Sarban saha maati- ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା


ସର୍ବଂସହା ମାଟି

-ବିଦ୍ୟୁତ୍ ପ୍ରଭା ଦେବୀ

ସାହିତ୍ୟ ଏକ ସିନ୍ଧୁ  ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ  ତାଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ  କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି  ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ   ମଧ୍ୟ ବିବେଚିତ ହୋଇପାରେ ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ 

Analysed By-M.B. Prasad.

ପୂର୍ବାଭାସ:-

ନିମ୍ନଲିଖିତ ପଂକ୍ତି ସବୁକୁ ଧ୍ୟାନ ର ସହ ପଢ । 

ଛୋଟ ମୋର ଗାଁ ଟି,

ଭୂଗୋଳ ପୋଥି-ପତରେ ପଛେ ନ ଥାଉ ତାର ନାଁ ଟି

-ସଚ୍ଚିଦାନନ୍ଦ ରାଉତ ରାୟ

ଶରତ-ନଈ-କୂଳେ

ବସିଛି ମୁହିଁ ଛାଇ ଛବିଳ

ଆମ୍ର ତରୁ ମୂଳେ

-ରାଧାମୋହନ ଗଡ଼ନାୟକ

ଦୂର ତାଳ ବଣ ଆକାଶେ ଶୁଣାଏ

ମାଟିର କବିତା କି ସେ

ଏ ଗ୍ରାମର ପଥ ତହିଁ ଦିଗନ୍ତେ ମିଶେ

-ବିନୋଦ ଚନ୍ଦ୍ର ନାୟକ

          ମାତ୍ର ନବମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଲାଭ କରି ଓଡ଼ିଆ ସାହିତ୍ୟ ଆକାଶ ରେ ଏକ ଚମକ ପ୍ରଦାନ କରୁଥିବା ତାରକା ଭାବେ ଉଇଁ ଆସିଥିଲେ ଏହି ମହାନ୍ ପ୍ରତିଭା  ସରଳ ବୋଧଗମ୍ୟ ଶବ୍ଦ ସବୁକୁ ନେଇ ହୃଦୟ ସ୍ପର୍ଶୀ ଓ ମାର୍ମିକ ତଥା ମାନବ ଜୀବନ ର ସନ୍ଦେହ ବହନ କରୁଥିବା ଲେଖାରେ ସିଦ୍ଧ ହସ୍ତା ବିଦ୍ୟୁତପ୍ରଭା ଦେବୀ ଶିଶୁ ସାହିତ୍ୟ ସଂକଳନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ  ବଡ ଭଉଣୀ ବାସନ୍ତୀ ଦେବୀଙ୍କ ସହ ମିଶି ସେ ୧୯୪୯ ରେ ପ୍ରଥମ କାବ୍ୟ " ସବିତା " ରଚନା କରିଥିଲେ  ମାୟାଧର ମାନସିଂହ ଓ ରାଧାମୋହନ ଗଡ଼ନାୟକ ଙ୍କ ଦ୍ୱାରା ପ୍ରଭାବିତ ହୋଇ କବିତା ରଚନା କରିବାରେ ବିଦ୍ୟୁତ୍ ପ୍ରଭା ଦେବୀ ମନ ବଳାଇଥିଲେ ବୋଲି ଜଣା ପଡେ 

କନକାଞ୍ଜଳୀ ,ମରୀଚିକା , ବିହ।ୟସୀସ୍ୱପ୍ନ ଦୀପ ,ଯାହାକୁ ଯିଏ ,କାକଳିସଞ୍ଚୟନ ଆଦି କବିଙ୍କ ମହାନ କୃତି ସମୂହ 

କବିଙ୍କ ବିଷୟରେ ଅଧିକ ଜାଣିବା ଲାଗି -

୧. ସମ୍ପର୍କିତ ପୁସ୍ତକ କୁ ପ୍ରଥମେ ମନ ଲଗେଇ ପଢିବା ଉଚିତ୍ 

୨. ଛାତ୍ର /ଛାତ୍ରୀଙ୍କ କ୍ଷେତ୍ର ରେ ଅବିଭାବକ ଓ ଶିକ୍ଷକଙ୍କ ନିକଟରୁ ଏ ବିଷୟରେ ଶୁଣିନେବା ଯଥୋଚିତ 

୩. ଅଧିକ ଜ୍ଞାନଲିପ୍ସୁ ହେବାକୁ ଯତ୍ନତା ର ସହିତ ବୈଷୟିକ ବିଜ୍ଞାନ ଉପରେ ନିର୍ଭର କରିବାକୁ  ହେବ 

୪. କବିଙ୍କ ଆତ୍ମଜୀବନ ସମ୍ୱନ୍ଧୀୟ ପୁସ୍ତକ ଓ କୃତି ସମୂହ ପଢିବା ଅତ୍ୟାବଶ୍ୟକ 

କବିତା ର ପୃଷ୍ଠଭୂମି :-

          ଜନ୍ମ ମାଟି ର ମୋହ କୁ ମଣିଷ କେବେ ତ୍ୟାଗ କରିପାରେନା  ଜନମଦେଲା ମାଁ କୁ ଛାଡିଦେଲେ ଯଦି ଅନ୍ୟ କିଏ ଶିଶୁ ପ୍ରାଣ କୁ ପରିପୁଷ୍ଟ କରିଥାଏ ହେଲେ ସେ ହେଉଛି ଜନମ ମାଟି  ମାଟି ର ପାଣିପବନଫଳମୂଳ ଖାଇ ଶିଶୁଟିଏ ଯୌବନରେ ପଦାର୍ପଣ କରି ଗୃହ ସଂସାର କରି ଚତୁର୍ଥବସ୍ଥା ପରେ ମଧ୍ୟ ଏହି ମାଟି ରେ ଶୋଇଯିବା ପାଇଁ ସେ ଆଗ୍ରହ ପ୍ରକାଶ କରିଥାଏ  ମାଁ ଓ ମାଟି ର ଆକର୍ଷଣ ଚିରନ୍ତନ 

କବିତା  ପଂକ୍ତି ସମୂହ ର ସାଧାରଣ ଆଂଶିକ ବିଶ୍ଳେଷଣ

ସରବ ସହଣୀ ମାଟି

ସବୁରି ଉପରେ               ସେନେହ ତୋହର

ସେମାନେ ଦେଇଛୁ ବାଣ୍ଟି 

ତୋର ମିଠାପାଣି             ତୋ ' ଧୀର ପବନ

ଦେହେ ମୋ ଦେଇଛି ବଳ

ଶକତି  ଦେଇଛି               ତୃପତି ଦେଇଛି

ତୋ ' ଗଛ ଲତା ର ଫଳ 

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ 

ବାଣ୍ଟିଦେବା-ଭାଗ କରିବା

ବଳ-ଶକ୍ତି

ତୃପ୍ତି-ଆନନ୍ଦ

କବି ଓ କଳା:-

          ମାଟି ମାଆ ସର୍ବଂସହା  ମାଆ ଭଳି ମାଆ ସେ  ସେ ବାଣ୍ଟି ଦେଇଛି ସମାନ ଭାବରେ ସମସ୍ତ ସନ୍ତାନ କୁ ତାର ସମସ୍ତ ସ୍ନେହ  ମାଟି ମାଆ ର ପାଣି ଓ ପବନ ସନ୍ତାନ ର ଶରୀରରେ ବଳ ଦେଇଛିଶକ୍ତି ପ୍ରଦାନ କରିଛି  ତା ଗଛ ଲତା ର ଫଳ ଓ ମୂଳ ତୃପ୍ତି ପ୍ରଦାନ କରିଛି  ସନ୍ତାନ ର ପିଣ୍ଡରେ  ମାଟି ମାଆ ସର୍ବଂସହା ମାଆ ଭଳି ମାଆ ସେ 

ବର୍ଣ୍ଣନା:-

          ଜନନୀ ଓ ଜନ୍ମଭୂମି ସ୍ୱର୍ଗ ଠାରୁ ମଧ୍ୟ ମହାନ୍ ଓ ପବିତ୍ର  ସନ୍ତାନ ର ସମସ୍ତ ପ୍ରକାର ର ଅଳି ଓ ଅର୍ଦ୍ଧଳି ତଥା ଜଞ୍ଜାଳ କୁ ସହିଯିବା  ଜନନୀ ଓ ଜନ୍ମଭୂମି ର ମମତା'ମୟୀ ରୂପ ର ବିଶେଷ ମହତ୍ଵପୂର୍ଣ୍ଣ ଗୁଣ । ସମସ୍ତ ଝଡଝଞ୍ଜା କୁ ସାମ୍ନା  କରି ସ୍ନେହମୟୀ ସନ୍ତାନ ପାଇଁ ପାଲଟି ଯାଏ ଦୟାମୟୀ ଓ କରୁଣାମୟୀ । ମାଁ ଆଖି ରେ ସମସ୍ତ ସନ୍ତାନ ସମାନ । ସେ ସମସ୍ତ ସନ୍ତାନକୁ ସମାନ ଦୃଷ୍ଟି ରେ ଦେଖିଥାଏ । ତା' ନିକଟରେ ନା କିଏ ବଡ ନା କିଏ ଛୋଟ । ସେଇଥିଲାଗି ସମସ୍ତଙ୍କୁ ସମାନ ଭାବରେ କରୁଣାମୟୀ ବାଣ୍ଟିଦିଏ ତା ବୁକୁ ର ସ୍ନେହ । ତା' ପାଖରେ ପାତର ଅନ୍ତର ବୋଲି କିଛି ଦେଖିବାକୁ ମିଳେନା । ତା' ପାଇଁ ତା ସମସ୍ତ ସନ୍ତାନ ସମାନ ।

          ମାଟି ମାଁ ର ପାଣି ପବନକୁ ପାନ କରି ଶରୀରରେ ସଞ୍ଚରିଥାଏ ଶକ୍ତି , ମନଲୋଭା ଅମୃତ ତୁଲ୍ୟ ଫଳ ଓ ମୂଳ ଖାଇ ଚିତ୍ତ ଓ ହୃଦୟ ମଧ୍ୟରେ ରେ ମିଳିଥାଏ ପରମ ତୃପ୍ତି । ପାଳନ କାରିଣୀ ମାଟି ମାଁ ଜନ୍ମଦାତ୍ରୀ ଭଳି ସନ୍ତାନ ର ସବୁ ସୁଖ ପାଇଁ ସବୁ ସମୟରେ ବାହୁ ପ୍ରସାରି ସନ୍ତାନ କୁ ତା' କୋଳରେ ଧରିରଖିଥାଏ ।

ସବୁଜ ଘIସର                କଅଁଳ ବିଛଣା

ଦିଏ କି ଆରାମ ମତେ

ମା ପରି ମୋର               ଅଲି ଅରଦଳି

କେତେ ନ ସହିଛୁ ସତେ 

ଦେହ ଦୁଃଖ ପାଇଁ            ସାଇତିଛୁ କେତେ

ଚେରମୂଳି ଗଛ ଲତା

ମନ ସୁଖ ଲାଗି               ନଈ ସମୁଦ୍ର ରେ

ଭରିଅଛୁ ହସ କଥା 

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ 

ବିଛଣା-ଶେଯ

ସାଇତିଛୁ-ଯତ୍ନ କରି ରଖିଦେଇଅଛୁ 

ଅରଦଳି-ଜଞ୍ଜାଳ

କବି ଓ କଳା:-

          ମାଟି ମାଆ ର କଅଁଳ ସବୁଜ ଘାସ ଭରା ବିଛଣା ମନରେ ତୃପ୍ତି ପ୍ରଦାନ କରେ  ମାଆ ଭଳି ସେ ସନ୍ତାନର ସବୁ ଅଳି ଅର୍ଦ୍ଧଳି କୁ ସହି ନିଏ  ସନ୍ତାନ ର ମଙ୍ଗଳ କାମନା କରି ଦେହ ର ରୋଗ ଯନ୍ତ୍ରଣା ପୀଡା ପାଇଁ ଔଷଧ ଭାବେ ବ୍ୟବହାର କରିବାକୁ ଚେରୀମୂଳିଗଛଲତା ଆଦି ଯତ୍ନ କରି ରଖିଦେଇଛି ସେ । ସନ୍ତାନ ର ମନରେ ଆନନ୍ଦ ସଞ୍ଚାର କରିବାକୁ ନଦୀ ଓ ସମୁଦ୍ର ଭିତରେ ମନ ଲୋଭା  କଥା ଓ କାହାଣୀ ମଧ୍ୟ ସାଇତି ରଖିଦେଇଛି ।

ବର୍ଣ୍ଣନା:-

          ମାଁ ର କୋଳ ସମ ମାଟି ମାଁ  ର ଶ୍ୟାମଳ ଦୁର୍ବାଦଳ ଭରା ବିସ୍ତିର୍ଣ୍ଣ  ପ୍ରାନ୍ତର ମନରେ ଅମାପ ଖୁସି ର ଭେଟି ଦିଏ  ନୀଳ ଆକାଶ ତଳେ ସବୁଜ ଘାସମୟ ପ୍ରାନ୍ତର ଉପରେ ସାୟଂକାଳ ର ଉପସ୍ଥିତି ରକ୍ତ ରଞ୍ଜିତ ପରାଚୀ ମୂଳ ସହିତ ସପ୍ନ ର ମହକ ବିଞ୍ଚିଦେଇଥାଏ ମନ ଓ ପ୍ରାଣ ର ଚତୁର୍ଦିଗ ରେ । ସ୍ଵର୍ଗ ରେ ମଧ୍ୟ ଏ ସୁଖ ଅଲୋଡା । ସନ୍ତାନ ର ସମସ୍ତ ସୁଖ ସ୍ଵପ୍ନ ପ୍ରଦାୟିନୀ ସମସ୍ତ ଅଳି ଅର୍ଦ୍ଧଳି କୁ ସହ୍ୟ କରି ସନ୍ତାନ ପାଇଁ ଖୋଲିଦିଏ ତା ବୁକୁ । ମାଁ ଶରୀରରୁ ବିଭୋର ଚିତ୍ତରେ କୋମଳ ଶିଶୁ କ୍ଷୀରପାନ କଲା ଭଳି ସନ୍ତାନ ହଜିଯାଏ ମାଟି ମାଁ ର କୋଳରେ , ସହିଯାଏ ଏକ ଚିତ୍ତରେ ସନ୍ତାନ ର  ଅଳି ଅର୍ଦ୍ଧଳି ସବୁକିଛି ସେହି ମାଟି ମାଁ ।

          ପରମ ସୁଖଦାୟିନୀ ମାତୃରୂପୀଣୀ ନିଜ ସନ୍ତାନ ପାଇଁ ଆଗତୁରା ଯତ୍ନବାନ । କାଳେ ତା' ସନ୍ତାନ ର ଦେହ ଭାଙ୍ଗିଯିବବିଗିଡିଯିବ ସେଇଥିଲାଗି ବଣଜଙ୍ଗଲ ରେ ଯତ୍ନ କରି ସାଇତି ରଖିଦେଇଛି ଅମୂଲ୍ୟ ଔଷଧୀୟ ବୃକ୍ଷଲତା । ଜଙ୍ଗଲ ର ପ୍ରାକୃତିକ ମନୋରମ ଶୋଭାମୟ ସୌନ୍ଦର୍ଯ୍ୟ ଖଣି ଅଦ୍ୱିତୀୟ ମନୋମୁଗ୍ଧକର ନଈସମୁଦ୍ରବନପର୍ବତ ର ଦୃଶ୍ୟରାଜି କୁ ପଣତ ରେ ସାଜି ଦେଇଅଛିଯାହା ଉଭୟ ହୃଦୟ ଓ ମନ ଭିତରେ ସମସ୍ତ ଦୁଖରାଶି କୁ ପୋଛିଦେଇ ଭରିଦିଏ ଅମାପ ଶାନ୍ତି ।

ବୁକୁ ମୋ ଫୁଲାଏ            ଆଖି ମୋ' ଭୁଲାଏ

ତୋବନ ପକ୍ଷୀ ର ଡାକ

ସରଗ ଡାକିଲେ              ମନ ବଳେ ନାହିଁ

ଛାଡିବାକୁ ତୋର କାଖ 

ଜନମ କାଳୁ ଯେ              ଦେହେ ତୋଆଘାତ

କେତେ ନ ଦେଇଛି ମୁହିଁ

ନିଜ ଛୁଆ ବୋଲି             ସବୁ ଦୋଷ ସିନା

କ୍ଷମିଅଛୁ ଏକା  ତୁହି 

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ 

ବୁକୁ-ହୃଦୟ

କ୍ଷମିଅଛୁ-କ୍ଷମା କରିଅଛୁ

କବି ଓ କଳା:-

          ଜନନୀର  ନିଘଞ୍ଚ ବନରେ ପକ୍ଷୀ ଯେବେ ସୁର ତୋଳିଥାଏକବିଙ୍କ ବୁକୁ ଖୁସି ରେ ଫୁଲି ଉଠେନୟନ ଭୁଲିଯାଏ ଦୃଶ୍ୟ ପଥ  ସ୍ୱର୍ଗ ଡ଼ାକିବ ହେଲେ ମଧ୍ୟ ମାଟି-ମାଁ ଙ୍କ କାଖ ଛାଡି ଯିବାକୁ ଇଛା ହିଁ ହେବ ନାହିଁ ବୋଲି କବି କହିଛନ୍ତି  ଜନ୍ମ ଦିନରୁ କବି ଜନନୀଙ୍କ ଶରୀରରେ ଅନେକ ଘାତ ପ୍ରତିଘାତ ଦେଇଥିଲେ ମଧ୍ୟ ମାଟି-ମାଁ ନିଜର ସନ୍ତାନ ଭାବେ ସବୁ କିଛି ଭୁଲି ଯାଏ ବୋଲି କବି କହିଛନ୍ତି 

ବର୍ଣ୍ଣନା:-

          ରୂତୁରାଜ ର ଆଗମନରେ ଚୂତ ବନରେ ପୀକ ର ମତୁଆଲା ମନୋରମ ମଧୁମୟ ମିଠାସୁର ଶୁଣୁଶୁଣୁ ମନ ଆପେ ଆକର୍ଷିତ ହୋଇଯାଏ କୋଇଲି ର ସେହି ପଞ୍ଚମ ରାଗ ଆଡେ । ଦୃଶ୍ୟପଥ ରୁ ଚିତ୍ତ ଫେରିଯାଏ ଆମ୍ର ବଣରୁ ଭାସିଆସୁଥିବା ବଉଳ ର ବାସ୍ନା ସହିତ କୋଇଲି ର କୁହୁ କୁହୁ ଡାକ ନିକଟକୁ । ହୃଦୟ ଫୁଲି ଉଠେ । ଅଜଣା ତୃପ୍ତି ର ଜୁଆର ମାଡିଯାଏ ଛାତିର ପ୍ରତିଟି ପଞ୍ଜରା ସାରା । ଦେହର ସମସ୍ତ ଶିରା ପ୍ରଶିରା ରେ ପ୍ରବାହିତ ହୋଇଚାଲେ ପୁଲକର ସ୍ରୋତ । ସ୍ଵର୍ଗ ଏକ ଶୁଣିଥିବା ସ୍ଥାନ ସିନା ରୂପରେରସରେ ଓ ଗନ୍ଧରେହେଲେ  କିଏ ଦେଖିଛି ? ତେଣୁକରି ସ୍ଵର୍ଗ ଠାରୁ ମଧ୍ୟ ଜନନୀ ର ଏହି କୋଳ ର ସୁଖ ଶହେ ଗୁଣ ରେ ଅଧିକ ଆନନ୍ଦପ୍ରଦ ସମ  କବିଙ୍କ ମନ ହେଜିବସିଛି ।

          କ୍ଷମ।ମୟୀ ଜନନୀ ସନ୍ତାନ ର ସମସ୍ତ ଘାତ ପ୍ରତିଘାତ କୁ ସହ୍ୟକରି ଓଲଟା ଯାଚିଦେଇଛି ସନ୍ତାନ ପାଇଁ ଅଜସ୍ର ତୃପ୍ତି । ନ।ହିଁ ତା' ପାଖରେ ରାଗ ରୋଷ କି ଅଭିମାନ । ସନ୍ତାନ ର ଖୁସି ରେ ସେ ଖୁସି । ଜନମ କାଳରୁ ସନ୍ତାନ ଅର୍ଜିଥିବା ସମସ୍ତ ଦୋଷରାଜି କୁ କ୍ଷମା ଦେଇଯାଏ କ୍ଷମମୟୀ । ସନ୍ତାନ ପାଇଁ ହାତ ପ୍ରସାରିଦିଏ ଅକୁଣ୍ଠ ଚିତ୍ତରେ ।

 ଯେତେ ରାଗ ରୋଷ         କରେ ତୋହ ପାଖେ

ମାଆ ବୋଲି ଯାଉ ଭୁଲି

କେତେ ତପ କରି         ଏଇ ଜନମରେ

ଆସିଛି ତୋ’ ଦେଶେ ବୁଲି 

ଅମାପ ଧରିଯୁଁ                ଦେ ଟିକେ ମତେ

ନିଦା ହେଉ ମୋର ଛାତି

ନିଜେ ଦୁଃଖ ସହି             ଏ ଜଗତ ପାଇଁ

ଲାଗିପଡେ ଦିନ ରାତି 

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ 

ରୋଷ-ଅଭିମାନ

ତପ-ତପସ୍ୟା

ଧରିଯୁଁ  - ଧୈର୍ଯ୍ୟ ମଧ୍ୟରୁ

ନିଦା-ଫମ୍ପା ନ ଥିବା

କବି ଓ କଳା:-

          ମାଁ ନିକଟରେ ସନ୍ତାନ ଯେତେ ରାଗରୋଷ ଅଭିମାନ କଲେ ସୁଦ୍ଧା ମାଁ ସେ ସବୁକୁ ଭୁଲିଯାଏ ଓ ବାଢି ଚାଲେ ସନ୍ତାନ ପ୍ରତି ଅମାପ ସ୍ନେହ   ତେଣୁକରି ଅନେକ ତପ ଫଳ ଯୋଗୁଁ ପ୍ରୂଣ୍ୟମୟୀ ଜନନୀ ର କୋଳ ରେ ଜନ୍ମ ନେଇଛନ୍ତି ବୋଲି  କବି କହିଛନ୍ତି  ମାଟି ମାଁ ର ଅମାପ ଧୈର୍ଯ୍ୟ ଅଛି ବୋଲି କବି ଅନୁଭବ କରିଛନ୍ତି ସେହି ଧୈର୍ଯ୍ୟ ଭିତରୁ କାଣିଚାଏ କବିଙ୍କୁ ପ୍ରଦାନ ହେବ ହେଲେ ତାଙ୍କର ଛାତି ନିଦା ହୋଇଯିବ ବୋଲି ସେ  ହୃଦ୍ ବୋଧ କରିଛନ୍ତି  ସେତିକି ହେ।ଇପାରିଲେ କବି ଦିନରାତି ଜଗତ ର ମଙ୍ଗଳ କାମନା କରିପାରିବେ ବୋଲି ବିଶ୍ୱାସ ରଖିଛନ୍ତି 

ବର୍ଣ୍ଣନା:-

        ମାଟି ମାଁ ର ମମତା’ ର ପଟାନ୍ତର ନାହି । ତା' ସ୍ନେହ ଅଗାଧ ସମୁଦ୍ର ଭଳି । କ୍ଷମା ର ପାରାବାର ସେ । ସେଇଥିଲାଗି ତା' ସନ୍ତାନ ର ରାଗରୋଷଅଭିମାନ ତାକୁ ବିବ୍ରତ କରିପାରେନା । ସେ ଧୈର୍ଯ୍ୟମୟୀ , ସେ କରୁଣାମୟୀ , ସେ ସ୍ନେହମୟୀ । ପୂର୍ବ ଜନ୍ମର ସୁକର୍ମ ଯୋଗୁଁ କବି ଏହି ସ୍ନେହମୟୀ ର କୋଳରେ ସନ୍ତାନ ଭାବେ ଜନମ ନେଇ ନିଜକୁ  ଧନ୍ୟ ମନେକରିଛନ୍ତି । ଗୌରବମୟୀ ମାଟି ମାଁ ଙ୍କ ର ଜୟଗାନ କରିବାରେ ଚିତ୍ତ ମଧ୍ୟ ରେ କବି ତୃପ୍ତି ଲାଭ କରିଛନ୍ତି ।

ଜନନୀଙ୍କ ର ଧୈର୍ଯ୍ୟ ର ପଟାନ୍ତର ନାହିଁ ।  ସେହି ଅସୀମା ଧୈର୍ଯ୍ୟ ଜନନୀଙ୍କୁ କରିଛି ମହିମାମୟୀଗୌରବମୟୀ ଓ ଧୈର୍ଯ୍ୟମୟୀ ।  ତେଣୁକରି କବି ମାଁ ଙ୍କର ସେହି ଅସୀମ ଧୈର୍ଯ୍ୟ ଭିତରୁ କାଣିଚାଏ କାମନା କରିଛନ୍ତି ।  କବିଙ୍କ ଫମ୍ପା ହୃଦୟରେ ସେହି କାଣିଚାଏ ଧୈର୍ଯ୍ୟ ଭରିହେବ ହେଲେ ତାଙ୍କର କୋମଳ ଛାତି ନିଦା ହେIଇଯିବ ଓ ଜଗତର ମଙ୍ଗଳ ପାଇଁ କର୍ମ ପଥରେ କବି ଦୁଃଖ ସହି ଆଗକୁ ବଢି ପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

ଦିହ ସିନା ତୋର             ପାହାଡ ପଥର

କଅଁଳ ପତର ପ୍ରାଣ

ଦୁଃଖ ଦଡ଼ମଡି                ସହିବାକୁ ମତେ

କରି ଦେ ତୋ ' ପରି ଟାଣ 

ତୋର ମୁକତି ରେ            ମୋର ମୁକତି ମା

ତୋର ହସେ ମୋର ହସ

ତୋହରି ଅନ୍ତର               ଆଦେଶେ ଚଳେ ମୁଁ

ଘୋଷି ତୋର ମହା ଯଶ 

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ 

ଦିହ-ଦେହ

ଦଡ଼ମଡି-ଜଞ୍ଜାଳ

ଟାଣ-ଶକ୍ତ

କବି ଓ କଳା:-

          ମାଟି ମାଁ ଙ୍କ ଦେହ ପାହାଡ ର ପଥର ଭଳି ଟାଣ ସିନା ହେଲେମନ ଓ ପ୍ରାଣ କଅଁଳ ପତ୍ର ସମ ନରମ  ଠିକ୍ ସେହିଭଳି କବି ନିଜ ହୃଦୟ ଟାଣ ହେଲେ  ଜଞ୍ଜାଳ ସହ୍ୟ କରିବାରେ ଅସୀମ ଧୈର୍ଯ୍ୟ ପାଇପାରିବେ ବୋଲି ଆଶା କରିଛନ୍ତି ଓ ମାଁ ଙ୍କ ଠାରୁ ଆଶିର୍ବାଦ ମାଗିଛନ୍ତି ଜନନୀଙ୍କ ମୁକ୍ତି ସନ୍ତାନ ର ମୁକ୍ତି ସମ ଓ ଜନନୀ ର ହସ ସନ୍ତାନ ର ହସ ସଦୃଶ  ମାଟି ମାଆ ର ସନ୍ତାନ ଭାବେ ସେହି ମାଁ ର ଅନ୍ତର ଆଦେଶ ରେ ତାଙ୍କର ଯଶ ଗାନ କରିଚାଲୁଛନ୍ତି ବୋଲି କବି କହିଛନ୍ତି 

ବର୍ଣ୍ଣନା:-

          ରକ୍ତ ମାଂସ ର କଅଁଳ ହୃଦୟ ଧାତିକାରେ ଭାଙ୍ଗିପଡେ ।  ଧୈର୍ଯ୍ୟ ଚ୍ୟୁତ ହୁଏ ଅଳପ କଥାରେ ।ମନପ୍ରାଣ ଓ ହୃଦୟ ର କଅଁଳ ଗୁଣ ଯୋଗୁଁ ମଣିଷ ଦୁଃଖ କଷ୍ଟ ସହିବାକୁ ପ୍ରସ୍ତୁତ ହୋଇପାରେନା କିମ୍ବା ପର ପାଇଁ କିଛି ପୁଣ୍ୟ କରିବାକୁ ନିଜକୁ ଖଟାଇ ରଖି ପାରେନା । ଦୁଃଖ ଜଞ୍ଜାଳ କୁ ସହିବାର ଶକ୍ତି ର ଅଭାବ ଯୋଗୁଁ ମଣିଷ ଅସମୟରେ ଅହେତୁକ ଭାବେ ଭାଜି ହୋଇପଡେ ।  ତେଣୁକରି କବି ମାଁ ଙ୍କ ପାଖରୁ ଆଶିର୍ବାଦ କାମନା କରୁଛନ୍ତି କି ମାଟି ମାଁ ତାଙ୍କ ହୃଦୟ କୁ ନିଜ ପରି ଟାଣ କରିଦିଅନ୍ତୁ ।  ଅସୀମ ଧୈର୍ଯ୍ୟ  ର ଅଧିକାରିଣୀ କରିଦିଅନ୍ତୁ ଓ ତାହାଦ୍ୱାରା ସେ ସଂଘର୍ଷ କରି ପର ପାଇଁଦେଶ ପାଇଁ ମଙ୍ଗଳ କାମ କରିବାର ସୌଭାଗ୍ୟ ଲାଭ କରିପାରିବେ ଓ ନିଜକୁ ଗୌରବମୟୀ ଜନନୀ ର ଭାଗ୍ୟବତୀ ସନ୍ତାନ ଭାବେ ବିବେଚନା କରିପାରିବେ ।

          ପୁଣ୍ୟମୟୀପବିତ୍ରମୟୀ ଓ ସ୍ନେହମୟୀ ଜନନୀ ର ପରାଧିନତା କବିଙ୍କୁ କରିଛି ବିବ୍ରତ ଓ ବ୍ୟଥିତ ।ସନ୍ତାନ ସେତେବେଳେ ଖୁସି ରେ ରହେଯେତେବେଳେ ଜନନୀ ତାର ଖୁସିରେ ଥାଏ ।  ସନ୍ତାନ ଭିତରେ ସେତେବେଳେ ପୀଡା ଜନ୍ମ ନିଏ ଯେତେବେଳେ ଜନନୀ ତା'ର ପୀଡା ଭୋଗୁଥାଏ ।  ମାଁ ମାଟି ର ସେହି ପୀଡ଼ା ଦୂର ହେବାକୁ ଯାଉଅଛି ବୋଲି କବି ଆଶା ବ୍ୟକ୍ତ କରିଛନ୍ତି ।  ଭାରତ ମାତା ର ସ୍ୱାଧୀନତା ର ସମୟ ଆସନ୍ନ ପ୍ରାୟ ବୋଲି କବି ଉପଲବ୍ଧି କରି ଆନନ୍ଦିତ ହୋଇଛନ୍ତି ।  

ଚିର ଦୁଃଖ ର ତୋ '          ପାହାନ୍ତି ଅନ୍ଧାର

ରାତି ଆସୁଅଛି ପାହି

ସେ ନୂଆ ସପନେ            ଫୁଲେ ମୁଁ  ଆନନ୍ଦେ

ଜୟ ଗାନ ତୋର ଗାଇ 

ତୁହି ଦେବଭୁମି                ତୁହି ବୀର ଭୂମି

ତୁହି ମୋ ଭାରତ ମାଆ

ତୋର ପାଦ ଧୂଳି             ମୁଣ୍ଡେ ହୋଇ ବୋଳି

ରଖିବି ତୋହର ନାଆଁ 

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ 

ପାହିଆସୁଅଛି-ଶେଷ ହୋଇ ଆସୁଅଛି

ଫୁଲେ-ଭରିଉଠେ

କବି ଓ କଳା:-

          ଜନନୀଙ୍କ ର ଦୁଃଖ ର ପାହାନ୍ତି ଅନ୍ଧାର ପାହି ଆସୁ ଅଛି ବୋଲି କବି କହିଛନ୍ତି  ଜନନୀଙ୍କୁ ମୁକ୍ତି ର ଦ୍ୱାର ରେ ଦେଖି କବି ପୁଲକିତ ହୋଇଛନ୍ତି  ସେହି ଆନନ୍ଦ ରେ କବି ମାଁ ମାଟି ର ଜୟଗାନ କରିଛନ୍ତି ମାଟି ମାଁ  କବିଙ୍କ ର ହେଉଛି ଦେବ ଭୂମି , ସେ ବୀର ପ୍ରସବିନୀ  ସେହି ଭଳି ମହିମାମୟୀ ମାଆ ଙ୍କ ପାଦ ଧୂଳି କୁ ମଥା ରେ ବୋଲି ତା ଟେକ ରଖିବାକୁ ପ୍ରତିଜ୍ଞା କରିଛନ୍ତି ସେ  

ବର୍ଣ୍ଣନା:-

          ଜନ୍ମଭୂମି ର ଅମା ଅନ୍ଧାର ରାତ୍ରି ର ଅବସାନ ହେବାକୁ ଯାଉଅଛି ଜାଣି କବିଙ୍କ ହୃଦୟରେ ପୁଲକ ଜାତ ହୋଇଛି ।  ତାଙ୍କର ବାଞ୍ଛିତ କାମନା ଫଳବତୀ ହୋଇଆସୁଥିବା ଦେଖି ହୃଦୟରେ ତାଙ୍କର ଆନନ୍ଦ ଲହରୀ ଖେଳିଯାଇଛି ।  ମମତାମୟୀ,ଗୌରବମୟୀ,କରୁଣାମୟୀ ମାଆ ମୁକ୍ତି ଲାଭ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ସେ  ମାଁ ର ମୁକ୍ତିପଥ ଠାରୁ ଅନ୍ୟ କେଉଁ କଥା ସନ୍ତାନର ହୃଦୟରେ ଅମୃତ ର ଝର ବୁହାଇପାରିବ ? କବି ତେଣୁକରି ମୁକ୍ତି କଥା ନେଇ ଖୁସି ଉପଲବ୍ଧି କରିଛନ୍ତି 

          ଦେବମୟ ଏହି ପବିତ୍ର ଭୂମିବୀର ପ୍ରସବିନୀ ଏହି ଜନ୍ମମାଟି ଯୁଗେ ଯୁଗେ ଭୂମଣ୍ଡଳରେ ଯଶ ର ଅଧିକାରିଣୀ ଶତ୍ରୁ ରକ୍ତ ର ଅଳତା ରେ ପାଦ ରଞ୍ଜି ମହିମାମୟୀ ଜନ୍ମମାଟି ସନ୍ତାନ ପାଇଁ ହାତ ପ୍ରସାରି ତା ବୁକୁକୁ ଖୋଲିଦେଇଛି  ସେହି ମହିମାମୟୀ ଗୌରବମୟୀ ମାଆ ର ପାଦଧୂଳିକୁ ମଥାରେ ବୋଲି ହୋଇ ତାର ଟେକ ରଖିବାକୁ ପ୍ରତିଜ୍ଞା କରିଛନ୍ତି କବି 

ଚେତନ-ଗରଭା-ମାଟି

କେଉଁଠି ହଜିଛି                ଖୋଜି ଦେଏ ମୋର

ଚେତନା ର ଚାବିକାଠି 

ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ 

ଚେତନା-ଚେତା 

ଚାବିକାଠି-ଚାବି

କବି ଓ କଳା:-

          ମାଟି- ମାଁ ହେଉଛି କବିଙ୍କ ପାଇଁ ଚେତନା ଗରଭା ମାଟି  ତେଣୁ କରି କବି ଚେତନା ଗରଭା ମାଆ ମାଟି ପାଖରୁ ଆଶା କରିଛନ୍ତି କି ତାଙ୍କର ହଜିଯାଇଥିବା ଚେତନା ର ଚାବିକାଠି ମାଟି ମାଆ ଙ୍କ ଆଶୀର୍ବାଦ ରୁ ନିଶ୍ଚିତ ମିଳିବ 

ବର୍ଣ୍ଣନା:-

          ଭାରତ ମାଁ ଶତୃପ୍ରତି ତା ସନ୍ତାନ କୁ ବାରମ୍ବାର ଜାଗ୍ରତ କରିଛି ବୋଲି ଇତିହାସ ମଧ୍ୟ ତାର ପ୍ରମାଣ ରଖିଛି ।  କବି କିନ୍ତୁ ଭାରତ ମାଁ ର ସନ୍ତାନ ଭାବେ ନିଜକୁ ଜାଗ୍ରତ କରିପାରୁନାହାନ୍ତି ।  ମାଁ ଙ୍କ ର ମୁକ୍ତି ପାଇଁ ଶତ୍ରୁ ସହିତ ସମର ନ କରି ଚେତନା କୁ କେଉଁଠି ହାରିଦେଇ ସେ ସ୍ତବ୍ଧ ପ୍ରାୟ ନିଜକୁ ମନେକରୁଛନ୍ତି ।  ସେଇଥିପାଇଁ ତାଙ୍କ ଚେତନା ଜନନୀଙ୍କ ର ଆଶୀର୍ବାଦ ରୁ ଜାଗି ଉଠିବ ବୋଲି ସେ ମନ ମଧ୍ୟରେ ଆଶା ସଞ୍ଚାର କରିଛନ୍ତି  ଓ ମାଁ ଙ୍କ ନିକଟ ରୁ ଚେତନା ର ଚାବିକାଠି ଲାଭ କରିବାକୁ କାମନା କରିଛନ୍ତି ସତେ ଯେମିତି କବି ଚେତନା ର ଚାବିକାଠି କେଉଁଠି ହଜେଇ ତା'ପାଇଁ ବିକଳ ହୋଇ ବସିଛନ୍ତି   

READ OUR  OTHER POSTS

1.    ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

2.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

3.    ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

4.    ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

5.    ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

6.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

7.    କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

8.    ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

9.    ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

10.    କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

11.    କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

12.    ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

13.    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

14.    ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

15.    ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

16.    ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

17.    ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

18.    ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

19.    ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା

20.    ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

21.    The Road Not Taken- CLASS-IX- An analytical description in English

22.    The Ant and The Cricket- CLASS-VIII- An analytical description in English

23.    Squirrel- CLASS-VII- An analytical description in English

24.    ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

25.    How the camel got his hump- CLASS-VIII- An analytical description in English

26.    THE LOST CHILD- CLASS-IX- An analytical description in English

27.    କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

28.    Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ

29.    Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ

30.    THE FUN THEY HAD- CLASS-IX- An analytical description in English

31.    A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ

32.    FIRE AND ICE- CLASS-X- An analytical description in English

33.    ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର  ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା

34.    DUST OF SNOW- CLASS-X- An analytical description in English

35.    A LETTER TO GOD-CLASS-X- An analytical description in English

36.    ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

37.    ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

38.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

39.    ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

40.    ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

41.    ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

42.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

43.    ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା



- M. B. Prasad.

copyright© 2023 M. B . Prasad, ABC Learning Point.

 All rights reserved.

No part of this publication may be  reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.

ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ  ଖବର କରିବେ ବୋଲି ଆଶା ରଖୁଛୁ ।

Write us at pointabclearning@gmail.com

*****


Comments