Dust of Snow-Class-X-"ପେନ୍ଥାଏ ବରଫ"- ଓଡିଆ ଭାଷା ରେ
Dust of Snow
The way a crow
Shook down on me
The dust of snow
From a hemlock tree
Has given my heart
A change of mood
And saved some part
Of a day I had rued.
ROBERT FROST
ପେନ୍ଥାଏ ବରଫ
ପ୍ରକୃତି ଶିକ୍ଷା ର ଗନ୍ତାଘର । ପ୍ରକୃତିର ପ୍ରତ୍ୟେକ ଉପାଦାନ ଶିକ୍ଷା ର ଉତ୍ସ ସଦୃଶ । ମଙ୍ଗଳମୟ ଈଶ୍ଵରଙ୍କ ମହାନ୍ ଅବଦାନ ଏହି ପ୍ରକୃତି । ଏହି ପ୍ରକୃତି ଉଭୟ ଭୟ ପ୍ରସଂଶା , ଅଭିଶାପ ଆଶୀର୍ବାଦ , ସୌନ୍ଦର୍ଯ୍ୟ ଓ ତାଣ୍ଡବ ଲୀଲା ସୃଷ୍ଟି କରିପାରୁଥିବା ଶକ୍ତି ସବୁ ର
ଏକ ସମାବେଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ
ଝରଣା ର ଝର ଝର ଶବ୍ଦ ହେଉ ବା କୋଇଲି ର କୁହୁ କୁହୁ ସୁର ହେଉ ଅଥବା ମୟୁର ର ଗିରି ଶିଖର ରେ
ନୃତ୍ୟ କରିବା ହେଉ ସେ ସବୁ ପ୍ରକୃତି ରାଣୀ ର ଗୋଟିଏ ଗୋଟିଏ ଅପରୂପ ସୌନ୍ଦର୍ଯ୍ୟ । ଅପର ପକ୍ଷ ରେ, ଝଡ ତୁଫାନ୍ ହେଉ ବା ବନ୍ୟାର ର
ବିଭୀଷିକା ହେଉ କିମ୍ବା ଭୂମିକମ୍ପ ହେଉ ସେ ସବୁ ପ୍ରକୃତିର ଭୟଙ୍କର ମହା-ଶକ୍ତି ସଦୃଶ । ସୁତରାଂ ପ୍ରକୃତି
କେତେବେଳେ କେଉଁ ରୂପ ଧାରଣ କରେ ତା’ ବିଷୟରେ ବୁଝିବା କାଠିକର ପାଠ ହୋଇଥାଏ । ପ୍ରକୃତି କେତେବେଳେ ଆକାଶ ରେ ଇନ୍ଦ୍ରଧନୁ ଦେଖାଇ ମନ ମଧ୍ୟ ରେ ଆନନ୍ଦ ଭରିଦେଇଥାଏ ତ
ଅନ୍ୟ କେତେବେଳେ ଗୁରୁଗମ୍ଭୀର ବଜ୍ରନାଦ ରେ ବକ୍ଷକୁ କମ୍ପାଇ ବସେ । ପ୍ରକୃତି ସର୍ବଶକ୍ତିମାନ୍ । ଏହି ପ୍ରକୃତି କେତେବେଳେ କେଉଁ ରୂପରେ ଦାଉ ସାଧିବସେ ତ ଅନ୍ୟ କେତେବେଳେ ଅନ୍ୟ କେଉଁ ରୂପ ରେ ଆଶୀର୍ବାଦ
ସାଜିଥାଏ ।
ପ୍ରକୃତି ର କୌଣସି ନିର୍ଦ୍ଧିଷ୍ଠ ରୂପ ନାହିଁ ଯାହାକୁ ଅନନ୍ତ ସମୟ ପାଇଁ ଆମେ ନକାରାତ୍ମକ ବା
ସକାରାତ୍ମକ ବୋଲି କହିପାରିବା । ଠିକ୍ ଭାବରେ କହିବା ହେଲେ ପ୍ରକୃତି ରହସ୍ୟ ମୟୀ ।
କବି ରବର୍ଟ
ଫ୍ରଷ୍ଟ୍ ଙ୍କ ଦ୍ଵାରା
ରଚିତ ଏହି କବିତା ଟି ପ୍ରକୃତି ର ମହାନ୍ ଶକ୍ତି ଉପରେ ଆଧାରିତ । କାଉ ଏବଂ ଆମେରିକା ଦେଶ ରେ ଦେଖାଯାଉଥିବା ହେମ୍ ଲକ୍ ବୃକ୍ଷ କୁ ଲୋକେ ସାଧାରଣତଃ ପ୍ରକୃତି
ର ଅଶୁଭ ଅଙ୍ଗ ବୋଲି ବିବେଚନା କରିଥାନ୍ତି । ଏମାନେ ପ୍ରକୃତିର
ନକାରାତ୍ମକ ଅଂଶ ସଦୃଶ ବୋଲି ଲୋକଙ୍କ ଭିତରେ ଧାରଣା ରହିଛି । କିନ୍ତୁ, ଏହି କବିତା ଟି ରେ ଉଭୟ ଏହି ନକାରାତ୍ମକ ଶକ୍ତି ସକାରାତ୍ମକ ଶକ୍ତି ର
ଉତ୍ସ ଭାବେ ପରିଗଣିତ ହୋଇପାରିଛି ଓ କବି ନିଶ୍ଚିତ ଏକ ଦ୍ଵନ୍ଦ
ଭରା ସମସ୍ୟା ର ପରିଧି ଭିତରୁ ଉଦ୍ଧାର ପାଇ ପାରିଛନ୍ତି । ପରୋକ୍ଷ ଭାବରେ ସେ କାଉ ଓ ହେମ୍
ଲକ୍ ବୃକ୍ଷ କୁ କୃତଜ୍ଞତା ଅର୍ପଣ କରିଛନ୍ତି ।
କବିତା ଟି
ର ପ୍ରାରମ୍ଭ ରେ କବିଙ୍କ ମାନସିକ ଅବସ୍ଥା ସନ୍ତୁଳିତ ନ ଥିବା ଲକ୍ଷ କରାଯାଏ । କୌଣସି ଏକ ମାନସିକ ଦ୍ଵନ୍ଦ ଭିତରେ ସେ ଛନ୍ଦି ହୋଇରହିଥିବା ମନେହୁଏ । କବିତା ରେ କବି
ଅସନ୍ତୁଳିତ ମସ୍ତିସ୍କ ନେଇ କୁଆଡେ ଯାଉଛନ୍ତି ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ଯେତେବେଳେ ସେ ହେମ୍ ଲକ୍ ବୃକ୍ଷ ତଳକୁ ପହଞ୍ଚି ଆସିଛନ୍ତି , କୌଣସି ଏକ କାଉ ଦ୍ଵାରା ହେମ୍ ଲକ୍ ବୃକ୍ଷ ର ଡାଳ ଥରି ଉଠିଛି ଓ ସେହି କାରଣରୁ ପେନ୍ଥାଏ ବରଫ ହେମ୍ ଲକ୍ ଡାଳ ରୁ ବିଚ୍ଛିନ୍ନ ହୋଇ କବିଙ୍କ ଦେହରେ ଖସିପଡିଛି । କବିତା ଟି ରେ କାଉ କେଉଁ କାରଣ
ରୁ ହେମ୍ ଲକ୍ ଗଛ ର ଡାଳ କୁ କାଉ ଟି କମ୍ପାଇ ବସିଛି ତା’ ବିଷୟରେ ମଧ୍ୟ କବି ସ୍ପଷ୍ଟ କରିନାହାନ୍ତି । ହୁଏ ତ କାଉ ଟି ହେମ୍
ଲକ୍ ଗଛ ଡାଳ ରେ ବସିବାକୁ ଚେଷ୍ଟା କରୁଥିବା ସମୟରେ ଡାଳ ଥରିବସିଛି କିମ୍ବା ନିଜ ଦେହ ଉପରେ
ଲାଗିଥିବା ବରଫ କଣିକା ସବୁକୁ କୁ ଡେଣା ହଲାଇ ଝାଡି ବସୁଥିବା କାରଣରୁ ଡାଳ ଦୋହଲି
ଉଠି ଥାଇପାରେ । ସେ ଯାହା ବି ହେଉ, କବିଙ୍କ
ଶରୀର ରେ ବରଫ ପେନ୍ଥା ଖସି ପଡିବାରୁ ତାଙ୍କ ମାନସିକ ଅବସ୍ଥା ରେ ପରିବର୍ତ୍ତନ ମାଡି ଆସିଛି । ପ୍ରକୃତି ର ଏହି ସାମାନ୍ୟ
ଘଟଣା ରେ ଅଦ୍ଭୁତ ଭାବେ କବି ମାନସିକ ସ୍ଥିରତା ଲାଭ କରି ପାରିଛନ୍ତି । ତାଙ୍କ ମାନସିକ ସ୍ଥିତି ରେ ସନ୍ତୁଳତା ଆସିଥିବାରୁ ଦିବସ ଟି ର ବାକି ସମୟ ଦ୍ଵନ୍ଦ ଓ
ଜଟିଳତା ର ଘେର ଭିତରୁ ସ୍ଵାଭାବିକ ପରିଧି ଭିତରକୁ ଫେରିଆସିଅଛି ।
ଏହି
କବିତା ଟି ରେ ଉଭୟ କାଉ ଓ ହେମ୍ ଲକ୍ ବୃକ୍ଷ ପ୍ରକୃତି ର ନକାରାତ୍ମକ ଶକ୍ତି ର ପ୍ରତୀକ ହୋଇଥିଲେ
ସୁଦ୍ଧା କବିଙ୍କ ମାନସିକ ଅସ୍ଥିରତା ରେ ପରିବର୍ତ୍ତନ ଆଣିପାରିଥିବାରୁ ,
ପ୍ରକୃତି ର କୌଣସି ଉପାଦାନ କୁ ଅସୀମ ସମୟ ପାଇଁ ଆମେ ନକାରାତ୍ମକ ବୋଲି କହିବା ଅନୁଚିତ ହେବ । କବିତା ଟି ରେ ନକାରାତ୍ମକ ଶକ୍ତି ସକାରାତ୍ମକ ଶକ୍ତି ର ସ୍ରୋତ ଭାବେ ପରିଗଣିତ ହୋଇପାରିଛି । ତେଣୁକରି ଅନେକ କ୍ଷେତ୍ର ରେ , ଆମ ବିଶ୍ଵାସ ରେ ଆମକୁ ପରିବର୍ତ୍ତନ ଆଣିବାକୁ
ହୋଇଥାଏ କାରଣ ଏ ହେଉଛି ପ୍ରକୃତିର ଶକ୍ତି ଯାହାର କୌଣସି ରଙ୍ଗ
ରୂପ ଓ ଗୁଣ ସ୍ଥିର ନୁହଁ । କବିତା ଟି କ୍ଷୁଦ୍ର ହୋଇଥିଲେ ସୁଦ୍ଧା ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରିଛି ।
READ OUR OTHER POSTS
1. ମଙ୍ଗଳେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
2. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
3. ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
4. ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
5. ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
6. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
7. କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
8. ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
9. ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
10. କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
11. କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
12. ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
13. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
14. ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
15. ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
16. ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
17. ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
18. ଛନ୍ଦ -CLASS-X- ସରଳ ବ୍ୟାଖ୍ୟା
19. ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା
20. ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା
21. The Road Not Taken- CLASS-IX- An analytical description in English
22. The Ant and The Cricket- CLASS-VIII- An analytical description in English
23. Squirrel- CLASS-VII- An analytical description in English
24. ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
25. How the camel got his hump- CLASS-VIII- An analytical description in English
26. THE LOST CHILD- CLASS-IX- An analytical description in English
27. କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
28. Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ
29. Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ
30. THE FUN THEY HAD- CLASS-IX- An analytical description in English
31. A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ
32. FIRE AND ICE- CLASS-X- An analytical description in English
33. ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା
34. DUST OF SNOW- CLASS-X- An analytical description in English
35. A LETTER TO GOD-CLASS-X- An analytical description in English
36. ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର
37. ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
38. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
39. ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
40. ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
41. ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
42. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
43. ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା
- M. B. Prasad.
copyright© 2023 M. B . Prasad, ABC Learning Point.
All rights reserved.
No part of this publication may be reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.
ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ ଖବର କରିବେ ବୋଲି ଆଶା ରଖୁଛୁ ।
Write us at pointabclearning@gmail.com
*****
Comments
Post a Comment