Posts

Showing posts from July, 2024

Jaga bandhana hara- CLASS-X-Objectives-ଜାଗ ବନ୍ଧନ ହରା -ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
ଜାଗ ବନ୍ଧନ ହରା ୧.         ' ଜାଗ ବନ୍ଧନ ହରା '  କବିତା ର କବିଙ୍କ ନାମ କହ ଉ-   ଅନନ୍ତ ପଟ୍ଟନାୟକ ୨.         କେଉଁ ଜିଲ୍ଲା ରେ କବିଙ୍କ ଜନ୍ମ ହୁଏ  ? ଉ-‘ ଖୋର୍ଦ୍ଧା’ ଜିଲ୍ଲା ରେ   ୩.         କେଉଁ ପ୍ରକାର ଚିନ୍ତାଧାରା ଦ୍ୱାରା କବି ପ୍ରଭାବିତ ବୋଲି ମନେ ହୁଏ  ? ଉ-‘ ସାମ୍ୟବାଦୀ ଚିନ୍ତାଧାରା’ ଦ୍ଵାରା   ୪.         କବିଙ୍କ କେଉଁ ପୁସ୍ତକ କେନ୍ଦ୍ର ସାହିତ୍ୟ ଏକାଡେମୀ    ଦ୍ୱାରା ପୁରସ୍କୃତ ହୋଇଛି  ? ଉ- ' ଅବାନ୍ତର '  ପୁସ୍ତକ   ୫.         କବି କବିତା ରେ କେଉଁ ମାନଙ୍କୁ ଜାଗିବାକୁ ଆହ୍ଵାନ ଦେଇଛନ୍ତି  ? ଉ-‘ ତରୁଣ’ ମାନଙ୍କୁ ୬.         କେଉଁ ମାନଙ୍କୁ   ବନ୍ଧନ ହରା   ବୋଲି କବିତା ରେ କବି ଉଲ୍ଲେଖ କରିଛନ୍ତି  ? ଉ-‘ ତରୁଣ’ ମାନଙ୍କୁ ୭.         ‘ ଶୋଣିତ’   ଶବ୍ଦ ର ଅର୍ଥ ନିମ୍ନଲିଖିତ ମଧ୍ୟରୁ ଚିହ୍ନଟ କର ଉ-‘ ରକ୍ତ’ ୮.         କବି କେଉଁ ମାନଙ୍କୁ ଲକ୍ଷେ ଜୀବନରେ ଆଲୋକ ଧାରା ଖେଳାଇବାକୁ ଆହ୍ୱାନ ଦେଇଛନ୍ତି  ? ଉ-‘ ତରୁଣ’ ମାନଙ୍କୁ ୯.         ‘ ଶତ’   ଶବ୍ଦ ର ଅର୍ଥ କଣ  ? ଉ-‘ ଶହ’ ୧୦.      କବି କେଉଁ କଥା କୁ   ‘ କ୍ରନ୍ଦନ ହେଉ ଶେଷ’   ବୋଲି କହିଛନ୍ତି  ? ଉ- ମଣିଷ ର ଦୁଃଖ ଯାତନା ର ପରିସମାପ୍ତି କୁ ୧୧.      କବି କେଉଁ ମାନଙ୍କୁ   ‘ ମହା ମାନବ

Jaga bandhana hara-ଜାଗ ବନ୍ଧନ ହରା-CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

Image
  ଜାଗ ବନ୍ଧନ ହରା - ଅନନ୍ତ ପଟ୍ଟନାୟକ ସାହିତ୍ୟ ଏକ ସିନ୍ଧୁ   ।   ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ   ।   ତା '  ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ   ।   କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି   ।   ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ   ମଧ୍ୟ ବିବେଚିତ   ହୋଇପାରେ   । ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ ,  ସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ   । Analysed By - M.B. Prasad. ପୂର୍ବାଭାସ :- ମାର୍କ୍ସବାଦୀ ଚିନ୍ତାଧାରା ଦ୍ଵାରା ପ୍ରଭାବିତ କବି ଅନନ୍ତ ପଟ୍ଟନାୟକ ଓଡିଆ ଭାଷା ସାହିତ୍ୟ ର ଏକ ଅଦ୍ଵିତୀୟ ସ୍ରଷ୍ଟା । ଏହି ବିପ୍ଳବୀ କବିଙ୍କ ଜନ୍ମ ହୁଏ ଖୋର୍ଦ୍ଧା ଜିଲ୍ଲା ର ଚଣାହାଟ ଗ୍ରାମ ରେ । " ଅବାନ୍ତର " କବିତା ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକେଡେମୀ ଦ୍ଵାରା ପୁରଷ୍କୃତ ହୋଇଥିବା ଏହି କବି ଶ୍ରେଣୀ ହୀନ ଓ ଶୋଷଣ ମୁକ୍ତ ଏକ ସମାଜ ଗଢିବାର ସପ୍ନ ଦେଖିଥିଲେ ବୋଲି ତାଙ୍କର କବିତା କହେ । ଛ। ତ୍ର ଜୀବନରୁ ସାହିତ୍ୟ ଓ ରାଜନୀତି କ୍ଷେତ୍ର ପ୍ରତି ଆସକ୍ତି ଜନ୍ମାଇଥିବା ଏହି ଆଧୁନିକ ସ୍ରଷ୍ଟା " ନବଯୁଗ ସାହିତ୍ୟ ସ