Kaha mukha anai banchibi- କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା


 କାହା ମୁଖ ଅନାଇ ବଞ୍ଚିବି

-ଭକ୍ତ ଚରଣ ଦାସ

ସାହିତ୍ୟ ଏକ ସିନ୍ଧୁ  ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ  ତାଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ  କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି  ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ   ମଧ୍ୟ ବିବେଚିତ ହୋଇପାରେ ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ 

Analysed By-M.B. Prasad.

ପୂର୍ବାଭାସ:-

ଭକ୍ତ ଓ ଭଗବାନଙ୍କ ଭିତରେ ଯେଉଁ ନିଗୂଢ ସମ୍ପର୍କ ରହିଥାଏସ୍ରଷ୍ଟା ସେଇଠି ହୋଇପଡେ ଭାବୁକ ଭାବର ଧାରା ବହି ଚାଲେ ତା ଅନ୍ତରରେ  ବିଭୁ ପ୍ରେମ ଭରା ଏହି ଭାବ ଧାରା ରେ ସ୍ରଷ୍ଟା କେତେବେଳେ ଭକ୍ତ ପାଲଟି ଯାଏତାକୁ ଜଣା ବି ପଡେନା  ଇଶ୍ଵରଙ୍କ ବିନ୍ଦୁଏ କରୁଣା ଲାଭ କରିବାକୁ ଅନ୍ତର ତାର ହୋଇଉଠେ ବ୍ୟାକୁଳ । ଏହି ବିନ୍ଦୁଏ କରୁଣା ଭାବ ଓ ଭକ୍ତି ର କରୁଣା ହେଉ ବୋଲି ସେ ବିନୟ କରିବସେ ଇଶ୍ଵର ଙ୍କୁ ଲୋଭମୋହମାୟା ଆଦି ର ଉର୍ଦ୍ଧ ରେ ଆତ୍ମିକ ଜ୍ଞାନ କୁ ଲାଭ କରି ଇଶ୍ଵର ହିଁ ଏକମାତ୍ର ଅମୁଳ ମୂଳ ବୋଲି ପରଖି ପାରେ  ତେଣୁକରି ପରମାତ୍ମା ର ଚରଣ ତଳେ ସେ ରେଣୁ ହେବା ର ଆଶୀର୍ବାଦ କାମନା କରିବସେ 

କହଇ ମନ ଆରେ ମୋ ବୋଲ କର

କଳା ଶ୍ରୀମୁଖ ବାରେ ଦେଖିବା ଚାଲ 

କେତେଦିନକୁ ମନ କରିଛୁ ଆଣ୍ଟ

କି ଘେନି ଯିବୁ ତୋର ଛୁଟିଲେ ଘଟ 

-ମନବୋଧ ଚଉତିଶା 

ଭୌତିକ ସଂସାର ର କ୍ଷଣିକ ସୁଖ କୂପ ରୁ ବାହାରି ଜ୍ଞାନ ଉଦ୍ରେକ ହେଉଥିବା ମଣିଷ ଖୋଜିବସେ ଅଶେଷ ଅନନ୍ତ ମହାସୁଖର ସମୁଦ୍ର  ଆତ୍ମା ତା'ର ପରମାତ୍ମା ସହିତ ନିଗୁଢ଼ ସମ୍ପର୍କ ରେ ମଜ୍ଜି ରହେ  ମନ ପକ୍ଷୀ ମଧ୍ୟ ଉଡିବାକୁ ଆଉ ଇଚ୍ଛା ନ କରି ଈଶ୍ୱରଙ୍କ ପରମ ସୁଖ ରୂପକ ଦିବ୍ୟ ଡାଳ ରେ ବସିବାକୁ ସ୍ଥିର କରିନିଏଯେଉଁଠି ଭୋକ ଶୋଷ ଦୁଃଖ ଶୋକ ଛୁଇଁ ପାରେନା ତାକୁ  ଏହି ବିଶାଳ ସଂସାର ର ମାୟା କୁ ଭେଦ କରି ସେ ଦିବ୍ୟ ଚେତନା ଲାଭ କରିପାରିବ ବୋଲି ସ୍ପଷ୍ଟ ହୋଇବସେ ତା' ଅନ୍ତରରେ 

କଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ,

କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ 

ଖସି ପଡୁଛି କି ଆକାଶୁ କି  ଗଙ୍ଗା ଯମୁନା,

କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୁତନା 

-କଳାକଳେବର ଚଉତିଶା 

ଏହି ବିଶାଳ ବିଶ୍ୱ ଏକ ଭବ ସାଗର  ଏହି ଭବ ସାଗର କୁ ପାର କରିବାକୁ ହେଲେ ଈଶ୍ୱରଙ୍କ ନାମ ରୂପକ  ତରଣି ହିଁ  ଜରୁରୀ ବୋଲି ଆଧ୍ୟାତ୍ମିକ ଚିନ୍ତାଧାରା ଥିବା ମହାପୁରୁଷ ମାନେ ସ୍ପଷ୍ଟ କରିଯାଇଛନ୍ତି ତେଣୁକରିସେହି ପରମାତ୍ମାଙ୍କ ନିକଟରେ ଅବୁଝା ଏହି ମନ ଟିକୁ ବାନ୍ଧି ପାରିଲେ ମଣିଷ ହୋଇଯାଏ ସଫଳ ତା' ଜୀବନ ପାତ୍ର ଭରିଉଠେ । ସ୍ଵୟଂ ନିଜେ ଧନ୍ୟ ହୋଇ ନିଜକୁ କୃତ କୃତ ମନେକରେ   ହଟିଯାଏ ତା' ନୟନ ରୁ ଅନ୍ଧ ପୁଟୁଳା  ପ୍ରାପ୍ତ କରିବସେ ସେ ଦିବ୍ୟ ଜ୍ୟୋତି  ଜୀବନ ଯମୁନା ତା'ର ଯେତେଦୂର ବହିଚାଲିଲେ ମଧ୍ୟ କୂଳ ରେ ତା'ର ଭରିଉଠୁଥାଏ ମାୟାଧାରଙ୍କ ର ବଂଶୀ ର ମଧୁର ମୂର୍ଚ୍ଛନା  ପ୍ରାଣ ଶୀତଳ ହୋଇଉଠେ ସେହି ମଧୁର ମୂର୍ଚ୍ଛନା ରେ  ହୃଦୟ ରେ ବିସରି ଯାଏ ଅଜଣା ଏକ ମହକ ଓ ଚିତ୍ତ ଭିତରେ ଜାଗି ଉଠେ ପୁଲକ  ଆନନ୍ଦ ର ଏକ ଜୁଆର ମାଡିଯାଏ  ତା’ ସାରା ଅଙ୍ଗରେ  ଯଶ ଗାନ କରିଉଠେ ସେ ଈଶ୍ୱରଙ୍କ ର । ଧନ୍ୟ ସେହି କରୁଣାମୟଧନ୍ୟ ତାଙ୍କର ଲୀଳା ଓ ଧନ୍ୟ ତାଙ୍କର ମହିମା 

କହେ କାତର ତରେ ହୋଇ ଛନ୍ନ

ମନ୍ତ୍ରୀ ଶୁଣିମା ମୋହର ବଚନ 

ମୁନିବର ନାରଦ ଗଲେ କହି

ତେଣୁକରି ଅଥିର ମୋର ଦେହୀ 

ନନ୍ଦ ନନ୍ଦନ ମୋହର ବଇରୀ

ତାକୁ କେମନ୍ତେ ପକାଇବି ମାରି 

-ମଥୁରା ମଙ୍ଗଳ 

ମଥୁରା ନଗର ର ନରେଶ କଂସାସୁର ଅତ୍ୟନ୍ତ ନିଷ୍ଠୁର  ରାଜ ସିଂହାସନ ପ୍ରାପ୍ତି କରିବାର ଦୁର୍ବାର କାମନା ରେ ଛନ୍ଦି ହୋଇ ଜନ୍ମ ଦେଇଥିବା ପିତାଙ୍କୁ ମଧ୍ୟ ହତ୍ୟା କରିବାରେ ତା’ ଭିତରେ ସଙ୍କୋଚ ଭାବ ଦେଖା ଦେଇନି  ଅନ୍ୟ ଦିଗରେରାଜା ବସୁଦେବଙ୍କ ରାଜ୍ୟକୁ ମଧ୍ୟ କଳକୌଶଳରେ କରାଗତ କରିବାକୁ ଭଉଣୀ ଦେବକୀ ସହିତ ତାଙ୍କର ବିବାହ କରାଇଅଛି  ପରବର୍ତ୍ତୀ ସମୟରେ ଯେତେବେଳେ ଦେବକୀ ର ଅଷ୍ଟମ ଗର୍ଭ ର ସନ୍ତାନ ତାର ମୃତ୍ୟୁ ର କାରଣ ହେବ ବୋଲି ଜାଣିପାରିଛି , ଦେବକୀ କୁ ମଧ୍ୟ ହତ୍ୟା କରିବାକୁ ପ୍ରସ୍ତୁତ ହୋଇବସିଛି  ପତ୍ନୀ କୁ ରକ୍ଷା କରିବା  ଉଦ୍ଦେଶ୍ୟ ନେଇ ବସୁଦେବ ଦେବକୀ ର ସମସ୍ତ ସନ୍ତାନକୁ କଂସ କୁ ଦେବା ପାଇଁ କଥା ଦେଇଛି   ତଥାପିକଂସ ଉଭୟ ପତିପତ୍ନୀ ଙ୍କୁ ଶିଙ୍କୁଳି ରେ ବାନ୍ଧି ବନ୍ଦୀଶାଳା ରେ ଅଟକ ରଖିଛି 

ପୃଥିବୀ ରୁ ପାପ ର ଭାରା କୁ ଘଟେଇବାକୁ  ଯେଉଁ ରାତ୍ରି ରେ କୃଷ୍ଣ ବନ୍ଦୀଶାଳା ରେ ଜନ୍ମଲାଭ କରିଛନ୍ତିସାରା ପ୍ରକୃତି ରେ ଏକ ଅଦ୍ଭୁତ ପରିବର୍ତ୍ତନ ମାଡିଆସିଛି  ବସୁଦେବଙ୍କୁ ଶୂନ୍ୟବାଣୀ ହୁଏଶିଶୁ କୃଷ୍ଣ ଙ୍କୁ ବନ୍ଧୁ ନନ୍ଦ ରାଜାଙ୍କ ନିକଟ ର ଛାଡିଦେବାକୁ ଓ ବଦଳରେ ନବ ଜନ୍ମିତା ତାଙ୍କ ଶିଶୁକନ୍ୟା କୁ ନେଇଆସି ଅଚେତ ଅବସ୍ଥା ରେ ପଡିରହିଥିବା ଦେବକୀ ର କୋଳରେ ରଖିଦେବାକୁ 

ଅଦ୍ଭୁତ ବାତାବରଣ ସୃଷ୍ଟି ହେଉଥିବା ସେହି ରାତ୍ରି ରେ ବନ୍ଦୀଶାଳା ର ଦ୍ଵାର ଆପେ ଖୋଳିହୋଇଯାଏ ପ୍ରହରୀ ମାନେ ନିଦ୍ରିତ ଅବସ୍ଥା ପ୍ରାପ୍ତ କରିବସନ୍ତି  ନଦୀ ର ଜଳ ଦ୍ଵି ଭାଗ ହୋଇ ଆପେ ଶିଶୁକୃଷ୍ଣଙ୍କୁ ମୁଣ୍ଡ ରେ ବୋହି ଚାଲୁଥିବା ବସୁଦେବଙ୍କୁ ରାସ୍ତା ଦେଇଯାଏ  ପଛ ପଟେ ଅନନ୍ତ ନାଗ ଉଭୟ ପ୍ରଭୁ ଶ୍ରୀକୃଷ୍ଣ  ଓ ବସୁଦେବଙ୍କ ଯତ୍ନ ନେଉଥାନ୍ତି  ପ୍ରତିକୂଳ ଅବସ୍ଥା ରେ ମଧ୍ୟ ବିନା କୌଣସି ବାଧା ବିଘ୍ନ ରେ ନନ୍ଦ ରାଜାଙ୍କ ନିକଟରେ ପହଞ୍ଚି ଶୂନ୍ୟବାଣୀ ବିଷୟରେ ସମସ୍ତ କଥା କହିକୃଷ୍ଣଙ୍କୁ ଅର୍ପଣ କରି ବଦଳରେ ବସୁଦେବଙ୍କ ନିକଟରୁ ଶିଶୁକନ୍ୟା ଟିକୁ ଆଣି ଦେବକୀ ର କୋଳରେ ରଖିଦେବାରୁ କୁଆଁ କୁଆଁ ଶବ୍ଦ ରେ  ବନ୍ଦୀଶାଳା କମ୍ପି ଉଠେ ଓ ଚିନ୍ତାଗ୍ରସ୍ତ କଂସାସୁର ଧାଇଁ ଆସି ଶିଶୁକନ୍ୟା ଟିକୁ ଟେକି କଚାଡି ବସୁଥିବା ବେଳେ ଦେବୀଙ୍କ ରୂପ ପ୍ରାପ୍ତ କରି ସେହି କନ୍ୟା ଟି କଂସ ର ପ୍ରକୃତ ଶତ୍ରୁ ନନ୍ଦରାଜାଙ୍କ ଘରେ ବଢୁଛି କହି ଅଟ୍ଟହାସ୍ୟ କରିବା ସହିତ ଶୂନ୍ୟ ମାର୍ଗ ରେ ଅଦୃଶ୍ୟ ହୋଇଯାଏ  କଂସ ପୁନର୍ବାର ଚିନ୍ତା ଗ୍ରସ୍ତ ହୋଇଛି  ରାମକୃଷ୍ଣଙ୍କୁ କୌଶଳ ରେ ମୃତ୍ୟୁ ପ୍ରଦାନ କରିବା ପାଇଁ ଧନୁ ଯାତ୍ରା ନାମକ ଏକ ଉତ୍ସବ ର ଆୟୋଜନ କରିଛି ଓ ନିମନ୍ତ୍ରଣ ପଠାଇ ମନ୍ତ୍ରୀ ଅକ୍ରୁର କୁ ବେନିଭାଇଙ୍କୁ ନେଇ ଆସିବାର ଦାୟିତ୍ଵ ଅର୍ପଣ କରିଛି  ଅନ୍ୟପକ୍ଷରେ କଂସର ନିମନ୍ତ୍ରଣ କୁ ରକ୍ଷା କରି ବେନି ଭାଇ ଧନୁ ଯାତ୍ରା ଉତ୍ସବ ରେ ଯୋଗ ଦେବାକୁ ପ୍ରସ୍ତୁତ ହୋଇଛନ୍ତି  ଏହି ମର୍ମ ରେ କବିତା ଟି ରଚନା କରାଯାଇଅଛି 

କବିତା ଟି ରେ ମାଁ ଯଶୋଦା ଙ୍କ ମାତୃତ୍ଵ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି  କୃଷ୍ଣଙ୍କୁ  ସନ୍ତାନ ଭାବେ ବୃଦ୍ଧ କାଳ ରେ ପ୍ରାପ୍ତି କରିଥିବାରୁ  ସେ ତାଙ୍କୁ ନୟନ ପିତୁଳା ସମ ମନେହେଉଥିଲେ  କୃଷ୍ଣଙ୍କ ବିନା ସାରା ସଂସାର ତାଙ୍କୁ ଅନ୍ଧାର ପ୍ରାୟ ପ୍ରତୀତ ହେଉଥିଲା  କୃଷ୍ଣ ତାଙ୍କ ପାଇଁ ସବୁକିଛି ଥିଲେ  ପିଣ୍ଡ ର ପ୍ରାଣ ସଦୃଶ ସେହି କୃଷ୍ଣଙ୍କୁ ମଧୁପୁର ଯିବା କଥା ଶୁଣିଯଶୋଦାଙ୍କ ହୃଦୟ ବିକଳ ହୋଇ ଉଠିଛି  ଆତ୍ମା ତାଙ୍କର ବିଳାପ କରିବସିଛି  ତାଙ୍କୁ ସ୍ପଷ୍ଟ ଜଣାଥିଲା କଂସାସୁର କୃଷ୍ଣ ବଳରାମଙ୍କୁ ହତ୍ୟା କରିବାର ଏକ ଷଡଯନ୍ତ୍ର ରଚନା କରିବସିଛି ବୋଲି କିନ୍ତୁ ମହାପ୍ରତାପୀ କଂସ ର ନିମନ୍ତ୍ରଣକୁ ବା କିଏ ଅଗ୍ରାହ୍ୟ କରିପାରିବ ? ସୁତରାଂକୃଷ୍ଣବଳରାମଙ୍କ ବିଚ୍ଛେଦ ହେବା କଥା ତାଙ୍କୁ କରିଛି ଶୋକାଗ୍ରସ୍ତ  ନାନା ପ୍ରକାର ଚିନ୍ତା ରେ ଭାରାକ୍ରାନ୍ତ ତାଙ୍କର ପ୍ରାଣ ଭାରସାମ୍ୟ ହରାଇ ବସିଛି  ସେ ଏକ ପ୍ରକାର ବାୟାଣୀ ବେଶ ପ୍ରାପ୍ତ କରିବସିଛନ୍ତି   

ଆରେ ବାବୁ ଶ୍ୟାମଘନ          ତୁ ଗଲେ ମଧୁଭୂବନ

            କାହା ମୁଖ ଅନାଇ ବଞ୍ଚିବି

ହେବ ଦଶଦିଗ ଶୂନ୍ୟ             ଅଥିର ହେବ ଜୀବନ

            ନିଶିଦିବସ ରେ ଝୁରୁଥିବି ରେ ଜୀବଧନ 

            ଜୀବନ ବିହୁନେ ଯେହ୍ନେ ଝଷ 

            ରାଜା ବିନେ ଯେହ୍ନେ ଗ୍ରାମ ଦେଶ ରେ 

କଳା ରଙ୍ଗର ମେଘର ରୂପକୁ ପ୍ରାପ୍ତ କରିଥିବାମସ୍ତକରେ ଚନ୍ଦ୍ରିକା ଖଞ୍ଜି ହସ୍ତରେ ବେଣୁ ଧାରଣ କରିଥିବା କାଳିଆ କୃଷ୍ଣଙ୍କୁ ଜନନୀ ଯଶୋଦା ଅନ୍ତର କରି ମୁହୁର୍ତ୍ତ ଟିଏ ସୁଦ୍ଧା ବଞ୍ଚିପାରିବେ ନାହିଁ ବୋଲି ମାତୃତ୍ତ୍ଵ ର ଏକ ସ୍ପଷ୍ଟ ନିଦର୍ଶନ ଦେଇଯାଇଛନ୍ତି  ମାଁ ଉଡିଗଲା ଚଢେଇ ର ପେଟ କଥା ବୁଝିପାରେ  ଏହି ମର୍ମରେ ମାଁ ଯଶୋଦା ମଧ୍ୟ କୃଷ୍ଣଙ୍କ ସମସ୍ତ କାର୍ଯ୍ୟକଳାପ ଉପରେ ପୂର୍ଣ୍ଣ ଭାବରେ ଅବଗତ ଥିବାରୁ  କୃଷ୍ଣଙ୍କ ବିଚ୍ଛେଦ ତାଙ୍କ ଅନ୍ତରରେ ଅନେକ ପ୍ରକାର ଚିନ୍ତା ସୃଷ୍ଟି କରିବା ସ୍ଵାଭାବିକ ମନେହୁଏ 

ଅନ୍ୟ ଦିଗରେ କୃଷ୍ଣ ତାଙ୍କର ନୟନ ପିତୁଳା ସଦୃଶ  ତେଣୁକରି ତାଙ୍କୁ ଅନ୍ତର କରିବା ଅର୍ଥ ଦଶଦିଗ ଅନ୍ଧକାରମୟ ଦୃଶ୍ୟମାନ ହେବା  କୃଷ୍ଣ ତାଙ୍କ ପିଣ୍ଡ ର ପ୍ରାଣ ପ୍ରାୟ  ଏହି କାରଣରୁ ଯଶୋଦା କୃଷ୍ଣ ମଧୁପୁରକୁ ଚାଲିଗଲେ ସେ ବଞ୍ଚିପାରିବେ ନାହିଁ ବୋଲି ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି  ପ୍ରତିଟି ମୁହୂର୍ତ୍ତରେ କେବଳ କୃଷ୍ଣଙ୍କ ର କଥା ମନେ ପକାଇ ସେ ଚିନ୍ତାଗ୍ରସ୍ତ ହୋଇ ଶେଷକୁ ଜୀବନ ହାରିବେ ବୋଲି ନିଶ୍ଚିତ ହୋଇଛନ୍ତି ଜଳ ବିହୁନ ରେ ମୀନ ଯେଉଁଭଳି ଛଟପଟ ହୋଇ ପ୍ରାଣ ତ୍ୟାଗ କରେ ଓ ରାଜା ଙ୍କ ବିହୁନ ରେ ଯେଉଁଭଳି ରାଜ୍ୟର ଶ୍ରୀ ଚାଲିଯାଏଠିକ ସେହି ଭଳି କୃଷ୍ଣଙ୍କ ବିନା ଯଶୋଦାଙ୍କ ଅବସ୍ଥା ଦୁର୍ବିସହ ହୋଇଉଠିବ ବୋଲି କବି ପ୍ରାଞ୍ଜଳ ଓ ମଧୁର ଭାଷାରେ ପରିପ୍ରକାଶ କରିଛନ୍ତି  

 କାହା ଅଙ୍ଗେ ଚତୁଃସମ           ଲେପିବି କରି ସୁଷମ

            ନିଦ୍ରା ରେ କେ ହେଉଥିବ ଘାରି 

କାହାକୁ ଅଞ୍ଜନ ଦେବି            ବସ୍ତ୍ର ପାଡି ଶୁଆଇବି

ପିତାଙ୍କୁ ମାଗିବା କେହୁ ହରି ରେ ଜୀବଧନ 

            ଏ କଥା ସୁମରି ଯିବି ମରି 

            ନିଶ୍ଚେ ଯେବେ ଯିବୁ ମଧୁପୁରୀ ରେ 

ମାଁ ସନ୍ତାନ ପାଇଁ ନିଜ ଜୀବନ କୁ ଉତ୍ସର୍ଗ କରିଦିଏ ଓ ସେଇଠି ସେ ତା’ ମାତୃତ୍ଵ ର ସାର୍ଥକତା ପ୍ରାପ୍ତ କରିଥାଏ । ସନ୍ତାନ ଜନନୀ ପାଇଁ ପିଣ୍ଡ ରେ ବହୁଥିବା ନିଶ୍ଵାସ ପ୍ରଶ୍ଵାସ ଭଳି  ସନ୍ତାନ ର ଶରୀର ର ଯତ୍ନ ନେଉ ନେଉ ସେ ଭୁଲିଯାଏ ନିଜ ସ୍ଵାସ୍ଥ୍ୟକୁସନ୍ତାନ ର ପେଟ ପାଇଁ ତୃପ୍ତି କର ଭୋଜନ ପ୍ରସ୍ତୁତ କରୁକରୁ ସେ ପାସୋରିଯାଏ ନିଜ ପେଟକୁ, ଆଉ ସନ୍ତାନ ର ସଂସାର ହସଖୁସିରେ ବିତିଯାଉ ଭାବୁ ଭାବୁ ସେ ହାରିଯାଏ ନିଜ ସଂସାର କୁ  ତେଣୁକରି ତ ଜନନୀ ଓ ଜନ୍ମଭୂମି ସ୍ଵର୍ଗ ଠାରୁ ମଧ୍ୟ ମହାନ୍ ବୋଲି ସ୍ଵୀକାର କରାଯାଏ 

ଏହି ପଂକ୍ତି ରେ ମାଁ ଯଶୋଦା କୃଷ୍ଣଙ୍କ ଯତ୍ନ ନେଉଥିବା କେତେଗୋଟି ଅଭୁଲା ମୁହୂର୍ତ୍ତ କୁ ମନେପକାଇ ବସିଛନ୍ତି ଓ କୃଷ୍ଣ ମଥୁରା କୁ ଗଲା ପରେ ସେ ସବୁ ମୁହୂର୍ତ୍ତ ତାଙ୍କୁ ବିବ୍ରତ କରିବସିବ ବୋଲି ସ୍ପଷ୍ଟ ହୋଇଛନ୍ତି କୃଷ୍ଣଙ୍କ କୋମଳ ଶରୀର ରେ ସେ ଚନ୍ଦନ, ଅଗୁରୁ, କସ୍ତୁରୀ ଓ କୁଙ୍କୁମ ର ବାସଯୁକ୍ତ ଦ୍ରବ୍ୟ କୁ ଶୀତଳତା ପାଇଁ ବୋଲିବସୁଥିଲେ ଓ କୃଷ୍ଣ ଯେତେବେଳେ ଶିଶୁସୁଲଭ ଗୁଣକୁ ପ୍ରାପ୍ତ କରି ନିଦ୍ରା ରେ ଘାରିହେଉଥିଲେମାଁ ତାଙ୍କ ପାଇଁ ତୁଳିତଳ୍ପ ର କୋମଳ ଶେଯ ପ୍ରସ୍ତୁତ କରିଦେଉଥିଲେ  ନୟନ ରେ ଅଞ୍ଜନ ସାଜିଥିବା କୃଷ୍ଣ ବେଳେ ବେଳେ ପିତାଙ୍କୁ ଆକାଶ ର ଜହ୍ନ କୁ ଦେଖୁ ଦେଖୁ ନିକଟରେ ପ୍ରାପ୍ତ କରିବାକୁ ଅଳି କରିବସୁଥିଲେ  ଏହି ସବୁ କଥା କୁ ମନେପକାଇ ମାଁ ଯଶୋଦା କୃଷ୍ଣ ଯଦି ମଥୁରା କୁ ଯିବେ ହେଲେ ସେ ଝୁରି ହୋଇ ପ୍ରାଣ ତ୍ୟାଗ କରିବେ ବୋଲି ସ୍ପଷ୍ଟ କରିଛନ୍ତି  ଶିଶୁକୃଷ୍ଣଙ୍କ ରସଯୁକ୍ତ ବାଲ୍ୟ କାଳ ର ନାନା ପ୍ରକାର ଘଟଣା ସହିତ ଖେଳକୁଦ ଓ କଉତୁକ ସବୁକୁ ଏହି କବିତା ଟି ରେ କବି ଯତ୍ନତା ର ସହିତ ଚମତ୍କାର ଢଙ୍ଗ ରେ ବର୍ଣନା କରିଛନ୍ତି 

ବାନ୍ଧିବି କାହାର କେଶ                କୁସୁମେ କରି ସୁବେଶ

            କାହା ଲଲାଟ ରେ ଦେବି ଚିତା

କାହାର କର୍ଣ୍ଣେ କୁଣ୍ଡଳେ              ଖଞ୍ଜିବି ରେ ମୋର ବାଳ

କାହା ପାଇଁ କରୁଥିବି ଚିନ୍ତା ରେ ଜୀବଧନ 

କାହା ଅଙ୍ଗୁ ଧୂଳି ଦେବି ପୋଛି 

            କାହାକୁ ବା ପିନ୍ଧାଇବି କାଛି 

ସ୍ନେହମୟୀ ଜନନୀ ର ବାତ୍ସଲ୍ୟ ମମତା ଅସୀମ  ସନ୍ତାନ କୁ ସମସ୍ତ ପ୍ରକାର ସୁଖ ପ୍ରଦାନ କରିବାକୁ ଯାଇ ସେ ହୋଇଯାଏ ଅନ୍ଧୁଣୀ  ତାସ୍ନେହ ର କୌଣସି ପଟାନ୍ତର ନାହିଁ  ସନ୍ତାନ ପାଇଁ ସେ ସେନେହ ର ସମୁଦ୍ର ସଦୃଶ  ସନ୍ତାନ ପାଇଁ ନିଜ ଜୀବନକୁ ତ୍ୟାଗ କରିବସୁଥିନା ଜନନୀ କୁ କୋଟିଏ ଦଣ୍ଡବତ   ଦିନରାତି ସନ୍ତାନ ର ଚିନ୍ତା ରେ ସେ ଡୁବିରହେ ଓ ତା’ ଭିତରେ ହିଁ ପ୍ରାପ୍ତ କରିବସେ ସେ ଅନନ୍ତ ସୁଖ   

ଏହି ପଂକ୍ତି ରେ ମାଁ ଯଶୋଦାକୁସୁମ ରାଜି ରେ କୃଷ୍ଣଙ୍କ କେଶ ସଜାଡି ଦେବା , ଲଲାଟ ରେ ଚନ୍ଦନ ତଥା କୁଙ୍କୁମ ର ଚିତା ଆଙ୍କିଦେବା ସହିତ ତାଙ୍କ କର୍ଣ୍ଣ ରେ କୁଣ୍ଡଳ ପିନ୍ଧାଇଦେବା  କଥା କୁ ମନେ କରିଛନ୍ତି  ସେ କୃଷ୍ଣଙ୍କୁ ଦଣ୍ଡେ ନ ଦେଖିଲେ ଭାଳି ହେଉଥିଲେ  କୃଷ୍ଣଙ୍କ ବିଗତ ଦିନର ସମସ୍ତ କଥା ତାଙ୍କ ମନ ମଧ୍ୟରେ ଗୋଟି ଗୋଟି ହୋଇ ଉଦ୍ରେକ ହୋଇଅଛି ବାସ ଯୁକ୍ତ ଜଳରେ ସ୍ନାନ କରିବା ଉତ୍ତାରୁ କୃଷ୍ଣଙ୍କୁ ନୂଆ ବେଶ ରେ ସାଜିଦେଉଥିବା କଥା ତାଙ୍କର ମନେ ପଡୁଛି   ଧୂଳିଧୂସରିତ କୃଷ୍ଣଙ୍କ ଅଙ୍ଗକୁ ଯତ୍ନ ରେ ପୋଛୁଥିବା କଥା ମଧ୍ୟ ତାଙ୍କ ଚିତ୍ତ ଅନ୍ତରାଳରେ ଭାସିଆସିଛି  ଏ ହିଁ ଏହି ବିଚିତ୍ର ସଂସାର ର ମଧୁମୟ ମୁହୂର୍ତ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ 

ଯେତେବେଳେ ବନେ ଯାଉ       ସଙ୍ଗତେ ମୋ ପ୍ରାଣ ନେଉ

            ନିମିଷେ ବିଚ୍ଛେଦ ନ ସହଇ 

ଏବେ ଯିବୁ ମଥୁରା କୁ            ମୋତେ ସମର୍ପି କାହାକୁ

            ଚନ୍ଦ୍ରମୁଖ ନ ଦେଖିଲେ ମୁହିଁ ରେ ଜୀବଧନ 

            ଜୀବନ ହାରିବି ଗଣ୍ଡଜଳେ 

            ତୁ ମୋତେ ଅନ୍ତର ହେଲେ ତିଳେ ରେ 

ଗୋପ ବାଳକ ସୁଦାମସୁବଳସୁବାହୁ ସହିତ ଗୋ ଗୋଷ୍ଠ ନେଇ କୃଷ୍ଣ ବଣକୁ ଚାଲିଯାଉଥିଲେ ଦଧି ସାଙ୍ଗରେ ଅନ୍ନ ନେଇ ଧେନୁପଲ ସହିତ ଗୋ-ଚାରଣ ଅର୍ଥ ରେ ବଣକୁ ଚାଲିଯାଉଥିବା କୃଷ୍ଣଙ୍କୁ ନେଇ ଯଶୋଦା ପ୍ରତି ମୁହୂର୍ତ୍ତ ରେ ଭାଳି ହେଉଥିଲେ  କୃଷ୍ଣଙ୍କ ଫେରିବା ପର୍ଯ୍ୟନ୍ତ ତାଙ୍କ ଭିତରେ ଅସ୍ଥିରତା ଛାଇ ରହୁଥିଲା  ବଣକୁ ଛାଡିଦେଇଥିବା କୃଷ୍ଣଙ୍କ ପାଇଁ ବେଳେବେଳେ ସେ ନିଜକୁ ନିଜେ ଦାୟୀ କରି ଦୋଷାରୋପ କରିବସିଛନ୍ତି  କେତେବେଳେ କେଉଁଠି କଣ ଘଟିଗଲା କି ବୋଲି ଅନ୍ତର ତାଙ୍କର ପ୍ରତି ଟି ମୁହୁର୍ତ୍ତରେ ଭାଳେଣି ରେ ଭରିଉଠେ  ଦୁଆର ମୁହଁ ରେ ରହି ବାହୁଡି ଆସୁଥିବା କୃଷ୍ଣଙ୍କ ର ବେଣୁ ସ୍ଵନ କୁ ସେ କାନ ଡେରି ଅପେକ୍ଷା କରି ରହିଥାନ୍ତି 

ଧେନୁ ସହିତ ବଣକୁ ଯାଇ ଫେରିଆସିବା ଭିତରେ ମାଁ ଙ୍କ ଅସ୍ଥିରତା ର ସୀମା ନ ଥାଏ ଆଉ ଏବେ ଯଦି କୃଷ୍ଣ ମଥୁରା ପୁର କୁ ଚାଲିଯିବେ ହେଲେ ତାଙ୍କ ଦିନ ବଞ୍ଚିବା ଦୁର୍ବିସହ ହୋଇଉଠିବ ଏହା ସ୍ପଷ୍ଟ ହୋଇ ଉଠିଛି କୃଷ୍ଣଙ୍କ ବିହୁନ ରେ ସେ ଗଭୀର ଜଳରାଶି ରେ ଡୁବି ମରିବେ ବୋଲି ଚିନ୍ତା କରିଛନ୍ତି  କୃଷ୍ଣଙ୍କ ବିଚ୍ଛେଦ ତାଙ୍କ ପାଇଁ ଅସହ୍ୟ ଏହା ଏହି ପଂକ୍ତି ରୁ ସ୍ପଷ୍ଟ ହୋଇଉଠିଛି 

ସରଲବଣୀ ଅଧାମ                  ପକ୍ଵରମ୍ଭା ସୁଧାସମ

            ମୁଖେ ଦେଲେ ଥୁ ଥୁ କରି ଫିଙ୍ଗୁ 

ଯେତେରୁପେ ନାଳିଆଇ            ପରଷଇ ବଳିଆଇ

            କୋପେ ଉଠି ପାକ ଭାଣ୍ଡ ଭାଙ୍ଗୁ ରେ ଜୀବଧାନ 

            ଏବେ ଦୂର ହୋଇବ ସେ କଥା 

            କି ନ କରେ ଦାରୁଣ ବିଧାତା ରେ 

ମାଁ ର ମମତା ଅପାର   ଶ୍ରାବଣ ର ବର୍ଷା ସମ ଏହି ମମତା ର ପଟାନ୍ତର ନାହିଁ  ବସନ୍ତ ର ଚଇତି ସମ ସେହି ମମତା ବହିଯାଏ ସନ୍ତାନର ଦୁନିଆ ସାରା  ସେଇଥି ଲାଗି ତ ସନ୍ତାନ ର ବିଚ୍ଛେଦ ମାଁ ହୃଦୟ ରେ ଆଣିଦିଏ ଅସହ୍ୟ ବେଦନାଯେଉଁ ବେଦନା ରେ ସେ ନିଜ ଜୀବନ କୁ ମଧ୍ୟ ଜାଳିପୋଡ଼ି ଛାରଖାର କରିଦେଇଥାଏ  ସନ୍ତାନ ର ପ୍ରତି ଟି ସ୍ମୃତି ତା’ ହୃଦୟକୁ ତିଳ ତିଳ କରି ଯାଚି ଦିଏ ଅଯାଚିତ ବେଦନା 

ମାଁ ଯଶୋଦା କୃଷ୍ଣଙ୍କ ବିଚ୍ଛେଦ ସହ୍ୟ କରିପାରୁନଥିବା ଏହି ପଂକ୍ତି ରେ ସ୍ପଷ୍ଟ ହୋଇଉଠିଛି  କୃଷ୍ଣଙ୍କୁ ନେଇ ପ୍ରତିଟି ମୁହୂର୍ତ୍ତ ତାଙ୍କ ସମ୍ମୁଖ କୁ ଚାଲି ଆସିଛି ଓ ତାଙ୍କ ପ୍ରାଣ କେବଳ ଅଥୟ ହେବାରେ ଲାଗିଛି  

କ୍ଷୀର ରୁ ଜାତ ପଦାର୍ଥ ସବୁକୁ କୃଷ୍ଣ ଭୁଞ୍ଜୁନଥିଲେ  ଅମୃତ ତୁଲ୍ୟ ପାଚିଲା କଦଳୀ ସହିତ ଫଳମୂଳ କୁ ମଧ୍ୟ ସେ ଗ୍ରହଣ କରୁ ନଥିଲେ  ଯେତେ ପ୍ରକାରରେ ବୁଝାଉଥିଲେ କିମ୍ବା ମନାଉଥିଲେ ମଧ୍ୟ ସେ ବୁଝୁନଥିଲେ କି ମାନୁନଥିଲେ ବୁଝିବା ଓ ମାନିବା ପରିବର୍ତ୍ତେ ସେ ରନ୍ଧନ ହାଣ୍ଡି କୁ ଭାଙ୍ଗି ବସୁଥିଲେ  ଏହି ସବୁ କଥାକୁ ମନେ ପକାଇକୃଷ୍ଣ ଯଦି ମଥୁରା ଚାଲିଯିବେ ହେଲେ ମାଁ ଯଶୋଦା ଅସ୍ଥିର ପ୍ରାଣ ରେ କାଳ କାଟିବେ ବୋଲି ସୁନ୍ଦର ଓ ମଧୁର ଭାଷା ରେ କବି ଏହି ପଂକ୍ତି ରେ ବ୍ୟକ୍ତ କରିଛନ୍ତି   

 ଛାଇ କି ଅନାଇ ଡରୁ                 ଧାଇଁ ମୋତେ କୋଳ କରୁ

            ବସନେ ଘୋଡାଇ ମୁଖ ଗୋଟି

ହେଉଥାଉ ଥର ହର                 ଦେଖିଲେ ଅନ୍ଧାର ଘର

            ଉଚ୍ଚ ପାବଚ୍ଛ ନ ପାରୁ ଉଠି ରେ ଜୀବଧନ 

            ମଧୁପୁରେ ହସ୍ତୀ ଘୋଡାମାନ 

            ଗର୍ଜିଲେ ନ ପୁଣ ଡରୁ ଶ୍ୟାମ ରେ 

ମୋହନ ବଂଶୀ ଧାରଣକାରି ଶ୍ରୀ କୃଷ୍ଣ ଙ୍କ ଲୀଳା ଅବର୍ଣ୍ଣନୀୟ  କେତେବେଳେ ସେ ମାଁ ଯଶୋଦାଙ୍କ ପ୍ରାଣ ଭିତରେ ଚନ୍ଦନ ପ୍ରାୟ ଶୀତଳତା ଆଣିଦେଇଛନ୍ତି ତ ଅନ୍ୟ କେତେବେଳେ ବେଦନା ର ଭାର ଯାଚି ଦେଇଛନ୍ତି  ତେଣୁକରି ତ ସେ ଲୀଳାମୟ ପୁରୁଷ ଭାବରେ ପରିଚିତ  ସେହି ଲୀଳାମୟ ପରୁଷ ଶିଶୁ ବେଶରେ ମାଁ ଙ୍କୁ ଅକାଟ୍ୟ ମାୟା ରେ ବାୟାଣୀ କରିଦେଇଛନ୍ତି 

ମାଁ ଯଶୋଦା ଶିଶୁ କୃଷ୍ଣଙ୍କ ଛାଇକୁ  ଓ ଅନ୍ଧାର ଘର କୁ ଭୟ କରିବା କଥା ମନେ ପକାଇଛନ୍ତି  ସେ ଛାଇ ଓ ଅନ୍ଧାର ଘର କୁ ଦେଖି ଭୟଗ୍ରସ୍ତ ହୋଇ ମାଁ ଙ୍କ ପାରୁଶ ରେ ପହଞ୍ଚି ତାଙ୍କ ପଣତରେ ଲୁଚି ବସୁଥିଲେ ଓ ନିଜକୁ ଆସ୍ୱସ୍ତି ପ୍ରଦାନ କରୁଥିଲେ  ତାଙ୍କ ଅଙ୍ଗରେ କୋମଳତା ସହିତ ଦୁର୍ବଳତା ମଧ୍ୟ ଭରି ରହିଥିଲା ତେଣୁକରି ସେ ଉଚ୍ଚ ପାହାଚ କୁ ଚଢି ପାରୁନଥିବା ମାଁ ଙ୍କ ମନରେ କଷ୍ଟ ପ୍ରଦାନ କରୁଥିଲା  ଘରେ ଅନ୍ଧାର ଓ ଛାଇ କୁ ଦେଖି ଭୟାତୁର ହୋଇ ମାଁ ନିକଟକୁ ଧାଇଁଆସୁଥିବା କଥାକୁ ମନେପକାଇ କୃଷ୍ଣ ମଥୁରା ପୁର ରେ ହସ୍ତୀ ଘୋଡା ତଥା ଭୟଙ୍କର ରାକ୍ଷସ ମାନଙ୍କୁ ଦେଖିଭୟ ରେ ଆତୁର ହୋଇ କାହା ନିକଟରେ ବୋଧ ଲାଭ କରିବେ ବୋଲି ମାତୃତ୍ଵ ତାଙ୍କର ଶିହରି ଉଠିଛି 

 କାନ୍ଥେ ଦେଖି ଚିତ୍ର ପନ୍ତି          ନାନା ଭୟଙ୍କର ମୂର୍ତ୍ତି

            ଭୟେ ଯାଉ ସେ ଘରୁ ପଳାଇ

ଏବେ କଂସପୁର ଯିବୁ             ରାକ୍ଷସ ମାନ ଦେଖିବୁ

            ଡରି କାହାକୁ ଧରିବୁ ଯାଇ ରେ ଜୀବଧନ 

            ମାଏ ବୋଲି ଡାକିବି କାହାକୁ,

            ସାହା ବା କେ ଆହା ବୋଲିବାକୁ 

ମାୟା ପୁରୁଷ ର ମାୟା କୁ ଭେଦ କରିବା ଦୁଃସାଧ୍ୟ   ବାତ୍ସଲ୍ୟ ମମ'ତା ର ମାୟାଜାଳ ରେ ଛନ୍ଦିହୋଇଥିବା ମାଁ ଯଶୋଦା କୃଷ୍ଣଙ୍କ ଅନ୍ତର ହେବା କଥା ରେ ଭାଙ୍ଗିପଡିଛନ୍ତି  ସନ୍ତାନ ର ଚିନ୍ତା ତାଙ୍କୁ କରିଛି ଶୋକାତୁର । ସନ୍ତପ୍ତ ହୃଦୟରେ ଶହେ ଚିନ୍ତା କୁ ନେଇ ସେ ହୋଇଛନ୍ତି ଚିନ୍ତିତ   

କାନ୍ଥ ରେ ଅଙ୍କା ଯାଇଥିବା ଭୟଙ୍କର ମୂର୍ତ୍ତିକୁ ଦର୍ଶନ କରି ଶିଶୁ କୃଷ୍ଣ ଛାନିଆ ହୋଇ ମାଁ ନିକଟକୁ ଦଉଡ଼ି ଯାଉଥିଲେ ବୋଲି ମାଁ ଯଶୋଦାଙ୍କ ମନରେ ପ୍ରକାଶ ପାଇଛି  ସେହି ସମୟ ରେ ମାଁ ତାଙ୍କୁ ଆଶ୍ୱାସନା ପ୍ରଦାନ କରୁଥିଲେକିନ୍ତୁ ଏବେ ସେ କଂସାସୁର ର ନଗ୍ର କୁ ଯାଇ ଭୟଙ୍କର ରାକ୍ଷସ ସବୁ ଦେଖି ଭୟଭୀତ ହୋଇ କାହା ନିକଟକୁ ଦଉଡିଯିବେ ବୋଲି ମାଁ ଙ୍କ ମନ ଚିନ୍ତା ଗ୍ରସ୍ତ ହୋଇଉଠିଛି  କଂସାସୁରର  ରାଇଜରେ କୃଷ୍ଣ ଏକା ହୋଇଯିବେ ବୋଲି ସେ ଭାଳେଣି କରୁଛନ୍ତି 

 ନିଶାକାଳେ ମୋର କୋଳେ      ଶୋଇଥାଉ ଶ୍ରମବଳେ

            ସ୍ୱପନରେ ଦେଖି କିସ କିସ

ମାବୋଲି ଚମକି ପଡୁ          କଣ୍ଠେ ଦୁଇ ଭୁଜ ଭିଡୁ

            ପୁଣି ଶୋଉ ଘୋଡ଼ିହୋଇ ବାସ ରେ ଜୀବଧନ 

            ସେ କଥା ସୁମରି ମରିଯିବି

            ଉଠ ବୋଲି କାହାକୁ ଡାକିବି ରେ 

          ମାଁ ନିକଟରେ ଶିଶୁ ସନ୍ତାନ ସମସ୍ତ ପ୍ରକାର ତୃପ୍ତି ଲାଭ କରିଥାଏ  ଦିବସ ସମୟ ରେ ମାଁ କୋଳରେ ରହି ଭୋଜନ କରୁଥିବା ଶିଶୁ  ରାତ୍ରି ସମୟରେ ନିଦ୍ରା ରାଇଜ କୁ ଯିବା ପୂର୍ବରୁ ମାଁ ନିକଟରେ ସମର୍ପି ଦିଏ  ନିଜକୁ  ମାଁ ନିକଟରେ ବିଶ୍ଵାସ ପ୍ରାପ୍ତ କରୁଥିବା ଶିଶୁ ପାଇଁ ମାଁ ର ହୃଦୟ ମଧ୍ୟ ସୀମାହୀନ ସମୁଦ୍ର ସଦୃଶ  କୃଷ୍ଣ ରାତ୍ରି କାଳ ରେ ମାଁ ଯଶୋଦା ଙ୍କ ନିକଟରେ ଶୟନ କରୁଥିଲେ 

 ଦିବସ ସାରା ନାନା ପ୍ରକାର କର୍ମ ଓ କଉତୁକ ରେ ମଜ୍ଜି ରହିଥିବାରୁ ଅଙ୍ଗ ତାଙ୍କର ଅବଶ ହୋଇଯାଉଥିଲା ।ଗଭୀରନିଦ୍ରା ରେ ବେଳେବେଳେ ସ୍ଵପ୍ନ ରାଇଜ କୁ ପହଞ୍ଚି କୌଣସି ଭୟଙ୍କର ଦୃଶ୍ୟ ଦେଖି ଚମକି ଉଠୁଥିଲେ ଓ  ନିଦ୍ରା ତାଙ୍କର ଭାଙ୍ଗିଯାଉଥିଲା ମାଁ ଙ୍କ ଉପସ୍ଥିତି ସେ ଖୋଜିବସୁଥିଲେ  ଭୟାତୁର ହୋଇ କଅଁଳ ଦୁଇ ହାତ ରେ ମାଁ ଙ୍କ କଣ୍ଠ କୁ ଛନ୍ଦି ଆସ୍ୱସ୍ତି ଲାଭ କରି ପୁନର୍ବାର ଶୋଇପଡୁଥିଲେ   

READ OUR  OTHER POSTS

1.    ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

2.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

3.    ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

4.    ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

5.    ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

6.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

7.    କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

8.    ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

9.    ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

10.    କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

11.    କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

12.    ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

13.    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

14.    ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

15.    ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

16.    ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

17.    ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

18.    ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

19.    ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା

20.    ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

21.    The Road Not Taken- CLASS-IX- An analytical description in English

22.    The Ant and The Cricket- CLASS-VIII- An analytical description in English

23.    Squirrel- CLASS-VII- An analytical description in English

24.    ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

25.    How the camel got his hump- CLASS-VIII- An analytical description in English

26.    THE LOST CHILD- CLASS-IX- An analytical description in English

27.    କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

28.    Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ

29.    Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ

30.    THE FUN THEY HAD- CLASS-IX- An analytical description in English

31.    A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ

32.    FIRE AND ICE- CLASS-X- An analytical description in English

33.    ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା

34.    DUST OF SNOW- CLASS-X- An analytical description in English

35.    A LETTER TO GOD-CLASS-X- An analytical description in English

36.    ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

37.    ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

38.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

39.    ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

40.    ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

41.    ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

42.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

43.    ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା



- M. B. Prasad.

copyright© 2023 M. B . Prasad, ABC Learning Point.

 All rights reserved.

No part of this publication may be  reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.

ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ  ଖବର କରିବେ ବୋଲି ଆଶା ରଖୁଛୁ ।

Write us at pointabclearning@gmail.com

*****


Comments