Chilika re sayantana drushya- ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

 


ଚିଲିକାରେ ସାୟନ୍ତନ ଦୃଶ୍ୟ

-କବିବର ରାଧାନାଥ ରାୟ 

ସାହିତ୍ୟ ଏକ ସିନ୍ଧୁ  ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ  ତାଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ  କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି  ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ   ମଧ୍ୟ ବିବେଚିତ ହୋଇପାରେ ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ 

Analysed By-M.B. Prasad.

ପୂର୍ବାଭାସ:-

ନିମ୍ନଲିଖିତ ପଂକ୍ତି ସବୁକୁ ଧ୍ୟାନ ର ସହ ପଢ ।

ମିଶିଯାଏ ଯଥା ପ୍ରଭାତୀ-ତାରା ରବି-କିରଣେ,

ମିଶିଯାଏ ଯଥା ଜୀବାତ୍ମା  ବିଶ୍ଵ  ଆତ୍ମା ଚରଣେ,

ମିଶିଯାଏ ଯଥା ଚପଳା ନୀଳ-ଜଳଦ ଅଙ୍ଗେ,

ମିଶିଗଲା ତଥା ଅବଳା ସେହି ନୀଳ-ତରଙ୍ଗେ 

-ରାଧାନାଥ ରାୟ

 କିମ୍ବା

ଉତ୍କଳ-କମଳା-ବିଳାସ-ଦୀର୍ଘୀକା

ମରାଳ-ମାଳିନୀ ନୀଳାମ୍ବୁ-ଚିଲିକା“

-ରାଧାନାଥ ରାୟ

କିମ୍ବା

“ କାତ ଧରି ଧିରେ ନାଉରି ନେଲା ଆହୁଲା କରେ

ମାଁ କାଳିଜାଇ ସୁମରି ମଙ୍ଗ ସଳଖି ଧରେ“

-ପଣ୍ଡିତ ଗୋଦାବରୀଶ ମିଶ୍ର

          ଚିଲିକା ଖଣ୍ଡକାବ୍ୟ ରଚନା କରି ଯେଉଁ ମହାନ୍ କବି ସମଗ୍ର ଓଡ଼ିଆ ସାହିତ୍ୟ ଇତିହାସ ରେ ଚାଞ୍ଚଲ୍ୟ ଖେଳାଇ ଏକ ବିଶିଷ୍ଟ ସ୍ଥାନ ର ଅଧିକାରୀ ହୋଇ ପାରିଥିଲେସେ ହେଉଛନ୍ତି ଯୁଗଜୟୀ ପ୍ରତିଭା କବିବର ରାଧାନାଥ ରାୟ  ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟ ର ସମ୍ମିଶ୍ରଣ ରେ ଏକ ନୂଆ ଯୁଗ ସୃଷ୍ଟି କରି ଓଡ଼ିଆ ସାହିତ୍ୟ ଇତିହାସ ର ଗଗନ କୁ ମଣ୍ଡନ କରିଥିଲେ ଏଇ ଅମ୍ଲାନ ତାରକା 

ଆଜୀବନ ଦାରୁଣ ରୋଗ ଯନ୍ତ୍ରଣା ଓ ଦୁଶ୍ଚିନ୍ତା ରେ ଘାରିହୋଇଥିଲେ ମଧ୍ୟ “ କବିବର “ ମୁକୁଟ ପିନ୍ଧି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଅମ୍ଳାନ କୃତି ସବୁର ଭେଟି ଦେଇ ଜନ-ମାନସ ରେ ସ୍ଥାନ ପ୍ରତିଷ୍ଠା କରିପାରିଥିବା ଉତ୍କଳ ମାଟିର ଏହି ମହାନ ପୁତ୍ରଙ୍କ ର ଜନ୍ମ ହୁଏ ଘନ-ବନାନୀ ଘେରା ବାଲେଶ୍ୱର ର ସୋର ଅଞ୍ଚଳରେ  ଧନ୍ୟ ସେହି କବି ଯିଏ ନିଜକୁ ଦୁଃଖ ଯାତନା ଭିତରେ ଛନ୍ଦିରଖି ପାଠକ ସମାଜ କୁ ଦେଇ ପାରିଛନ୍ତି ଅମାପ ଖୁସି  ଓଡ଼ିଆ ସାହିତ୍ୟ ଇତିହାସ ରେ ତାଙ୍କର କାଳ କୁ ରାଧାନାଥ ଯୁଗ ବୋଲି ନାମକରଣ କରାଯାଇଅଛି 

କବିଙ୍କର ମହାନ୍ ସୃଷ୍ଟି ସବୁ ଭିତରେ ଚନ୍ଦ୍ରଭାଗାନନ୍ଦୀକେଶ୍ଵରୀକେଦାର ଗୌରୀ , ପାର୍ବତୀଉର୍ବଶୀଚିଲିକାମହାଯାତ୍ରା ଆଦି ଗ୍ରହଣୀୟ 

ଚିଲିକା କବିଙ୍କର ଏକ ଖଣ୍ଡ କାବ୍ୟ  ଏହା ଏକ ଅମୂଲ୍ୟ କୃତି   ଏହି ଖଣ୍ଡ କାବ୍ୟ ର କିଛି ଅଂଶକୁ -“ଚିଲିକା ର ସାୟନ୍ତନ ଦୃଶ୍ୟ “ ଭାବେ ନାମକରଣ କରାଯାଇଛି 

ଏହି କବିତାରେ କବି ଚିଲିକା ର ପ୍ରାକୃତିକ ଦୃଶ୍ୟରାଜି ଉପରେ ଆଲୋକପାତ କରିଛନ୍ତି  ଚିଲିକା ର ସ୍ୱର୍ଗୀୟ ସୌନ୍ଦର୍ଯ୍ୟ କୁ ବିଭିନ୍ନ ଅଳଙ୍କାରର ସମାଗମ ମାଧ୍ୟମରେ କବି ତାଙ୍କର ଅସାଧାରଣ କଳ-କୌଶଳ ର ପରିଚୟ ପ୍ରଦାନ କରିଛନ୍ତି  ଓ ଆନନ୍ଦିତ ଭାବେ ଚିଲିକା ର ରୂପ ମାଧୁରୀଙ୍କୁ   ଶତମୁଖା ହୋଇ ପ୍ରଶଂସା କରି ଆତ୍ମହରା ହୋଇଛନ୍ତି 

କବିଙ୍କ ବିଷୟରେ ଅଧିକ ଜାଣିବା ଲାଗି -

୧. ସମ୍ପର୍କିତ ପୁସ୍ତକ କୁ ପ୍ରଥମେ ମନ ଲଗେଇ ପଢିବା ଉଚିତ୍ 

୨. ଛାତ୍ର /ଛାତ୍ରୀଙ୍କ କ୍ଷେତ୍ର ରେ ଅବିଭାବକ ଓ ଶିକ୍ଷକଙ୍କ ନିକଟରୁ ଏ ବିଷୟରେ ଶୁଣିନେବା ଯଥୋଚିତ 

୩. ଅଧିକ ଜ୍ଞାନଲିପ୍ସୁ ହେବାକୁ ଯତ୍ନତା ର ସହିତ ବୈଷୟିକ ବିଜ୍ଞାନ ଉପରେ ନିର୍ଭର କରିବାକୁ  ହେବ 

୪. କବିଙ୍କ ଆତ୍ମଜୀବନ ସମ୍ୱନ୍ଧୀୟ ପୁସ୍ତକ ଓ କୃତି ସମୂହ ପଢିବା ଅତ୍ୟାବଶ୍ୟକ 

କବିତା ର ପୃଷ୍ଠଭୂମି :-

ଉତ୍କଳ ର ରମ୍ୟ-ରୂପସୀ ମନମୋହନ କାରିଣୀ ସୌନ୍ଦର୍ଯ୍ୟ ର ଅଧିକାରିଣୀ ଚିଲିକା ହାସ୍ୟମୟୀ  ଅଙ୍ଗେ ଅଙ୍ଗେ ତାର ଚଳଚଞ୍ଚଳତା  କବି ପ୍ରାଣ କୁ କରିଛି ବିମୁଗ୍ଧ   କାବ୍ୟ ନାୟିକା ର ଏତାଦୃଶ ରୂପ-ମାଧୁରୀ ସ୍ରଷ୍ଟାଙ୍କୁ କରିଛି ଆତ୍ମହରା  ଚିଲିକା ର  ପ୍ରାକୃତିକ ସୌନ୍ଦର୍ଯ୍ୟ ର ଅଦ୍ୱିତୀୟ ଅପରୂପ ଦୃଶ୍ୟ ରାଜି କବିଙ୍କୁ ନେଇଯାଇଛି କଳ୍ପନା ର ନୈସର୍ଗିକ ଧାମ କୁ  ଶବ୍ଦ ଗୁମ୍ଫନର ଚାତୁର୍ଯ୍ୟତା ପ୍ରକାଶ କରି କବି ରୁପସୀ ଚିଲିକା କୁ ପ୍ରଶଂସା କରିବାରେ ଶତମୁଖ ହୋଇ ଉଠିଛନ୍ତି  

କବିତା  ପଂକ୍ତି ସମୂହ ର ସାଧାରଣ ଆଂଶିକ ବିଶ୍ଳେଷଣ

"ପ୍ରାଚୀ-ମୂଳ ଏବେ ମୀନ -ଜୀବୀ ନାବେ

ଛାୟାକାରେ ଚିତ୍ର ଦିଶେ ଠାବେ ଠାବେ,

ମତ୍ସ୍ୟ ଧରି ସେହୁ ସମୁଦ୍ର ମୁହାଣେ

ନିଜ ଗୃହ କଥା ଭାବି ଏକ ଧ୍ୟାନେ,

ଭାଲେରୀ ଶିଖ ରେ ସନ୍ଧ୍ୟା-ତାରା ଦେଖି

ଆସନ୍ତି ପଟିକା ମହୋଲ୍ଲାସେ ଟେକି, "

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ  

ପ୍ରାଚୀ -ପୂର୍ବ ଦିଗ

ମୀନ-ଜୀବୀ -ଧୀବର

ମୁହାଣେ - କୂଳ ନିକଟକୁ

ଭାଲେରୀ -ଚିଲିକା ନିକଟସ୍ଥ ଏକ ପର୍ବତ

ଶିଖ -ଶୀର୍ଷ ଅଂଶ

ସନ୍ଧ୍ୟା -ତାରା-କୁଆଁ ତାରା

ପଟିକା -ନୌକା ରେ ବ୍ୟବହାର କରାଯାଉଥିବା ପାଲ 

କବି ଓ କଳା:-

ମତ୍ସ୍ୟ ଜୀବୀ ମାନେ ଚିଲିକା ଗର୍ଭ ଭିତରକୁ ମାଛମାରିବା ଉଦ୍ଧେଶ୍ୟ ରେ ପ୍ରବେଶ କରି ଚିଲିକା ର ପୂର୍ବ ମୁହାଣ ଆଡେ ନୌକା ନେଇ ଚାଲିଯାଇଛନ୍ତି  ଦୂର କୁ ଚାଲିଯାଇଥିବାରୁ ସେମାନଙ୍କ ନୌକା ସହିତ ସେମାନେ  ଅସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛନ୍ତି  କ୍ରମଶଃ ସନ୍ଧ୍ୟା ଚିଲିକା ଜଳରାଶିକୁ ଆଗମନ କରିଛି ଓ  ଗୃହକୁ ପ୍ରତ୍ୟାବର୍ତ୍ତନ କରିବାର ସମୟ ହୋଇଯାଇଛି ଜାଣିମତ୍ସ୍ୟ ଧରି ସେହି ଧୀବର ମାନେ ସମୁଦ୍ର ମୁହାଣ ଆଡକୁ ଫେରିଆସୁଛନ୍ତି  ଭାଲେରୀ ପର୍ବତ ଶିଖରରେ ସନ୍ଧ୍ୟା ତାରା କୁ ଦର୍ଶନ କରି ଚିଲିକା ଗର୍ଭରୁ ପ୍ରତ୍ୟାବର୍ତ୍ତନର ସମୟ କୁ ନିଶ୍ଚିତ କରି ଜାହାଜ ର ପାଲ ଟାଣି ଆନନ୍ଦ ଚିତ୍ତରେ ନିଜନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି 

ବର୍ଣ୍ଣନା:-

ମତ୍ସ୍ୟ ଜୀବୀ ମାନେ ଜୀବିକା ନିର୍ବାହ ଦୃଷ୍ଟିକୋଣରୁ  ମାଛ ଧରିବା ଉଦ୍ଧେଷ୍ୟରେ ଚିଲିକା ଗର୍ଭର ପୂର୍ବ ମୁହାଣ ଆଡେ ନାବ ନେଇ ଚାଲିଯାଇଛନ୍ତି ଦୂରରୁ ଦୁରକୁ  ଚିଲିକା ଜଳରାଶି ଭିତରକୁ ନେଇଆସିଥିବା ଧୀବବରମାନଙ୍କ ସେହି ନାବ ସମୂହ ଦୂରରୁ ଛାଇ ସମ ପ୍ରତୀତ ହେଉଅଛି ଓ ଚିଲିକା ଗର୍ଭର ଲହରୀ ମାଲ ଯୋଗୁଁ ଅସ୍ପଷ୍ଟ ମନେହେଉଅଛି 

ମାଛ ମାରିସ।ରିବାରୁ ସେହି ମୀନ ଜୀବୀ ମାନେ ଖୁସି ମନରେ ଚିଲିକା ର ମୁହାଣ ପଟକୁ ଫେରିଆସୁଛନ୍ତି  ଫେରୁଥିବା ସମୟରେ ଘରର ପିଲା,ଛୁଆ,ପତ୍ନୀ କଥା ମନେପଡିଯାଇଛି   ସେମାନଙ୍କ ହିତ ସାଧନ ପାଇଁ ହିଁ ତ ଧୀବର ଚିଲିକା ଗର୍ଭ କୁ ମୀନ ମାରିବାକୁ ଆସିଥାଏ  ସେମାନଙ୍କୁ ପୋଷିବା ଦାୟିତ୍ୱ ତା' 

ଭାଲେରୀ ଶିଖର ସନ୍ଧ୍ୟା ତାରା ସେମାନଙ୍କୁ ଗୃହକୁ ପ୍ରତ୍ୟାବର୍ତ୍ତନ କରିବାର ସମୟ ସୂଚେଇଅଛି I ତେଣୁକରି ଡଙ୍ଗା ର ପାଲ ଟାଣି ମହା ଉଲ୍ଲାସ ଚିତ୍ତରେ ଧୀବର ମାନେ ଫେରିଆସୁଛନ୍ତି  ଆନନ୍ଦ ଝରିପଡ଼ୁଅଛି ସେମାନଙ୍କ ପ୍ରତିଟି କଥାରେ 

 ତାଙ୍କ କଣ୍ଠୁ କବି ସୂର୍ଯ୍ୟ-ଗୀତାମୃତ

ଦୂରୁଁ ବହି ଆଣେ ଚିଲିକା-ମାରୁତ,

ଉଲ୍ଲାସ ର ଆତ୍ମା ପ୍ରାୟେ ଗୀତ-ତାନ

ହ୍ରଦ-ନୀଳ-ବକ୍ଷେ କରେ ଅଧିଷ୍ଠାନ,

ହସନ୍ତି ଚୌଦିଗେ ମଧୁର-ହାସିନୀ ,

ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୁଳ-ବାସିନୀ,

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ  

 ମାରୁତ-ପବନ

ମଧୁର-ହାସିନୀସୁନ୍ଦର ସ୍ମିତହାସ କରୁଥିବା ରମଣୀ

ଦିଗଙ୍ଗନା-ଦିଗ ରୂପି ରମଣୀ

ଜ୍ୟୋତ୍ସ୍ନାଚନ୍ଦ୍ରାଲୋକ

ଦୁକୂଳପାଟ ବସ୍ତ୍ର

ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୁଳ-ବାସିନୀଚନ୍ଦ୍ରାଲୋକ-ପାଟବସ୍ତ୍ର ପିନ୍ଧିଥିବା ଦିଗ-ରମଣୀ

କବି ଓ କଳା:-

ଖୋଲା ମନରେ ଧୀବର ମାନେ କବିସୁର୍ଯ୍ୟଙ୍କ ରଚିତ କିଶୋର ଚନ୍ଦ୍ରାନନା ଚମ୍ପୁ ର ଗୀତ ଗାନ କରୁଥିବାର ସେଇ ସୁର ଲହରୀ କୁ ପ୍ରବାହିତ ପବନ ଚିଲିକା ବକ୍ଷ ରେ ସଞ୍ଚାଳିତ କରୁଅଛି  ଉଲ୍ଲାସ ର ଆତ୍ମା ପ୍ରାୟ ସେହି ସଙ୍ଗୀତ ର ଧ୍ୱନି  ସମଗ୍ର ଚିଲିକା ର ଜଳରାଶି ଉପରେ ବିରାଜିତ ମନେହେଉଅଛି    ଅନିନ୍ଦ୍ୟ ରୂପଶ୍ରୀ ଧାରଣ କରିଥିବା ଦିଗଙ୍ଗନା ମାନେ ଚନ୍ଦ୍ରାଲୋକ ବସ୍ତ୍ର ପିନ୍ଧି ସ୍ମିତ ହାସ କରୁଛନ୍ତି ବୋଲି କବି କହିଛନ୍ତି 

ବର୍ଣ୍ଣନା :-

ମତ୍ସ୍ୟ ଜୀବୀ ମାନେ ଚିଲିକା ଗର୍ଭରୁ ମତ୍ସ୍ୟ ଧରି ଆନନ୍ଦ ଚିତ୍ତ ରେ ଫେରିଆସୁଥିବା ବେଳେ କବିସୂର୍ଯ୍ୟ ଙ୍କ ରଚିତ ”  କିଶୋର ଚନ୍ଦ୍ରାନନା ଚମ୍ପୁ “ ର ଗଲାଣି ତ ଗଲା କଥା ରେ ସଙ୍ଗାତ ଗୀତ ଗାଉଛନ୍ତି  ସେମାନେ ଗାଉଥିବା ଏହି ମଧୁର ଗୀତ ର ଲହରୀ କୁ ଚିଲିକା ଜଳରାଶି ଉପରେ ପ୍ରବାହିତ ପବନ ଚତୁର୍ଦିଗକୁ ଖେଳାଇ ଦେଇଛି 

ହୃଦୟ ଉଲ୍ଲାସରେ ଭରିଯାଇଥିଲେ ଆତ୍ମା ଯେଉଁଭଳି ପରିତୃପ୍ତି ଲାଭ କରି ମୁକ୍ତ ଭାବେ କେତେ କାହିଁ ଦୂର ଭ୍ରମଣ କରିବସେଠିକ୍ ସେହିଭଳି ତୋଷ ମନରେ ଥିବା ସେହି ମତ୍ସ୍ୟ ଜୀବୀ ମାନଙ୍କ ମୁଖରୁ ସଙ୍ଗୀତ ର ଆନନ୍ଦ ଲହରୀ ସାରା ଚିଲିକା ବକ୍ଷ ରେ ମାଡିଯାଉଥିଲା ଓ ଚତୁର୍ଦିଗରେ ପ୍ରତିଧ୍ୱନି ସୃଷ୍ଟି କରୁଥିଲା 

ଚନ୍ଦ୍ରଲୋକ ର ପାଟବସ୍ତ୍ର ପିନ୍ଧି ଚତୁର୍ଦିଗରେ ଦିଗଙ୍ଗନା ମାନେ ସ୍ମିତ ହାସ କରି ବିରାଜମାନ କରିଛନ୍ତି ବୋଲି କବି ମନେକରିଛନ୍ତି  ଏଠାରେ କବି ପ୍ରକୃତି କୁ ଜୀବନ୍ତ ରୂପେ ଗ୍ରହଣ କରିଛନ୍ତି 

 ଭବାନ୍ତର ପୁଣି କ୍ଷଣେ କରେ ଜାତ

 "ଗଲାଣି ତ ଗଲା କଥା ରେ ସଙ୍ଗାତ ",

ସଂଗୀତ ଆବେଶେ ନାନା ରୂପେ ମନ

ଅତୀନ୍ଦ୍ରିୟ ଦେଶେ କରେ ବିଚରଣ,

ଚାଲିଯାଏ ଶୂନ୍ୟେ ଶୂନ୍ୟେ କେଉଁ ସ୍ଥାନେ

କି ଲୋଡ଼ିବା ଆଶେ  ସେହି ତା ନ ଜାଣେ

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ  

ଭାବାନ୍ତର ଭାବନାରେ  ପରିବର୍ତ୍ତନ

କ୍ଷଣେ ଅଳ୍ପ ସମୟ ମଧ୍ୟରେ 

ଜାତ - ସୃଷ୍ଟି

ଆବେଶେ - ବିହ୍ଵଳ ଚିତ୍ତରେ  

ବିଚରଣ - ବୁଲିବା

ଲୋଡ଼ିବାଲାଭ କରିବା

ଅତୀନ୍ଦ୍ରିୟ ଦେଶେ ଇନ୍ଦ୍ରିୟ ମାନଙ୍କ ଅପହଞ୍ଚ ରାଇଜ ରେ 

ଆଶେ - ଆଶାରେପ୍ରାପ୍ତି କରିବା ଉଦ୍ଧେଶ୍ୟରେ  

କବି ଓ କଳା:-

ଉଲ୍ଲାସ ମନରେ ଭାବାନ୍ତର ଖେଳିଯାଇଛି  କବିସୁର୍ଯ୍ୟଙ୍କ ଗୀତାମୃତ ର ପରିଧିରୁ ମନ କେତେବେଳେ ଅନ୍ୟ କେଉଁଆଡେ ଚାଳିଯାଇଛି ଜଣା ପଡୁନାହିଁ  କବି ଅତୀନ୍ଦ୍ରିୟ ରାଜ୍ୟ କୁ ଟାଣି ହୋଇ ଯାଇଛନ୍ତି  ସଙ୍ଗୀତ ର ଯାଦୁକାରୀ ସ୍ପର୍ଶ ରେ ମନ ଦେହରେ ଖଞ୍ଜି ହୋଇଛି ତୃପ୍ତି ର ଡେଣା ଓ ସେଇଥି ଲାଗି ସେ ଲକ୍ଷହୀନ ଭାବେ ଉଡି ବୁଲୁଅଛି 

ବର୍ଣ୍ଣନା :-

ମତ୍ସ୍ୟ ଧରି ଧୀବର ମାନେ ଫେରିଆସୁଥିବା ରୁ ଚିତ୍ତ ଭିତରେ ଭରି ରହିଛି ଉଲ୍ଲାସ  ପରିବାର ପ୍ରତିପୋଷଣ କରିବା ର ଦାୟିତ୍ୱ ତୁଲାଇ ପାରିଥିବାରୁ ମନ ଆନନ୍ଦରେ ସଙ୍ଗୀତ ର ତାଳେ ତାଳେ ଝୁମିଯାଉଛି  ଯାହା ଫଳରେ “ ଗଲାଣି ତ ଗଲା କଥା ରେ ସଂଗାତ ”  ର ପରିଧିରୁ ଅଚାନକ ମନ ଓହରି ଯାଇଅଛି  ତା' ଭିତରେ ଭବାନ୍ତର ସୃଷ୍ଟି ହୋଇଛି  ମୁକ୍ତି ହୋଇ ସେ ଅନ୍ୟ କେଉଁ ରାଇଜକୁ ଚାଲିଯାଇଛି ତାକୁ ହିଁ କେବଳ ଜଣା  ମନ-ପକ୍ଷୀ କୁ ବା କିଏ ବାନ୍ଧିପରେ ?  ସେ ଯେ ଅନନ୍ତ  ଆକାଶରେ ଉଡ଼ିବୁଲେ 

ସମସ୍ତ ଇନ୍ଦ୍ରିୟ କୁ ଅତିକ୍ରମ କରି ଚିତ୍ତ ସେମାନଙ୍କ ଉର୍ଦ୍ଧରେ ଭାସିଚାଲୁଛି ଠିକ୍ ଆକାଶ ର ଭସା ବାଦଲ ଭଳି ଲକ୍ଷହୀନ ଭାବେ ଯିଏ ବିଲବନନଈ,ପର୍ବତ ଉପରେ ଭାସିଚାଲୁଥାଏ ମନକୁମନ  ଠିକ୍ ସେହି ଭଳି ଖୁସିରେ ଦୋହଲି ଉଠୁଥିବା ମନ ସହିତ ଡେଣା ଯୋଡିହୋଇଯାଇଥିବାରୁ ଉଡ଼ିବୁଲୁଛି ସେ ଶୂନ୍ୟ ମାର୍ଗ ରେ 

  ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି

ଏ ଲୀଳା ରଚନ୍ତି ଦେବୀ ବାଗୀଶ୍ୱରୀ !

ଧନ୍ୟେ ରଥେ ! ତୁମ ଜନ୍ମ ଶୁଭ-କ୍ଷଣେ

ମୃତ୍ୟୁଞ୍ଜୟ ତୁମେ ଉତ୍କଳ ଭୁବନେ

ତୁମ ମାଟି-ଦେହ ଗ୍ରାସିଛି ଶ୍ମଶାନ

ମାତ୍ର ଯଶୋଦେହେ ତୁମେ ଆୟୁଷ୍ମାନ

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ 

 ଆଜ୍ଞା - ନିର୍ଦ୍ଧେଶ

ଶିରେ - ମଥା ଉପରେ

ରଚନ୍ତି - ରଚନା କରନ୍ତି

ବାଗୀଶ୍ୱରୀ - ଦେବୀ ସରସ୍ଵତୀଙ୍କ ନାମ

ରଥେ - ବଳଦେବ ରଥ ଙ୍କ ଉଦ୍ଧେଷ୍ୟରେ

ମୃତ୍ୟଞ୍ଜୟ - ଯିଏ ମୃତ୍ୟୁ କୁ ଜୟ କରିପାରିଛି

ଉତ୍କଳ ଓଡିଶା ପ୍ରଦେଶ

ଭୁବନେପ୍ରଦେଶରେ

ଗ୍ରାସିଛି - ଗ୍ରାସ କରିଛି

ଶ୍ମଶାନ -  ଯେଉଁଠି ଶବ କୁ ଦାହ କରନ୍ତି ବା କବର ଦିଅନ୍ତି

ଯଶୋଦେହେ - ଯଶ ଦେହରେ

ଆୟୁଷ୍ମାନ - ଦୀର୍ଘଜୀବୀ

କବି ଓ କଳା:-

ସେହି ସୃଷ୍ଟିକର୍ତ୍ତାଙ୍କୁ ଧନ୍ୟଯାହାର ଆଜ୍ଞା କୁ ଶିର ରେ ଧାରଣ କରି ବିଦ୍ୟା-ଦାତ୍ରୀ ଏହି ଲୀଳା ରଚନା କରିଛନ୍ତି  ଧନ୍ୟ ସେହି କବିଙ୍କୁ ଯିଏ ବାକ୍ ଦେବୀଙ୍କ ଲୀଳା ରଚନାର ମାଧ୍ୟମ ସାଜି ପାରିଛନ୍ତି  କବି ରାଧାନାଥ କବି ସୂର୍ଯ୍ୟ ଙ୍କୁ କୋଟିଏ ପ୍ରଣାମ ଜଣାଇଛନ୍ତି । କବି ସୂର୍ଯ୍ୟ ଶୁଭ ମୁହୂର୍ତ୍ତ ରେ ଜନ୍ମ ଲାଭ କରିଥିବାରୁ ମୃତ୍ୟୁ କୁ ଜୟଲାଭ କରି ଉତ୍କଳ ଜଗତରେ ସଦା କାଳ ଅମରତ୍ୱ ଲାଭ କରିଛନ୍ତି ବୋଲି ସେ କହିଛନ୍ତି 

ତାଙ୍କର ମାଟିର ପିଣ୍ଡ ମାଟିରେ ସିନା ମିଶିଯାଇଛି ହେଲେ ଯଶ-ଦେହରେ କବି ଚିର କାଳ ବଞ୍ଚି ରହିଛନ୍ତି  ଉତ୍କଳ ର ପବିତ୍ର ଭୁବନରେ  ଓଡ଼ିଆ ସାହିତ୍ୟ ଇତିହାସ ତାଙ୍କ ପIଖରେ ଚିର ୠଣୀ 

ବର୍ଣ୍ଣନା :-

କବି ସୃଷ୍ଟିକର୍ତ୍ତା ଙ୍କ ର ପ୍ରଶଂସା କରିଛନ୍ତି  ସୃଷ୍ଟିକର୍ତ୍ତା ଲୀଳାମୟ ଙ୍କ ଆଜ୍ଞା ହେତୁ ଦେବୀ ସରସ୍ଵତୀ ବଳଦେବ ରଥ ଙ୍କୁ ଉପଯୁକ୍ତ ପାତ୍ର ଭାବେ ମାଧ୍ୟମ କରି ଜ୍ଞାନ ର ପରିପ୍ରକାଶ କରିଛନ୍ତି  ଯାହା ଫଳରେ କବିଙ୍କ ଲେଖନୀ ର ଯାଦୁକାରୀ ସ୍ପର୍ଶ ରେ ତୋଳିହୋଇଯାଇଛି  ଅମୁଲ୍ୟ ଅପରୂପ କାବ୍ୟ-ସମ୍ଭାର   ଅନବଦ୍ୟ ଏ  କାଳଜୟୀ ସାହିତ୍ୟ ସୃଷ୍ଟି   ଏ ନିଶ୍ଚିତ ବାକ୍ ଦେବୀଙ୍କ ଅପାର କରୁଣା ର ଏକ ନିଦର୍ଶନ  କବି ରାଧାନାଥ କବିସୂର୍ଯ୍ୟ ବଳଦେବ ରଥଙ୍କୁ ଅମାପ ପ୍ରଶଂସା କରିଛନ୍ତି  ଶୁଭ କ୍ଷଣ  ରେ ତାଙ୍କର ଜନ୍ମ ହୋଇଥିବାରୁ ସେ ମୃତ୍ୟୁ କୁ ମଧ୍ୟ ଜୟଲାଭ କରି ଚିରକାଳ ଉତ୍କଳରେ ଅମରତ୍ୱ ଲାଭ କରିଛନ୍ତି ଓ ତାଙ୍କର ମାଟି ର ଦେହ ମାଟି ରେ ସିନା ମିଶିଯାଇଛି ହେଲେ ଯଶ-ଦେହ ରେ ସେ ସଦାକାଳ ଉତ୍କଳ ଭୁବନ ରେ ଅମର ହୋଇ ରହିଛନ୍ତି ବୋଲି ପରିପ୍ରକାଶ କରିଛନ୍ତି 

 ମୀନ ଆକର୍ଷଣ ଅIଶେ ପୋତପାଳ

ତରଣୀ ରେ ଜାଳିଦେଲାଣି ମଶାଲ 

ଭବେ ପାପ ମୂର୍ତ୍ତି ପରି ଅଟଇ ସେ ,

ସ୍ପର୍ଶେ ମାରାତ୍ମକ , ରୂପେ ରମ୍ୟ ଦିଶେ ;

ପାପ ଗର୍ଭେ ଯେହ୍ନେ ପଡଇ ଅଜ୍ଞାନ ,

ତରୀ ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ ,

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ  

 ମୀନ - ମାଛ

ମୀନ-ଆକର୍ଷଣ-ଅIଶେ ମାଛ ଧରିବା ଉଦ୍ଧେଶ୍ୟ ରେ  

ପୋତପାଳଧୀବର

ତରଣୀ - ନୌକା

ଭବେ - ସଂସାରରେ

ମାରାତ୍ମକ - ବିପଦମୟ

ରମ୍ୟ - ମନଲୋଭା

ସ୍ପର୍ଶ - ଛୁଇଁବା

ତରୀ - ନୌକା

 କବି ଓ କଳା:-

ରାତ୍ରି ର ଆଗମନ ହେତୁ ଚିଲିକା ଗର୍ଭ ରେ ଥିବା ମତ୍ସ୍ୟଜୀବୀ ମାନେ ନିଜ ନିଜ ନୌକା ରେ ମଶାଲ ଜାଳିବା ଆରମ୍ଭ କରିଛନ୍ତି  କବିଙ୍କ ଭାବନାରେ ସଂସାରରେ ରମ୍ୟ ରୂପ ଧାରିଣୀ ଅଗ୍ନି ସମଯାହାର ଲେଶ ମାତ୍ର ସ୍ପର୍ଶ ଜୀବନକୁ ଦଗ୍ଧ କରିଦିଏ  ସଂସାର ସାଗରରେ ରମ୍ୟ ରୂପ ଧାରିଣୀ ପାପାଗ୍ନି ଅଜ୍ଞାନ ମଣିଷ କୁ ନିଜ କବଳକୁ ଟାଣିନେଇ ମୃତ୍ୟୁର କୋଳରେ ରଖିଦିଏ  ଠିକ୍ ଯେମିତି ମତ୍ସ୍ୟ ସବୁ ମଶାଲ ଅଗ୍ନି ର ରମ୍ୟ ରୂପରେ ଆକର୍ଷିତ ହୋଇ ତରଣୀ ଗର୍ଭ କୁ ଲମ୍ଫ ପ୍ରଦାନ କରି ମୃତ୍ୟୁ କୁ ଆମନ୍ତ୍ରଣ କରୁଛନ୍ତି 

ବର୍ଣ୍ଣନା :-

ରାତ୍ରି ର ଆଗମନ ହେତୁ ମତ୍ସ୍ୟଜୀବୀ ମାନେ ମାଛ ଧରିବା ର ଏକ ସହଜ ଉପାୟ ଅବଲମ୍ବନ କରିଛନ୍ତି  ନୌକା ଭିତରେ ସେମାନେ ମଶାଲ ଜାଳିଦେଇଛନ୍ତି ଓ ଏହି ମଶାଲ ଆଲୁଅ ର ସୌନ୍ଦର୍ଯ୍ୟତା ପ୍ରତି ଆକର୍ଷିତ ହୋଇ ମତ୍ସ୍ୟମାନେ ନୌକା ଭିତରକୁ ଲମ୍ଫ ପ୍ରଦାନ କରି ଅଜାଣତରେ ମୃତ୍ୟୁ ର କୋଳକୁ ଡିଆଁ ମାରୁଛନ୍ତି ବୋଲି କବି ସ୍ପଷ୍ଟ କରିଛନ୍ତି 

କବିଙ୍କ ଦୃଷ୍ଟି ରେ ଏହି ସଂସାର ମଧ୍ୟ ଏକ ସମୁଦ୍ର ସଦୃଶ ଓ ସବୁ ମଣିଷ ମତ୍ସ୍ୟ ସଦୃଶ   ରମ୍ୟ ରୂପଧାରିଣୀ ଏଇ ସଂସାର ସମୁଦ୍ର ରେ ମଶାଲ ର ଅଗ୍ନି ସମ ପ୍ରତ୍ୟୟମାନ ହୋଇଥାଏଯାହାର ଲେଶ ମାତ୍ର ସ୍ପର୍ଶ ମଣିଷ ଜୀବନକୁ ଦଗ୍ଧ କରି ଅତ୍ୟନ୍ତ ସହଜରେ ମୃତ୍ୟୁପଥ ର ଯାତ୍ରୀ କରିଦିଏ 

ମତ୍ସ୍ୟ ସବୁ ଯେଉଁଭଳି ମଶାଲ ଆଲୁଅ ର ରମ୍ୟ ରୂପରେ ଆକର୍ଷିତ ହୋଇ ଡଙ୍ଗାମଧ୍ୟକୁ ଲମ୍ଫ ପ୍ରଦାନ କରି ମୃତ୍ୟୁ କୁ ଆମନ୍ତ୍ରଣ କରିଥାନ୍ତି ଠିକ୍ ତା ଦୃଶ ରମ୍ୟ ରୂପ ଧାରିଣୀ ପାପାଗ୍ନି  ମଧ୍ୟ ଭବ ସାଗରରେ ଜ୍ଞାନ ନ ଥିବା ମଣିଷ ମାନଙ୍କୁ ନିଜ କବଳକୁ ଟାଣିନିଏ ଓ ଦଗ୍ଧୀଭୂତ କରି ପିଣ୍ଡ କୁ ତାର ମୃତ୍ୟୁ ର କୋଳରେ ଚିର ନିଦ୍ରା ର ଉପହାର ଦେଇଥାଏ 

 ତରଙ୍ଗେ ଦୋହଲି ଦୋହଲି ବୋଇତ

ଥରେ ଦିଶେ ଥରେ ହୁଏ ଅନ୍ତର୍ହିତ,

ଦୁଖୀ ମନେ ଆଶା ଉତ୍ ଥାନ  ପତନ-

ପ୍ରାୟେ ଶିଖା ଉଠେ ପଡେ ଘନ ଘନ,

ନିଶାଗମେ କ୍ରମେ ଲୋକ-କୋଳାହଳ

ନିବର୍ତ୍ତି  ଅବନୀ ହୁଅଇ ନିଶ୍ଚଳ ,

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ  

ତରଙ୍ଗ - ଢେଉ

ବୋଇତ - ନୌକା

ଅନ୍ତର୍ହିତ - ଅଦୃଶ୍ୟ

ନିଶା - ରାତ୍ରି

ପତନ - ପଡିବାତଳକୁ ହେବା

ଅବନୀ - ପୃଥିବୀ

ନିବର୍ତ୍ତି - ବଞ୍ଚି ନ ପାରି

କ୍ରମେ ଧୀରେ ଧୀରେ

ନିଶ୍ଚଳ - ଶାନ୍ତକାନ୍ତ

କବି ଓ କଳା:-

ଚିଲିକା ଜଳରାଶି ଉପରେ ଉଠୁଥିବା ତରଙ୍ଗମାଳା ଯୋଗୁଁ ବୋଇତ ସବୁ ଦୋହଲି ଉଠୁଥିବାରୁ ଓ ଖସୁଥିବାରୁ କେତେବେଳେ ସେସବୁ ଦୃଶ୍ୟମାନ ହେଉଛନ୍ତି ତ ଆଉ କେତେବେଳେ ଦୃଶ୍ୟପଥ ରୁ ଅପସରିଯାଉଛନ୍ତି  ଏତାଦୃଶ ଦୃଶ୍ୟ କୁ ଦୁଖୀ ଲୋକ ଭିତରେ ଆଶା-ଶିଖା ର ଉତ୍ଥାନ ଓ ପତନ ସହିତ ତୁଳନା କରି କବି ଭାବୁକତା ର ପରିଚୟ ଦେଇଛନ୍ତି  ଚିଲିକା ରେ ରାତ୍ରି ର ଆଗମନ ହେତୁ କ୍ରମେ ଜନ-କୋଳାହଳ କମିଯିବା ଓ ଅବନୀ ନିଶ୍ଚଳ ହୋଇଆସୁଥିବା ପ୍ରାୟ କବିଙ୍କୁ ମନେ ହେଉଅଛି 

ବର୍ଣ୍ଣନା :-

ଚିଲିକା ଜଳ ରାଶି ଉପରେ ଢେଉ ସବୁ ଉଠୁଥିବାରୁ ସେସବୁ ସହିତ ବୋଇତ କେତେବେଳେ ଉପରକୁ ଉଠିବସୁଛି ତ ଆଉ କେତେବେଳେ ତଳକୁ ଖସି ବସୁଛି  ଏହି କାରଣରୁ ଦୂରରୁ ଅବଲୋକନ କଲେ କେତେବେଳେ ଢେଉ ଉପରେ ଥିବାଯୋଗୁଁ ବୋଇତ ଦୃଶ୍ୟମାନ ହେଉଅଛି ତ ଅନ୍ୟ କେତେବେଳେ ଜଳ ରାଶି ସହିତ ସମାନ୍ତରାଳ ଅବସ୍ଥାରେ ଥିବାରୁ ଅନନ୍ତ ଜଳରାଶି ମଧ୍ୟରେ ଦୃଶ୍ୟପଥରୁ ଲୁପ୍ତପ୍ରାୟ ମନେହେଉଅଛି 

ଦୁଖୀ ମନରେ ବେଳେ ବେଳେ ଜଳି ଉଠୁଥିବା ଶିଖା ସଦୃଶ ଆଶା ର ସଞ୍ଚାର ହୋଇଥାଏ ତ ପୁଣି କେତେବେଳେ ନିସ୍ତେଜ ହୋଇ ଆସୁଥିବା ଶିଖା ସଦୃଶ ତାର ଆଶା ପତିତ ହୋଇଥାଏ  କବି ଏହି ଦୃଶ୍ୟ କୁ ବୋଇତର ଚିଲିକା ଜଳ ରାଶି ଉପରେ ଦୃଶ୍ୟ ଓ ଅଦୃଶ୍ୟ ହେଉଥିବା ଅବସ୍ଥା ସହିତ ତୁଳନା କରିଛନ୍ତି 

ରାତ୍ରି ର ସମାଗମ ହେତୁ ଚିଲିକା ଚତୁର୍ଦିଗରେ ଲୋକ କୋଳାହଳ କ୍ରମଶଃ କମିଯାଇଅଛି  ସମସ୍ତେ ଯେ ଯାହାର ଘର ପରିବାର ପାଖକୁ ଚାଲିଯାଇଛନ୍ତି  ତେଣୁକରି ଚିଲିକାରେ ଶାନ୍ତିର ବାତାବରଣ ଖେଳିଯାଇଛି ଓ ଚିଲିକା ନିଶ୍ଚଳ ସମ ପ୍ରତୀତ ହୋଇଅଛି 

ଜଳ-ସ୍ଥଳ-ନଭଃ ଜ୍ୟୋତ୍ସ୍ନା ପରିପ୍ଲୁତ

ସୃଷ୍ଟି ଦିଶେ ଯେହ୍ନେ ପାରଦ-ଧଉତ,

ପ୍ରତିବିମ୍ବ ରାଜି ଦ୍ଵୀପ-ଶୈଳ-ତଳେ

ସ୍ପଷ୍ଟIକାରେ ଶୋଭେ ହ୍ରଦ ଅନ୍ତଃ-ସ୍ଥଳେ ;

କ୍ଷୀରୋଦ-ସୋଦର-ଜ୍ୟୋତ୍ସ୍ନାର୍ଣ୍ଣବେ ଭାସି

ଦିଶନ୍ତି ବିଶଦ ଗିରିବନନାସି ,

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ  

 ନଭ - ଆକାଶ

ପାରଦ - ଏକ ପ୍ରକାର ବହୁମୂଲ୍ୟ ତରଳ ପଦାର୍ଥ

ପାରଦ ଧଉତ ପାରଦ ରେ ଧୋଇହୋଇଥିବା ସମ ମନେହେଉଥିବା

ପ୍ରତିବିମ୍ବ - ପ୍ରତିଫଳିତ ଚିତ୍ର

ଦ୍ବୀପ - ଜଳ ବେଷ୍ଟିତ ସ୍ଥଳ ଭାଗ

ଶୈଳ - ପର୍ବତ

କ୍ଷୀରୋଦକ୍ଷୀର ସମୁଦ୍ର

ସୋଦରଭାଇ

ଜ୍ୟୋତ୍ସ୍ନାର୍ଣ୍ଣବେ - ଚନ୍ଦ୍ରାଲୋକ ରେ 

ବିଶଦସ୍ପଷ୍ଟପରିସ୍କାର

ଗିରିପର୍ବତ

ସ୍ନିଗ୍ଧସଫେଦ

ତରୁବୃକ୍ଷ

ମସୃଣ ପ୍ରସ୍ତର

ଉପଳେIଳି ଗରଡ଼ା ଉପରେ

ଅନ୍ତଃସ୍ଥଳମଧ୍ୟ ଭାଗରେ

ନାସି - ସମୁଦ୍ର ମଧ୍ୟକୁ ପ୍ରବେଶ କରିବସିଥିବା ପର୍ବତ

କବି ଓ କଳା:-

ଚିଲିକାର ଜଳସ୍ଥଳ ଓ ନଭ ଜ୍ୟୋତ୍ସ୍ନା ରେ ଭରି ଉଠିଅଛି  ସାରା ସୃଷ୍ଟି ପାରଦ ରେ ଧୋଇହୋଇଯାଇଛି ଭଳି ମନେହେଉଅଛି  ଚନ୍ଦ୍ରଲୋକ ଯୋଗୁଁ ଚିଲିକା ଗର୍ଭରେ ଥିବା ଦ୍ଵୀପ ଓ ତା ଉପରେ ବିରାଜିତ ହୋଇଥିବା ପର୍ବତ ଚିଲିକା ର ବକ୍ଷସ୍ଥଳ ରେ ପ୍ରତିବିମ୍ବିତ ହୋଇ ସ୍ପଷ୍ଟ ଭାବରେ ପରିଲକ୍ଷିତ ହେଉଛନ୍ତି  ଚନ୍ଦ୍ରଲୋକ ରେ ଚିଲିକା ଭାସମାନ କ୍ଷୀରୋଦ ସୋଦର ସମ ମନେହୋଇଅଛି  ଚିଲିକା ଗର୍ଭସ୍ଥ ଜଳରାଶି ରେ ଗିରି,ବନ ଓ ପର୍ବତ ଶିଖର ପ୍ରତିଫଳିତ ହୋଇଛି 

ବର୍ଣ୍ଣନା :-

ଚତୁର୍ଦିଗ ଜ୍ୟୋତ୍ସ୍ନାଲୋକରେ ଭରିଯାଇଥିବା ଯୋଗୁଁ ଚିଲିକାର ଜଳ,ସ୍ଥଳ ଓ ଆକାଶ ମଧ୍ୟ ଚନ୍ଦ୍ରଲୋକ ରେ ଉଦ୍ଭାସିତ ହୋଇଅଛି  ସତେଯେମିତି ଜହ୍ନ ର ରୂପେଲି ରଙ୍ଗର ବରଷାରେ  ଚିଲିକାର ପ୍ରାକୃତିକ ଦୃଶ୍ୟରାଜି ଭିଜିଯାଇଛି ଓ କବିଙ୍କୁ ମନେ ହେଉଛି ପାରଦ ରେ ଏମାନେ ସତେଯେମିତି ଧୋଇହୋଇଯାଇଛନ୍ତି 

ଜ୍ୟୋତ୍ସ୍ନାଲୋକ ଯୋଗୁଁ ଚିଲିକା ର ବକ୍ଷ ଦେଶରେ ଥିବା ଦ୍ଵୀପ ଓ ତା ଉପରେ ବିରାଜମାନ କରିଥିବା ପର୍ବତ ଜଳରାଶିରେ ପ୍ରତିଫଳିତ ହୋଇ ଦର୍ପଣରେ ପ୍ରତିବିମ୍ବିତ ହେଉଥିବା ଭଳିପରିସ୍କାର ଭାବେ ଦୃଶ୍ୟମାନ ହେଉଛନ୍ତି 

ଚନ୍ଦ୍ରଲୋକ ଯୋଗୁଁ ଚିଲିକା କ୍ଷୀର ସମୁଦ୍ରର ସୋଦର  ଭାବେ କବିଙ୍କୁ ମନେହୋଇଅଛି  ଚତୁର୍ଦିଗ ର ଗିରିବନ ଓ ପର୍ବତ ପାଇଁ ଚିଲିକା କୁ ଦର୍ପଣ ଭାବେ ସଜେଇଦେଇଛି ଚନ୍ଦ୍ରାଲୋକ ଓ ଚିଲିକା ଗର୍ଭସ୍ଥ ସେହି ଗିରିବନ ଓ ପର୍ବତ ର ପ୍ରତିଫଳିତ ମନୋରମ ଦୃଶ୍ୟ ଚିଲିକା ଜଳରାଶି ରେ ପ୍ରତିଫଳିତ ହୋଇ ଅବର୍ଣ୍ଣନୀୟ ଶୋଭା ଧାରଣ କରିବସିଛି 

ସ୍ନିଗ୍ଧ ତରୁପତ୍ରେ ମସୃଣ ଉପଳେ

ଜକ ଜକ ହୋଇ ଜ୍ୟୋତ୍ସ୍ନା ପ୍ରତିଫଳେ,

ସର୍ପେ ଚିତ୍ର ଚନ୍ଦ୍ରଚୁଡ଼-ତନୁ ଭଳି

ଛାୟା-ମିଶ୍ର-କରେ ଶୋଭେ ବନସ୍ଥଳୀ,

ପ୍ରଶାନ୍ତ ନିରବ ଗିରି ବନ ଦେଶ,

ନାହିଁ ଏଥି ନର ଚହଳ ର ଲେଶ,

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ  

ସ୍ନିଗ୍ଧ - ସଫେଦ

ଚନ୍ଦ୍ରଚୂଡ଼ - ଚନ୍ଦ୍ର କୁ ଯିଏ ମଥା ର କେଶ ରେ ଧାରଣ କରିଥାନ୍ତିଶିବ

ନର - ମଣିଷ

ଚହଳ - ଚଳପ୍ରଚଳ

ଲେଶ - ଅଳ୍ପଟିକିଏ

ପ୍ରଶାନ୍ତଶାନ୍ତକାନ୍ତଗଭୀର ଶାନ୍ତି ପ୍ରଦାନ କରୁଥିବା

ଦେଶଅଞ୍ଚଳ

କବି ଓ କଳା:-

ତରୁର ସ୍ନିଗ୍ଧ ପତ୍ର ଉପରେ  ତଥା ଚିଲିକାର ମସୃଣ ପଥର ଓ ବାଲିଗରଡ଼ା ଉପରେ ଜ୍ୟୋତ୍ସ୍ନାଲୋକ ପ୍ରତିଫଳିତ ହୋଇଅଛି  ଜ୍ୟୋତ୍ସ୍ନାଭିଜା ଚିଲିକା ଗର୍ଭର ଜଳରାଶିରେ ବନସ୍ଥଳୀ ର ଦୃଶ୍ୟ ଚନ୍ଦ୍ରଚୂଡ଼ ମହାଦେବଙ୍କ ତନୁରେ ସର୍ପ ର ଭ୍ରମ ସୃଷ୍ଟି କରିଛି  ରାତ୍ରି ଆଗମନରୁ ଧୀରେ ଧୀରେ ଚିଲିକା ଜନଶୂନ୍ୟ ମନେହୋଇଛି   ଗିରିବନଦେଶ ଘେରା ଚିଲିକା ଶାନ୍ତ ଓ ନୀରବ ସମ ପ୍ରତ୍ୟୟମାନ ହୋଇଛି 

ବର୍ଣ୍ଣନା :-

ପ୍ରକୃତି ଶୋଭାରାଣୀ ଚିଲିକା କୁ ଘେରି ରହିଥିବା ତରୁରାଜି ଙ୍କ ର କୋମଳ ସଫେଦ ମନେହେଉଥିବା ପତ୍ର ସମୂହରେ  ତଥା ନିକଟସ୍ଥ ମସୃଣ ପଥର ଓ ବIଳି ଗରଡ଼ା ଉପରେ ଚନ୍ଦ୍ରାଲୋକ ପ୍ରତିଫଳିତ ହୋଇ ଅପୂର୍ବ ମନୋରମ ଶୋଭା ସୃଷ୍ଟିକରୁଛି 

ଅବର୍ଣ୍ଣନୀୟ ଶୋଭାଧାରିଣୀ ଚିଲିକା ର ବକ୍ଷ ଉପରେ ଘେରି ରହିଥିବା ବନସ୍ଥଳୀର ପ୍ରତିବିମ୍ବଚନ୍ଦ୍ରକୁ ଧାରଣ କରିଥିବା ମହାଦେବଙ୍କ ପାଉଁଶିଆ ଦେହ ରେ ସର୍ପ ର ଭ୍ରମ ସୃଷ୍ଟି କରିଛି ବୋଲି କବି କଲ୍ପନା ର ନେତ୍ର ରେ ଅବଲୋକନ କରିଛନ୍ତି   ଏହିଭଳି ଅସାଧାରଣ ତୁଳନା ଓଡ଼ିଆ ସାହିତ୍ୟ ରେ ଅତ୍ୟନ୍ତ ବିରଳ ମନେହୁଏ 

ଧୀରେ ଧୀରେ ସୌନ୍ଦର୍ୟମୟୀ ଚିଲିକା ପ୍ରଦେଶ ରେ ରାତ୍ରି ର ଆଗମନ ଯୋଗୁଁ କୋଳାହଳ ହ୍ରାସ ପାଇଛି ଓ ଶାନ୍ତି ବିରାଜମାନ କଲାଭଳି କବିଙ୍କୁ ମନେ ହୋଇଅଛି   ରାତ୍ରି-ଦେବୀଙ୍କ ଆଗମନ ହେତୁ ନିସ୍ତବ୍ଧତା ଖେଳିଯାଇଛି ଚତୁର୍ଦିଗରେ ଓ ଚିଲିକା ଜନହୀନ ପାଲଟିଯାଇଛି 

 ଦୂର ଝର ନାଦଝିଙ୍କାରି-ଝଙ୍କାର

କରେ ନିଶୀଥିନି ପ୍ରଭାବ-ପ୍ରଚାର ,

କଳି ଉପଦ୍ରବେ ତ୍ୟଜି ଲୋକାଳୟ

ଶାନ୍ତି କି ଏ ସ୍ଥଳେ ଭଜିଲେ ଆଶ୍ରୟ  ?

ଚିଲିକା ! ତୋହର ଏହି ଶୋଭାବନ

ବର୍ଣ୍ଣୋତ୍ସବ ମୟ ଦୃଶ୍ୟ ସାୟନ୍ତନ 

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ  

ଝରନାଦ - ଝରଣା ର ଶବ୍ଦ

ଝିଙ୍କାରି - ଦିବସ ଓ ରାତ୍ରି ରେ ଝଙ୍କାର ତୋଳୁଥିବା ଏକ ଛୋଟ ମୃତ୍ତିକା ରଙ୍ଗର ଜୀବ

ନିଶୀଥିନି ରାତ୍ରି

ଆଶ୍ରୟ - ରହିବା ସ୍ଥଳ

ତ୍ୟଜି - ତ୍ୟାଗ କରି

କବି ଓ କଳା:-

ଦୂରରୁ ଭାସିଆସୁଥିବା ଝର ନାଦ ଓ ଝିଙ୍କାରି ର ଝଙ୍କାର ରାତ୍ରିର ଆଗମନ ର ସୂଚନା ପ୍ରଦାନ କରିଛନ୍ତି   କବିଙ୍କୁ ମନେ ହୋଇଛି କି  କଳି ର ଉପଦ୍ରବ ଯୋଗୁଁ ଅତିଷ୍ଠ ହୋଇ ଲୋକାଳୟ ତ୍ୟାଗ କରି ଶାନ୍ତି ଦେବୀ ଚିଲିକା ରେ ଆଶ୍ରୟ ପାଇଁ  ପଦାର୍ପଣ କରିଛନ୍ତି  ଚିଲିକା ର ଏତାଦୃଶ ସାୟନ୍ତନ ଦୃଶ୍ୟ ବର୍ଣ୍ଣର ଉତ୍ସବ ବା ସୌଦର୍ଯ୍ୟର ଉତ୍ସବ ସମ ମନେହେଉଅଛି  ବୋଲି କବି କହିଛନ୍ତି 

ବର୍ଣ୍ଣନା :-

ଚିଲିକାରେ ଜନ କୋଳାହଳ ହ୍ରାସ ପାଇଛି ଓ ଧୀରେ ଧୀରେ ରାତ୍ରି ର ଆଗମନ ହେତୁ ଚିଲିକାର ଚତୁର୍ଦିଗରେ ଶାନ୍ତିର ଏକ ବାତାବରଣ ମାଡିଆସିଛି  ଚାରିଆଡେ କେବଳ ନିସ୍ତବ୍ଧତା ଏବଂ ଏହି ନିସ୍ତବ୍ଧତା ମଧ୍ୟରେ ଦୂର ପର୍ବତରୁ ଝରିଆସୁଥିବା ଛନ୍ଦମୟୀ ଝରଣା ର ନିର୍ଝର ଶବ୍ଦ ସାଙ୍ଗକୁ ଝିଙ୍କାରିର ଝଙ୍କାର ରାତ୍ରୀଦେବୀଙ୍କ ଆଗମନର ବାର୍ତ୍ତା ପ୍ରଚାର କରିଛନ୍ତି 

ଚିଲିକା ଜନଶୂନ୍ୟ ହୋଇଯିବା କଥାକୁ କବି ଭିନ୍ନ ଏକ ଦୃଷ୍ଟିରେ ଦେଖିଛନ୍ତି  ତାଙ୍କୁ ମନେହୋଇଛି କି ମାଁ ଶାନ୍ତି ଦେବୀ କଳି ର ଉପଦ୍ରବକୁ ସହ୍ୟ କରି ନ ପାରି ଲୋକାଳୟ କୁ ତ୍ୟାଗ କରି ନିସ୍ତବ୍ଧତା ର ବାତାବରଣ ଖେଳିଯାଇଥିବା ଚିଲିକା  କୁ ଆଶ୍ରୟ ସ୍ଥଳ ଭାବେ ଗ୍ରହଣ କରି ଧାଇଁ ଆସିଛନ୍ତି 

ଶେଷରେ ଏହି ଅମ୍ଲାନ ହରରଙ୍ଗୀ ଅପୂର୍ବ ଅଦ୍ୱିତୀୟ ମନୋହର ରମ୍ୟ ରୂପଶ୍ରୀ କୁ ପ୍ରଶଂସା କରି ଭିନ୍ନ ଭିନ୍ନ ବର୍ଣ୍ଣର ଉତ୍ସବ ସ୍ଥଳ ବୋଲି କବି ଚିଲିକା କୁ ଗ୍ରହଣ କରିଛନ୍ତି  ଚିଲିକା ଦର୍ଶକକୁଭାବୁକକୁ ଓ କଲ୍ପନାଗ୍ରାହୀକୁ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ରୁପର ସମ୍ଭାର ତୋଳିଦେଇଛି ଓ ଅନୁପମ ସୌଦର୍ଯ୍ୟର  ଅଧିକାରିଣୀ ମନେ ହୋଇଛି ବୋଲି କବି ପ୍ରକାଶ କରିଛନ୍ତି 

READ OUR  OTHER POSTS

1.    ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

2.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

3.    ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

4.    ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

5.    ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

6.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

7.    କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

8.    ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

9.    ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

10.    କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

11.    କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

12.    ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

13.    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

14.    ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

15.    ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

16.    ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

17.    ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

18.    ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

19.    ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା

20.    ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

21.    The Road Not Taken- CLASS-IX- An analytical description in English

22.    The Ant and The Cricket- CLASS-VIII- An analytical description in English

23.    Squirrel- CLASS-VII- An analytical description in English

24.    ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

25.    How the camel got his hump- CLASS-VIII- An analytical description in English

26.    THE LOST CHILD- CLASS-IX- An analytical description in English

27.    କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

28.    Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ

29.    Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ

30.    THE FUN THEY HAD- CLASS-IX- An analytical description in English

31.    A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ

32.    FIRE AND ICE- CLASS-X- An analytical description in English

33.    ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର  ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା

34.    DUST OF SNOW- CLASS-X- An analytical description in English

35.    A LETTER TO GOD-CLASS-X- An analytical description in English

36.    ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

37.    ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

38.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

39.    ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

40.    ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

41.    ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

42.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

43.    ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା



- M. B. Prasad.

copyright© 2023 M. B . Prasad, ABC Learning Point.

 All rights reserved.

No part of this publication may be  reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.

ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ  ଖବର କରିବେ ବୋଲି ଆଶା ରଖୁଛୁ ।

Write us at pointabclearning@gmail.com

*****


Comments