Kaha mukha anai banchibi- କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
.png)
କାହା ମୁଖ ଅନାଇ ବଞ୍ଚିବି -ଭକ୍ତ ଚରଣ ଦାସ ସାହିତ୍ୟ ଏକ ସିନ୍ଧୁ । ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ । ତା ' ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ । କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି । ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ ମଧ୍ୟ ବିବେଚିତ ହୋଇପାରେ । ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ , ସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ । Analysed By - M.B. Prasad. ପୂର୍ବାଭାସ :- ଭକ୍ତ ଓ ଭଗବାନଙ୍କ ଭିତରେ ଯେଉଁ ନିଗୂଢ ସମ୍ପର୍କ ରହିଥାଏ , ସ୍ରଷ୍ଟା ସେଇଠି ହୋଇପଡେ ଭାବୁକ । ଭାବର ଧାରା ବହି ଚାଲେ ତା ଅନ୍ତରରେ । ବିଭୁ ପ୍ରେମ ଭରା ଏହି ଭାବ ଧାରା ରେ ସ୍ରଷ୍ଟା କେତେବେଳେ ଭକ୍ତ ପାଲଟି ଯାଏ , ତାକୁ ଜଣା ବି ପଡେନା । ଇଶ୍ଵରଙ୍କ ବିନ୍ଦୁଏ କରୁଣା ଲାଭ କରିବାକୁ ଅନ୍ତର ତାର ହୋଇଉଠେ ବ୍ୟାକୁଳ । ଏହି ବିନ୍ଦୁଏ କରୁଣା ଭାବ ଓ ଭକ୍ତି ର କରୁଣା ...