରିଥିଲେ ଗୌରବମୟ   ।   ମାଟିର ମହାକବି ଭାବେ ନାମ ଲାଭ କରିଥିବା ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷା ରେ ମହାଭାରତ ରଚନା କରି ଉତ୍କଳ ବ୍ୟାସ ଭାବେ ନିଜର ଯଶ ଓ ଖ୍ୟାତି ଅର୍ଜନ କରି ଉତ