Fire and Ice-Class-X-"ଉଗ୍ରତା ଓ ଉଦାସୀନତା"- ଓଡିଆ ଭାଷା ରେ

Fire and Ice

Some say the world will end in fire

Some say in ice.

From what I’ve tasted of desire

I hold with those who favour fire.

But if it had to perish twice,

I think I know enough of hate

To say that for destruction ice

Is also great

And would suffice.

-Robert Frost

ଉଗ୍ରତା  ଉଦାସୀନତା

ମଣିଷ ଭିତରେ ବିବେକ ଶକ୍ତି ରହିଥିବାରୁସଂସାରରେ ସର୍ବଶ୍ରେଷ୍ଠ ପ୍ରାଣୀ ଭାବେ ସେ ପରିଗଣିତ ହୋଇଥାଏ  କିନ୍ତୁବସ୍ତୁବାଦୀ ସଂସାର ଏହି ସାମାଜିକ ପ୍ରାଣୀ ଭାବେ ପରିଚିତ ହେଉଥିବା ମଣିଷ କୁବେଳେବେଳେ କୁପଥକୁ ସହଜରେ ଟାଣିନିଏ । ଲୋଭ ଓ ମୋହ ର ବଶବର୍ତ୍ତୀ ହେବା ଦ୍ଵାରା ସେ ଏକ ପ୍ରକାର ପଥ ଭ୍ରଷ୍ଟ ହୋଇଅନୈତିକତା ଭିତରେ ଗତି କରି ଶେଷରେ ନିଜ ଜୀବନକୁ ମଧ୍ୟ ବିପଥଗାମୀ କରିଥାଏ । ଚୂନା ହୋଇଯାଏ ତା ହସ ଖୁସି ର ସଂସାର । ଭୌତିକ ମାୟା ର ବଶବର୍ତ୍ତୀ ହୋଇ ମଣିଷ ମନୁଷ୍ୟତା ର ପରିଧି ଭିତରୁ ଦୂରେଇଗଲା ପରେନାନା ପ୍ରକାରର ଅସାମାଜିକ ପ୍ରବୃତ୍ତି ଦ୍ଵାରା ସେ ପରିଚାଳିତ ହୋଇବସେ  ତେଣୁକରିକୌଣସି ଏକ ମହାପୁରୁଷ କାମନା କୁ ଦୁଃଖ ର କାରଣ ବୋଲି ସ୍ପଷ୍ଟ କରିଥିଲେ । ବଞ୍ଚିବା ପାଇଁ ମଣିଷ ପାଖରେ ଯେତିକି ଅଛିତାକୁ ନେଇ ସେ ତା ଅମୂଲ୍ୟ ଜୀବନକୁ ହସ ଖୁସି ରେ ସଂସାର ମଧ୍ୟରେ ବିତେଇ ପାରିବଏହା ନିଃସନ୍ଦେହ । ପ୍ରତ୍ୟେକ କ୍ଷେତ୍ର ରେ ଅଧିକ ପ୍ରାପ୍ତି କରିବା ର କାମନା ହିଁ ଦୁଃଖ ର ଏକ ମାତ୍ର କାରଣ ହୋଇଥାଏ । ତେଣୁକରିମଣିଷ ନିଜର ପ୍ରକୃତି ରେ ପରିବର୍ତ୍ତନ ଫେରାଇଆଣିବା ବାଞ୍ଛନୀୟ । ଉଗ୍ର ପ୍ରକୃତି ଏକ ମାତ୍ର ତାଣ୍ଡବ ଲୀଲା ର କାରଣ ହୋଇଥାଏ  ଅନ୍ୟ ପକ୍ଷ ରେ ବିପରୀତ ଭାବେ ଆମର ଅନ୍ୟ ପ୍ରତି ସଙ୍କୁଚିତ ଧାରଣା ଓ ଉଦାସ ମନୋଭାବ ମଧ୍ୟ ସମଭାବରେ ଆମ ହସଖୁସି ର ଜୀବନ ଉପରେଯଥେଷ୍ଠ ମାତ୍ରା ରେ ପ୍ରଭାବ ପକାଇଥାଏ  ସଙ୍ଗ ଓ ସମାଜ ଠାରୁ ଭିନ୍ନ ହୋଇ ଏକାକିତ୍ଵ ର ଘେର ଭିତରେ ସାମାଜିକ ମଣିଷ ର ଜୀବନ ଜୀର୍ଣ୍ଣ ହୋଇଯାଏ  ଏହା ଛଡା ଯେଉଁ ମଣିଷ ପ୍ରତିବେଶୀ ର ଚିନ୍ତା ନ କରି କେବଳ ନିଜର ସ୍ଵାର୍ଥ କୁ ଗୁରୁତ୍ଵ ପ୍ରଦାନ କରିଥାଏଆପେ ଆପେ ତା ଜୀବନ ପରିଧି ସ୍ଵାର୍ଥ କୈନ୍ଦ୍ରିକ ହୋଇବଶେ ଓ ଅନ୍ୟ ପ୍ରତି ବହୁ ମାତ୍ରା ରେ ସେ ଅନ୍ଧ ହୋଇଯାଏ । ଏହା ଦ୍ଵାରା ଏହି ସୁନ୍ଦର ସଂସାର କଳୁଷିତ ହୋଇ ନୈତିକତା ର ଭାରସାମ୍ୟ ହରାଇ ଧ୍ଵଂସ ର ପରିଧି ଭିତରକୁ ଟାଣି ହୋଇଯାଏ   ତେଣୁକରିଉଭୟ କ୍ଷେତ୍ର ରେ କେବଳ କ୍ଷତି ହିଁ ଭୋଗିବା ସାର ହୋଇଥାଏ । ଅପରୂପ ପୃଥିବୀ ର ସୁନ୍ଦରତା ଏହି ସବୁ କାରଣରୁ ମ୍ଳାନ ହୋଇଯାଏ ଏଇଠି ଏହା ସ୍ପଷ୍ଟ ହୋଇଉଠେ ଯେ , ପୃଥିବୀ ର ବିନାଶ ପଛ ରେ ଉଗ୍ର ଶକ୍ତି ଛୁପିରହିଥିବା ନିଃସନ୍ଦେହ 

କବିଙ୍କ ରଚିତ ଏହି କବିତା ଟି ଏକ ପ୍ରତୀକବାଦୀ କବିତା  ବୈଜ୍ଞାନିକ ମାନଙ୍କ ର ମତବାଦ କୁ ଏକ ଭିନ୍ନ ଢଙ୍ଗରେ କବି ଉପସ୍ଥାପନ କରିଛନ୍ତି ତାଙ୍କ ଲେଖା ର ଚାତୁର୍ଯ୍ୟତା ମାଧ୍ୟମରେ  ବୈଜ୍ଞାନିକ ମାନଙ୍କ ମତ ଅନୁସାରେପୃଥିବୀ ଅତ୍ୟଧିକ ଉତପ୍ତ ହୋଇ ଧ୍ଵଂସ ପଥ କୁ ଟାଣି ହୋଇଯାଇପାରେ କିମ୍ବାଅତ୍ୟଧିକ ଶୀତଳତା ପ୍ରାପ୍ତ କରି ନିଜର ସତ୍ତା ହରାଇପାରେ  ଏହି ମତ କୁ କବି ନିଜର ଭିନ୍ନ ଦୃଷ୍ଟିକୋଣରୁ ବିଚାର କରିବସିଛନ୍ତି  ତାଙ୍କ ମତ ରେଏହି ସୁନ୍ଦର ପୃଥିବୀକୁ ମଣିଷ ର କାମନା ର ନିଆଁ ଓ ଅନ୍ୟ ପ୍ରତି ଭାବ ରେ ଶିଥିଳତା ହିଁ ଧ୍ଵଂସ କରିପାରେ ବୋଲି ପୂର୍ବାନୁମାନ କରିଛନ୍ତି  ଭାବ ପ୍ରବଣତା ରେ ପରିଚାଳିତ ମଣିଷର ଭିନ୍ନ ଭିନ୍ନ ପ୍ରକାର କାମନା ଶକ୍ତି ଅଗ୍ନି ସଦୃଶ ଓ ଅପର ପକ୍ଷ ରେମଣିଷ ର ଅନ୍ୟ ପ୍ରତି ଉଦାସୀନତା ଓ ମୋହ ମାୟା ଶୂନ୍ୟ ଚିନ୍ତାଧାରା ବରଫା ଟୁକୁଡା ର ଶୀତଳତା ସହିତ ତୁଳନୀୟ  ତେବେଅତ୍ୟଧିକ ଭାବପ୍ରବଣତା ହେଉକିମ୍ବା ଅତ୍ୟଧିକ ଉଦାସୀନତା ହେଉମଣିଷ ଏହି ଦୁଇ ଶକ୍ତି  ର ପ୍ରଭାବ ରେନିଜକୁ  ସାମାଜିକ ପ୍ରାଣୀ ର ପରିସୀମା ରୁ ଭିନ୍ନ କରି ଏକ କ୍ଷୁଦ୍ର ପରିଧି ଭିତରେ ସ୍ଥିତି ପ୍ରାପ୍ତ କରିବସେ ଓ  ଅବାଟ ରେ ପରିଚାଳିତ ହୋଇ  ନିଜ ର ବହୁମୂଲ୍ୟ ଜୀବନକୁ ବିନାଶ କରିବାରେ ନିଜେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ  ଭୌତିକ ଦୁନିଆ ରେ ସବୁକିଛି ପ୍ରାପ୍ତ କରିବାର ଉଗ୍ର ରୂପ ମଣିଷ କୁ ନଷ୍ଟ କରିବସେ ଯେମିତିଠିକ୍ ସେହିଭଳି ସ୍ଵାର୍ଥବାଦୀ ଗୁଣ ମଧ୍ୟ ମାନବିକତାକୁ ଦଳି ଆତ୍ମିକ ଜ୍ଞାନ ର ବିଲୋପ କରିମଣିଷ କୁ ସତ୍ତା ହରାଇବାରେ ଦାୟୀ ହୋଇଥାଏ 

ଏହିସବୁ କାରଣରୁ କବିତା ର ପ୍ରଥମ ରେ ହିଁ କବି କିଛି ଲୋକଙ୍କ କହିବା ଅନୁସାରେପୃଥିବୀ ଦିନେ କାମନା ର ନିଆଁ ରେ ଧ୍ଵଂସ ହୋଇଯିବ ବୋଲି ସ୍ପଷ୍ଟ କରିଛନ୍ତି ଓ ଏ ପ୍ରକାର ଚିନ୍ତାଧାରା କୁ ସେ ସମର୍ଥନ କରୁଛନ୍ତି ବୋଲି ମଧ୍ୟ କୁହାଯାଇଛି  ଅର୍ଥାତ୍ କବି ନିଜେ ଉଗ୍ର ଭାବପ୍ରବଣତା ର ବିନାଶ କାରିଣୀ ଶକ୍ତି ର ଅନୁଭୂତିନିଜ ଜୀବନରେ ପୂର୍ବରୁ ପ୍ରାପ୍ତ କରିସାରିଛନ୍ତି 

ପରବର୍ତ୍ତୀ ଧାଡି ରେ ପୁଣି ଅନ୍ୟ ଏକ ଯୁକ୍ତି ଉପସ୍ଥାପନ କରି କବିପୃଥିବୀକୁ ଯଦି ଦ୍ଵିତୀୟ ଥର ପାଇଁ ଧ୍ଵଂସ ହେବାକୁ ପଡିବ ହେଲେତା ପଛ ରେ ମଣିଷ ର ଅନ୍ୟ ପ୍ରତି ଉଦାସୀନତା ଭାବ ମୁଖ୍ୟ ଭାବେ ଦାୟୀ ହେବ ବୋଲି ନିଶ୍ଚିତ ହୋଇଛନ୍ତି  ତେବେଭାବପ୍ରବଣତା ରେ ଉଗ୍ରତା ହେଉ କିମ୍ବା ଅନ୍ୟ ପ୍ରତି ଉଦାସୀନତା ହେଉ ଉଭୟ ପରିସ୍ଥିତି ରେ ସଂସାର ର ବିନାଶ ନିଶ୍ଚିତ   ଉଭୟ ଶକ୍ତି କେହି କାହାଠାରୁ କମ୍ ନୁହଁ 

କବି ଏହି ପ୍ରତୀକବାଦୀ କବିତା ରେମଣିଷ ର ଅସାମାଜିକ ପ୍ରକୃତି ଯୋଗୁଁ ଏହି ବିଶାଳ ସୁନ୍ଦର ସଂସାର ର ଧ୍ଵଂସ ହେବାର ପୂର୍ବ ଅନୁମାନ କରିଛନ୍ତି 

 READ OUR  OTHER POSTS

1.    ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

2.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

3.    ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

4.    ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

5.    ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

6.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

7.    କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

8.    ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

9.    ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

10.    କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

11.    କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

12.    ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

13.    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

14.    ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

15.    ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

16.    ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

17.    ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

18.    ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

19.    ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା

20.    ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

21.    The Road Not Taken- CLASS-IX- An analytical description in English

22.    The Ant and The Cricket- CLASS-VIII- An analytical description in English

23.    Squirrel- CLASS-VII- An analytical description in English

24.    ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

25.    How the camel got his hump- CLASS-VIII- An analytical description in English

26.    THE LOST CHILD- CLASS-IX- An analytical description in English

27.    କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

28.    Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ

29.    Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ

30.    THE FUN THEY HAD- CLASS-IX- An analytical description in English

31.    A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ

32.    FIRE AND ICE- CLASS-X- An analytical description in English

33.    ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା

34.    DUST OF SNOW- CLASS-X- An analytical description in English

35.    A LETTER TO GOD-CLASS-X- An analytical description in English

36.    ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

37.    ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

38.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

39.    ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

40.    ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

41.    ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

42.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

43.    ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା



- M. B. Prasad.

copyright© 2023 M. B . Prasad, ABC Learning Point.

 All rights reserved.

No part of this publication may be  reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.

ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ  ଖବର କରିବେ ବୋଲି ଆଶା ରଖୁଛୁ ।

Write us at pointabclearning@gmail.com

*****


Comments