Critical Stage of Odia Language- ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର




 " ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା "

(ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର)

-M B Prasad.

            ଶିକ୍ଷା ଯେତେ ମାତ୍ରା ରେ ସହଜସରଳ ଓ ବୋଧଗମ୍ୟ ହୋଇଥାଏ ପାଠକ ପାଠିକା ମାନେ କ୍ଳିଷ୍ଟତା କୁ ସମ୍ମୁଖୀନ ନ କରି ବିନା ଦ୍ଵନ୍ଦ ରେ ସେହି ହାର ରେ ବିଷୟବସ୍ତୁକୁ ସୁଚାରୁରୂପେ ଆହରଣ କରିପାରିଥାଆନ୍ତି ଓ ସେଇଠି ଥାଏ ଶିକ୍ଷା ର ସଫଳତା । ମୌଳିକ ଅଧିକାର ଭାବେ ମାନ୍ୟତା ଦିଆଯାଉଥିବା ଏହି ଶିକ୍ଷା ଯେହେତୁ ଭାଷା ଉପରେ ନିର୍ଭର କରେଭାଷା ର ଏକ ମାର୍ଜିତ ରୂପରେଖ ଅତ୍ୟାବଶ୍ୟକ ବୋଲି ବିଚାର କରାଯାଏ । ଏକ ନିର୍ଦ୍ଧିଷ୍ଟ ଜାତି ସହିତ ଏହି ଭାଷା ର ଗାଢ ସମ୍ପର୍କ ରହୁଥିବାରୁ ଭାଷା କୁ ନେଇ ଜାତି ର ମାନ ଧାର୍ଯ୍ୟ କରିବା ସ୍ଵାଭାବିକ ହୋଇଉଠେ । ଜାତିର ମାନଦଣ୍ଡ କୁହାଯାଉଥିବା ଏହି ଭାଷା କୁ ନେଇ ବିରାଟ ବିଶ୍ଵ ରେ ଏକ ନିର୍ଦ୍ଧିଷ୍ଟ ଜାତି ତା'ର ପରିଚୟ ପ୍ରାପ୍ତ କରିଥାଏ । ତେଣୁକରି ପ୍ରରିଚୟ ପ୍ରଦାନ କରୁଥିବା ଏହି ଭାଷା ର ସ୍ଥିତି କୁ ନେଇ ସମୟ ଉପରେ ଦୃଷ୍ଟି ନିକ୍ଷେପ କରି  ଆଲୋଚନା ଚକ୍ର ଟିଏ ଗଢିବା ଅତ୍ୟାବଶ୍ୟକ ମନେହୁଏ କାରଣଭାଷା ର ମହତ୍ଵ ବିଷୟରେ ଏତିକି କୁହାଯାଇପାରେ କି, ଭାଷା ଏକ ନିର୍ଦ୍ଧିଷ୍ଟ ଜାତିକୁ ଉନ୍ନତି ର ଚରମ ସୋପାନ ରେ ପହଞ୍ଚାଇଦେବାରେ  ବିଶେଷ ଫଳପ୍ରଦ ଭୂମିକା ଗ୍ରହଣ କରିଥାଏ । ଏହି ମର୍ମ ରେ ଆମେ ଜାତିର ଭାଷା କହିଲେ ମାତୃଭାଷା କୁ ଇଙ୍ଗିତ କରୁଛୁ । ଏହି ମାତୃଭାଷା ମାଧ୍ୟମରେ ବିଦ୍ୟାର୍ଥୀ ଓ ବିଦ୍ୟାର୍ଥୀନୀ ମାନଙ୍କୁ ନିର୍ଦ୍ଧିଷ୍ଠ ଏକ ବିଷୟ ଉପରେ ଠିକ୍ ଭାବେ ଶୁଣିବାକହିବାପଢିବା ଓ ଲେଖିବା ସହଜ ଓ ସରଳ ତଥା ବୋଧଗମ୍ୟ ମନେ ହୋଇଥାଏ ।ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ଚଳନ୍ତି ସମାଜ ର ଭବିଷ୍ୟତ ଭାବେ ବିବେଚନା କରାଯାଉଥିବା ଏହି ବିଦ୍ୟାର୍ଥୀ ଓ ବିଦ୍ୟାର୍ଥୀନୀ ମାନଙ୍କ ଜ୍ଞାନ ର ଭଣ୍ଡାର କୁ ପରିବ୍ୟାପ୍ତ କରିବାକୁ ହେଲେ ଭାଷା ର ମହତ୍ଵ କୁ ଉପଲବ୍ଧି କରି ଭାଷା ଉପରେ ଗୁରୁତ୍ଵ ଆରୋପ କରାଯିବା ବିଧେୟ ।  ତେଣୁକରି, ଏହି ପ୍ରସଙ୍ଗ ରେ ଓଡିଶା ମାଟିର ଓଡିଆ ଜାତିର ଓଡିଆ ଭାଷା ଉପରେ ଦିନଟେ ପାଇଁ ନ ହେଲେ ବି ଘଣ୍ଟାଏ କି ମୁହୂର୍ତ୍ତକ ପାଇଁ ହେଲେ ଓଡିଆ ଭାଷା ର ସ୍ଥିତି ଉପରେ ଚିନ୍ତା କରିବା ନିହାତି ଜରୁରୀ ବୋଲି ମନ ମଧ୍ୟରେ ବିଚାର ଆସେ କାରଣ ଓଡିଆ ଜାତି ବିଂଶ ଶତାବ୍ଦୀ ରେ ମଧ୍ୟ ଗାଢ ନିଦ୍ରା ରେ ଶୋଇପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କେବେ ଏ ଜାତି ର ନିଦ୍ରାଭଙ୍ଗ ହେବ ଓ ସମ୍ମୁଖ ରେ ଉପସ୍ଥିତ ସଙ୍କଟ ର ସମ୍ମୁଖୀନ ହୋଇ ନିଜର ବହୁମୂଲ୍ୟ ପରିଚୟ କୁ ଅକ୍ଷୁର୍ଣ୍ଣ ରଖିବ ଭାବିବାରେ ବି ଚିତ୍ତ ଚିନ୍ତାଗ୍ରସ୍ତ ହୋଇରହେ । ବିରାଟ ବିଶ୍ଵ ରେ ଛୋଟ ଛୋଟ ଭାଷା ସବୁ ମୁଣ୍ଡ ଟେକି ଆଦର ଲାଭ କରୁଥିବା ସମୟରେ ଓଡିଆ ନାମକ ଭାଷା ବିଶ୍ଵ ର କେଉଁ କୋଣ ଅନୁକୋଣ ରେ ଅଛି ହେଲେ ଡୁବିବାରେ ଲାଗିଛି ବୋଲି ଜଳଜଳ ଦେଖାଯାଉଅଛି । କ୍ଷୋଭ ର ବିଷୟ ଏହି ଯେ, ଯେଉଁ ମାନଙ୍କ ଉଦ୍ୟମ ଫଳରେ ଓଡିଆ ଭାଷା ର ଉନ୍ନତି ସାଧନ ହେବ ବୋଲି ବିଚାର କରାଯାଏସେମାନଙ୍କର ବୈମାତୃକ ଭାବ ଏହି ଭାଷା ର ଅଧୋପତନ କରିବସୁଅଛି ।  

            କେତେ ଯେ ଘଡିସନ୍ଧି ମୂହୁର୍ତ୍ତ ସବୁର ସମ୍ମୁଖୀନ କରି ଓଡିଆ ଭାଷା ନିଜର ଅସ୍ତିତ୍ଵ କୁ ବଞ୍ଚାଇପାରିଛି ତାହା କାହାକୁ ଅଜଣା ? ଆଜିମାଁ ଓ ମାଟି ପ୍ରତି ମମତା ଯେ ମଣିଷ ର ଅତ୍ୟାବଶ୍ୟକ ଚିନ୍ତାସବୁରୁ ଗୋଟାଏ ହୋଇ ରହିପାରିଛି ବିଶ୍ଵାସ ର ଘେର ଭିତରକୁ ମଧ୍ୟ ଏହି ଭାବନା ଟି ସହଜରେ ଆସିପାରେନା  । ମନୁଷ୍ୟ ସ୍ଵାର୍ଥବାଦୀ ବୋଲି ନିଜର ପରିଚୟ ଛାଡିଯାଏ  ସମସ୍ତେ ଜାଣନ୍ତି ହେଲେମାଟି ଓ ମାଁ କୁ ବି ସ୍ଵାର୍ଥ ପାଇଁ ସେ ତ୍ୟାଗ କରିଦିଏ -ଏ କଥା ଖୁବ୍ କମ୍ ଲୋକେ ସୃଷ୍ଟି ର ଶ୍ରେଷ୍ଠ ପ୍ରାଣୀ ବୋଲାଉଥିବା ମଣିଷ ସମନ୍ଧରେ କୁଣ୍ଠା ପ୍ରକାଶ ନ କରି ବିଶ୍ଵାସ ର ପରିଧି ଭିତରେ ଗ୍ରହଣ କରିନେଇଥାନ୍ତି ଧନ୍ୟ ସେହି ଦିବ୍ୟ ଦ୍ରଷ୍ଟାଗଣ ଓ ଦିବ୍ୟ ସ୍ରଷ୍ଟାଗଣ - ମହାପୁରୁଷ ଭାବେ ଯେଉଁମାନଙ୍କ ଆପ୍ରାଣ ଉଦ୍ୟମରେ ମହାମୂଲ୍ୟ ଭରା ଓଡିଆ ଭାଷା  ନିଶ୍ଚିତ ଜୀର୍ଣ୍ଣକୂପ ରୁ ଉଦ୍ଧାର ପାଇପାରିଛି । କେତେବେଳେ ଇଂରାଜୀ ଭାଷା ସହିତ, ପୁଣି କେତେବେଳେ ବଙ୍ଗାଳୀ ଭାଷା ସହିତ ଆଉ ପୁଣି ଅନ୍ୟକେତେବେଳେ ହିନ୍ଦୀ ଭାଷା ସହିତ ଓଡିଆ ଭାଷା ର ମହା ସଂଘର୍ଷ ତାର ଅସ୍ତିତ୍ଵକୁ ବାରମ୍ବାର ଦୋହଲାଇ ଦେଇଛି । ବିରାଟ ଏହି ସମସ୍ୟା ଓଡିଆ ଜାତି ର ସମ୍ମୁଖ ରେ ଦଣ୍ଡାୟମାନ ହୋଇରହିଥିଲେ ସୁଦ୍ଧା ଭାବୁକ ସମାଜ ସୁପ୍ତ ହୋଇରହିଛିସମାଲୋଚକମାନଙ୍କ ସଂସାର ଲୁପ୍ତ ହୋଇ ଯାଇଛି ଓ ଗବେଷକ ମାନେ ଗବାକ୍ଷ ରେ ପରଦା ଝୁଲାଇରଖି ବୈଠକ ଖାନା ର ଚାରିକାନ୍ଥ ଭିତରେ କେବଳ ମନ୍ଥନ ରେ ଡୁବି ରହିଛନ୍ତି । ଅନ୍ୟ ଦିଗରେ ଶାସନ କଳର କଥା ନ କହିବା ଭଲ । ପେଣ୍ଡୁ ଭିତରେ ଥିବା ପବନ ଭଳି । ସ୍ଵାର୍ଥ ର ବଳ ଶାସନ କଳ କୁ କେତେବେଳେ କେଉଁ ଆଡେ, କେଉଁ ଗତି ରେ, କେଉଁ ଦିଗ କୁ ବୋହିନେଇଯାଉଛି ତାହା ଏହି ପରିପ୍ରେକ୍ଷୀ ରେ ବରଂ ନ କହିବା ଭଲ । ବେଳେବେଳେ ଶାସନ କଳ ଅବାଟ ରେ ଯାଉଥିବା କିଛି ନୂଆ କଥା ନୁହଁ ହେଲେ ସେହି ଅବାଟ କୁ ଆଜିକାଲି ଜନସାଧାରଣ ମଧ୍ୟ ଉଚିତ୍ କହି ପ୍ରଶଂସା କରିବା " କାହାକୁ କହିବା କପାଳ ରେ ସିନା କର ତାଡିବା " ଭଳି ହେଲାଣି । ଓଡିଶା ର ପ୍ରାଥମିକ ବିଦ୍ୟାଳୟ ସହିତ ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଓଡିଆ ଭାଷା ପାଇଁ ଏକା ଧାରରେ ସୁରକ୍ଷିତ ସ୍ଥଳ ଓ ଗବେଷଣା ଗାର ସଦୃଶ ଏ ସବୁ ବିଦ୍ୟାଳୟ ର ଉନ୍ନତି ନିମନ୍ତେ ସରକାରଙ୍କର ଆଭିମୁଖ୍ୟ ଯେ କ୍ଵଚିତ୍ ତାହା ପ୍ରାଞ୍ଜଳ ଭାବରେ ପ୍ରତୀତ ହୋଇଆସିଅଛି ।ଗୋଟିଏ ଦିଗରେ ଓଡିଆ ମାଧ୍ୟମ ବିଦ୍ୟାଳୟ ସବୁ କୁ ଦୃଷ୍ଟି ନ ଦେଇ, ଗୋଟିଏ କୁ ଅନ୍ୟଟିରେ ମିଶ୍ରଣ କରି, ବେସରକାରୀ ଓଡିଆ ବିଦ୍ୟାଳୟ ସବୁ ଉପରେ ଲମ୍ବା ସମୟ ପର୍ଯ୍ୟନ୍ତ ଅନୁଦାନ ଦେବାରେ ଅଙ୍କୁଶ ଲଗେଇ, ଅନ୍ୟ ଦିଗରେ ହିନ୍ଦୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସବୁ ର ଛତୁ ଫୁଟେଇବା ଭଳି ସ୍ଥାପନ କରିବା ଓଡିଆ ଭାଷା ର ଭାଗ୍ୟର ବିପର୍ଯ୍ୟୟ ବୋଲି କୁହାଯାଇପାରେ ଦେଶ ଓ ମାଟି ର ବିଦ୍ୟାଳୟ କୁ ଗ୍ରହଣ କରି ପ୍ରୋତ୍ସାହନ ଦେବାକୁ ସରକାର ନାରାଜ୍ ହୁଏ ଏକ ଦିଗରେ କିନ୍ତୁ ଅନ୍ୟଦିଗରେ  ବିଦେଶୀ ଭାଷା ର ବିଦ୍ୟାଳୟ ସବୁରେ, ବେତନ କମିଶନ ଅନୁସାରେ ଦରମା ଦିଆଯିବା କୁ ସ୍ଥିର କରାଯାଏ । ଓଡିଶା ମାଟିରେ ହଜାର ହଜାର ବେସରକାରୀ ଓଡିଆ ବିଦ୍ୟାଳୟ, ଓଡିଆ ଭାଷାସଂସ୍କୃତି ଓ ପରମ୍ପରାକୁ ଦୀର୍ଘ ସମୟର ଅସୀମ ଅବଦାନ ଦେଲାପରେ ମଧ୍ୟ, ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ସରକାରଙ୍କ ନିକଟରୁ ଏକାଥରକରେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ କରିଥିବା ନଜିର୍ ନାହିଁ  । ଏଇ କଥାରୁ ବିଦେଶୀ ଭାଷା ଉପରେ ସରକାରଙ୍କ କେତେ ମୋହ ସହଜରେ ସ୍ପଷ୍ଟ ହୋଇଉଠେ । ଓଡିଆ ଭାଷା କୁ ଲୋପ କରିବାର ଏହା ଏକ ବିଚିତ୍ର ଚକ୍ରାନ୍ତ ନୁହଁ ତ ଆଉ କଣ କୁହାଯାଇପାରେ, ଶାସନ କଳ ର ଏହି ପ୍ରକାର ହୀନବିଚାରଧାରା କୁ । ଜଣେ ପାଠକ କିମ୍ବା ପାଠିକା ହିନ୍ଦୀ ଓ ଇଂରାଜୀ ଭାଷାରେ ଦକ୍ଷତା ଲାଭ କରିବା ନିଶ୍ଚିତ ଗର୍ବଗୌରବ ଓ ପ୍ରଶଂସା ର ବିଷୟ ।  କିନ୍ତୁ ହିନ୍ଦୀ କିମ୍ବା ଇଂରାଜୀ ଶିକ୍ଷା ପାଇଁ  ସଂପୂର୍ଣ୍ଣ ନୂଆ ଅନୁଷ୍ଠାନ ଗଢି, ସେହି ସମାନ ସମୟରେ ଓଡିଆ ଭାଷା ପ୍ରତି ବୈମାତୃକ ଭାବ ସୃଷ୍ଟି କରିବା ସମୀଚୀନ ନୁହଁ । ହିନ୍ଦୀ ଓ ଇଂରାଜୀ ପାଇଁ ସରକାର ଓଡ଼ିଆ କୁ ବଳି ଦେବା ଯୁକ୍ତିଯୁକ୍ତ ନୁହଁ ଓଡିଶା ପାଇଁ ଓଡିଆ ଭାଷା ଯେ ଅତ୍ୟାବଶ୍ୟକ ଶାସନକଳ ହୃଦୟଙ୍ଗମ  କରିନେବା ଉଚିତ୍ 

          ଓଡିଶା ମାଟି ର ଅର୍ଥ ରେ ଓଡିଶା ଶାସନକଳ ର ଚକ ଚାଲେ ବୋଲି କାହାକୁ ଜଣା ନାହି ? ଆଉ ସେହି ଅର୍ଥ ରେ ସରକାର ସବୁପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କରିଥାନ୍ତି ବୋଲି କିଏ ନ ଜାଣେ ? ଏହା ସହିତ ଏଇଟା ମଧ୍ୟ କାହାକୁ ଅଛପା ନାହି ଯେ ସେଇ ଅର୍ଥ ରେ ବିଦେଶୀ ଭାଷା ର ଉନ୍ନତି କରାଯାଉଅଛି ବୋଲି । ଏ ହେଉଛି ଓଡିଶା ମାଟିର ଦୁର୍ଭାଗ୍ୟ । ଏଇ ଦେଶରେ ହୁଙ୍କାର ଛାଡି ନେତା ମନ୍ତ୍ରୀ ମାନେ ଓଡିଆ ରେ ଭାଷଣ ଖଣ୍ଡେ ଦିଅନ୍ତି ସିନା ଓଡିଆ ଭାଷା ର ଉନ୍ନତି ସକାଶେ କେବେ କେଉଁଠି ଓଡିଆ ଭାଷା ର ଆଦର୍ଶ ବିଦ୍ୟାଳୟ ଟିଏ ନିର୍ମାଣ କରିବାର ଭାବନା ତାଙ୍କ ମନ ଭିତରେ  ଦୈବାତ୍ ସୃଷ୍ଟି ହୋଇପାରିଛି ଉଦାହରଣ ଟିଏ ଖୋଜିଲେ ହୁଏତ ମିଳିନପାରେ । ଓଡିଶା ରେ ଓଡିଆ ମାନଙ୍କ ପାଇଁ ଓଡିଆ ଭାଷା ର ଉନ୍ନତି ବିଷୟ ରେ ଚିନ୍ତା କରିବାରେ ଭୁଲ୍ ରହିଲା କେଉଁଠି ? ହୁଏତ ନେତା ମନ୍ତ୍ରୀ ମାନେ ଇଂରାଜୀ କହିପାରୁନଥିବାରୁ  ଇଂରାଜୀ ର ଇନ୍ଦ୍ରଜାଲ ରେ ବଶ ହୋଇ ପରବର୍ତ୍ତୀ ପିଢୀ କୁ ଇଂରାଜୀ ରେ ପୋଖତ୍ କରିବାର ଭବିଷ୍ୟତ ର କେଉଁ ଏକ ଚମତ୍କାର ଭାବନା ରେ ବିଭୋର ହୋଇ, ତାଙ୍କ ଭିତରେ ଓଡିଆ ଭାଷା ମୂଲ୍ୟହୀନନିରର୍ଥକ ଓ ନୀରସ ହୋଇଯାଏ । ଓଡିଆ ମାଟିରେ ଜନମ ଲାଭ କରି ଓଡିଆ ମାଟିର ପାଣିପବନଫଳମୂଳଶାକତଣ୍ଡୁଳ ରେ ପରିପୁଷ୍ଟ ହୋଇ ଓଡିଆ ଭାଷା ର ଉନ୍ନତି କୁ ଭୁଲିଯାଆନ୍ତି ସେମାନେ  । ମାତୃଭୂମି ଓ ମାତୃଭାଷା ପ୍ରତି ଏହି ପ୍ରକାର ଉଦାସୀନତା ଯଦି ନେତା ମନ୍ତ୍ରୀଙ୍କ ର ଲଗାତର ଚାଲିରହେ ହେଲେ, କିଛି ବର୍ଷ ପରେ ବହି ପୃଷ୍ଠା ଭିତରେ ରେ ଅନ୍ୟ ଭାଷା ରେ ଓଡିଆ ଭାଷା ର ବିଦ୍ୟାଳୟ ମଧ୍ୟ ଓଡିଶା ରେ ଦିନେ ଥିଲା ବୋଲି ପଢିବାର ସମୟ ପାଖେଇ ଆସିବ  ଏଇଠି ଓଡିଶା ଆଦର୍ଶ ବିଦ୍ୟାଳୟ ର ଛୋଟ ଏକ ଉଦାହରଣ ନିଆଯାଉ । ନାଁ ଟି ଶୁଣିଲେ ଯେ କୌଣସି ଓଡିଆ ଲୋକ ଓଡିଆ ଭାଷା ର ବିଦ୍ୟାଳୟ ବୋଲି ଭାବିନେବ କିନ୍ତୁ ଏହି ସବୁ ବିଦ୍ୟାଳୟ ରେ ଇଂରାଜୀ ଓ ହିନ୍ଦୀ ଚାଲେ । କାହା ମନରେ ପ୍ରଶ୍ନ ଖଣ୍ଡେ ଉଙ୍କିଉଠେନା କି ସରକାର ଓଡିଶା ଆଦର୍ଶ ବିଦ୍ୟାଳୟ ପରିବର୍ତ୍ତେ ଓରିଶା ମଡେଲ୍ ସ୍କୁଲ ନାମ ଦେଲେଣି କାହିଁକି ବୋଲି । ହିନ୍ଦୀ ଇଂରାଜୀ ମାଧ୍ୟମ ର ବିଦ୍ୟାଳୟ କୁ ଓଡିଆ ର ଖୋଳପା ଟିଏ ପିନ୍ଧେଇଦେବା ର ଜରୁରୀ କଣ ଅଛି ? ଏହା ଦ୍ଵାରା ଓଡିଆ ଭାଷା କୁ ସମୃଦ୍ଧ କରାଯାଉଛି ବୋଲି ଭାବିବା ଭିତ୍ତିହୀନ  ଏହି ସବୁ ବିଦ୍ୟାଳୟ ପରିସର ଭିତରେ ଓଡିଆ କହିବା କୁ ବାତିଲ୍ କରାଯିବା କିଛି ନୂଆ କଥା ନୁହଁ ବୋଲି ହୁଏତ ସମସ୍ତ ଜନସାଧାରଣଙ୍କୁ ଜଣା ବି ନ ଥାଇପାରେ  । ଓଡିଆ ଭାଷା ଉପରେ ଗୁରୁତ୍ଵ ଦେବାରେ ସରକାରଙ୍କୁ ଜରୁରୀ ମନେହେଉଥିଲା ହେଲେ ଇଂରାଜୀ ବିଦ୍ୟାଳୟ ପରିବର୍ତ୍ତେ ଓଡିଆ ଆଦର୍ଶ ବିଦ୍ୟାଳୟ ଖଣ୍ଡେ ଖୋଲିଦେଇଥିଲେ ପାଠକ ପାଠିକା ଯଥେଷ୍ଠ  ପରିମାଣ ରେ ଉପକୃତ ହୋଇପାରିଥାନ୍ତେ ଏହା ନିଃସନ୍ଦେହ । କିନ୍ତୁ " ତେଲିଆ ମୁଣ୍ଡ ରେ ତେଲ " ସଦୃଶ ଯେଉଁମାନଙ୍କର ନିଜ ନିଜ ସନ୍ତାନସନ୍ତତି ମାନଙ୍କୁ ହିନ୍ଦୀ ଇଂରାଜୀ ବିଦ୍ୟାଳୟ ସବୁରେ ପଢାଇବା ନେଇ କୌଣସି କଷ୍ଟ ନଥିଲା ସେମାନଙ୍କ ପାଇଁ ଶୁଭ ଖବର ନେଇ ଆସିଲା ଓଡିଶା ଆଦର୍ଶ ବିଦ୍ୟାଳୟ । ଅଧିକ ଅର୍ଥ ତାଙ୍କୁ ବ୍ୟୟ କରିବାକୁ ଆଉ ପଡିଲା ନାହିଁ କିନ୍ତୁତଫସିଲ୍ ଭୁକ୍ତ ଜାତି ଓ ଉପଜାତି ତଥା ସାଧାରଣ ବର୍ଗ ର ପରିବାର ଏଇଠି ପେଷିହୋଇ ଆର୍ଥିକ ଦୃଷ୍ଟିକୋଣ ରୁ ଶୋଷଣ ର ଶିକାର ହୋଇ ସୁଦ୍ଧା ସରକାରଙ୍କ ଭୁଲ୍ ଦିଗଟିକୁ ବାରିପାରିବାରେ ସକ୍ଷମ ହୋଇ ପାରିଲେଣି । ଖୁବ୍ କମ୍ ରେ ଦଶ ହଜାର ଟଙ୍କାର ଫୋନ୍ ଟିଏ ପିଲାମାନଙ୍କୁ କିଣିଦେଉଛନ୍ତି ଏମାନେ  ତିନିଶହ ରୁ ପାଞ୍ଚ ଶହ ପ୍ରତି ମାସରେ ତା ପଛରେ ପୁଣି ଚାର୍ଜ କରିଦେବାକୁ ପଡୁଛି  ହଜାରେ ଟଙ୍କା ଉପରେ ମାସକୁ ଗାଡିଭଡା ଦିଆଯାଉଅଛି  ପାଞ୍ଚ ଶହ ରୁ ସାତ ଶହ ଯାଏ ପକେଟ୍ ଖର୍ଚ୍ଚ ମଧ୍ୟ ସବୁ ମାସରେ ଦେବାକୁ ପଡୁଛି  ସାଙ୍ଗ ସାଥି ର ଜନ୍ମଦିନ ହେଲେ ଦୁଇଚାରି ଶହ ଖର୍ଚ୍ଚ କରିବାକୁ ପଡ଼େ ଆଉ ଏ ସବୁକୁ ଛାଡି ବେଳେ ବେଳେ ପ୍ରୋଜେକ୍ଟ୍ ପାଇଁ ମଧ୍ୟ ଶହଶହ ବ୍ୟୟ କରିବାକୁ ହୁଏ ଏତେ ସବୁ ଖର୍ଚ୍ଚ ତୁଲେଇବା ଲାଗି ଶାଗ ପଖାଳ ଖାଇ କିଏ ମଜୁରି କରୁଛିକିଏ ଡାଳ ପତ୍ର ବିକ୍ରୟ କରୁଛିକିଏ ରିକ୍ସା ଚଲାଉଛି ଓ କିଏ ପର ଘରେ ମୂଳ ଲାଗୁଛି । ପ୍ରଚଣ୍ଡ ଖରାବର୍ଷାଶୀତ ଓ କାକର କୁ ଭ୍ରୂକ୍ଷେପ ନ କରି ପିଲା ମାନେ ଇଂରାଜୀ ପଢି ହିନ୍ଦୀ ଶିଖି ବାବୁ ହୋଇ ଦୁଇ ପଇସା ରୋଜଗାର କରିବେ ଏମାନେ ଭବିନିଅନ୍ତି ।  ଓଡିଆ ପଢି ଜୀବନ ଗଢାଯାଇପାରେନା ବୋଲି ଏମାନେ ଭାବିବସୁଛନ୍ତି ଏବଂ ଶାସନକଳ ର ମାୟା ଜାଲ ରେ ଛନ୍ଦିହୋଇ ଛଟପଟ ହେବାର ଦିନକୁ କେବଳ ଅଜାଣତରେ ଅପେକ୍ଷା କରିରହୁଛନ୍ତି ।  

          କୁହୁକ ବିଦ୍ୟା ସମସ୍ତଙ୍କୁ ଚକିତ କରିଦେଉଥିବା ଭଳି ଓଲଟା ଏମାନେ ଭୂରି ଭୂରି ପ୍ରଶଂସା କରିବସୁଛନ୍ତି ଏହି ଉନ୍ନତି ର ଓଲଟା ଯୋଜନା କୁ ଯେଉଁ ମାନଙ୍କ ପାଖରେ ଦଦରା ହୋଇ ସୁଦ୍ଧା ଓଡିଆ ଭାଷା ଟିକେ ବଞ୍ଚିରହିପାରିଥିଲା,  ସ୍ଥାନ ସଂରକ୍ଷଣ ଆଳ ର ଆଧାର ରେ ସେମାନଙ୍କୁ ଅନ୍ଧ କରି ତାକୁ ବି ସହଜ ରେ ନିଶ୍ଚିହ୍ନ କରିବାର ରାସ୍ତା ଫିଟାଇ ଦେଲେ ସରକାର । ଭାଷା ର ଯେଉଁ ମାନ ନେଇ ଆର୍ଥିକ ଦୃଷ୍ଟିକୋଣରୁ ସାଧାରଣ ପରିବାର ବର୍ଗ ର ପାଠକ ପାଠିକା, ଷଷ୍ଠ ଶ୍ରେଣୀ ରେ ନାମ ଲେଖାଇ ଅଧ୍ୟୟନ ସକାଶେ ଓଡିଆ ବିଦ୍ୟାଳୟ ସବୁ ତ୍ୟାଗ କରି ଏହି  ବିଦ୍ୟାଳୟ ମାନଙ୍କୁ ଯାଉଛନ୍ତି, ଦଶମ କି ଦ୍ଵାଦଶ ବେଳକୁ ବିଦ୍ୟାଳୟ ପରିତ୍ୟାଗ କଲା ସମୟରେ ଭାଷା ର ସେହି ମାନ ରେ ଢେର୍ ପରିବର୍ତ୍ତନ ଲକ୍ଷ କରାଯାଉଛି । ଦୀର୍ଘ ଛ ବର୍ଷ ର ଅଧ୍ୟୟନ ର ପରିସମାପ୍ତି ପରେ ମଧ୍ୟ, ଏହିସବୁ ବର୍ଗ ର ପିଲାମାନେ ସରପଞ୍ଚବି ଡି ଓ କିମ୍ବା ଏସ୍ ଡି ଓଙ୍କ ନିକଟକୁ ଇଂରାଜୀ ରେ ଦରଖାସ୍ତ ଟିଏ ଲେଖିଦେବାକୁ କହିଲେ ହାତ ଉଠେଇବାକୁ ଅରାଜି ହୋଇଥାଆନ୍ତି  ଅନ୍ୟ ଦିଗରେ ଏହି ଛ ବର୍ଷ ମଧ୍ୟରେ ଲଗାମ୍ ଦିଆଯାଇଥିବାରୁ, ବ୍ୟବହାରର ହାର ଘଟିବା ଫଳରେ ଓଡିଆ ଭାଷା ର ଶବ୍ଦ କୁ ମଧ୍ୟ ତ୍ରୁଟିଶୂନ୍ୟ ଭାବେ ଲେଖିବା ସେମାନଙ୍କୁ କଷ୍ଟ ହୋଇ ଉଠେ । ନା ଓଡିଆ ରେ ? ନା ଇଂରାଜୀ ରେ ?? ନା ହିନ୍ଦୀ ରେ ???- ତିନୋଟି ରୁ କୌଣସି ଭାଷା ରେ ମଧ୍ୟ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ବି ପାଠକ ପାଠିକା ନିଜକୁ ସ୍ପଷ୍ଟ କରି ପାରନ୍ତି ନାହିଁ । ପାରିବାରିକ ଓ ପାରିପାର୍ଶ୍ଵିକ ଭଳି ଅନେକ କାରଣ ଏହା ପଛ ରେ ଜଡ଼ିରହିଥାଏ, ଅବିଭାବକମାନେ  ଚିନ୍ତା କରିବାକୁ ଆଗ୍ରହ ମଧ୍ୟ ପ୍ରକାଶ କରନ୍ତି ନାହିଁ ଆଉ ସମୟ ର ଏମିତି ଏକ ଦୋଛକି ରେ, ଏମାନଙ୍କୁ ଛାଡିଦିଆଯାଉଅଛି କି ନା ପଛ କୁ ଫେରିବା ରେ ଏମାନଙ୍କର ଲାଭ ଅଛି ନା ଆଗକୁ ବଢିବାରେ ସାହସ ସଞ୍ଚାର କରିପାରୁଛନ୍ତି ଏଇଠି ଥରେ ମାତ୍ର ହୃଦୟଙ୍ଗମ କରାଯାଉ  ମଣିଷ ର ଉନ୍ନତି ପାଇଁ ପ୍ରଥମ ପ୍ରୟୋଜନ ମାତୃଭାଷା ନା ବୈଦେଶିକ ଭାଷା ?   

            ଇଂରାଜୀ ନ ଶିଖିଲେ ଚାକିରି ମିଳିବନିଲୋକେ କେହି ପଚାରିବେନିସମାଜ ରେ ସମ୍ମାନ ମିଳିବନି ଆଦି କହି କହି ଶିଖିବା ଓ କହିବା ରେ ଅନେକ କାରଣ ଯୋଗୁଁ ସମ୍ଭବ ହେଉନଥିଲେ ମଧ୍ୟ ଏଭଳି ଏକ ହୀନ ମାନସିକତା ରେ ବାନ୍ଧି ଦିଆଯାଉଛି କୋମଳମତି ଛାତ୍ରଛାତ୍ରୀଙ୍କୁ । " ଗୋଦରା ଖୋଳେ ଯେତେ ମାଡେ ସେତେ " ଭଳି ଶାସନ କଳ ର ଏହି ଯୋଜନା ଓଡିଆ ପୁଅ ପାଇଁ ନିରର୍ଥକ । ଯେଉଁ ଶିକ୍ଷା ଶିକ୍ଷାର୍ଥୀ ର ସଂସ୍କୃତି କୁ ଲୁପ୍ତ କରିବସେଯେଉଁ ଶିକ୍ଷା ଶିକ୍ଷାର୍ଥୀ ର ଜୀବନକୁ ସଙ୍କୁଚିତ କରିଦିଏ ଆଉ ଯେଉଁ ଶିକ୍ଷା ଶିକ୍ଷାର୍ଥୀ ର ମାନ କୁ ହ୍ରାସ କରିବସେ, ସେହିଭଳି ଶିକ୍ଷା ର ପ୍ରାପ୍ତି ଉଦ୍ଧେଶ୍ୟହୀନ ବୋଲି ବିଚାର କରାଯିବା ଉଚିତ୍ । ଓଡିଆ ପୁଅ ପାଇଁ ପ୍ରଥମ ପ୍ରୟୋଜନ ଓଡିଆ ଭାଷା । ଥରେ ଶୁଦ୍ଧ ଓଡିଆ ରେ କହିବା ପଢିବା ଆଉ ଲେଖିବା ଶିଖିଗଲେ, ଅନ୍ୟ ଭାଷା କୁ ମଧ୍ୟ ଆୟତ୍ତ କରିବାରେ ସମସ୍ୟା ରହିବ ନାହିଁ ।

            ଅନ୍ୟ ଦିଗରେ ଅବିଭାବକ ମାନଙ୍କ ମଧ୍ୟରେ ମଧ୍ୟ ସଚେତନତା ନାହିଁ କହିଲେ ଚଲେ । ଏହିସବୁ ସାଧାରଣ ପରିବାରରେ ଛୋଟିଆ ଛୁଆ କୁ ଫୋନ୍ ଟିଏ ଧରେଇଦେଇ, ପିତାମାତା ଛୁଆ ଟି ଫୋନ୍ କୁ ସହଜରେ ଚଳେଇପାରୁଛି ବୋଲି ଖୁସି ହୋଇଯାଆନ୍ତି ହେଲେ, ଛୁଆ ଟି ର ମୁଣ୍ଡ ଯେ ଫୋନ୍ ପାଲଟିଗଲାଣି ସେମାନେ ଜାଣିପାରନ୍ତି ନାହିଁ ଆଉ ଜାଣିଲା ବେଳକୁ ଖୁବ୍ ବିଳମ୍ବ ହୋଇଯାଇଥାଏ । ଏହି ସବୁ କାରଣରୁ, ପିଲାଟିଏ ଯଦି ହାଏ, ହେଲୋ, ନଟ୍, ବଟ୍, ହୁଆଟ୍, ଦିସ୍, ଆଣ୍ଡ୍, ଦେଟ୍, କିମ୍ବା ହାଁ, ନେହିଁ, କ୍ୟା, କ୍ୟୁଁ, କାହାଁ, କିଧର୍କହୁଛି ହେଲେ ଶିକ୍ଷାପ୍ରାପ୍ତକରିପାରିନଥିବା ପିତାମାତା ବାସ୍ତବିକ ଖୁସିହେବା ସ୍ଵାଭାବିକ । ଏ ଉନ୍ନତି ନା ଅବନତି ଥରଟେ ହୃଦୟଙ୍ଗମ କରିବା ପ୍ରତିଟି ଓଡିଆ ର ଦାୟିତ୍ଵ ହେଲେ କରୁଛି କିଏ ? ବିଦେଶୀ ଭାଷାବିଦେଶୀ ଦ୍ରବ୍ୟବିଦେଶୀ ସଂସ୍କୃତିବିଦେଶୀ ପରମ୍ପରା କ୍ଷଣ କୁ କ୍ଷଣ ଆମକୁ କୁହୁକ କରିଚାଲିଛି ନିଜର ସ୍ଵତନ୍ତ୍ର ପରିଚୟ ର ଆବଶ୍ୟକତା ଉପଲବ୍ଧି କରିବା ଜରୁରୀ ବୋଲି ଏ ଜାତି କେବେ ସଠିକ୍ ଚିନ୍ତା କରିପାରିବ ସ୍ଥିର କରିହୁଏନା  ଏତେ ଦିନ ର ବିଦେଶୀ ଶାସନ ରୁ ବି ଓଡିଆ ଜାତି ସ୍ଵାଧୀନତା ର ଅର୍ଥ ଯଦି କିଛି ଶିଖିପାରିଲାଣି, ଡିଣ୍ଡିମ ବଜେଇ ଗଣତନ୍ତ୍ର ଦିବସ ରେସ୍ଵାଧୀନତା ଦିବସରେ ଗୋଟେ ଲମ୍ବ ଖୁଣ୍ଟ ଉପରେ ଧ୍ଵଜା ଟିଏ ବାନ୍ଧିଦେଇ ଏକ ସ୍ଵର ରେ ଉତ୍କଳ ର ଜୟ ଧ୍ୱନି ସୃଷ୍ଟି କରିବା ଅର୍ଥହୀନ ବୋଲି କୁହାଯାଇପାରେ ।

READ OUR  OTHER POSTS

1.    ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

2.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

3.    ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

4.    ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

5.    ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

6.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

7.    କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

8.    ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

9.    ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

10.    କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

11.    କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

12.    ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

13.    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

14.    ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

15.    ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

16.    ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

17.    ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

18.    ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

19.    ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା

20.    ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

21.    The Road Not Taken- CLASS-IX- An analytical description in English

22.    The Ant and The Cricket- CLASS-VIII- An analytical description in English

23.    Squirrel- CLASS-VII- An analytical description in English

24.    ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

25.    How the camel got his hump- CLASS-VIII- An analytical description in English

26.    THE LOST CHILD- CLASS-IX- An analytical description in English

27.    କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

28.    Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ

29.    Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ

30.    THE FUN THEY HAD- CLASS-IX- An analytical description in English

31.    A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ

32.    FIRE AND ICE- CLASS-X- An analytical description in English

33.    ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା

34.    DUST OF SNOW- CLASS-X- An analytical description in English

35.    A LETTER TO GOD-CLASS-X- An analytical description in English

36.    ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

37.    ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

38.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

39.    ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

40.    ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

41.    ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

42.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

43.    ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା



- M. B. Prasad.

copyright© 2023 M. B . Prasad, ABC Learning Point.

 All rights reserved.

No part of this publication may be  reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.

ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ  ଖବର କରିବେ ବୋଲି ଆଶା ରଖୁଛୁ ।

Write us at pointabclearning@gmail.com

*****


Comments