Mangale aila Usha- ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା


ମଙ୍ଗଲେ ଅଇଲା ଉଷା

-ଗଙ୍ଗାଧର ମେହେର

ସାହିତ୍ୟ ଏକ ସିନ୍ଧୁ  ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ  ତାଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ  କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି  ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ   ମଧ୍ୟ ବିବେଚିତ ହୋଇପାରେ ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ 

Analysed By-M.B. Prasad.

ପୂର୍ବାଭାସ:-

ପଢିବା ପୂର୍ବରୁ ପଦେଅଧେ -

ଓଡ଼ିଆ ସାହିତ୍ୟ ଇତିହାସ ର ପ୍ରଥମ ଗାଳ୍ପିକ ଫକୀର ମୋହନ ସେନାପତି ଙ୍କ ରଚିତ “ଧୁଳିଆ ବାବା” ହେଉ କିମ୍ବା ରମ୍ୟ ରଚନାକାର ଗୋପଳ ଚନ୍ଦ୍ର ପ୍ରହରାଜ ଙ୍କ “ମାଡ ହାଣ୍ଡି କଥା” ହେଉ ବା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ “ବୁଢା ଶଙ୍ଖାରି” ହେଉ ପାଠକ ପାଠିକା ପଠନ କରୁଥିବା ସମୟରେ ନିଜର ବାସ୍ତବ ଦୁନିଆ କୁ ପାସୋରି ଦେଇ ଅନ୍ୟ ଏକ ଅଦ୍ୱିତୀୟ ଚିତ୍ତାକର୍ଷକ ଦୁନିଆ ଭିତରକୁ ପହଞ୍ଚିଯାନ୍ତି  କୁହୁକିନି ର କୁହୁକ ଚାଲିଲା ଭଳି ମଜ୍ଜି ରହନ୍ତି ଅବର୍ଣ୍ଣନୀୟ ସୁଖ ର ପରିଧି ଭିତରେ  ଧନ୍ୟ ସେହି ସ୍ରଷ୍ଟା ଯାହାର ସୃଷ୍ଟି ବିଭବ ବିଚଳିତ ମନକୁ ଏକାକାର କରି ବାନ୍ଧି ରଖିପାରେ ଲେଖା ର ଐନ୍ଦ୍ରଜାଲିକ ରୂପଶ୍ରୀ ଭିତରେ 

ମୁଁ ତ ଅମୃତ ସାଗର ବିନ୍ଦୁ

ନଭେ ଉଠିଥିଲି ତେଜି ସିନ୍ଧୁ

ଖସି ମିଶିଛି ଅମୃତ ଧାରେ

ଗତି କରୁଛି ସେ ଅକୂପାରେ

ପଥେ ଶୁଖିଗଲେ ପାପ ତାପରେ

ହୋଇ ଶିଶିର ଖସିବି ତାପରେ

ଅମୃତମୟ ଅମୃତରୟ ସହିତ ମିଶିବି ସାଗରେ ।“   

-ସ୍ଵଭାବ କବି ଗଙ୍ଗାଧର ମେହେର

ମାତୃ ଗର୍ଭ ରୁ ଜନମି ମାଟି ରେ ପାଦ ଦେଇ ମାଁ ଶିଖାଇଥିବା ଭାଷା ମାଧ୍ୟମରେ ଆମେ ଆମର ଭାବନା କୁ ଅନ୍ୟ ର ସମ୍ମୁଖ ରେ ବ୍ୟକ୍ତ କରିଥାଉଁ  ମାଟି ମାଁ ର ପାଣିପବନଫଳମୂଳ ଗ୍ରହଣ କରି ଶିଶୁ ଅବସ୍ଥା ରେ ଆମ ଶରୀର ଯେଉଁଭଳି ପରିପୁଷ୍ଟ ହୋଇଥାଏମାତୃଭାଷା ମାଧ୍ୟମରେ ଠିକ୍ ସେହିଭଳି ଆମର ମାନସିକ ସ୍ତର ରେ ଆମେ ପରିପକ୍ଵତାର ଉପଲବ୍ଧି କରିଥାଉଁ  କେବଳ ସେତିକି ନୁହଁଆମର ସଂସ୍କୃତି ଓ ପରମ୍ପରା କୁ ମଧ୍ୟ ମାତୃଭାଷା ବାନ୍ଧିରଖିଥାଏ 

ସତ କହିବା ହେଲେ ମାତୃଭାଷା ହିଁ ଏକ ମାତ୍ର ଭାଷାଯେଉଁ ଭାଷା ରେ ମନ ର କଥା କୁ ଅନ୍ୟ ଆଗରେ ପ୍ରକାଶ କରୁଥିବା ବେଳେ ନିଜ ଭିତରେ ସ୍ଫୁର୍ତ୍ତି ଆସେ  ସେଇଥି ଲାଗି ତ ଅନେକ ବିଜ୍ଞ ବ୍ୟକ୍ତି ଭିନ୍ନ ଭିନ୍ନ ଭାଷା ରେ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରିଥିଲେ ସୁଦ୍ଧା ତାଙ୍କ ର ସୃଷ୍ଟି ର ସ୍ଫୁର୍ତ୍ତି ର ଭାଷା ରୂପେ ମାତୃଭାଷା କୁ ହିଁ ଚୟନ କରିଥାନ୍ତି 

“ମାତୃଭୂମି ମାତୃ-ଭାଷା ରେ ମମତାଯାହୃଦେ ଜନମି ନାହିଁ

ତାକୁ ଯେବେ ଜ୍ଞାନୀ-ଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ ?”

-ସ୍ଵଭାବ କବି ଗଙ୍ଗାଧର ମେହେର

ସ୍ଵଭାବ କବି ରଙ୍ଗାଜୀବ ଗଙ୍ଗାଧର ମେହେର ଯାହା ଲେଖିଥିଲେ , ଶ୍ରୀଯୁକ୍ତ ଅନ୍ନଦାଶଙ୍କର ରାୟ ଏକଦା କୌଣସି ଏକ ସଭାରେ ତାଉପରେ ମୋହର ମାରିଥିଲେ   ମାତୃଭାଷା ମାତୃ ସ୍ତନ୍ୟ ସମ  ଛୋଟ ଏକ ଦେଶ ଇସ୍ରାଏଲ୍ ବିଷୟରେ କିଏ ନ ଜାଣେ ? ନିଜ ଦେଶ ର ହିବ୍ରୁ ଭାଷା କୁ ନେଇ ଏହି ରାଷ୍ଟ୍ର ର ଚରମ ଉନ୍ନତି ସାଧିତ ହୋଇଛି  ଏ କଥା କିଏ ଅସ୍ଵୀକାର କରିପାରେ ? ତେଣୁକରି ସର୍ବୋପର ଆମର ମାଁମାଟି ଓ ଭାଷା ଏକାଧାର ରେ ଆମପାଇଁ ଯେ ଗୁରୁତ୍ୱପୂର୍ଣ୍ଣ  ଏହାକୁ ସ୍ଵୀକାର କରି ଆମକୁ ବାଟ ଚାଲିବାକୁ ପଡିବ 

ଏହି ସ୍ୱଭାବ କବି ଓଡିଶା ର ପୁଣ୍ୟ ମାଟି ରେ ଶ୍ରାବଣ ପୂର୍ଣ୍ଣିମା ଦିନ ସମ୍ବଲପୁର ର ଅଧୀନ ରେ ଥିବା ବରପାଲି ଅଞ୍ଚଳରେ ଜନ୍ମଲାଭ କରିଥିଲେ  ପ୍ରକୃତି ର ଅପରୂପ ସୌନ୍ଦର୍ଯ୍ୟ କୁ ଯିଏ ଶବ୍ଦମାଳା ମାଧ୍ୟମରେ ସଞ୍ଚି ରଖିଥିଲେ କଳା ର କୁଶଳୀ କାରିଗର ସାଜିଓଡ଼ିଆ ସାହିତ୍ୟ ଇତିହାସ ର ଗଗନ ରେ ସେ ଏକ ଉଜ୍ଜଳ ତାରକା  ଦରିଦ୍ରତା ର କୁଠାରାଘାତ ଯୋଗୁଁ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ର ସୌଭାଗ୍ୟ ଲାଭ କରିଥିବା ଏହି ମହାନ୍ ପୁରୁଷ ତୋଳିବସିଥିଲେ ଅନବଦ୍ୟ ସାହିତ୍ୟ ସୌଧ ଓ ଉତ୍କଳ ଜନନୀଙ୍କ ପାଇଁ ଯିଏ ଚିର ଅମ୍ଲାନ ଉପହାର ଛାଡ଼ିଯାଇଥିଲେ ସେ ହେଉଛନ୍ତି ଯୋଗଜନ୍ମା କବି ଗଙ୍ଗାଧର ମେହେର 

“ଦରିଦ୍ରତା-ପଙ୍କ ପୂର୍ଣ୍ଣ ମୋ ଜୀବନ-ସର

ଜଞ୍ଜାଳ-ଜଳଦ-ଜଳେ ଆବିଳ ଉଦର”

-ସ୍ଵଭାବ କବି ଗଙ୍ଗାଧର ମେହେର

କବିଙ୍କ ନିଜ ଲେଖା ରୁ ତାଙ୍କର ଦୁଃଖଦ ଜୀବନ ବିଷୟରେ ଧାରଣା ମିଳିଥାଏ  ସମସ୍ତ ମହାପୁରୁଷଙ୍କ ଜୀବନ କାହାଣୀ ର ପ୍ରୁଷ୍ଠା କୁ ଓଲଟାଇଲେ କେବଳ ଦୁର୍ଦ୍ଦିନ ଜୀବନ ର ହିଁ ଆଭାସ ମିଳିଥାଏ । ପ୍ରତିକୂଳ ଅବସ୍ଥା ସତ୍ତ୍ୱେ ସାଧନା ର ସଫଳ ଚୂଡା ରେ ଉପନୀତ ହୋଇ  ସାହିତ୍ୟ ଓ ସମାଜ କୁ ଯଶ ଓ ଗୌରବ ରେ ଏହି ମହାମାନବ ମାନେ ପରିପୁଷ୍ଟ କରିଥାନ୍ତି ।

"କେ ରହିଛି ଭାବେ ବାସ୍ତବ ଵିଭବେ ସୁବର୍ଣ୍ଣ ମୁକୁଟ ବାନ୍ଧି

ଯଶ ଅପଯଶ ନୋହେ କାଳବଶ ହୁଅନ୍ତି ତା ପ୍ରତିବାଦୀ"

-ସ୍ଵଭାବ କବି ଗଙ୍ଗାଧର ମେହେର

ଏହି ଅମର ସ୍ରଷ୍ଟା ଙ୍କ ୪ର୍ଥ ଏପ୍ରିଲ୍ ୧୯୨୪ ରେ ତିରୋଧାନ ହୋଇଥାଏ  ଏ ହିଁ ତ ବିଚିତ୍ର ସଂସାର ର ବାସ୍ତବ ନିୟମ  ଜୀବନ କ୍ଷଣସ୍ଥାୟୀ । ଜନ୍ମ ଅର୍ଥ ମୃତ୍ୟୁ ର ଦ୍ଵାର ଦେଶ । ତଥାପିଓଡିଆ ଭାଷା ଭଣ୍ଡାର କୁ ସମୃଦ୍ଧ କରିକ୍ଷଣସ୍ଥାୟୀ ଜୀବନକୁ ଚୀର ଅମର କରି ଓଡିଆ ଜାତି ର ହୃଦୟ ଭିତରେ ଉତ୍କଳ ର ଏହି ବରପୁତ୍ର ସଦାକାଳ ବଞ୍ଚି ରହିଛନ୍ତି । 

ନିମ୍ନଲିଖିତ ପଂକ୍ତି କୁ ମନେ ପକାଅ

"ବିଶ୍ଵ ଦେଖ ମଧୁମୟ ରେ ଜୀବନ

ବିଶ୍ଵ ଦେଖ ମଧୁମୟ

ମଧୁର ଝରଣ କରିବ ହରଣ

ତୋ ପାପ ମରଣ ଭୟ ରେ ଜୀବନ

ବିଶ୍ଵ ଦେଖ ମଧୁମୟ ।"

ଏହି ପଂକ୍ତି ଟି କୁ ମନେ ପକାଇଲେ ଜଳ ଜଳ ହୋଇ ଓଡିଶା ର ପୁଣ୍ୟ ମାଟି ରେ ଶ୍ରାବଣ ପୂର୍ଣିମା ଦିନ ସମ୍ବଲପୁର ର ଅଧୀନରେ ଥିବା ବରପାଲି ଅଞ୍ଚଳ ରେ ଜନ୍ମ ଲାଭ କରିଥିବା ପ୍ରକୃତି କବିଙ୍କ ଛବି ଆଖି ଆଗରେ ଝଲସି ଉଠେ  ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ କୁ ଯିଏ ଶବ୍ଦ ମାଳା ମଧ୍ୟରେ ସଞ୍ଚିରଖିଥିଲେ କୁଶଳୀ କାରିଗର ସାଜିଓଡିଶା ସାହିତ୍ୟ ଇତିହାସ ର ଗଗନ ରେ ଉଜ୍ଜଳ ସେ ଏକ ତାରକା   ଦରିଦ୍ରତା ର କୁଠାର ଘାତ ଯୋଗୁ ମାତ୍ର ପଞ୍ଚମ ଶ୍ରେଣୀ  ପର୍ଯ୍ୟନ୍ତ ଶିକ୍ଷା ର ସୌଭାଗ୍ୟ ଲାଭ କରିଥିବା ଏହି ମହାନ୍ ପୁରୁଷ ତୋଳିବସିଥିଲେ ଅନବଦ୍ୟ ସାହିତ୍ୟ ସୌଧ ଓ  ଉତ୍କଳ ଜନନୀଙ୍କ ପାଇଁ ଚିର ଅମ୍ଲାନ ଉପହାର  ଯିଏ ଛାଡ଼ିଯାଇଥିଲେ ସେ ହେଉଛନ୍ତି ଯୋଗଜନ୍ମା କବି ଗଙ୍ଗାଧର ମେହେର  ଗଙ୍ଗାଧର କହିଲେ ପତିତପାବନୀ ଗଙ୍ଗା କୁ ଯିଏ ଶିର ରେ ଧାରଣ କରିଥାନ୍ତିସେ ହେଉଛନ୍ତି ବିଶ୍ୱନାଥ ବା ଶିବ  ପ୍ରକୃତି କବି ଗଙ୍ଗାଧର ମଧ୍ୟ ସାହିତ୍ୟ ଗଙ୍ଗା ବୁହାଇ ଉତ୍କଳ ମାଟିରେ ଗୌରବରାଜି ଓ କିର୍ତ୍ତୀସମୂହ ସ୍ଥାପନ କରିଯାଇଛନ୍ତି 

ଏହି ସ୍ୱଭାବ କବି ଭାବ ରେ ମଧ୍ୟ ଯୁଗ ଜୟୀ ଅମର ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟ ଇତିହାସ ର ଗନ୍ତାଘର କୁ ପରିପୁଷ୍ଟ କରିଯାଇଛନ୍ତି ତାଙ୍କର ବଳିଷ୍ଠ ଉଦ୍ୟମରେ 

ତପସ୍ୱିନୀଇନ୍ଦୁମତୀକୀଚକବଧପ୍ରଣୟବଲ୍ଳରୀଅର୍ଘ୍ୟଥାଳୀକବିତାମାଳାକବିତାକଲ୍ଲୋଳ ଆଦି କବିଙ୍କ ର ଯୁଗ ଜୟୀ ଲେଖା ସମୂହ 

"ମଙ୍ଗଲେ ଅଇଲା ଉଷା" କବିତା ଟି କବିଙ୍କ " ତପସ୍ୱିନୀ " କାବ୍ୟ ର ଚତୁର୍ଥ ସର୍ଗ ରୁ ଉଦ୍ଧାର କରାଯାଇଛି 

କବିଙ୍କ ବିଷୟରେ ଅଧିକ ଜାଣିବା ଲାଗି -

୧. ସମ୍ପର୍କିତ ପୁସ୍ତକ କୁ ପ୍ରଥମେ ମନ ଲଗେଇ ପଢିବା ଉଚିତ୍ 

୨. ଛାତ୍ର /ଛାତ୍ରୀଙ୍କ କ୍ଷେତ୍ର ରେ ଅବିଭାବକ ଓ ଶିକ୍ଷକଙ୍କ ନିକଟରୁ ଏ ବିଷୟରେ ଶୁଣିନେବା ଯଥୋଚିତ 

୩. ଅଧିକ ଜ୍ଞାନଲିପ୍ସୁ ହେବାକୁ ଯତ୍ନତା ର ସହିତ ବୈଷୟିକ ବିଜ୍ଞାନ ଉପରେ ନିର୍ଭର କରିବାକୁ  ହେବ 

୪. କବିଙ୍କ ଆତ୍ମଜୀବନ ସମ୍ୱନ୍ଧୀୟ ପୁସ୍ତକ ଓ କୃତି ସମୂହ ପଢିବା ଅତ୍ୟାବଶ୍ୟକ 

ପୃଷ୍ଠଭୂମି-

ମହା କାବ୍ୟ ରାମାୟଣ ର ମୁଖ୍ୟ ନାୟକ ଦଶରଥ-ନନ୍ଦନ ପ୍ରଜାନୁରଞ୍ଜକ ସୂର୍ଯ୍ୟ ବଂଶୀୟ ନରେଶ ଶ୍ରୀ ରାମଚନ୍ଦ୍ର ବିଦେହ ରାଜ୍ୟ ର ନନ୍ଦିନୀ ମା ସୀତା ତଥା ସ୍ଵ-ପତ୍ନୀଙ୍କୁ  ଅନୁଜ ଲକ୍ଷ୍ମଣ କର୍ତ୍ତୃକ ମୁନି ବାଲ୍ମୀକି ଙ୍କ ତପୋବନ ରେ ତ୍ୟାଗ କରିଦେଇଛନ୍ତି   ତଦୁପରେ ମା ଜାନକୀ ବାଲ୍ମୀକି ଆଶ୍ରମ ରେ କର୍ମକୁ ଆଦରି ଦୁଃଖିନୀ ଭାବରେ କାଳାତିପାତ କରିଛନ୍ତି  କବିତାରେ ଯେହେତୁ କାକର ବିନ୍ଦୁ ବିଷୟରେ କୁହାଯାଇଅଛି ନିଶ୍ଚିତରେ ଅନୁମାନ କରି ଶୀତ ସମୟର ଆଶ୍ରମର ଏକ ଅନିନ୍ଦ୍ୟ ଅପରୂପ ଶୋଭା ଶ୍ରୀ ଉପରେ କବି ଦୃଷ୍ଟି ଚାଳନା କରିଛନ୍ତି ବୋଲି ପ୍ରାଞ୍ଜଳ ଭାବରେ ପ୍ରକାଶ ହେଉଛି  କବିତା ଟି ରେ ବର୍ଣ୍ଣନା କରାଯାଇଥିବା ଉଷା ବା ବ୍ରାହ୍ମମୁହୂର୍ତ୍ତ କୁ କବି ଅନେକ ଗୁଣ ର ଅଧିକାରିଣୀ ଅଦ୍ୱିତୀୟ ଏକ ବିଶେଷ ନାରୀ ଭାବରେ ଉପସ୍ଥାପନ କରିଛନ୍ତି  ଆଶ୍ରମ ବାସିନୀ ଅଭାଗିନୀ ଦୁଃଖିନୀ ଏକାକିନୀ ଜନକ- ନନ୍ଦିନୀ ଜାନକୀ ଙ୍କୁ ମଙ୍ଗଳ ମୂହୁର୍ତ୍ତ (ବ୍ରାହ୍ମ ସମୟ ) କାଳରେ ଦେବୀ ଉଷା ଦର୍ଶନ ର କାମନା ରଖି ଋଷି ତପୋବନ କୁ ଚାଲିଆସିଅଛି ଓ ମା ଠାକୁରାଣୀଙ୍କୁ ଶଯ୍ୟା ତ୍ୟାଗ କରି ଦର୍ଶନ ଦେବାକୁ ନମ୍ରତା ର ସହ ଅନୁରୋଧ ଜଣାଇଛି  ଏ ହେଉଛି ଏହି କବିତା ଟି ର ପୃଷ୍ଠଭୂମି 

କବିତା  ପଂକ୍ତି ସମୂହ ର ସାଧାରଣ ଆଂଶିକ ବିଶ୍ଳେଷଣ:-

1.

ମଙ୍ଗଲେ ଅଇଲା ଉଷା       ବିକଚ- ରାଜୀବ  ଦୃଶା

ଜାନକୀ -ଦର୍ଶନ -ତୃଷା ହୃଦୟେ ବହି,

କରପଲ୍ଲବେ ନିହାର-ମୁକ୍ତା ଧରି ଉପହାର

ସତୀଙ୍କ-ବାସ- ବାହାର - ପ୍ରାଙ୍ଗଣେ ରହି,

କଳକଣ୍ଠ କଣ୍ଠେ କହିଲା

ଦରଶନ  ଦିଅ ସତିରାତି ପାହିଲା 

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ  

ଉଷା- ବ୍ରାହ୍ମ ମୁହୂର୍ତ୍ତ ବା ସକାଳ ହେବା ର ପୂର୍ବ ସମୟ

ବିକଚ- ପ୍ରସ୍ଫୁଠିତ ବା ସମ୍ପୂର୍ଣ ଭାବେ ଫୁଟିଥିବା

ରାଜୀବ -ପଦ୍ମ ଫୁଲ

ଦୃଶାଦେଖାଯାଉଥିବା

ଜାନକୀ- ସୀତାଙ୍କ ଅନ୍ୟ ଏକ ନାମ (ଜନକ ରାଜାଙ୍କ ଝିଅ ହୋଇଥିବାରୁ ଜାନକୀ )

କର- ହସ୍ତ

ପଲ୍ଲବ- ପତ୍ର

ନିହାର-ଶିଶିର

ବାସ- ରହିବା ସ୍ଥଳ

ପ୍ରାଙ୍ଗଣେ- ଅଗଣାରେ

କଳକଣ୍ଠ- କୋଇଲି

କବି ଓ କଳା-

କବି ହେଉଛନ୍ତି ଦ୍ୱିତୀୟ ବ୍ରହ୍ମା । ବିଧାତା ପୁରୁଷ ଯେଉଁଭଳି ପୃଥିବୀ ର ସୃଷ୍ଟି କର୍ତ୍ତା ଠିକ୍ ସେହିଭଳି କବି ମଧ୍ୟ ତାଙ୍କର ଏକ ବିଶାଳ ପୃଥିବୀ (ସାହିତ୍ୟ ର ) ଗଢିବସିଥାନ୍ତି ଯେଉଁ ପୃଥିବୀ ରେ ସେ ମାଙ୍କଡ଼ା ପଥର କୁ ମର୍କତ ମଣି ଭାବେ ଅବତାରଣ କରିଥାନ୍ତି  କବିତାର ପ୍ରଥମ ପଂକ୍ତି ର ଉଦାହରଣ କୁ ପର୍ଯ୍ୟାଲୋଚନା କରି ଏ ବିଷୟରେ ଏହି ଅନୁଭୂତି ଲାଭକରିବାକୁ ପଡିଥାଏ  କି କବିଙ୍କ କଳ୍ପନା-ନୟନ ରେ ଦେବୀ ଉଷାଙ୍କ ନେତ୍ର ହେଉଛି ପ୍ରସ୍ଫୁଠିତ ପଦ୍ମ ଫୁଲ  ବଣର ସବୁଜ ଶୋଭା ଧାରଣ କରିଥିବା ବୃକ୍ଷରାଜି ସମୂହ ର କୋମଳ କିଶଳୟ ତାଙ୍କର ହସ୍ତ ସଦୃଶ ଏବଂ ସେହି କୋମଳ ପତ୍ର ଉପରେ ଖସିପଡିଥିବା ପ୍ରତିଟି ଶିଶିର ବିନ୍ଦୁ କୁ ମୁକ୍ତା ଭାବେ କବି ଗ୍ରହଣ କରି ଏକ ଅସାଧାରଣ  ବିରଳ କଳ୍ପନା ର ବଳିଷ୍ଠ ଉଦାହରଣ ଦେଇଛନ୍ତି   ପଂକ୍ତି ଶେଷରେ କବି କୋଇଲି କୁ ଉଷା ର କଣ୍ଠ ର ରୂପ ପ୍ରଦାନ କରିଛନ୍ତି 

ବର୍ଣ୍ଣନା –

ମଙ୍ଗଳ ମୁହୂର୍ତ୍ତ ରେ ଦେବୀ ଉଷା ବାଲ୍ମୀକି ଆଶ୍ରମ ରେ କାଳାତିପାତ କରୁଥିବା ଜାନକୀଙ୍କ ଦର୍ଶନ ର ଅଭିପ୍ସା ହୃଦୟ ମଧ୍ୟରେ ଧାରଣ କରି ତପୋବନର ପ୍ରାଙ୍ଗଣକୁ ପହଞ୍ଚି ଆସି ଦେବୀ ସୀତାଙ୍କ ର ଦର୍ଶନ ପାଇଁ ବ୍ୟାକୁଳତା ପ୍ରକାଶ କରିଅଛି 

ବିକଶିତ ପଦ୍ମ ଫୁଲ ର ନୟନ ରେ,  ବୃକ୍ଷରାଜି ର କଅଁଳ ପତ୍ର ର ହସ୍ତ ଉପରେଶିଶିର ରୂପକ ମୁକ୍ତାସବୁର ଉପହାର ନେଇ ମୁନିଙ୍କ କୁଟୀର ନିକଟରେ ପହଞ୍ଚି ଆସିଅଛି  ରାତି ପାହି ଯାଇଥିବାରୁ ଶଯ୍ୟା ତ୍ୟାଗ କରି ଅଯୋଧ୍ୟା-ଲକ୍ଷ୍ମୀ ମାଁ ସୀତାଙ୍କୁ ଦର୍ଶନ ଦେବାକୁ ନମ୍ରତା ର ସହିତ ସେ ନିବେଦନ କରିଅଛି  

ଉଷା ହେଉଛି ସୂର୍ଯ୍ୟୋଦୟ ର ଠିକ ପୂର୍ବ ସମୟ । କବିତା ରେ କବି ଉଷା କୁ ନାରୀ ଭାବେ କଳ୍ପନା ନେତ୍ର ରେ ଦେଖିଛନ୍ତି । ରାତି ପାହି ଆସୁଥିବାରୁ ଉଷା ( ସୁର୍ଯୋଦୟ ର ପୂର୍ବ ସମୟ ) ଓ ତା ପରେ ପରେ ସକାଳ ପହଞ୍ଚି ଆସିବା ଏକ ସ୍ୱାଭାବିକ କଥା ହେଲେ କବି ତାଙ୍କର ବର୍ଣ୍ଣନା ଚାତୁର୍ଯ୍ୟତା ଦେଖାଇ ଅସାମାନ୍ୟ ଭାବେ ଏହାକୁ ନୂଆ ରୂପ ପ୍ରଦାନ କରିଛନ୍ତି । ବାସ୍ତବରେବାଲ୍ମୀକି ମୁନିବନ ରେ ସକାଳ ହୋଇଆସୁଥିବା ଯୋଗୁଁ  ଚତୁର୍ଦିଗ ରେ ଆଲୋକ ଖେଳି ଉଠିଛି । ଏହି ପ୍ରକୃତି ର ଅପରୂପ ପୃଷ୍ଠା ରେ କବି ନୂଆ ରଙ୍ଗ ପ୍ରଦାନ କରି ଉଷା ସତେକି ମା ଜାନକୀ ଙ୍କୁ ଦେଖା କରିବାକୁ ମଙ୍ଗଳ ସମୟରେ ମୁନି ବନ ରେ ପହଞ୍ଚି ଆସିଛି ବୋଲି କଲ୍ପନା ଗଢି ବସିଛନ୍ତି । 

2.

 ଅରୁଣ କଷାୟ ବାସ,         କୁସୁମ କାନ୍ତି ବିକାଶ

ପ୍ରଶାନ୍ତ ରୂପବିଶ୍ୱାସ ଦିଅନ୍ତି ମନେ,

କେଉଁ ଯୋଗେଶ୍ୱରୀ ଆସି   ମଧୁର ଭାଷେ ଆଶ୍ୱାସୀ

ଡାକୁଛନ୍ତି ଦୁଃଖରାଶି-ଉପଶମନେ,

ଦେବାପାଇଁ ନବ ଜୀବନ

ସ୍ୱର୍ଗୁ କି ଓଲ୍ହାଇଛନ୍ତି ମର୍ତ୍ତ୍ୟ ଭୁବନ 

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ  

ଅରୁଣସୂର୍ଯ୍ୟ

କଷାୟ ବାସ- ନାଲି ରଙ୍ଗ ର ବସ୍ତ୍ର

କୁସୁମ- ପୁଷ୍ପ

କାନ୍ତି - ରୂପଶ୍ରୀ

ବିକାଶ- ପ୍ରକାଶ ପାଉଥିବା

ପ୍ରଶାନ୍ତ- ପ୍ରଚୁର ଶାନ୍ତି

ଯୋଗେଶ୍ୱରୀ- ଦେବୀ ବିଶେଷ

ଆଶ୍ୱାସୀ- ଆଶ୍ୱାସନା ଦେଇ

ଉପଶମନେ-ମନରୁ ଦୂର କରିଦେବାକୁ (ଦୁଃଖ କୁ)

 କବି ଓ କଳା-

ଧରଣୀ ବକ୍ଷରେ ପ୍ରଦୋଷ ସମୟ ର ଖେଳି ଉଠୁଥିବା ନାଲି ଆଲୋକ କୁ ଉଷା ଙ୍କ ପାଟବସ୍ତ୍ର ଭାବେ କବି ଗ୍ରହଣ କରିଛନ୍ତି । ପୁଷ୍ପ ର ରୂପରଙ୍ଗ କୁ ତାଙ୍କ ଶରୀରର ରୁପରଙ୍ଗ ବୋଲି କଳ୍ପନା କରିଛନ୍ତି । ପ୍ରାତଃ ସମୟର ପ୍ରଶାନ୍ତ ରୁପକୁ  ଉଷା ଦେବୀଙ୍କ ର ଶାନ୍ତକାନ୍ତ ମୂର୍ତ୍ତି ର ରୂପ ପ୍ରଦାନ କରିଛନ୍ତି ଯାହାଙ୍କ ଦର୍ଶନ ମନ ମଧ୍ୟରେ ବିଶ୍ୱାସ ଖେଳାଇଥାଏ ଓ ପବିତ୍ରତା ଭରିଦେଇଥାଏ । ପଂକ୍ତି ଶେଷରେ ଉଷା କୁ ଯୋଗେଶ୍ୱରୀ ଭାବେ କଳ୍ପନା ନେତ୍ର ରେ କବି ରୂପ ଦେଇଛନ୍ତି , ଯିଏ ସୀତାଙ୍କ ର ଦୁଃଖରାଶି କୁ ଦୂର କରି ନୂଆ ଏକ ଜୀବନ ପ୍ରଦାନ କରିବାକୁ ସ୍ୱର୍ଗରୁ ମର୍ତ୍ତ୍ୟ କୁ ଓଲ୍ହାଇ ଆସିଛନ୍ତି 

ବର୍ଣ୍ଣନା -

ଉଷା ନାଲି ରଙ୍ଗର ବସ୍ତ୍ର ପିନ୍ଧି ପୁଷ୍ପ ର ରୂପ ସୌନ୍ଦର୍ଯ୍ୟ ଧାରଣ କରି ବିଶ୍ୱାସ ସୃଷ୍ଟି କରିପାରୁଥିବା ଭଳି ପବିତ୍ର ବେଶ ଧାରଣ କରି ମୁନି ବନ କୁ ପହଞ୍ଚି ଆସିଛି   ସ୍ୱର୍ଗ ରୁ ଯୋଗେଶ୍ୱରୀ ଦୁଃଖିନୀ ସୀତାଙ୍କ ଦୁଃଖରାଶି ପୋଛି ଏକ ନୂଆ ଜୀବନ ପ୍ରଦାନ କରିବା ନିମିତ୍ତ ବିଶ୍ୱାସ ଦେଇପାରୁଥିବା ଭଳି ମଧୁର ଭାଷାରେ ଆଶ୍ୱାସନା  ପ୍ରଦାନ କରି ମର୍ତ୍ତ୍ୟ  ଭୂମି କୁ ଓଲ୍ହାଇ ଆସି ସୀତାଙ୍କୁ ଡାକୁଛନ୍ତି କି ବୋଲି କବି ମନେ କରିଛନ୍ତି 

ଏହି ପଂକ୍ତି ରେ କବି ଉଷା କୁ ସୌନ୍ଦର୍ଯ୍ୟ ର ଅଧିକାରିଣୀ ଭାବେ ଉପସ୍ଥାପନା କରିଛନ୍ତି । ଯେହେତୁ ସକାଳ ଧରଣୀ ପୃଷ୍ଠ ରେ ମାଡି ଆସିଅଛି କବି ଙ୍କୁ ପୂର୍ବ ଦିଗ ର ସିନ୍ଦୁରା ରଙ୍ଗ ମନଲୋଭା ମନେ ହୋଇଛି ଏବଂ କଅଁଳ ଆଲୋକ ର ଏହି ସିନ୍ଦୁରା ବା କଷା ରଙ୍ଗ କୁ ଉଷା ଦେବୀଙ୍କ ପିନ୍ଧିଥିବା ପାଟ ବସ୍ତ୍ର ଭାବେ ସେ ମନେ କରିଛନ୍ତି ।

 3.

 ସମୀର ସଙ୍ଗୀତ ଗାଏ,      ଭ୍ରମର ବୀଣା ବଜାଏ,

ସୁରଭି ନର୍ତ୍ତନେ ଥାଏ ଉଷା ନିର୍ଦେଶେ,

କୁମ୍ଭାଟୁଆ ହୋଇ ଭାଟ       ଆରମ୍ଭିଲା ସ୍ତବ ପାଠ

କଳିଙ୍ଗ ଅଇଲା ପାଟ ମାଗଧ ବେଶେ,

ଲଳିତ ମଧୁରେ  କହିଲା,

ଉଠ ସତୀ ରାଜ୍ୟ-ରାଣୀ ରାତି ପାହିଲା

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ  

ସମୀର- ପବନ

ସୁରଭି- ମୃଗ ଶିଶୁ

ଭାଟ - ଗାୟକ

ସ୍ତବ- ପ୍ରାର୍ଥନା

କଳିଙ୍ଗ- କଜଳପାତି(ଏକ ପ୍ରକାର ପକ୍ଷୀ)

କୁମ୍ଭାଟୁଆ-ପକ୍ଷୀ ବିଶେଷ

ଲଳିତ -ତୋରାସୁନ୍ଦର

ରାଜ୍ୟ-ରାଣୀ - ଅଯୋଧ୍ୟା ରାଜ୍ୟ ର ରଘୁବଂଶ ର କୂଳ ବଧୂ (ସୀତା)

 କବି ଓ କଳା-

ଏହି ପଂକ୍ତି ରେ  ସୌନ୍ଦର୍ଯ୍ୟ ଭରା ପ୍ରକୃତି ର ବିଭିନ୍ନ ଜୀବନ୍ତ ଦୃଶ୍ୟରାଜି କୁ ସାଥିରେ ନେଇ  ଉଷା ବାଲ୍ମୀକି ଙ୍କ କୁଟୀର ପ୍ରାଙ୍ଗଣରେ ରହି ସୀତାଙ୍କ ଦର୍ଶନ ପାଇଁ ଅଭିନନ୍ଦନ ଉତ୍ସବ ପାଳନ କରିଅଛି   ମୃଦୁମନ୍ଦ ସମୀର ଗୀତ ଗାଉଅଛି  ମତୁଆଲା ଭ୍ରମର ବୀଣା ବାଦନ କରୁଅଛି  ମୃଗ ଶିଶୁ ନୃତ୍ୟ କରୁଅଛି  କୁମ୍ଭାଟୁଆ ପକ୍ଷୀ ସ୍ତୁତିକାର ସାଜିଛି  ଓ କଜଳପାତି ଶ୍ରେଷ୍ଠ ସ୍ତୁତିକାର ଭାବେ ସୀତାଙ୍କୁ ଶଯ୍ୟା ତ୍ୟାଗ କରି ଦର୍ଶନ ଦେବାପାଇଁ ସ୍ତୁତି ଚାରଣା କରିଛି 

ବର୍ଣ୍ଣନା -

ବ୍ରାହ୍ମ ମୂହୁର୍ତ୍ତ ର ମୃଦୁମନ୍ଦ ପବନ ଗୀତ ଗାଉଅଛି । କଲା ଭ୍ରମର ବୀଣା ବାଦନ କରୁଅଛି । ମୃଗଶିଶୁ ନୃତ୍ୟ କରୁଅଛି । କୁମ୍ଭାଟୁଆ ଓ କଜଳପାତି ଯଥାକ୍ରମେ ଭାଟ ଓ ପ୍ରଧାନ ଭାଟ ଭାବେ ଉଷା ଙ୍କ ନିର୍ଦେଶ ରେ ସ୍ତୁତି ଗାନ କରୁଛନ୍ତି ।  ଶଯ୍ୟା ତ୍ୟାଗ କରି ସେମାନଙ୍କୁ ଦର୍ଶନ ଦେବା ନିମିତ୍ତ ବିନମ୍ର ଭାବରେ  ସେମାନେ ଅଯୋଧ୍ୟା ରାଣୀ ଙ୍କୁ ପ୍ରାଥନା କରୁଛନ୍ତି 

ସକାଳ ର ମୃଦୁମନ୍ଦ ପବନ ଆଶ୍ରମ ର ତରୁ ଲତା ଦେଇ ବହୁଥିବାରୁ ଏହା ସଙ୍ଗୀତ ସଦୃଶ କବିଙ୍କ କର୍ଣ୍ଣ ରେ ମନେ ହୋଇଅଛି , ମତୁଆଳା ଭ୍ରମର ମଧୁ ସଂଗ୍ରହ ଅର୍ଥେ ପୁଷ୍ପ ଚାରିପଟେ ଗୁଞ୍ଜନ କରୁଥିବାରୁ କବିଙ୍କୁ ସେ ବୀଣା ବାଦନ କରୁ ଅଛି  ବୋଲି ପ୍ରତୀତ ହୋଇଅଛିକଅଁଳିଆ ମୃଗ ଶିଶୁ କଅଁଳ ଆଲୋକରେ ଘାସ ଭରା ପ୍ରାନ୍ତର  ଉପରେ ଡିଆଁ ମାରୁଥିବାରୁ ସେ ନୃତ୍ୟ ପ୍ରଦର୍ଶନ କରୁଅଛି ବୋଲି କବି ଗ୍ରହଣ କରିଛନ୍ତି ଏବଂ ସକାଳ ର  କାଉ ର କା କା କୁ ସ୍ତବ ପାଠ କରୁଛି ବୋଲି ଅସାଧାରଣ ନେତ୍ର ରେ କବି ପ୍ରକୃତିର ଏହି ନୈସର୍ଗିକ ଶୋଭା ଉପରେ ଦୃଷ୍ଟି ନିକ୍ଷେପ କରିଛନ୍ତି ।

 ୪.

ମୁନି-ମୁଖ ବେଦ-ସ୍ଵନ         ପୂର୍ଣ୍ଣ କଲା ଶ୍ୟାମ ବନ

ଉଠିଲା ଭେଦି ଓଁ କIର ଉଚ୍ଚ ଗଗନ

ବୈକୁଣ୍ଠେ ଦେଇ ତୃପତି ଅନନ୍ତ ଶୃତି କି  ଗତି,

ବିହିଲେ କି ସରସ୍ଵତୀ ବୀଣା ଝଙ୍କାର !

ବେଳୁଁ ବେଳ ବନ ଉଜ୍ଜଳ ,

ମନ୍ତ୍ର ବଳେ ଯେହ୍ନେ ବଢି ଆସିଲା ବଳ 

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ  

ବୈକୁଣ୍ଠ- ବିଷ୍ଣୁ

ବେଦ- ଆର୍ଯ୍ୟ ମାନଙ୍କ ର ପବିତ୍ର ଗ୍ରନ୍ଥ

ଶ୍ୟାମ ବନ- ସବୁଜ ଜଙ୍ଗଲ

ତୃପ୍ତି-ଆନନ୍ଦ

ଅନନ୍ତ- ଅସଂଖ୍ୟ ,ବାସୁକୀ ନାଗ

ଶୃତି- କାନ

ବିହିଲେ- ବାଦ୍ୟ କଲେ

କବି ଓ କଳା-

ଆଶ୍ରମ ବାସୀ ମୁନିମାନଙ୍କ ବେଦମନ୍ତ୍ର ର ଓଁ କାର ଉଚ୍ଚାରଣ କୁ ସରସ୍ଵତୀଙ୍କ ବୀଣା ଝଙ୍କାର ଭାବେ କଳ୍ପନା କରାଯାଇଛି  ଏହା ସ୍ୱର୍ଗ ମର୍ତ୍ତ୍ୟ  ଓ ପାତାଳ କୁ ଭେଦିଯାଇଅଛି   ଏହି ମୁନି ମନ୍ତ୍ର ର ଶକ୍ତି ଯୋଗୁଁ ବାଲ୍ମୀକି ଆଶ୍ରମ ସହିତ ସାରା ବନପ୍ରଦେଶ ରେ ଆଲୋକ ଭରି ଉଠିଛି 

ବର୍ଣ୍ଣନା -

ପ୍ରାତଃ ସମୟ ଯୋଗୁଁ ମୁନି ମାନେ ବାଲ୍ମୀକି ଆଶ୍ରମ ରେ ମନ୍ତ୍ରପାଠ କରିଛନ୍ତି । ଏହି ଓଁ କାର ମନ୍ତ୍ର ପାଠ ସାରା ବନ ପ୍ରଦେଶ ରେ ମୁଖରିତ ହୋଇଉଠିଛି । ଜଗତ ର ପାଳନ କର୍ତ୍ତା ବୈକୁଣ୍ଠ ବାସୀ ଙ୍କୁ ମଧ୍ୟ ସରସ୍ଵତୀଙ୍କ ବୀଣା ଝଙ୍କାର ସମ ଏହା ଆନନ୍ଦ ପ୍ରଦାନ କରିଛି ଓ ଅନନ୍ତ (ପାତାଳ ର ବାସୁକୀ ନାଗ)ଙ୍କୁ ମଧ୍ୟ ପରିତୃପ୍ତି ପ୍ରଦାନ କରିଛି । ଧୀରେ ଧୀରେ ମନ୍ତ୍ର ଶକ୍ତି ଯୋଗୁଁ ସାରା ବନ ପ୍ରଦେଶରେ ଉଜ୍ଜ୍ୱଳତା ଛାଇଯାଇଛି କି ବୋଲି କବି ଭାବନା ରାଇଜ ରେ ବିଚରଣ କରିଛନ୍ତି I ଅନ୍ୟ ଅର୍ଥ ରେ ମାଁ ସରସ୍ୱତୀ ବୀଣା ବାଦନ କରି ପ୍ରଭୁ ବିଷ୍ଣୁଙ୍କ ନିଦ୍ରା ଭଗ୍ନ କରିଥାନ୍ତି ବୋଲି ଭଗବାନ ବିଷ୍ଣୁ ଙ୍କ କର୍ଣ୍ଣ ରେ ଏହି ମୁନି ମନ୍ତ୍ର ଉଚ୍ଚାରଣ ତାଙ୍କର (ସରସ୍ଵତୀଙ୍କ ର) ବୀଣା ଝଙ୍କାର ସମ ପ୍ରତ୍ୟୟ ହୋଇଛି  ଓ ଏହା ସହିତ ଅସଂଖ୍ୟ ପ୍ରାଣୀ ଯେଉଁ ମାନଙ୍କ କର୍ଣ୍ଣ ରେ ଏହି ପବିତ୍ର ଓଁ କାର ଧ୍ୱନି ପ୍ରବେଶ କରିଛି ସେମାନେ ଗତି ବା ମୁକ୍ତି ଲାଭ କରିଛନ୍ତି 

୫.

ଏ କାଳେ ବ୍ରହ୍ମଚାରିଣୀ       ଅନୁକମ୍ପା ତପସ୍ୱିନୀ

ଆସି ଜନକ ନନ୍ଦିନୀ ପାଶେ ଗମ୍ଭୀରେ

ବୋଇଲେ, “ ଉଠ ବୈଦେହୀ,   ଉଷା ସୁକୁମାର ଦେହି

ଆସିଛିଦର୍ଶନ ଦେଇ ତୋଷ ବିଧିରେ,

  ତମସା ରହିଛି ଅନାଇ

କୋଳ କରି ଥରେ ସୁଖ ଲଭିବା ପାଇଁ " 

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ  

ବ୍ରହ୍ମଚାରୀଣି-ଅବିବାହିତା ସନ୍ୟାସିନୀ

ଜନକ ନନ୍ଦିନୀ-ସୀତା (ଜନକ ରାଜାଙ୍କ କନ୍ୟା)

ବୈଦେହୀ - ବିଦେହ ରାଜ୍ୟ ର କନ୍ୟା (ସୀତା)

ତମସା  - ଏକ ନଦୀ

ଗମ୍ଭୀରେ -ଧୀରେନମ୍ର ଭାବରେ

ସୁକୁମାର ଦେହି-କୋମଳ ଶରୀରା

ତୋଷ- ସନ୍ତୋଷ

କବି ଓ କଳା-

ବ୍ରହ୍ମଚାରିଣୀ ତପସ୍ୱିନୀ ଅନୁକମ୍ପା ସୀତା ଙ୍କୁ ଶଯ୍ୟା ତ୍ୟାଗ କରି କୁଟୀର ପ୍ରାଙ୍ଗଣ ରେ ଅପେକ୍ଷା-ରତା ଦେବୀ ଉଷା ଙ୍କୁ ଦର୍ଶନ ଦେଇ ତମସା ନଦୀ ର ମଧ୍ୟ ମନୋକାମନା କୁ ପୁର୍ଣ କରିବାକୁ ଗମ୍ଭୀର ସ୍ୱର ରେ ଜଣାଇଅଛି 

ବର୍ଣ୍ଣନା -

ପ୍ରାତଃ ସମୟ ହୋଇଯାଇଥିବାରୁ  ତପସ୍ୱିନୀ ଅନୁକମ୍ପା ନାମକ ଏକ ବ୍ରହ୍ମଚାରିଣୀ  ଜନକ ନନ୍ଦିନୀଙ୍କ ପାରୁଶ  ରେ ଉପସ୍ଥିତ ହୋଇ ଶଯ୍ୟା ତ୍ୟାଗ କରିବାକୁ ବିନମ୍ର ଭାବେ ଜଣାଇଥିଲେ ଓ କୋମଳ ଅଙ୍ଗ ଧାରଣ କାରିଣୀ ଉଷାଙ୍କୁ  ଦର୍ଶନ ଦିଅନ୍ତୁ ବୋଲି ବିଦେହ ରାଜ୍ୟ ର ନନ୍ଦିନୀ ବୈଦେହୀଙ୍କୁ  ବାର୍ତ୍ତା ପ୍ରଦାନ କଲେ । ଏହା ସହିତ ତମସା ନଦୀ ମଧ୍ୟ ତାଙ୍କୁ କୋଳକରିବାକୁ ବାଟ ଅନାଇ ରହିଥିବାରୁ ତାଙ୍କର ମନ ଭିତରେ ଥିବା ଅଭିପ୍ସା କୁ ମଧ୍ୟ ପୂର୍ଣ୍ଣ କରନ୍ତୁ ବୋଲି ସତୀଙ୍କ ସଧିରେ ସେ  ବଖାଣିଲେ 

୬.

ପଦ୍ମିନୀ-ହୃଦ-ଶିଶିର ବିନ୍ଦୁରେ ଖର-ରଶ୍ମି ର

ପ୍ରତିବିମ୍ବ ପରିବୀର ରାମ-ମୂରତି

ଶୋକ ଜର୍ଜରିତ ଚିତ୍ତ -       ଫଳକେ କରି ଚିତ୍ରିତ

ହେଲେ ଆସନୁ ଉତ୍ ଥିତ ଜାନକୀ ସତୀ,

ନମି ଅନୁକମ୍ପା ପୟରେ

ବନ୍ଦିଲେ ଉଷା ର ପଦ ସବିନୟ ରେ  

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ 

ପଦ୍ମିନୀ- ପଦ୍ମ

ଖର ରଶ୍ମି- ସୂର୍ଯ୍ୟ କିରଣ

ଆସନ- ଶଯ୍ୟା

ଉତ୍ ଥିତ - ଉଠିବା

ସତୀ- ସ୍ୱାମୀ ଅନୁରକ୍ତା ରମଣୀ ପାଇଁ ମହାନ ଉପାଧି

ନମି- ନମସ୍କାର କରିବା

ପୟରେ - ଚରଣ ରେ

ପଦ- ପାଦ

ସବିନୟ- ବିନୟ ର ସହିତ  

କବି ଓ କଳା-

ପଦ୍ମ ପାଖୁଡା ରେ ଖସିରହିଥିବା ଜଳ ବିନ୍ଦୁ ରେ ପଦ୍ମ ର ସ୍ୱାମୀ ଦିବାକରଙ୍କ ମୂର୍ତ୍ତି ପ୍ରତିଫଳିତ ହୋଇଥାଏ  ଠିକ୍ ତାଦୃଶ ସୀତା ମଧ୍ୟ ନିଜର ଚିତ୍ତ-ଫଳକ ରେ ସ୍ୱାମୀ ରାମଙ୍କ ର ପ୍ରତିମୂର୍ତ୍ତିକୁ ପ୍ରତିଷ୍ଠିତ କରି ଶଯ୍ୟା ତ୍ୟାଗ କଲେ ଓ ତପସ୍ୱିନୀ ଅନୁକମ୍ପା ଙ୍କୁ ବନ୍ଦନା କରି ଉଷା ଙ୍କୁ ଦର୍ଶନ ଦେଲେ  ସେ ତାଙ୍କର ମଧ୍ୟ ପ୍ରଶଂସା କରି ଚରଣ ବନ୍ଦନା କଲେ 

ବର୍ଣ୍ଣନା -

ଯେଉଁଭଳି ପଦ୍ମ ହୃଦୟ ରେ ଖସିଥିବା ଶିଶିରବିନ୍ଦୁ ସବୁରେ ସ୍ୱାମୀ ସୂର୍ଯ୍ୟଙ୍କ ର ପ୍ରତିବିମ୍ବିତ ପ୍ରତିମୂର୍ତ୍ତି ଶୋଭା ପାଉଥାଏଠିକ ସେଇଭଳି ଦୁଃଖ ଯାତନା ରେ ମ୍ରିୟମାଣ ହୋଇପଡିଥିବା ବୈଦେହୀ ନିଜର ଚିତ୍ତ ଫଳକ ରେ ସ୍ୱାମୀ ରଘୁକୁଳ ମଣି ଶ୍ରୀ ରାମଚନ୍ଦ୍ର ଙ୍କ ମୂର୍ତ୍ତି କୁ ପ୍ରତିଷ୍ଠା କରି  ଶଯ୍ୟା ତ୍ୟାଗ କଲେ । ତପସ୍ୱିନୀ ଅନୁକମ୍ପାଙ୍କ ପୟର ବନ୍ଦନା କରି ତଦୁପରେ ବିନମ୍ର ଭାବେ ସୁକୁମାରଦେହୀ ଉଷା ଙ୍କୁ ଦର୍ଶନ ଦେଲେ ଓ ତାଙ୍କର ମଧ୍ୟ ଚରଣ ବନ୍ଦନା କଲେ ସେ  

 ୭.

ବୋଇଲେ ତାକୁ ପ୍ରଶଂସି,    “ ତୁମେ ତିମିର ବିଧ୍ଵଂସୀ 

ରବି-ଆଗମନ- ଶଂସୀ ହୁଅ ସଂସାରେ

ତୁମ୍ଭ କୋମଳ ଚରଣ         କରେ ଜ୍ୟୋତି ଆହରଣ

ତହିଁ ଯାଉଛି ଶରଣ ଦୃଢ ଆଶାରେ,

ଶୁଭ୍ର ସଉରଭ ରସିକେ

ଶୁଭ-ସମ୍ପାଦିନୀ ହୁଅ ରଘୁବଂଶିକେ " 

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ  

ପ୍ରଶଂସୀ - ପ୍ରଶଂସା ପୂର୍ବକ

ତିମିର- ଅନ୍ଧାର

ବିଧ୍ଵଂସୀ ଧ୍ବଂସକାରିଣୀ

ରବି- ସୂର୍ଯ୍ୟ

ଜ୍ୟୋତି- ଆଲୋକ

ଶରଣ- ସମର୍ପଣ

ଶଂସୀ - ସୂଚନା ପ୍ରଦାନ କାରିଣୀ

ଶୁଭ ସମ୍ପାଦିନୀ- ମଙ୍ଗଳ ମୟୀଶୁଭ ଖବର ପ୍ରଦାୟୀନି

କବି ଓ କଳା-

ଉଷା ଙ୍କୁ ତୁମେ ତିମିର ବିନାଶିନୀ ବୋଲି ଜନକ ନନ୍ଦିନୀ ପ୍ରଶଂସା ପୂର୍ବକ ସଂସାରରେ ଭାସ୍କରଙ୍କ ଆଗମନ ର ବାର୍ତ୍ତା ବହନକାରୀଣି ବୋଲି କହିଛନ୍ତି  ତାଙ୍କ କୋମଳ ଚରଣ ରେ ଆଲୋକ ଶରଣ ଯାଉଛି ବୋଲି ପୁନର୍ବାର ତାଙ୍କର ମହିମା ଗାନ କରିଛନ୍ତି  ଆଲୋକ ଶରଣ ଯାଇ ନିଜକୁ ଧନ୍ୟ ମନେକରୁଥିବା ସେଇ ଚରଣ ରେ ସେ ମଧ୍ୟ ସୁଖ ଜୀବନ ର ପ୍ରାପ୍ତି ଆଶା ରଖି ଶରଣ ଯାଉଛନ୍ତି ବୋଲି ଭାସିଛନ୍ତି ଓ ରଘୁବଂଶ ର ଶୁଭ ସମ୍ପାଦିନୀ ହେବାକୁ ବିନମ୍ର ଭାବରେ ଉଷା ଙ୍କୁ  ନିବେଦନ କରିଛନ୍ତି 

ବର୍ଣ୍ଣନା -

ଉଷା ଙ୍କୁ ତୁମେ ତିମିର ବିନାଶିନୀ ବୋଲି ଜନକ ନନ୍ଦିନୀ ପ୍ରଶଂସା ପୂର୍ବକ ସଂସାରରେ ଭାସ୍କରଙ୍କ ଆଗମନ ର ବାର୍ତ୍ତା ବହନକାରିଣୀ ବୋଲି କହିଛନ୍ତି । ଉଷାକାଳ ପରେ ପ୍ରାତଃ ସମୟ ଯୋଗୁଁ ଚତୁର୍ଦିଗ ରେ ଆଲୋକ ଖେଳି ଆସୁଥିବାରୁ ତାଙ୍କ କୋମଳ ଚରଣ ରେ ସେହି ଆଲୋକ ଶରଣ ଯାଉଛି ବୋଲି ପୁନର୍ବାର ତାଙ୍କର ମହିମା ଗାନ କରିଛନ୍ତି । ଆଲୋକ ଶରଣ ଯାଇ ନିଜକୁ ଧନ୍ୟ ମନେକରୁଥିବା ସେଇ ଚରଣ ରେ ସେ ମଧ୍ୟ ସୁଖ ଜୀବନ ର ପ୍ରାପ୍ତି ଆଶା ରଖି ଶରଣ ଯାଉଛନ୍ତି ବୋଲି ଭାସିଛନ୍ତି ଓ ରଘୁବଂଶ ର ଶୁଭ ସମ୍ପାଦିନୀ ହେବାକୁ ବିନମ୍ର ଭାବରେ ଉଷା ଙ୍କୁ  ନିବେଦନ କରିଛନ୍ତି 

୮.

ଉତ୍ସୁକ ହୃଦୟେ ରାତ୍ରି-        ଶେଷରେ ଆଶ୍ରମ ଧାତ୍ରୀ

ତମସା ନିର୍ମଳ-ଗାତ୍ରୀ ପବିତ୍ର-ଧାରା

ପ୍ରାଙ୍ଗଣେ କୁସୁମ ବିଞ୍ଚି         ସୁବାସିତ ନୀର ସିଞ୍ଚି

ମଙ୍ଗଳ ପ୍ରଦୀପ ରଚି ପ୍ରଭାତୀ ତାରା,

ମୁହୁର୍ମୁହୁ ମୀନ-ନୟନେ

ଚାହୁଁଥିଲା ସୀତା ସତୀ ଶୁଭାଗମନେ 

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ 

ଉତ୍ସୁକ-ବ୍ୟାକୁଳ

ତମସା- ଆଶ୍ରମ ନିକଟ ଦେଇ ବହିଯାଉଥିବା ନଦୀ

ନିର୍ମଳ ଗାତ୍ରୀ- ନିର୍ମଳ ଶରୀର ଧାରିଣୀ 

କୁସୁମ -ପୁଷ୍ପ

ପ୍ରଦୀପ- ଦୀପ

ପ୍ରଭାତୀ ତାରା- କୁଆଁ ତାରା  

ମୁହୁର୍ମୁହୁ- କ୍ଷଣ କୁ କ୍ଷଣବାରମ୍ବାରଥରକୁ ଥର 

ଶୁଭାଗମନେ-ଶୁଭ ଆଗମନ କୁ

କବି ଓ କଳା-

ତମସା ନଦୀ କୁ ଆଶ୍ରମ ଧାତ୍ରୀ ବୋଲି କବିତାରେ ଗ୍ରହଣ କରାଯାଇଛି । ସେ ନିର୍ମଳ ଶରୀରା ଓ ପବିତ୍ର ଜଳ ଧାରା ଯୁକ୍ତା । ସୀତାଙ୍କ ଆସିବା ପଥ ରେ କୁସୁମ ବିଞ୍ଚି ଓ ସୁବାସିତ ନୀର ସିଞ୍ଚି ପ୍ରଦୀପ ରଖି ମୀନ ନୟନରେ ଅପେକ୍ଷା  କରି ରହିଛି  

ବର୍ଣ୍ଣନା -

ବ୍ୟାକୁଳ ହୃଦୟରେ ତମସା ନଦୀ ରାତି ଶେଷରେ ମାଁ ସୀତାଙ୍କ ର ଆସିବା ପଥକୁ ଅନାଇ ରହିଛି । ପବିତ୍ର ଜଳଧାରା ଯୁକ୍ତା ନିର୍ମଳ ଶରୀରା ଉଷା ସୀତାଙ୍କ ଆସିବା ପଥ ରେ କୁସୁମ ବିଞ୍ଚି ଓ ସୁବାସିତ ନୀର ସିଞ୍ଚି ପ୍ରଭାତୀ ତାରା କୁ ମଙ୍ଗଳ ପ୍ରଦୀପ ଭାବେ ସାଜି ବାରମ୍ବାର ମୀନ ନୟନ ରେ ଜାନକୀ ଙ୍କ ଆସିବା ବାଟ କୁ ଉଚ୍ଛନ୍ନ ଚିତ୍ତରେ ଅପେକ୍ଷା କରି ରହିଛି । ପ୍ରାତଃ କାଳ ରେ ବୃକ୍ଷ ମୂଳ ରେ ବିଞ୍ଚି ହୋଇ ଖସି ପଡ଼ିଥାଏ  ନାନା ରଙ୍ଗ ର ମହକ ଭରା ଆକର୍ଷଣୀୟ ବନ ଫୁଲ ଏବଂ ସେ ସବୁ ଉପରେ ଶିଶିର ବିନ୍ଦୁ ପତିତ ହେବା ସ୍ୱାଭାବିକ । ସକାଳ ହୋଇ ଆସୁଥିବାରୁ କୁଆଁ ତାରା ମଧ୍ୟ ଆକାଶ ରେ ଝଟକିବା ପ୍ରକୃତିର ଏକ ଅପରୂପ ଦୃଶ୍ୟ ରାଜି ହେଲେଏହି ଦୃଶ୍ୟ କୁ କବି ଅନ୍ୟ ମାର୍ଗ ରେ ମନଲୋଭା ଢଙ୍ଗ ରେ ରୂପ ପ୍ରଦାନ କରି ବର୍ଣ୍ଣନା ଚାତୁରୀ ରେ ପାଠକ ପାଠିକାଙ୍କର ର ମନ ମୋହିନେଇଛନ୍ତି ।

 ୯.

ଊଟଯୁ ତାପସ କନ୍ୟା-        ଗଣଙ୍କ ଆଦର-ବନ୍ୟା

        ପ୍ଳାବନେ ଜଗତ-ଧନ୍ୟା-ସତୀ ରତନ

ବାହାରି ଅବଗାହନେ        ଅନୁକମ୍ପା ଙ୍କ ଗହଣେ

ତମସା ଧାର ବହନେ କଲେ ଗମନ !

ସତୀ ଙ୍କି ତମସା ଅଙ୍କରେ

ଘେନି ସ୍ନେହେ ଆଲିଙ୍ଗିଲା ତରଙ୍ଗ-କରେ  

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ  

ଊଟଯୁ - ମୁନି ଆଶ୍ରମରୁ

ଅବଗାହନେ - ଗାଧୋଇବା ସକାଶେ

ଗହଣେ- ମେଳ ରେ

ଅଙ୍କ- କୋଳ

କରେ- ହସ୍ତରେ

ପ୍ଳାବନେ- ପ୍ଲାବିତ ହୋଇଯିବା କାରଣରୁ

ଧନ୍ୟା- ଧନ୍ୟ ମନେ  କରିବା

କବି ଓ କଳା-

ଆଶ୍ରମ ରୁ ବାହାରି ମୁନି କନ୍ୟା ଗଣଙ୍କ ଗହଣ ରେ ସୀତା ତମସା କୂଳ କୁ ବାହାରିଲେ  ମୁନି କନ୍ୟା ଗଣଙ୍କ ସହିତ ସେ ଜଗତ କୁ ପ୍ଲାବିତ କରିଯାଉଛନ୍ତି ବୋଲି କବି ମନେକରିଛନ୍ତି  ସୀତା ଙ୍କୁ ତମସା କୋଳେଇ ନେଇଛି ଓ ସୀତାଙ୍କ ଯୋଗୁ ସେ ଧନ୍ୟା ହୋଇଛି ବୋଲି ତୃପ୍ତି ପ୍ରକାଶ କରିଛି   ସୀତାଙ୍କୁ ଆଲିଙ୍ଗନ କରି ପରମ ଶାନ୍ତି ଲାଭ କରିଛି ତମସା 

 ବର୍ଣ୍ଣନା -

ଶଯ୍ୟା ତ୍ୟାଗ କରି ଆଶ୍ରମ ରୁ ବାହାରି ସୀତା ମୁନି କନ୍ୟା ମାନକ ସହିତ ଜଗତ କୁ ପ୍ଲାବିତ କରି ସ୍ନାନାର୍ଥେ ତମସା କୂଳରେ ପହଞ୍ଚିଲେ । ମୁନି କନ୍ୟା ଙ୍କ ସହିତ ଜାନକୀ ଚାଲିଯାଉଥିବା ଦୃଶ୍ୟ ଜଗତ କୁ ଧନ୍ୟା କରିଥିଲା   ତମସା ନଦୀ ମଧ୍ୟ ସୀତା ଙ୍କୁ କୋଳେଇ ପରମ ତୃପ୍ତି ଲାଭ କଲା ତଥା ତରଙ୍ଗ-କର ରେ ଠାକୁରାଣୀ ଙ୍କୁ ସେ ଆଲିଙ୍ଗନ କଲା   ସୀତାଙ୍କୁ ମାଧ୍ୟମ କରି ପ୍ରକୃତିକୁ ଜୀବନ୍ତ ଭାବେ କବି ନିଜ ନୟନ ରେ ଅବଲୋକନ କରିଛନ୍ତି । ପ୍ରକୃତିର ପ୍ରତିଟି ଦୃଶ୍ୟରାଜି କବିଙ୍କ ହସ୍ତ କୌଶଳ ଯୋଗୁଁ ହୋଇପାରିଛି ଜୀବନ୍ତ ଏବଂ ଅମୁଲ୍ୟ 

 ୧୦.

ଅମୃତ ମଧୁର ସ୍ଵରେ          ଭାଷିଲା ପରିତୋଷ ରେ

“ ମାଆ ଗୋ ମୋ ମାନସ ରେ ନ ଥିଲା ଆଶା,

କରିବ ଅଙ୍କେ ବିହାର         ରାଜ ଲକ୍ଷ୍ମୀ ହୃଦ ହାର

ସୀତା କରି ପରିହାର ଭୋଗ-ପିପାସା ,

ଭାଗ୍ୟବତୀ ମୋତେ ସଂସାରେ

ବୋଲିବେ ତୋ’ ଯୋଗୁଁ ଏକା ପରଶଂସାରେ " 

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ 

ଭାଷିଲା- କହିଲା

ପରିତୋଷ ରେ - ଆନନ୍ଦ ରେ

ମାନସଚିତ୍ତ

ଅଙ୍କେ -କୋଳରେ

ପରିହାର  କରି - ତ୍ୟାଗ କରି

ଭୋଗପିପାସା-ମୋହମାୟା ଜଡିତ ସୁଖ ର କାମନା

ବୋଲିବେ-କହିବେ

କବି ଓ କଳା-

ତମସା ନିଜ ହୃଦୟରେ ମା ଜାନକୀ ଙ୍କୁ ଲାଭ କରିବ ବୋଲି କେବେ ତା ମନ ମଧ୍ୟ ରେ ଆଶା ରଖିନଥିଲା  ମାଁ ସୀତାଙ୍କ ଯୋଗୁଁ ସେ ଧନ୍ୟା ହୋଇ ପ୍ରଶଂସା ଲାଭ କରିବ ବୋଲି ପ୍ରକାଶ କରିଅଛି 

ବର୍ଣ୍ଣନା -

ମାଁ ସୀତା ଙ୍କୁ ନିଜ ହୃଦୟରେ ଲାଭ କରିବ ବୋଲି ତମସା ର ସ୍ୱପ୍ନ ବି ନ ଥିଲା । ଅଯୋଧ୍ୟା ର ରାଜ ଲକ୍ଷ୍ମୀ ରାଜ ଭୋଗ ତ୍ୟାଗ କରି ଆଶ୍ରମ ବାସିନୀ ହୋଇ ତମସା କୁ ସାରା ସଂସାରରେ ଭାଗ୍ୟବତୀ ର ନାମ ପ୍ରଦାନ କରିବେ ବୋଲି ତାକୁ ଜଣା ନ ଥିଲା । ସୀତାଙ୍କ ଯୋଗୁଁ ତମସା  ପ୍ରଶଂସିତା ହୋଇପାରିବ ବୋଲି ମନେ ମନେ ପରମ ସନ୍ତୋଷ ଲାଭ କରିଛି ଓ ତା ଜୀବନ ଧନ୍ୟ ହୋଇଯାଇଛି ବୋଲି ସେ ସ୍ପଷ୍ଟ କରିଛି 

READ OUR  OTHER POSTS

1.    ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

2.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

3.    ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

4.    ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

5.    ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

6.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

7.    କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

8.    ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

9.    ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

10.    କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

11.    କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

12.    ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

13.    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

14.    ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

15.    ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

16.    ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

17.    ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

18.    ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

19.    ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା

20.    ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

21.    The Road Not Taken- CLASS-IX- An analytical description in English

22.    The Ant and The Cricket- CLASS-VIII- An analytical description in English

23.    Squirrel- CLASS-VII- An analytical description in English

24.    ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

25.    How the camel got his hump- CLASS-VIII- An analytical description in English

26.    THE LOST CHILD- CLASS-IX- An analytical description in English

27.    କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

28.    Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ

29.    Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ

30.    THE FUN THEY HAD- CLASS-IX- An analytical description in English

31.    A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ

32.    FIRE AND ICE- CLASS-X- An analytical description in English

33.    ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା

34.    DUST OF SNOW- CLASS-X- An analytical description in English

35.    A LETTER TO GOD-CLASS-X- An analytical description in English

36.    ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

37.    ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

38.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

39.    ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

40.    ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

41.    ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

42.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

43.    ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା



- M. B. Prasad.

copyright© 2023 M. B . Prasad, ABC Learning Point.

 All rights reserved.

No part of this publication may be  reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.

ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ  ଖବର କରିବେ ବୋଲି ଆଶା ରଖୁଛୁ ।

Write us at pointabclearning@gmail.com

*****


Comments