Brukshya Mahatmya-ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
.png)
ବୃକ୍ଷ ମାହାତ୍ମ୍ୟ -ଅତିବଡି ଜଗନ୍ନାଥ ଦାସ ସାହିତ୍ୟ ଏକ ସିନ୍ଧୁ । ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ । ତା ' ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ । କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି । ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ ମଧ୍ୟ ବିବେଚିତ ହୋଇପାରେ । ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ , ସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ । Analysed By - M.B. Prasad. ପୂର୍ବାଭାସ :- ନିମ୍ନଲିଖିତ ପଂକ୍ତି ସବୁକୁ ଧ୍ୟାନ ର ସହ ପଢ । ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ । ପଦୁଁ ଗଳୁଛି ମକରନ୍ଦ । । ସେ ମକରନ୍ଦ ପାନ କରି । ହେଳେ ତରିଲେ ବ୍ରଜନାରୀ । । ସେ ବ୍ରଜନାରୀଙ୍କ ପୟରେ । ମନ ମୋ ଥାଉ ନିରନ୍ତରେ । । ମନ ମୋ ନିରନ୍ତରେ ଥାଉ । ହା କୃଷ୍ଣ ବୋଲି ଜୀବ ଯାଉ । । ସ୍ରଷ୍ଟା ର ନୈସର୍ଗିକ ସୃଷ୍ଟି ର ଚିତ୍ତାକର୍ଷକ ...