Alankara in Odia Language - ଅଳଙ୍କାର - CLASS -X- ସରଳ ବ୍ୟାଖ୍ୟା

ଅଳଙ୍କାର

"ଅଳଂକରୋତି ଇତି ଅଳଂକାରଃ" -ଅର୍ଥାତ୍ ଯାହା ସୁଶୋଭିତ କରେ, ତାହା ଅଳଙ୍କାର ।

ଅଳଙ୍କାର କାବ୍ୟ-ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ ।

ଏହା ସୌନ୍ଦର୍ଯ୍ୟ ସାଧନ ର ଏକ ବିଶିଷ୍ଟ ଉପାଦାନ ।

ବେଳେ ବେଳେ ଏହି ଅଳଙ୍କାର କୁ କାବ୍ୟ ର ଆତ୍ମା ବୋଲି କୁହାଯାଏ ।

କିନ୍ତୁ ପ୍ରକୃତରେ "ରସ" ହେଉଛି କାବ୍ୟ ର ଆତ୍ମା ।

ଯେଉଁଭଳି ଅଳଙ୍କାର ରେ ଭୂଷିତ ନ ହେଲେ ମଧ୍ୟ କୌଣସି ନାରୀ ର ସୌନ୍ଦର୍ଯ୍ୟ ରେ ହାନୀ ହୋଇ ନ ଥାଏ, ଠିକ୍ ସେହିଭଳି ଅଳଙ୍କାର ବିହୁନ ରେ କାବ୍ୟ ର ସୌନ୍ଦର୍ଯ୍ୟ ର ହାନୀ ହୋଇ ନ ଥାଏ ।

ଗୋଟିଏ ବାକ୍ୟ ରେ କହିବାକୁ ଗଲେ କାବ୍ୟ ର ସୌନ୍ଦର୍ଯ୍ୟ କୁ ବୃଦ୍ଧି କରିବା ନିମନ୍ତେ ବ୍ୟବହାର କରାଯାଉଥିବା ଉପମା ଆଦି କୁ ଅଳଙ୍କାର ବୋଲି ସାହିତ୍ୟ ଜଗତ ରେ କୁହାଯାଏ ।

ଏହି ଅଳଙ୍କାର ଦୁଇ ପ୍ରକାର ର ଯଥା ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର

ଯେଉଁଠାରେ ଶବ୍ଦ ର ସୌନ୍ଦର୍ଯ୍ୟତା ହେତୁ କାବ୍ୟ ର ସୌନ୍ଦର୍ଯ୍ୟତା ପରିଲକ୍ଷିତ ହୋଇଥାଏ, ସେଇଠି ଶବ୍ଦାଳଙ୍କାର ହେଲା ବୋଲି କୁହାଯାଏ ଓ ଯେଉଁଠାରେ ଅର୍ଥ ର ସୌନ୍ଦର୍ଯ୍ୟତା ହେତୁ କାବ୍ୟ ର ସୌନ୍ଦର୍ଯ୍ୟତା ବୃଦ୍ଧି ପାଏ, ସେଇଠି ଅର୍ଥାଳଙ୍କାର ହେଲା ବୋଲି ମନେ କରାଯାଏ ।

ଶବ୍ଦାଳଙ୍କାର ମଧ୍ୟ ରେ ଅନୁପ୍ରାସ, ଯମକ, ଶ୍ଲେଷ ଆଦି ପ୍ରଧାନ ଓ ଅର୍ଥାଳଙ୍କାର ମଧ୍ୟ ରେ ଉପମା, ରୂପକ,ବ୍ୟତିରେକ, ଉତ୍ ପ୍ରେକ୍ଷା ଆଦି ପ୍ରଧାନ ।

 ଅନୁପ୍ରାସ ଅଳଙ୍କାର

ରଚନା ରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ର ପୁନଃ ପୁନଃ ବିନ୍ୟାସ ର ନାମ ଅନୁପ୍ରାସ ।

କାନ୍ତ ପ୍ରେମ ଯେବେ          ସାଗର, ମୋ ପ୍ରେମ

             ହେବ ତ ସରିତ ସରି,

  ସାଗର ଅଙ୍କ କୁ              ସରିତ ଯିବାକୁ

             ନ ଥାଏ ତ ଅପସରି ।

-ପ୍ରଣୟ ବଲ୍ଲରୀ

 ଏହି ପଦ ର ଉଭୟ ପାଦ ରେ '' '' '' ର ବାରମ୍ବାର ପ୍ରୟୋଗ ହୋଇଛି 

ଉତ୍କଳ-କମଳା-ବିଳାସ-ଦୀର୍ଘିକା,

ମରାଳମାଳିନୀ ନୀଳାମ୍ବୁ ଚିଲିକା ।

-ଚିଲିକା

ଏହି ପଦ ର ଉଭୟ ପାଦ ରେ '' '' '' ର ବାରମ୍ବାର ପ୍ରୟୋଗ ହୋଇଛି ।

ଦେଖି ନବ କାଳିକା   ବାକାଳିକା ମାଳିକା

          ଆଳି କାଳିକା କାନ୍ତ ସ୍ମରି,

ରକ୍ଷା କେମନ୍ତେ କରି   କରିବା ମତ୍ତ କରୀ-

          ଗତି କି ଏମନ୍ତ ବିଚାରି,

               ରେ ସହଚରୀ...

-ଲାବଣ୍ୟବତୀ

ଏହି ରଚନା ରେ '' '' '' ର ବାରମ୍ବାର ପ୍ରୟୋଗ ହୋଇଛି ।

ନବ ଯଉବନ ସୁଷମା ନଳ-ଦେହେ ପ୍ରକାଶ

ହେଲା ଆସି ଯଥା ସମୟେ ଜିଣି ବାଲ୍ୟ ବୟସ

-ସହୃଦୟାନନ୍ଦ

ଏହି ପଦ ର ଉଭୟ ପାଦ ରେ '' '' '' ର ବାରମ୍ବାର ପ୍ରୟୋଗ ହୋଇଛି ।

 ଯମକ ଅଳଙ୍କାର

ଏକ ଆକାର ବିଶିଷ୍ଟ ଅଥଚ ବିଭିନ୍ନ ଅର୍ଥବୋଧକ ଶବ୍ଦ ମାନଙ୍କର କ୍ରମରେ ଆବୃତ୍ତି ର ନାମ ଯମକ ।

ଏହି ପ୍ରକାର ଅଳଙ୍କାର ରେ ଶ, , , ର ଓ ଯ, ଜ ର ପ୍ରଭେଦ ଧର୍ତ୍ତବ୍ୟ ନୁହେଁ ।

ଏହି ଯମକ ଅଳଙ୍କାର ବିଭିନ୍ନ ପ୍ରକାରର 

ଆଦ୍ୟ ଯମକ

ବରଜୀବ-ରସେ ଦେଇ ମାନସ

ବରଜି ବରଷେ ଅମେଧ୍ୟ ଗ୍ରାସ”  

-କବି ସୂର୍ଯ୍ୟ

 ପ୍ରଥମ ପାଦରେ,

ବରଜୀବ-ଗାଈ

ବରଜୀବରସେ-ଗାଈ କ୍ଷୀରରେ

ଦ୍ଵିତୀୟ ପାଦ ରେ,

ବରଜି-ତ୍ୟାଗ କରି

ବରଷେ-ଏକ ବର୍ଷ

ମଧ୍ୟ ଯମକ

 “ଦେଖରେ ନଳିନି ନଳିନୀ ନଳିନୀ ରେ ପୂରିତ

ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ ଏ ଶୋଭିତ” 

-ଲାବଣ୍ୟବତୀ

ପ୍ରଥମ ପାଦରେ,

ନଳିନି- ରମଣୀ

ନଳିନୀ-ପୁଷ୍କରିଣୀ

ନଳିନୀ-ପଦ୍ମ ଫୁଲ

ଦ୍ଵିତୀୟ ପାଦ ରେ,

ଭ୍ରମରେ-ଭ୍ରମର ମାନେ

ଭ୍ରମରେ- ଦ୍ଵନ୍ଦ ରେ

ଭ୍ରମରେ- ଭଉଁରୀ ରେ

ପ୍ରାନ୍ତ ଯମକ

ପାଣି ଗ୍ରହଣ ରୁ ବୁଝିଅଛୁଁ କାଲି ସ୍ୱଭାବେ ତୁମ୍ଭେ ଉଦାର,

ବାହୁଲ୍ୟେ ମାତର କହୁଅଛୁ ଆମ୍ଭେ ମୁନି କନ୍ୟା ହେଉ ଦାର ।“ 

ପ୍ରଣୟ ବଲ୍ଲରୀ

ପ୍ରଥମ ପାଦରେ,

ଉଦାର-ମହାନ ହୃଦୟ

ଦ୍ଵିତୀୟ ପାଦ ରେ,

ଦାର- ପତ୍ନୀ

ସର୍ବ  ଯମକ

 ‘ଅହି ମକର ତାପ ନାଶେ ଶୋଭା ସାରସ ଚକ୍ରେ,

ଅହିମକର ତାପ ନାଶେ ଶୋଭା ସାରସ-ଚକ୍ରେ  “ 

-ଲାବଣ୍ୟବତୀ

ପ୍ରଥମ ପାଦରେ,

ଅହି-ସାପ

ମକର-କୁମ୍ଭୀର

ତାପ-ଦୁଃଖ

ସାରସ-ପଦ୍ମ

ଚକ୍ରେ-ସମୂହରେ

ଦ୍ଵିତୀୟ ପାଦ ରେ,

​ଅହିମକର-ଭାସ୍କର

ତାପ -ଉଷ୍ମତା

ସାରସ-ହଂସ

ଚକ୍ରେ-ମଣ୍ଡଳୀ ରେ

ଶ୍ଲେଷ ଅଳଙ୍କାର

ରଚନା ମଧ୍ୟ ରେ ଉଚ୍ଚାରଣବଶତଃ ଅଭିନ୍ନ ଗୋଟିଏ ପଦର ଏକାଧିକ ଅର୍ଥ ରେ ପ୍ରୟୋଗ ର ନାମ ଶ୍ଲେଷ ଅଳଙ୍କାର 

ଯେଉଁ ପାଦ ଏକାଧିକ ଅର୍ଥ ରେ ପ୍ରଯୁକ୍ତ ହୋଇଥାଏ  ତାହାକୁ ଶ୍ଳିଷ୍ଟ ପଦ କୁହାଯାଏ 

ଏହି ଅଳଙ୍କାର ତ୍ରିବିଧ -ସଭଙ୍ଗ, ଅଭଙ୍ଗ ଓ ଭଙ୍ଗାଭଙ୍ଗ

ଅଭଙ୍ଗ ଓ ସଭଙ୍ଗ

ବାବୁ ନାକଶୀରି ଦାନ ଯୋଗ୍ୟ ଯୋଷାକୁ

ବିହର କାନନ କର ଆଲିଙ୍ଗନକୁ

-ବୈଦେହୀଶ ବିଳାସ

 ପ୍ରଥମ ପାଦ ରେ ଅଭଙ୍ଗ ଶ୍ଲେଷ ରେ 'ନାକଶୀରି ଦାନ' ର ଦୁଇ ଗୋଟି ଅର୍ଥ  -

ନାକ-ସ୍ୱର୍ଗ, ଶିରୀ- ଐଶ୍ୱର୍ଯ୍ୟ, ଦାନ-ଦେବା

ନାକ-ନାସା, ଶିରୀ-ସୌନ୍ଦର୍ଯ୍ୟ, ଦାନ -ଛେଦନ

ଦ୍ଵିତୀୟ ପାଦ ରେ ସଭଙ୍ଗ ଶ୍ଲେଷ ରେ 'ବିହର କାନନ କର' ର ଅର୍ଥ  -

ବିହର-ବିହାର କର, କାନନ କର- ଆଲିଙ୍ଗନ କର

ବିହର- ଛେଦନ କର, କାନନ କର- ଆଲିଙ୍ଗନ ନ କର (ବି ହର-ଛେଦନ କରିବା ଓ କାନ-ନ ସଭଙ୍ଗ)

ପାଣି ଗ୍ରହଣ ରୁ ବୁଝିଅଛୁଁ କାଲି ସ୍ୱଭାବେ ତୁମ୍ଭେ ଉଦାର,

ବାହୁଲ୍ୟେ ମାତର କହୁଅଛୁ ଆମ୍ଭେ ମୁନି କନ୍ୟା ହେଉ ଦାର 

-ପ୍ରଣୟ ବଲ୍ଲରୀ

 ପାଣି ଗ୍ରହଣ- ଜଳ ଗ୍ରହଣ ଓ ହସ୍ତ ଧାରଣ

ଉଦାର - ମହାନ ହୃଦୟ

ଦାର - ପତ୍ନୀ ବା ଭାର୍ଯ୍ୟା

 ଉପମା ଅଳଙ୍କାର

ଉପମାନ ଓ ଉପମେୟ ମଧ୍ୟ ରେ ସାଦୃଶ କଥିତ ହେଲେ ଉପମା ଅଳଙ୍କାର ହେଲା ବୋଲି କୁହାଯାଏ ।

ସାଧାରଣ ଅର୍ଥ ରେ ତୁଲ୍ୟ ଧର୍ମ ବିଶିଷ୍ଟ ବିଭିନ୍ନ ଜାତୀୟ ଦୁଇଟି ବସ୍ତୁ ର କୌଣସି ବିଷୟରେ ସାଦୃଶ୍ୟ କଲ୍ପନା ର ନାମ ଉପମା 

ଏହି ଉପମା ଅଳଙ୍କାର ରେ ଯାହା ସହିତ ତୁଳନା କରାଯାଏ ତାକୁ ଉପମାନ ଓ ଯାହା କୁ ତୁଳନା କରାଯାଏ ତାକୁ ଉପମେୟ ବୋଲି ଗ୍ରହଣ କରାଯାଏ ।

ଉପମାନ ଓ ଉପମେୟ ମଧ୍ୟ ରେ ଥିବା ସାଦୃଶ୍ୟ ବା ସାଧାରଣ ଗୁଣ କୁ ସାଧାରଣ ଧର୍ମ କୁହାଯାଏ ।

ଉପମାନ ଓ ଉପମେୟ ମଧ୍ୟ ରେ ଯେଉଁ ସାଧାରଣ ଧର୍ମ ଥାଏ ତାକୁ ସଂଯୋଗ କରୁଥିବା ଶବ୍ଦ ସବୁକୁ ଉପମା ବାଚକ ଶବ୍ଦ କୁହାଯାଏ ।

ସହନ୍ତି ଧାରାପାତ ଶଇଳଗ

ଖଳ ବଚନ ଯଥା ସହେ ସୁଜନ

  -ତୁଲସୀ ସ୍ତବକ

ଉପମେୟ - ଶଇଳ

ଉପମାନ -ସୁଜନ

ସାଧାରଣ ଧର୍ମ  - ସହିବା

ଉପମା ବାଚକ ଶବ୍ଦ -ଯଥା

“ଅପସରା ନିନ୍ଦିତ      ଏ ସୁନ୍ଦରୀ-ବୃନ୍ଦେ

ଝଟକ -ହାଟକ -ଗୋରୀ

ଶୋଭା ସ୍ଵର୍ଗପୁର-      ନ୍ଦରୀ ପ୍ରାୟ ରାଜେ

ଉତ୍କଳ -ରାଜ -କିଶୋରୀ”

-ଯଯାତୀ

ଉପମେୟ - ଉତ୍କଳ -ରାଜ -କିଶୋରୀ

ଉପମାନ -ସ୍ଵର୍ଗ ପୁରନ୍ଦରୀ

ସାଧାରଣ ଧର୍ମ  - ରାଜୀବା 

ଉପମା ବାଚକ ଶବ୍ଦ -ପ୍ରାୟ

 କାନ୍ତ ବିହୁନେ ଯେସନେ ରମଣୀ,

ଧର୍ମ ବିହୁନେ ଯେସନେ ଧରଣୀ,

ବେଦ ବିହୁନେ ଯେହ୍ନେ ଦ୍ଵିଜବର,

ଧନ ବିହୁନେ ଯେହ୍ନେ ଦିଶେ ନର;

ପୁତ୍ର ବିନେ ନାରୀ,

ରାଜ୍ୟ ବିହୁନେ ଯେହ୍ନେ ଦଣ୍ଡଧାରୀ 

ଉପମେୟ - କୃଷ୍ଣ ବିହୀନା ଗୋପୀ

ଉପମାନ -କାନ୍ତ ହୀନା ରମଣୀ , ଧର୍ମ ହୀନା ଧରଣୀ, ବେଦ ହୀନା ଦ୍ଵିଜ, ଧନ ହୀନ ନର, ପୁତ୍ର ହୀନା ନାରୀ ଓ ରାଜ୍ୟହୀନ ରାଜା

ସାଧାରଣ ଧର୍ମ  - (ନିଜେ ଚିନ୍ତା କର) 

ଉପମା ବାଚକ ଶବ୍ଦ - (ନିଜେ ଚିନ୍ତା କର)

 ରୂପକ ଅଳଙ୍କାର

ଉପମାନ ଓ ଉପମେୟ ର ଅଭେଦ କଲ୍ପନା କରାଗଲେ ରୂପକ ଅଳଙ୍କାର ହୁଏ 

ଏହି ଅଳଙ୍କାର ରେ ଉପମେୟ ଉପରେ ଉପମାନ ର ଆରୋପ ହୋଇଥାଏ 

“ଦରିଦ୍ରତା-ପଙ୍କପୂର୍ଣ୍ଣ ମୋ ଜୀବନ-ସର

ଜଞ୍ଜାଳ-ଜଳଦ-ଜଳେ ଆବିଳ ଉଦର”

-ତପସ୍ଵିନୀ

ଏହି ପଦ ରେ ଦରିଦ୍ରତା ରେ ପଙ୍କ ର, ଜୀବନ ରେ ସର, ଓ ଜଞ୍ଜାଳ ରେ ଜଳଦ ର ଆରୋପ କରାଯାଇଛି ।

“କଳୁଷ ପଙ୍କେ ମୁହିଁ କେଡେ ମଳିନ ,

କେମନ୍ତେ ସରି ତୋର ହେବି ନଳିନ”

-ପଦ୍ମ

ଏହି ପଦ ରେ କଳୁଷ ଓ ପଙ୍କ ମଧ୍ୟ ରେ ଅଭେଦ କଲ୍ପନା କରାଯାଇଛି 

କଳୁଷ ଉପରେ ପଙ୍କ ର ଆରୋପ କରାଯାଇଥିବାରୁ ଏହା ରୂପକ ଅଳଙ୍କାର 

 ଉତ୍ ପ୍ରେକ୍ଷା ଅଳଙ୍କାର

ଉପମେୟ କୁ ଉପମାନ ରୂପେ ସମ୍ଭାବନା କରାଗଲେ ଉତ୍ ପ୍ରେକ୍ଷା ଅଳଙ୍କାର ହୁଏ 

ସାଧାରଣ ଅର୍ଥ ରେ କହିବାକୁ ଗଲେ ପ୍ରକୃତ ବସ୍ତୁ ରେ ଅପ୍ରକୃତ ବସ୍ତୁର ସମ୍ଭାବନା ବା ତର୍କଣା କରାଗଲେ ଉତ୍ ପ୍ରେକ୍ଷା ଅଳଙ୍କାର ହୋଇଥାଏ ।

“ଚୁମ୍ବି ଚରଣ କୁ ଚିକୁର ରାଜି ଦୋଳେ ଚରମେ ,

ମଦନ-କେତନ ଉଡଇ କିବା ଶୋଭା ଆଶ୍ରମେ ? 

 ପ୍ରକୃତ ବସ୍ତୁ- ଚିକୁର ଓ ଚରଣ

ଅପ୍ରକୃତ ବସ୍ତୁ-ମଦନ କେତନ ଓ ଶୋଭା ଆଶ୍ରମ

“ବିନ୍ଦୁ ବିନ୍ଦୁ ଜଳ ରହିଛି ଚାରୁ କୁଟିଳ ବାଲେ

ତୁଷାର ବୃଷ୍ଟି କି ହୋଇଛି ନବ ତମାଳ ଦଳେ”

-ଲାବଣ୍ୟବତୀ

ପ୍ରକୃତ ବସ୍ତୁ- ଜଳ ଓ କୁଟିଳ ବାଲ

ଅପ୍ରକୃତ ବସ୍ତୁ- ତୁଷାର ଓ ପଦ୍ମ ପତ୍ର

“କଳା କଳେବର କହ୍ନାଇ ସଙ୍ଗେ ରୋହିଣୀସୁତ

କରନ୍ତି ମଥୁରା ବିଜଯ ଦାଣ୍ଡେ ଦେଖ ସଙ୍ଗାତ”

“ଖସି ପଡୁଛି କି ଆକାଶୁ କିଏ ଗଙ୍ଗା ଯମୁନା

କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାସ ଗଲା ପୁତନା

-କଳାକଳେବର ଚଉତିଶା

 ପ୍ରକୃତ ବସ୍ତୁ- କହ୍ନାଇ ସଙ୍ଗେ ରୋହିଣୀସୁତ (କୃଷ୍ଣ ଓ ବଳରାମ )

ଅପ୍ରକୃତ ବସ୍ତୁ-ଗଙ୍ଗା ଯମୁନା

ଶ୍ଵେତାଙ୍ଗ ଚଢେଇ ଗୂହା ସମୁଦ୍ ଗତ

ନୀର ଭେଦି କିବା ଉଠେ ଐରାବତ

-ଚିଲିକା

ପ୍ରକୃତ ବସ୍ତୁ- ଶ୍ଵେତାଙ୍ଗ ଚଢେଇ ଦଳ

ଅପ୍ରକୃତ ବସ୍ତୁ-ଐରାବତ

READ OUR  OTHER POSTS

1.    ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

2.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

3.    ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

4.    ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

5.    ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

6.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

7.    କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

8.    ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

9.    ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

10.    କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

11.    କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

12.    ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

13.    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

14.    ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

15.    ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

16.    ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

17.    ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

18.    ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

19.    ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା

20.    ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

21.    The Road Not Taken- CLASS-IX- An analytical description in English

22.    The Ant and The Cricket- CLASS-VIII- An analytical description in English

23.    Squirrel- CLASS-VII- An analytical description in English

24.    ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

25.    How the camel got his hump- CLASS-VIII- An analytical description in English

26.    THE LOST CHILD- CLASS-IX- An analytical description in English

27.    କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

28.    Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ

29.    Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ

30.    THE FUN THEY HAD- CLASS-IX- An analytical description in English

31.    A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ

32.    FIRE AND ICE- CLASS-X- An analytical description in English

33.    ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା

34.    DUST OF SNOW- CLASS-X- An analytical description in English

35.    A LETTER TO GOD-CLASS-X- An analytical description in English

36.    ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

37.    ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

38.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

39.    ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

40.    ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

41.    ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

42.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

43.    ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା



- M. B. Prasad.

copyright© 2023 M. B . Prasad, ABC Learning Point.

 All rights reserved.

No part of this publication may be  reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.

ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ  ଖବର କରିବେ ବୋଲି ଆଶା ରଖୁଛୁ ।

Write us at pointabclearning@gmail.com

*****


Comments