Chhanda in Odia language- ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

 


ଛନ୍ଦ

କବିତା ରଚନା କଲା ସମୟରେ ଏକ ନିର୍ଦ୍ଧିଷ୍ଟ ଶୈଳୀ କୁ ଗ୍ରହଣ କରାଯାଏ

ପଦ ର ସମସ୍ତ ପାଦ ମାନଙ୍କୁ ଏବଂ  ସେମାନଙ୍କ ର ଅକ୍ଷର ସଂଖ୍ୟା କୁ ଏକ ନିର୍ଦ୍ଧିଷ୍ଟ କ୍ରମରେ ରଖି କବିତା ରଚନା କରିବା ର ଶୈଳୀ କୁ ଛନ୍ଦ ବୋଲି ଗ୍ରହଣ କରାଯାଏ 

ଆଧୁନିକ କବିତା ରେ ଏହାର ବ୍ୟତିକ୍ରମ ଦେଖାଯାଏ 

ପ୍ରାଚୀନ କାବ୍ୟ ଓ କବିତା ସବୁ ଏହିଭଳି ଏକ ନିର୍ଦ୍ଧିଷ୍ଟ ଛନ୍ଦ ରେ ରଚିତ ହୋଇଥିବାରୁ ଏସବୁକୁ ଛାନ୍ଦ ବୋଲି ମଧ୍ୟ ଗ୍ରହଣ କରାଯାଏ 

ପ୍ରକୃତରେ ଛନ୍ଦ କବିତା କୁ ଗତିଶୀଳ କରାଇଥାଏ 

କେତେଗୋଟି ପାଦ କୁ ନେଇ ଏକ ପଦ ର ସୃଷ୍ଟି ହୋଇଥାଏ 

ପଦ ମାନଙ୍କ ସମାହାର ରେ କବିତା ର ସୃଷ୍ଟି ହୁଏ  ଯଦିଓ ଏକ ପଦ ର କବିତା ମଧ୍ୟ ଦୃଷ୍ଟିଗୋଚର ହୋଇପାରେ ସାହିତ୍ୟ ଜଗତରେ 

କୌଣସି କବିତା ର ପ୍ରତ୍ୟେକ ପଂକ୍ତି (ଧାଡି) କୁ ପାଦ ବୋଲି ବୁଝିବାକୁ ହୁଏ 

ପ୍ରତ୍ୟେକ ପଦ ରେ ଦୁଇ ବା ଅଧିକ ପାଦ ଥାଏ 

ଗାୟକ କବିତା କୁ ଗାନ କଲା ସମୟରେ ନିର୍ଦ୍ଧିଷ୍ଟ ଅକ୍ଷର ଉପରେ ଶ୍ଵାସଘାତ କରିବସେ ଏବଂ ଏହି ଶ୍ଵାସଘାତ କୁ ଯତି ବା ଯତିପାତ ବୋଲି କୁହାଯାଏ 

ପଦ ମାନଙ୍କ ର ଅକ୍ଷର ସଂଖ୍ୟା ଓ ପାଦ ସଂଖ୍ୟା  ଭିନ୍ନ ଭିନ୍ନ ହୋଇଥିବାରୁ ଛନ୍ଦ ମଧ୍ୟ ବିଭିନ୍ନ ପ୍ରକାରର ଥାଏ 

ଦାଣ୍ଡିବୃତ୍ତ, ଭାଗବତବାଣୀ, ନଟବାଣୀ, ଚୋଖି, ବଙ୍ଗଳାଶ୍ରୀ, ଶକରାଭରଣ, ରାମକେରୀ ଆଦି ଭିନ୍ନ ଭିନ୍ନ ଛନ୍ଦ ସବୁ ଦେଖିବାକୁ ମିଳିଥାଏ 

ନଟବାଣୀ କୁ ବିଭାସକେଦାର ବୋଲି ମଧ୍ୟ କୁହାଯାଏ 

ଭାଗବତବାଣୀ କୁ ଗୁଜ୍ଜରୀ ଓ ନବାକ୍ଷରୀ ଛନ୍ଦ ବୋଲି ମଧ୍ୟ କୁହାଯାଏ 

ଦାଣ୍ଡିବୃତ୍ତ

ଶୈଳୀ

ଦୁଇ ପାଦ ରେ ଏକ ପଦ 

ପାଦ ମାନଙ୍କର ଅକ୍ଷର ସଂଖ୍ୟା ଅସମାନ 

ଗାୟକ ଇଚ୍ଛାନୁସାରେ ଶ୍ଵାସଘାତ କରି ଗାଇଥାଏ 

ପୁରୁଣା ଯୁଗରେ ଗାୟକ ସବୁ ଗାଁ ଦାଣ୍ଡ ରେ ଏହି ଛନ୍ଦ ରେ ଗାଉଥିବାରୁ ଏହାକୁ ଦାଣ୍ଡିବୃତ୍ତ ବୋଲି କୁହାଯାଏ 

ସାରଳା ଦାସ ଙ୍କ ଓଡିଆ ମହାଭାରତ ଓ ବଲରାମ ଦାସ ଙ୍କ ଦାଣ୍ଡି ରାମାୟଣ ଏହାର ଉଦାହରଣ 

ଉଦାହରଣ ପଦ

ଏଥୁ ଅନନ୍ତରେ ଗୋ ପାର୍ବତୀ ଦେବୀ ଶୁଣ

ମାଲ୍ୟବନ୍ତ ପର୍ବତେ ରହିଲେ ରଘୁରାଣ

ଅନ୍ୟ ଉଦାହରଣ ସବୁ

ଶ୍ରୀରାମଙ୍କ ଚିତ୍ତ ହେଉଅଛି ଛନ ଛନ

ଜଳଧର ମେଘ ର ଯେ ଉଚ୍ଛବ ଗଗନ


ସଙ୍କଟ କାଳେ ତୁମ୍ଭନ୍ତ ଉଦ୍ଧାରନ୍ତି ପୁଣ

ଦିଅସି ସିଂଘନାଦ ପ୍ରସନ୍ନ ବଦନେଣ 

 

ଘନ ଘନ ଆସନ କମ୍ପଇ ସଦାନନ୍ଦ

ଚିରିକୁଟିରୁ କାଢି ଦିଲେ ସେ ସିଙ୍ଘନାଦ 

ଭାଗବତ ବାଣୀ

ଶୈଳୀ

ଦୁଇ ପଦ ରେ ଏକ ପଦ ହୁଏ 

ପ୍ରତି ପାଦ ର ଅକ୍ଷର ସଂଖ୍ୟା ନଅ 

ପ୍ରତି ପାଦ ର ତୃତୀୟ, ପଞ୍ଚମ ଓ ଶେଷ ଅକ୍ଷ ର ରେ ଯତିପାତ ହୁଏ 

ଓଡିଆ ଭାଗବତ ଏହା ର ଉଦାହରଣ 

ଉଦାହରଣ ପଦ

ଗୋବିନ୍ଦ’ ଗୋବି’ନ୍ଦ ଗୋବିନ୍ଦ’

ପଦୁଁ ଗ’ଳଇ’ ମକରନ୍ଦ’

ଅନ୍ୟ ଉଦାହରଣ ସବୁ-

ସେ ମକରନ୍ଦ ପାନ କରି

ଭବୁ ତରିଲେ ବଜ୍ର ନାରୀ

 

ସେ ବଜ୍ର ନାରୀଙ୍କ ପୟରେ

ମନ ମୋ ଥାଉ ନିରନ୍ତରେ

 

ଆହାରେ ଭଲ ମନ୍ଦ ନାହିଁ

ଯେ ସ୍ଥାନେ ଯେମନ୍ତ ମିଳଇ

 

କର୍ମ କଷଣ ଦେହ ସହେ

ଅରଣ୍ୟେ ଅଜଗର ପ୍ରାୟେ

ନଟବାଣୀ

ଶୈଳୀ

ଦୁଇ ପାଦ ରେ ଏକ ପଦ 

ପ୍ରତି ପାଦ ର ଅକ୍ଷର ସଂଖ୍ୟା ବାର 

ପ୍ରତି ପାଦ ର ତୃତୀୟ, ଷଷ୍ଠ, ନବମ ଓ ଶେଷ ଅକ୍ଷର ରେ ଯତିପାତ ହୁଏ 

କବିବର ରାଧାନାଥଙ୍କ ଚିଲିକା ଏହାର ଉଦାହରଣ 

ଉଦାହରଣ

ରହ ର’ହ କ୍ଷଣେ’ ବାଷ୍ପୀୟ’ ଶକଟ’

ଦେଖିବି’ ଚିଲିକା’ ଚାରୁ ଚି’ତ୍ରପଟ’

-ରେଲ୍ ଉପରେ ଚିଲିକା ଦର୍ଶନ- ଗୋପବନ୍ଧୁ ଦାସ

ଅନ୍ୟ ଉଦାହରଣ ସବୁ

ଚିଲିକା! ତୋହର ଏହି ଶୋଭାବନ

ବର୍ଣ୍ଣୋତ୍ସବ ମୟ ଦୃଶ୍ୟ ସାୟନ୍ତନ

 

ତୁମ ମାଟି ଦେହ ଗ୍ରାସିଛି ଶ୍ମଶାନ

ମାତ୍ର ଯଶୋଦେହେ ତୁମେ ଆୟୁଷ୍ମାନ

ଚୋଖି

ଶୈଳୀ

ଚାରିପାଦ ରେ ଏକ ପଦ 

ପ୍ରଥମଦୁଇ ପଦ ରେ ଅଣତିରିଶ ଲେଖାଏ ଅକ୍ଷର ଥାଏ 

ତୃତୀୟ ପାଦ ରେ ନଅ ଟି ଅକ୍ଷର ଓ 

ଚତୁର୍ଥ ପାଦ ରେ ତେର ଟି ଅକ୍ଷର ଥାଏ 

ଯତିପାତ ନିୟମ  

ପ୍ରଥମ ଦୁଇ ପାଦ ରେ ଷଷ୍ଠ, ଅଷ୍ଟମ, ଚତୁର୍ଦ୍ଧଶ, ଷୋଡଶ, ଦ୍ଵାବିଂଶ, ଚତୁରିଂଶ ଓ ଶେଷ ଅକ୍ଷର ରେ ଯତିପାତ ହୁଏ 

ତୃତୀୟ ପାଦ ର ଷଷ୍ଠ ଓ ଶେଷ ଅକ୍ଷର ରେ ଓ 

ଚତୁର୍ଥ ପାଦ ର ଷଷ୍ଠ, ଅଷ୍ଟମ ଓ ଶେଷ ଅକ୍ଷର ରେ ଯତିପାତ ହୁଏ 

ଗଙ୍ଗାଧର ମେହେର ଙ୍କ ରଚିତ ତପସ୍ଵିନୀ କାବ୍ୟ ର ଚତୁର୍ଥ ସର୍ଗ ଏହାର ଉଦାହରଣ 

ଉଦାହରଣ

ମଙ୍ଗଲେ ଅଇଲା ଉଷା       ବିକଚ- ରାଜୀବ  ଦୃଶI

ଜାନକୀ -ଦର୍ଶନ -ତୃଷା ହୃଦୟେ ବହି,

କରପଲ୍ଲବେ ନିହାର ମୁକ୍ତା ଧରି ଉପହାର

ସତୀଙ୍କ-ବାସ- ବାହାର - ପ୍ରାଙ୍ଗଣେ ରହି,

କଳକଣ୍ଠ କଣ୍ଠେ କହିଲା

ଦରଶନ  ଦିଅ ସତି, ରାତି ପାହିଲା I

ବଙ୍ଗଳାଶ୍ରୀ

ଶୈଳୀ

ଦୁଇ ପାଦ ରେ ଏକ ପଦ 

ପ୍ରତ୍ୟେକ ପାଦ ର ଅକ୍ଷର ସଂଖ୍ୟା କୋଡିଏ 

ପ୍ରଥମ ଓ ଦ୍ଵିତୀୟ ପାଦ ର ଷଷ୍ଠ, ଦ୍ଵାଦଶ, ଅଷ୍ଟାଦଶ ଓ ଶେଷ ଅକ୍ଷର ରେ ଯତିପାତ ହୁଏ 

ଉଦାହରଣ

ଏ କୂଳେ ରହିଛି                           ପିଣ୍ଡ ସିନା ମୋର

​                                ଆନ କୂଳେ ଅଛି ପ୍ରାଣ,

କେମନ୍ତେ ବଞ୍ଚିବି                          କହରେ ସମାଜ

​                                ଯେବେ କରୁ ଭିନ୍ନ ଭିନ୍ନ   



ଅନ୍ୟ ଉଦାହରଣ ସବୁ

 

ହୋଇଥାନ୍ତି ଯେବେ’                      ରାଜା ର ତନୟ’ 

                    ଅବା ଧନୀ ର କୁ’ମର’

ଲଭିଥାନ୍ତି ନିଶ୍ଚେ’                          କନକ ଗୋରୀ ରେ’

                    ତୋ ପ୍ରୀତି-କୁସୁମ’ ହାର



ଖସିପଡୁ ପଛେ                           ସୁନୀଳ ଆକାଶ

                    ପାତାଲେ ଖସୁ ପୃଥିବୀ

ଅନ୍ଧ ମଣିଷ ର                            ଭାବନା କୁ ଭାଜି

                    କେ ତାରେ ପାରିବ ଯୁଝି ?

ଶଙ୍କାରାଭରଣ

ଶୈଳୀ

ଚାରି ପାଦ ରେ ଏକ ପଦ 

ପ୍ରଥମ, ଦ୍ଵିତୀୟ ଓ ଚତୁର୍ଥ ପାଦ ର ଅକ୍ଷର ସଂଖ୍ୟା ଚଉଦ 

ତୃତୀୟ ପାଦ ର ଅକ୍ଷର ସଂଖ୍ୟା ଆଠ 

ପ୍ରଥମ ଦ୍ଵିତୀୟ ଓ ଚତୁର୍ଥ ପାଦ ର ଅଷ୍ଟମ, ଏକାଦଶ ଓ ଶେଷ ଅକ୍ଷର ଯତିପାତ ହୁଏ 

ତୃତୀୟ ପାଦ ର ଦ୍ଵିତୀୟ, ଷଷ୍ଠ ଓ ଶେଷ ଅକ୍ଷର ରେ ଯତିପାତ ହୁଏ 

ଉଦାହରଣ

ହେ ଆନନ୍ଦ ମୟ କୋଟି’ ଭୁବନ’ ପାଳକ’

ଅଧମ ଅକ୍ଷମ ମୁହିଁ’ ଅବୋଧ’ ବାଳକ

ଜ୍ଞାନ’ ଦାତା ଭଗ’ବାନ

ଦିଅ ମୋତେ ଶୁଭବୁଦ୍ଧି’ ଦିଅ ଦି’ବ୍ୟ ଜ୍ଞାନ’

ରାମକେରୀ

ଶୈଳୀ

ଦୁଇ ପାଦ ରେ ଗୋଟିଏ ପଦ 

ପ୍ରତି ପାଦ ର ଅକ୍ଷର ସଂଖ୍ୟା ଷୋହଳ 

ପ୍ରତି ପାଦ ର ନବମ, ଏକାଦଶ ଓ ଷୋଡଶ ଅକ୍ଷର ରେ ଯତିପାତ ହୁଏ 

ଉଦାହରଣ

କଳାକଳେବର କହ୍ନାଇ’ ସଙ୍ଗେ’ ରୋହିଣୀ ସୁତ’

କରନ୍ତି ମଥୁରା ବିଜୟ’ ଦାଣ୍ଡେ’ ଦେଖ ସଙ୍ଗାତ’

READ OUR  OTHER POSTS

1.    ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

2.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

3.    ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

4.    ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

5.    ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

6.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

7.    କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

8.    ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

9.    ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

10.    କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

11.    କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

12.    ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

13.    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

14.    ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

15.    ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

16.    ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

17.    ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

18.    ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

19.    ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା

20.    ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

21.    The Road Not Taken- CLASS-IX- An analytical description in English

22.    The Ant and The Cricket- CLASS-VIII- An analytical description in English

23.    Squirrel- CLASS-VII- An analytical description in English

24.    ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

25.    How the camel got his hump- CLASS-VIII- An analytical description in English

26.    THE LOST CHILD- CLASS-IX- An analytical description in English

27.    କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

28.    Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ

29.    Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ

30.    THE FUN THEY HAD- CLASS-IX- An analytical description in English

31.    A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ

32.    FIRE AND ICE- CLASS-X- An analytical description in English

33.    ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା

34.    DUST OF SNOW- CLASS-X- An analytical description in English

35.    A LETTER TO GOD-CLASS-X- An analytical description in English

36.    ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

37.    ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

38.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

39.    ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

40.    ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

41.    ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

42.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

43.    ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା



- M. B. Prasad.

copyright© 2023 M. B . Prasad, ABC Learning Point.

 All rights reserved.

No part of this publication may be  reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.

ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ  ଖବର କରିବେ ବୋଲି ଆଶା ରଖୁଛୁ ।

Write us at pointabclearning@gmail.com

*****


Comments