Sarban saha maati- ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
.png)
ସର୍ବଂସହା ମାଟି - ବିଦ୍ୟୁତ୍ ପ୍ରଭା ଦେବୀ ସାହିତ୍ୟ ଏକ ସିନ୍ଧୁ । ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ । ତା ' ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ । କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି । ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ ମଧ୍ୟ ବିବେଚିତ ହୋଇପାରେ । ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ , ସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ । Analysed By - M.B. Prasad. ପୂର୍ବାଭାସ :- ନିମ୍ନଲିଖିତ ପଂକ୍ତି ସବୁକୁ ଧ୍ୟାନ ର ସହ ପଢ । ଛୋଟ ମୋର ଗାଁ ଟି , ଭୂଗୋଳ ପୋଥି-ପତରେ ପଛେ ନ ଥାଉ ତାର ନାଁ ଟି - ସଚ୍ଚିଦାନନ୍ଦ ରାଉତ ରାୟ ଶରତ-ନଈ-କୂଳେ ବସିଛି ମୁହିଁ ଛାଇ ଛବିଳ ଆମ୍ର ତରୁ ମୂଳେ - ରାଧାମୋହନ ଗଡ଼ନାୟକ ଦୂର ତାଳ ବଣ ଆକାଶେ ଶୁଣାଏ ମାଟିର କବିତା କି ସେ ଏ ଗ୍ରାମର ପଥ ତହିଁ ଦିଗନ୍ତେ ମିଶେ - ବିନୋଦ ଚନ୍ଦ୍ର ନାୟକ ମାତ୍ର ନବମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍...