Bhimanka singhanada radi- ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
-ମାଟିର ମହାକବି
ସାରଳା ଦାସ (ଉତ୍କଳ ବ୍ୟାସ)
ସାହିତ୍ୟ ଏକ ସିନ୍ଧୁ । ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ । ତା' ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ । କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ
ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି । ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ ମଧ୍ୟ ବିବେଚିତ ହୋଇପାରେ ।ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ
ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ, ସେ ହିଁ ଏ
ଅପଚେଷ୍ଟା ର ବହୁମୂଲ୍ୟ ।
Analysed By-M.B. Prasad.
ପୂର୍ବାଭାସ:-
ଝଙ୍କଡ଼ ବାସିନୀ ମା ଶାରଳାଙ୍କ ଅପାର କରୁଣା ଲାଭ କରି ଠାକୁରାଣୀ ଙ୍କ ଦାସ ବା ସାରଳା ଦାସ ଭାବେ ପରିଚୟ ଲାଭ କରିଥିବା ପଞ୍ଚଦଶ ଶତାବ୍ଦୀ ର ଏହି ମହାନ୍ କବି ସଂସ୍କୃତ
ପଣ୍ଡିତ ମାନଙ୍କ ଅହଙ୍କାର କୁ ଚୂର୍ଣ୍ଣ କରିବା ପାଇଁ ଜଗତ୍ ସିଂହପୁର ଜିଲ୍ଲା ର ଝଙ୍କଡ଼
ଗ୍ରାମରେ ଜନ୍ମ ଗ୍ରହଣ କରି ଓଡ଼ିଆ ସାହିତ୍ୟ ର ଆଦି ଯୁଗ କୁ କରିଥିଲେ ଗୌରବମୟ । ମାଟିର ମହାକବି ଭାବେ ନାମ ଲାଭ କରିଥିବା ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷା ରେ ମହାଭାରତ
ରଚନା କରି ଉତ୍କଳ ବ୍ୟାସ ଭାବେ ନିଜର ଯଶ ଓ ଖ୍ୟାତି ଅର୍ଜନ କରି ଉତ୍କଳ ଭୂବନରେ ଛାଡିଯାଇଛନ୍ତି
ତାଙ୍କ ର ଅନବଦ୍ୟ ସାହିତ୍ୟ କୃତି ସମୂହ ।
ସୂର୍ଯ୍ୟବଂଶୀୟ ରାଜା କପିଳେନ୍ଦ୍ର ଦେବଙ୍କ ସମସାମୟିକ ମାଟିର ମହାକବି ସାରଳାଦାସ ମହାଭାରତ, ଵିଲଙ୍କା ରାମାୟଣ ଓ ଚଣ୍ଡୀପୁରାଣ ଭଳି କାଳଜୟୀ ସୃଷ୍ଟିର ସମ୍ଭାର ଉତ୍କଳ ଲକ୍ଷ୍ମୀଙ୍କ କୋଳରେ
ଅର୍ପଣ କରି ଓଡ଼ିଆ ସାହିତ୍ୟ ର ଶିଳାନ୍ୟାସ କରିଥିଲେ । ଓଡ଼ିଆ ଜାତି ଓ ଓଡ଼ିଆ ସାହିତ୍ୟ ଯୁଗେ ଯୁଗେ ଏହି ଯୋଗଜନ୍ମା ଙ୍କ ଚରଣ ତଳେ ମଥାନତ କରେ ।
କବିଙ୍କ ବିଷୟରେ
ଅଧିକ ଜାଣିବା ଲାଗି -
୧. ସମ୍ପର୍କିତ
ପୁସ୍ତକ କୁ ପ୍ରଥମେ ମନ ଲଗେଇ ପଢିବା ଉଚିତ୍ ।
୨. ଛାତ୍ର
/ଛାତ୍ରୀଙ୍କ କ୍ଷେତ୍ର ରେ ଅବିଭାବକ ଓ ଶିକ୍ଷକଙ୍କ ନିକଟରୁ ଏ ବିଷୟରେ ଶୁଣିନେବା ଯଥୋଚିତ ।
୩. ଅଧିକ
ଜ୍ଞାନଲିପ୍ସୁ ହେବାକୁ ଯତ୍ନତା ର ସହିତ ବୈଷୟିକ ବିଜ୍ଞାନ ଉପରେ ନିର୍ଭର କରିବାକୁ ହେବ ।
୪. କବିଙ୍କ ଆତ୍ମଜୀବନ
ସମ୍ୱନ୍ଧୀୟ ପୁସ୍ତକ ଓ କୃତି ସମୂହ ପଢିବା ଅତ୍ୟାବଶ୍ୟକ ।
କବିତା ର
ପୃଷ୍ଠଭୂମି :-
ମହାଭାରତ ଯୁଦ୍ଧ ଶେଷ ପ୍ରାୟ । ଯୁଦ୍ଧର କର୍ଣ୍ଣଧାର ଶ୍ରୀକୃଷ୍ଣଙ୍କ ସହାୟତାରେ ପାଞ୍ଚଭାଇ
ପାଣ୍ଡବ ଶହେ ଭାଇ ବିଶିଷ୍ଟ କୌରବ ସେନା ବାହିନୀକୁ ପରାଜିତ କରିଛନ୍ତି । ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଆଦି ମହାରଥୀ ଯୁଦ୍ଧ ଭୁଇଁରେ ଟଳିପଡିଛନ୍ତି । ମହାମାନି ଦୁର୍ଯୋଧନ ନିଜକୁ ଏକାକୀ ମନେକରି ବ୍ୟାସ ସରୋବର ମଧ୍ୟରେ ଆତ୍ମଗୋପନ କରିଛନ୍ତି ମା
ଲକ୍ଷ୍ମୀ ଙ୍କ କୋଳରେ । ତାଙ୍କୁ ବ୍ୟାସ ସରୋବର ମଧ୍ୟରୁ ବାହାର କରିବା ନିମିତ୍ତ ଶେଷ ପାଣ୍ଡବ ସହଦେଵ ଶ୍ରୀକୃଷ୍ନ
ଙ୍କୁ ସଦାଶିବ ଙ୍କ ନିକଟରୁ ଭୀମଙ୍କ ବରପ୍ରାପ୍ତ ବିଷୟରେ ଅବଗତ କରାଇଛନ୍ତି ଓ ସିଂଘନାଦ
ମାଗିବାକୁ ପରାମର୍ଶ ଦେଇଛନ୍ତି ।
କବିତା ର ପଂକ୍ତି ସମୂହ ର ସାଧାରଣ ଆଂଶିକ ବିଶ୍ଳେଷଣ
ସହଦେବ ବୋଇଲା ସ୍ୱାମୀ
ଶୁଣିମା ଜଗନ୍ନାଥ
ଈଶ୍ୱରଙ୍କୁ ସିଂଘନାଦ
ମାଗନ୍ତୁ ପବନର ସୁତ ।
ଗୋବିନ୍ଦେ ବୋଇଲେ
ଯେବେ ୟେମନ୍ତ ଅଛି ଭୀମ
ବୁଦ୍ଧି ହରାଇ କିଂପେ
କଲୁ ତୁ ମତି ଭ୍ରମ ।
ଏବେ ବହନ ତୁ
ବିଶ୍ୱନାଥକୁ ସିଂଘନାଦ ମାଗ
ରଡିର ନାଦେ
ମାନଗୋବିନ୍ଦ ବାହାର ହୋଉ ବେଗ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ବୋଇଲା- କହିଲା
ସୁତ- ପୁତ୍ର
ମତି- ମସ୍ତିଷ୍କ, ମୁଣ୍ଡ
ବିଶ୍ୱନାଥକୁ- ଶିବଙ୍କୁ
ବେଗ- ଶିଘ୍ର, ଅବିଳମ୍ବେ
ୟେମନ୍ତ- ଏହିଭଳି
କବି ଓ କଳା:-
ଦେବ ଦେବ ମହାଦେବଙ୍କୁ ପବନ ସୂତ ଭୀମ ସିଂଘନାଦ ମାଗନ୍ତୁ ବୋଲି କନିଷ୍ଠ ପାଣ୍ଡବ ସହଦେବ
ଶ୍ରୀ କୃଷ୍ଣଙ୍କୁ କହିଲେ । ଶ୍ରୀକୃଷ୍ଣ ଭୀମଙ୍କ ସଦାଶିବଙ୍କ ଠାରୁ ବର ପ୍ରାପ୍ତି ବିଷୟରେ ଜାଣି ଭୀମଙ୍କର ବୁଦ୍ଧିଶୂନ୍ୟ
ପାଗଳ ପ୍ରାୟ ହେବା କଥା କୁ ନିନ୍ଦା କଲେ ।
ସିଂଘନାଦ ଯୋଗୁଁ ଆତ୍ମଗୋପନ କରିଥିବା ଦୁର୍ଯୋଧନ ବ୍ୟାସ ସରୋବରରୁ ବାହାରି ଆସିବ ଜାଣି ଶ୍ରୀକୃଷ୍ଣ ଭୀମଙ୍କୁ ଚନ୍ଦ୍ରଚୂଡଙ୍କ ନିକଟରୁ ଅବିଳମ୍ବେ ସିଂଘନାଦ ପ୍ରାପ୍ତ କରନ୍ତୁ ବୋଲି
ପରାମର୍ଶ ଦେଲେ ।
ବର୍ଣ୍ଣନା:-
ପାଞ୍ଚ ଭାଇ ପାଣ୍ଡବଙ୍କ ଭିତରେ ଜ୍ଞାନି ଥିଲେ କନିଷ୍ଠ ଭ୍ରାତା ସହଦେବ । ବ୍ୟାସ ସରୋବର
ମଧ୍ୟରେ ଆତ୍ମଗୋପନ କରିଥିବା ଦୁର୍ଯୋଧନ ଙ୍କୁ ବାହାର କରିବା ନିମିତ୍ତ ତାଙ୍କୁ ଏକ ଉପାୟ
ଦୃଶ୍ୟହେଲା । ଅଶ୍ଳେଷ। ଦୈତ୍ୟ କୁ ପରାଜିତ କରି କପିଳାଶ ପର୍ବତ କୁ ଭୀମ ଉଦ୍ଧାର କରିଥିବା କଥା
ତାଙ୍କର ମନ ମଧ୍ୟରେ ଉଦ୍ରେକ ହେଲା । ତେଣୁକରି ଏହି ଶୁଭ ସମ୍ବାଦ
ଶ୍ରୀକୃଷ୍ଣଙ୍କୁ ଜଣାଇଲେ ଓ ଭୀମ ଶିବଙ୍କ ଠାରୁ ସିଂଘନାଦ ପ୍ରାପ୍ତି କରନ୍ତୁ ବୋଲି ଉପାୟ ଦେଲେ ।
ମତିଭ୍ରମ କରି ପାଗଳ ପ୍ରାୟ ନ ହେବାକୁ ଭୀମଙ୍କୁ ଶ୍ରୀକୃଷ୍ଣ ସ୍ଵାନ୍ତନା ଦେଲେ ଓ ଶିବଙ୍କ
ପାଖରୁ ବରପ୍ରାପ୍ତି କଥା ତାଙ୍କୁ ମନେ ପକାଇଦେଲେ । ସିଂଘନାଦ ଯୋଗୁଁ ଦୁର୍ଯୋଧନକୁ ବ୍ୟାସ ସରୋବର
ମଧ୍ୟରୁ ବାହାର କରାଯାଇପାରିବ ବୋଲି ସେ ଆଶ୍ଵାସନା ପ୍ରଦାନ କଲେ ।
କାଳ ବିଳମ୍ବ ନ କରି ଶ୍ରୀକୃଷ୍ଣ ଶିବଙ୍କ ନିକଟରୁ ସିଂଘନାଦ ପ୍ରାପ୍ତି କରିବାକୁ ଭୀମଙ୍କୁ ପରାମର୍ଶ ଦେଲେ । ତା ଯୋଗୁଁ ଆତ୍ମ ଗୋପନ କରି ଲୁଚି ରହିଥିବା
ଦୁର୍ଯୋଧନକୁ ବ୍ୟାସ ସରୋବର ମଧ୍ୟରୁ ବାହାର କରାଯାଇପାରିବ ବୋଲି ସେ ପାଣ୍ଡବଙ୍କୁ ଆଶ୍ଵାସନା
ମଧ୍ୟ ପ୍ରଦାନ କଲେ ।
ଧ୍ୟାନେଣ ଚିନ୍ତିଲା
ସେ ପାଣ୍ଡବ ସୁନ୍ଦର
ଆସନ କମ୍ପିଲା ଯେ ଦେବ
ଶୂଳଧର ।
ଧ୍ୟାନେଣ ଜାଣିଲେ ସେ
ଦେବ ପଶୁପତି
ଇଶ୍ଵରେ ବୋଇଲେ ଦେବୀ
ଶୁଣ ଗୋ ପାର୍ବତୀ ।
ଆମ୍ଭନ୍ତ ସିଙ୍ଘନାଦ
ମାଗୁଛି ବୀର ଭୀମା
ତୁମ୍ଭ ବିଚାରକୁ କିସ
ଯୋଗାଇ ଗୋ ଉମା ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ଧ୍ୟାନେଣ- ଧ୍ୟାନ
ମାଧ୍ୟମରେ
ଚିନ୍ତିଲା- ସ୍ମରଣ
କଲେ
ଶୂଳଧର- ଶିବଙ୍କ
ନାମ
ପଶୁପତି-ଶିବଙ୍କ
ନାମ
ଆମ୍ଭନ୍ତ- ଆମକୁ
କିସ- କଣ
ସିଙ୍ଘନାଦ- ଶିବଙ୍କ
ନିକଟରେ ଥିବା ମହିଷୀ ସିଂଘ ରେ ନିର୍ମିତ ଏକ ବାଦ୍ୟଯନ୍ତ୍ର
ଉମା- ପାର୍ବତୀ
କବି ଓ କଳା:-
ଧ୍ୟାନ ମାଧ୍ୟମରେ ଭୀମ ଶିବଙ୍କୁ ଚିନ୍ତା କରିବାରୁ କୈଳାଶ ପର୍ବତରେ
ଧ୍ୟାନରତ ଶିବଙ୍କ ଆସନ କମ୍ପି ଉଠିଲା ।
ଦେବ ଦେବ ମହାଦେବ ମଧ୍ୟ ଧ୍ୟାନ ମାଧମରେ ଭୀମଙ୍କ କାମନା ବିଷୟରେ ଅବଗତ ହେଲେ ଓ ପାର୍ବତୀ
ଙ୍କୁ ଏ ବିଷୟରେ ପ୍ରତିକ୍ରିୟା ଦେବାକୁ ପଚାରିଲେ ।
ଭୀମ ସିଂଘନାଦ ମାଗୁଥିବାରୁ ଶିବ ପାର୍ବତୀଙ୍କୁ ତାଙ୍କର ମତାମତ ଜିଜ୍ଞାସା କଲେ ।
ବର୍ଣ୍ଣନା:-
ଶ୍ରୀକୃଷ୍ଣ ଙ୍କ ପରାମର୍ଶ ଅନୁସାରେ ଭୀମ ସିଂଘନାଦ ପ୍ରାପ୍ତକରିବା ଉଦ୍ଧେଶ୍ୟ ରେ ଶୂଳପାଣିଙ୍କୁ ଧ୍ୟାନ ମାଧ୍ୟମରେ ଜଣାଇଲେ । ଶିବଙ୍କ ଆସନ ଭୀମଙ୍କ ଧ୍ୟାନ ଯୋଗୁଁ କମ୍ପିଉଠିଲା ।
ଧ୍ୟାନ ମାଧ୍ୟମରେ ଦେବ ଦେବ ମହାଦେବ ଭୀମଙ୍କ କାମନା ବିଷୟରେ ଅବଗତ ହେଲେ ।ଭୀମ ସିଂଘନାଦ ମାଗୁଥିବାରୁ ଏ ବିଷୟରେ ଦେବୀ ପାର୍ବତୀଙ୍କ ଠାରୁ ପ୍ରତିକ୍ରିୟା ଜାଣିବାକୁ ଇଛା ପ୍ରକାଶ କଲେ ।
କେବଳ ସିଂଘନାଦ ବଳରେ ବ୍ୟାସ ସରୋବରରୁ ଦୁର୍ଯୋଧନଙ୍କୁ ବାହାର କରାଯାଇପାରିବ ବୋଲି ଭୀମ
ସିଂଘନାଦକୁ ଶିବଙ୍କ ପାଖରୁ ପ୍ରାପ୍ତି କରିବାକୁ ପ୍ରାର୍ଥନା କରୁଥିବାରୁ ଶିବ ପାର୍ବତୀଙ୍କର
ମତାମତ ଚାହିଁଲେ ।
ପାର୍ବତୀ ବୋଇଲେ
ଭୀମସେନ ଆମ୍ଭ ଉପୁଗାରି
ବେଳେବେଳେ ପାଣ୍ଡବ
ଆମ୍ଭ କପିଳାଶ କଇଁ ଉଦ୍ଧରି ।
ସତ୍ୟମନା ଇଚ୍ଛି
ଦେବ ଯେ ତ୍ରିପୁରାରି ।
ପାର୍ବତୀ ବୋଇଲେ
ସିଙ୍ଘନାଦ ଦିଅସି ବହନ
ପାଣ୍ଡବଙ୍କ ହେତୁ
ତୁମେ ବ୍ରତିଅଛ ତ୍ରିଲୋଚନ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ଉପୁଗାରି - ଉପକାରି
କପିଳାଶ- କୈଳାଶ
ପର୍ବତ
ବ୍ରତିଅଛ- ରକ୍ଷା
ପାଇଅଛ
ତ୍ରିଲୋଚନ- ଶିବ
ଦିଅସି- ଦିଅ
ଇଚ୍ଛି- ଅଛ
କବି ଓ କଳା:-
ପାଣ୍ଡବ ଭାଇମାନଙ୍କୁ ପାର୍ବତୀ ଉପକାରୀ ଓ ସେମାନେ କପିଳାଶ ପର୍ବତ କୁ ରକ୍ଷା କରିଥାନ୍ତି
ବୋଲି ଶିବଙ୍କୁ କହିଲେ ।
ଭୀମଙ୍କୁ ପୂର୍ବରୁ ବରପ୍ରଦାନ କରିଥିବାରୁ ସତ୍ୟ ରକ୍ଷା କରି ସିଙ୍ଘନାଦ ଭୀମଙ୍କୁ ପ୍ରଦାନ
କରନ୍ତୁ ବୋଲି ପାର୍ବତୀ ମତ ଦେଲେ ।
ପାଣ୍ଡବ ମାନେ ଯୁଗେ ଯୁଗେ କୈଳାଶ କୁ ରକ୍ଷା କରିଆସୁଥିବାରୁ ସେମାନେ ଉପକାରୀ ଓ ଉପକାରୀ ର
ଉପକାର କରିବା ବିଧେୟ ବୋଲି ପାର୍ବତୀ ଶିବଙ୍କୁ ଜଣାଇଲେ।
ବର୍ଣ୍ଣନା:-
ପାଣ୍ଡବ ଭାଇ ମାନଙ୍କୁ ପାର୍ବତୀ ଉପକାରୀ ଦର୍ଶାଇଲେ ଓ ସେମାନେ
ସେମାନଙ୍କ ସ୍ଥାନ କପିଳାଶ ପର୍ବତକୁ ବାରମ୍ବାର ରକ୍ଷା କରିଛନ୍ତି ବୋଲି କହିଲେ । ଉପକାରୀ ର ଉପକାର କରିବା ଯଥାଯଥ ବୋଲି ପୁଣି ସଦାଶିବଙ୍କୁ ଜଣାଇଲେ ।
ଭୀମଙ୍କ ସିଙ୍ଘନାଦ ପ୍ରାପ୍ୟ କରିବାର ଯୋଗ୍ୟତା କୁ ନେଇ ପୂର୍ବେ ସଦାଶିବ ପ୍ରଦାନ କରିଥିବା
ବର ବିଷୟରେ ସେ ତାଙ୍କୁ ମନେ ପକାଇଦେଲେ । ସେ ସତ୍ୟବଦ୍ଧ ଓ ସିଙ୍ଘନାଦ ଭୀମଙ୍କୁ ପ୍ରଦାନ କରନ୍ତୁ ବୋଲି
ଶିବଙ୍କୁ ଦେବୀ ପାର୍ବତୀ କହିଲେ ।
ଉପକାରୀ ର ଉପକାର କରିବା ବିଧେୟ । ପାଣ୍ଡବ ମାନେ ଉପକାରୀ ଓ ସେମାନେ କୈଳାଶ ପର୍ବତ ର ରକ୍ଷା କର୍ତ୍ତା ମଧ୍ୟ । ସେହି କାରଣରୁ ଭୀମଙ୍କୁ ସିଂଘନାଦ ପ୍ରଦାନ କରନ୍ତୁ ବୋଲି ପାର୍ବତୀ ଶିବଙ୍କୁ ଜଣାଇଲେ ।
ସଙ୍କଟ କାଳେ
ତୁମ୍ଭନ୍ତ ଉଦ୍ଧାରନ୍ତି ପୁଣ
ଦିଅସି ସିଂଘନାଦ
ପ୍ରସନ୍ନ ବଦନେଣ ।
ଘନ ଘନ ଆସନ କମ୍ପଇ
ସଦାନନ୍ଦ
ଚିରିକୁଟିରୁ କାଢି ଦିଲେ ସେ ସିଙ୍ଘନାଦ ।
ଈଶ୍ବରେ ବୋଇଲେ ତୁ
ବହନ ହୋଇ ଯିବୁ
ତିନିଘାନ୍ତି ମାତ୍ରକ
ଶବଦ ଭୀମସେନଙ୍କୁ ସହିବୁ ।
ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ସଙ୍କଟ- ବିପଦ
ତୁମ୍ଭନ୍ତ- ତୁମକୁ
ଉଦ୍ଧାରନ୍ତି- ରକ୍ଷା
କରନ୍ତି
ପ୍ରସନ୍ନ ବଦନେଣ- ସନ୍ତୋଷ
ଚିତ୍ତରେ
ଚିରିକୁଟିରୁ- ମୁଣା
ରୁ
ସଦାନନ୍ଦ- ଶିବ
ତିନିଘାନ୍ତି- ତିନି
ଥର
କାଢି ଦିଲେ - ବାହାର
କରି ଦେଲେ
କବି ଓ କଳା:-
ସଙ୍କଟ କାଳ ରେ ପାଣ୍ଡବ ମାନେ ସହଯୋଗ କରୁଥିବାରୁ ପ୍ରସନ୍ନ ଚିତ୍ତ ରେ ସେମାନଙ୍କୁ
ସିଙ୍ଘନାଦ ଦେବାକୁ ପାର୍ବତୀ ମତ ଦେଲେ । ଘନ ଘନ ଆସନ
କମ୍ପୁଥିବାରୁ ଶିବ ସିଙ୍ଘନାଦ କୁ ଚିରିକୁଟି ରୁ ବାହାର କଲେ ଓ ମାତ୍ର ତିନି ଥର ଶବ୍ଦ କରିବାକୁ ନିର୍ଦ୍ଧେଶ ଦେଇ ଭୀମଙ୍କ
ନିକଟକୁ ପଠାଇଲେ ।
ବର୍ଣ୍ଣନା:-
ବିପଦ କାଳ ରେ ପାଣ୍ଡବ ଭାଇ ମାନେ ସହଯୋଗ କରୁଥିବାରୁ ଉପକାରୀ ଭାବେ ଉପକାର କରିବା ଉଚିତ୍
ବୋଲି ପାର୍ବତୀ ଶିବଙ୍କୁ ଜଣାଇଲେ । ପ୍ରସନ୍ନ ଚିତ୍ତରେ ଶିବ ଭୀମଙ୍କୁ ସିଙ୍ଘନାଦ ଅର୍ପଣ କରନ୍ତୁ
ବୋଲି ସେ ଶିବଙ୍କୁ ସଧୀରେ କହିଲେ ।
ଭୀମ ସ୍ତୁତି କରୁଥିବା ଯୋଗୁଁ ଶିବଙ୍କ ଆସନ ବାରମ୍ବାର କମ୍ପି ଉଠୁଥିଲା । ପାର୍ବତୀ କଥା
ଅନୁସାରେ ମହାଦେବ ଚିରିକୁଟି ରୁ ସିଙ୍ଘନାଦ ବାହାର କରି ଭୀମଙ୍କୁ ଅର୍ପଣ କରିବାକୁ ସ୍ଥିର କଲେ ।
ସେ ପ୍ରସନ୍ନ ଚିତ୍ତ ରେ ସିଙ୍ଘନାଦ କୁ ଭୀମଙ୍କ ନିକଟରେ ତିନି ରଡି ଦେବାର ଆଜ୍ଞା ପ୍ରଦାନ କରି
ପ୍ରେରଣ କଲେ ଓ ପୁନର୍ବାର ଧ୍ୟାନ ମଗ୍ନ ଭାବେ ରହିଲେ ।
ସିଙ୍ଘନାଦ ଆସନ୍ତେ
ପ୍ରସର ପବନ
ଶବଦେ କମ୍ପୁଅଛି
ମୃତ୍ୟୁ ଯେ ଭୁବନ ।
କାଳାନଳ ଜାଣି ବିକାଶି
ସିଙ୍ଘନାଦ ଜ୍ୟୋତି
ଆଦିତ୍ୟ ହୁଁ ଶତେଗୁଣ
ତେଜ ବିକାଶନ୍ତି ।
ଅନ୍ତରୀକ୍ଷେ ଆସି
ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ
ପାଣ୍ଡବ ସୁନ୍ଦର ଭୀମ
ଧଇଲା ତାହା କରେ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ପ୍ରସର- ବହିବା
ମୃତ୍ୟୁ ଯେ ଭୁବନ - ମଞ୍ଚପୁର
କାଳାନଳ- କାଳ
ରୂପକ ଅନଳ , କାଳାଗ୍ନି
ବିକାଶି- ଦେଖାଯିବା
ଜ୍ୟୋତି - ଆଲୋକ
ଆଦିତ୍ୟ- ସୂର୍ଯ୍ୟ
ଅନ୍ତରିକ୍ଷେ- ଆକାଶ
ମାର୍ଗରେ
ବ୍ୟାସ ସରୋବର ତୀରେ
- ବ୍ୟାସ
ପୁଷ୍କରିଣୀ କୂଳରେ
କବି ଓ କଳା:-
ସିଙ୍ଘନାଦ ପ୍ରଚଣ୍ଡ ପବନ ବେଗରେ ଗତି କରି ଆସୁଥିବାରୁ ମର୍ତ୍ତ୍ୟ ପୁର କମ୍ପି ଉଠୁଥିଲା ।
କୋଟିଏ ସୂର୍ଯ୍ୟ ର ଜ୍ୟୋତିକୁ ବହନ କରି ଭୟଙ୍କର କାଳାଗ୍ନି ସଦୃଶ ସେ ମନେହେଉଥିଲା ।
ଆକାଶ ମାର୍ଗ ରେ ଗତି କରି ଆସି ବ୍ୟାସ ସରୋବର କୂଳରେ ସେ ପହଞ୍ଚିଲା ଓ ଭୀମ ତାଙ୍କୁ ହସ୍ତ
ରେ ଧାରଣ କଲେ ।
ବର୍ଣ୍ଣନା:-
ସିଙ୍ଘନାଦ ଆକାଶ ମାର୍ଗ କମ୍ପାଇ ପ୍ରଚଣ୍ଡ ପବନ ବେଗରେ ଆସୁଥିବାରୁ ମଞ୍ଚ ପୁର ମଧ୍ୟ କମ୍ପି
ଉଠୁଥିଲା । ସିଙ୍ଘନାଦ ର ଗତି ଯୋଗୁଁ ସୃଷ୍ଟି ହେଉଥିବା ପ୍ରଚଣ୍ଡ ଗୁରୁ ଗମ୍ଭୀର ଶବ୍ଦ ଉଭୟ ଆକାଶ
ମାର୍ଗ ଓ ମଞ୍ଚ ପୁର କୁ ପ୍ରକମ୍ପିତ କରୁଥିଲା ।
ସିଙ୍ଘନାଦ ର ରୂପ ଭୟଙ୍କର କାଳାଗ୍ନି ସମ ମନେହେଉଥିଲା । କୋଟିଏ ସୂର୍ଯ୍ୟ ର ଆଲୋକ କୁ ବହନ
କରି କ୍ଷିପ୍ର ବେଗରେ ଆସୁଥିବା ଭଳି ମନେ ହେଉଥିଲା । ତାର କ୍ଷିପ୍ରତା ସ୍ଵର୍ଗ ଓ ମର୍ତ୍ତ୍ୟକୁ
କମ୍ପାଇ ଉଠୁଥିଲା ।
ଶିବଙ୍କ ଆଜ୍ଞା ଅନୁସାରେ ସିଙ୍ଘନାଦ ଅନ୍ତରୀକ୍ଷ ରେ ପ୍ରଚଣ୍ଡ ପବନ ବେଗରେ ଗତି କରି ବ୍ୟାସ
ସରୋବର ନିକଟକୁ ପହଞ୍ଚିଆସିଲା ।
ଭୀମ ଆନନ୍ଦ ଚିତ୍ତରେ ସିଙ୍ଘନାଦ କୁ ଲାଭ କରି ଆତ୍ମ ଗୋପନ
କରିଥିବା ଦୁର୍ଯୋଧନଙ୍କୁ ବ୍ୟାସ ସରୋବରରୁ ବାହାର କରିବା ପାଇଁ ମନ ମଧ୍ୟ ରେ ସ୍ଥିର କଲା ।
ଆରେ ଆରେ ନିସତ
କିମ୍ପା ହୋଉ ମାନଗୋବିନ୍ଦ
କରେ ଧରି ପାଣ୍ଡବ
ତାହା ଚୁମ୍ବିଲା ସିଙ୍ଘନାଦ ।
ଆକ୍ରେଷିଣ ସିଙ୍ଘନାଦ
ଭୀମସେନ ଗାଢେ କଲେ ବାଦ୍ୟ
ମହୀମଣ୍ଡଳ କମ୍ପିଲା
ପ୍ରଥମ ଶବଦ ।
ନଲିନୀ ପତ୍ରରେ
ଯେହ୍ନେ ପଡନ୍ତେଣ ପାଣି
ପୃଥିବୀ ଦଳଦଳିତ
କମ୍ପଇ ମେଦିନୀ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ମାନଗୋବିନ୍ଦ- ଦୁର୍ଯୋଧନ
ଆକ୍ରେଷିଣ- ଭିଡି
ଧରି
ନଲିନୀ ପତ୍ରରେ - ପଦ୍ମ
ପତ୍ର ରେ
ଦଳଦଳିତ- ଥରହର
ହେବା
ମେଦିନୀ - ପୃଥିବୀ
କବି ଓ କଳା:-
ଦୁର୍ଯୋଧନକୁ ନିର୍ବପୁ ସମ ସରୋବର ରେ ଲୁଚିରହିଛୁ ବୋଲି ଭୀମ କଟୁକ୍ତି ପ୍ରକାଶ କରି ସିଙ୍ଘନାଦ କୁ ବାଦନ କରିବାକୁ ଓଠ ନିକଟକୁ ନେଲା ।
ଭୀମଙ୍କ ସିଙ୍ଘନାଦ ଯୋଗୁଁ ସାରା ମହୀମଣ୍ଡଳ କମ୍ପି ଉଠିଲା।
ପଦ୍ମ ପତ୍ର ଉପରେ ଜଳବିନ୍ଦୁ ଢଳ ଢଳ ହେଉଥିବା ଭଳି ପୃଥିବୀ ଦୋହଳି ଉଠିଲା ।
ବର୍ଣ୍ଣନା:-
ସିଙ୍ଘନାଦ ଯୋଗୁଁ ଭୀମ ଦୁର୍ଯୋଧନ କୁ ପ୍ରାପ୍ତି କରିପାରିବ ବୋଲି ମନ ମଧ୍ୟରେ ଆଶା ସଞ୍ଚାର
କରି ନାନା ଆକ୍ଷେପ ଭରା କଟୁକ୍ତି ପ୍ରକାଶ କରି ମୁଖ ସମ୍ମୁଖରେ ସିଙ୍ଘନାଦ ରଖି ବାଦନ କରିବାକୁ
ଉଦ୍ୟତ ହେଲା ।
ସିଙ୍ଘନାଦ ର ଶବ୍ଦ ଯୋଗୁଁ ଚତୁର୍ଦିଗ କମ୍ପି ଉଠିଲା । ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ କୁ ସିଙ୍ଘନାଦ ର ରଡି ଭେଦି ଯାଇଥିଲା । ଜଳ, ସ୍ଥଳ ଓ ଆକାଶ ସାରା
ମହାଦେବଙ୍କ ସିଙ୍ଘନାଦ ର ଶବ୍ଦ ସଞ୍ଚରି ଉଠିଲା । ମହୀ ମଣ୍ଡଳ ଦୋହଳି ଉଠିଲା ।
ପଦ୍ମ ପତ୍ର ଉପରେ ଜଳ ବିନ୍ଦୁ ଯେଉଁ ଭଳି ଭାରସାମ୍ୟ ରକ୍ଷା କରି ନ ପାରି ଢଳ ଢଳ ହେବା ଆରମ୍ଭ କରିଥାଏ, ତା ଦୃଶ ପୃଥିବୀ ମଧ୍ୟ ସିଙ୍ଘନାଦ ଯୋଗୁଁ ଭାରସାମ୍ୟ ରକ୍ଷା କରିବାରେ ବିଫଳ ହୋଇ ଦୋହଳି ଉଠିଲା ।
ସଞ୍ଚା ଛାଡି କରି ଯେ
ବୁଲଇ ମନ୍ଦର
ମାନଗୋବିନ୍ଦ ନିଦ୍ରା
ଭାଞ୍ଜି ଉଠି ବସିଲା ଧାତିକାର ।
ପୂଣ ଆରେକ ରଡିୟେ
ଦିଲା ବୀର ଭୀମ
ଛଡଲକ୍ଷ ଯୋଜନେ ଆକାଶେ
କମ୍ପିଲା ବୀର ଯମ ।
ପାତାଳେ ଅନନ୍ତ ନାଗ ର
କମ୍ପିଲାକ ଫେରୁ
ନବଦ୍ଵୀପ ସପତ ସାଗର
କମ୍ପିଲା ଟଳମଳ ହୋଇଲାକ ମେରୁ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ସଞ୍ଚା - ନିଜସ୍ୱ
ସ୍ଥାନ
ମନ୍ଦର- ପର୍ବତ
ଭାଞ୍ଜି- ଭାଙ୍ଗି
ଧାତିକାର- ତ୍ୱରିତ
ଆରେକ- ଅନ୍ୟ
ଏକ
ରଡିୟେ- ଏକ
ରଡି
ଛଡଲକ୍ଷ- ଛ
ଲକ୍ଷ
ଅନନ୍ତ ନାଗ - ପାତାଳ
ପୁର ରେ ଥିବା ବାସୁକୀ ନାଗ
ଫେରୁ- ଫଣା
ମେରୁ- ପର୍ବତ
ଯମ- ମୃତ୍ୟୁ
ଦେବତା
ଦିଲା- ଦେଲେ
କବି ଓ କଳା:-
ପର୍ବତ ସବୁ ନିଜସ୍ଵ ସ୍ଥାନ ତ୍ୟାଗ କରି ଦୋହଳି ଉଠିଲେ । ମାନଗୋବିନ୍ଦ ମଧ୍ୟ ନିଦ୍ରା ଭାଜି
ଉଠିବସିଲା ।
ଭୀମଙ୍କ ଦିତୀୟ ସିଙ୍ଘନାଦ ରେ ଆକାଶ ମଣ୍ଡଳ କମ୍ପି ଉଠିଲା । ଯମପୁରରେ ଯମ ମଧ୍ୟ ଚକିତ ହୋଇ
ଉଠିଲେ ।
ପାତାଳ ପୁରରେ ଅନନ୍ତ ନାଗ ର ଫେରୁ କମ୍ପି ଉଠିଲା । ନବ ଦ୍ଵୀପ ସପତ ସମୁଦ୍ର ସହିତ ପର୍ବତ
ମାନେ ଟଳମଳ ପ୍ରାୟ ମନେ ହେଲେ ।
ବର୍ଣ୍ଣନା:-
ଭୀମଙ୍କ ସିଙ୍ଘନାଦ ଯୋଗୁଁ ପର୍ବତ ସମୂହ ସେମାନଙ୍କ ନିଜସ୍ଵ ସ୍ଥାନ ତ୍ୟାଗ କରି ଦୋହଳି
ଉଠିଲେ । ସିଙ୍ଘନାଦ ର କମ୍ପମାନ ଶବ୍ଦ ଯୋଗୁଁ ସେମାନେ ଭାରସାମ୍ୟ ହରାଇବସିଲେ । ଦୁର୍ଯୋଧନ ଙ୍କ
ନିଦ୍ରା ମଧ୍ୟ ଅଚାନକ ଭାଙ୍ଗି ଯାଇଥିଲା । ଚମକି ଉଠି ସେ ଚତୁର୍ଦିଗକୁ ଚାହିଁ ବସିଲା ।
ଭୀମଙ୍କ ଦିତୀୟ ସିଙ୍ଘନାଦ ଯୋଗୁଁ ପୃଥିବୀରେ ବିଚିତ୍ର ଦୃଶ୍ୟ ସବୁ ଦୃଷ୍ଟିଗୋଚର ହେଲା । ମର୍ତ୍ତ୍ୟପୁର, ସ୍ଵର୍ଗପୁର କମ୍ପି ଉଠିଲା । ଯମପୁର ରେ ଯମଙ୍କ ଧ୍ୟାନ ଭାଙ୍ଗିଗଲା। ସେ ଚକିତ ହୋଇଉଠିଲେ ।
ପାତାଳପୁର ରକ୍ଷକ ଅନନ୍ତ ନାଗ ର ଫଣା ମଧ୍ୟ କମ୍ପି ଉଠିଲା । ପୃଥିବୀର ନବଦ୍ଵୀପ, ସାତ ସମୁଦ୍ର ସହିତ ପର୍ବତ ସମୂହ ଟଳମଳ ହେବାକୁ ଲାଗିଲେ । ଭୀମଙ୍କ ସିଙ୍ଘନାଦ ଯୋଗୁଁ ଯେ
ଯାହାର ଭାରସାମ୍ୟ ହରାଇ ବସିଲେ ।
ଆଦିତ୍ୟ ଭୂମଣ୍ଡଳ
ଧ୍ରୁବ ମଣ୍ଡଳ ଅମର ମଣ୍ଡଳ
ଆକାଶେ ଲାଗିଲା ଉଛୁଳିଲା
ସିନ୍ଧୁଜଳ ।
ରେ ରେ କାର କରି ରାଜା
ଧୃତିରାଷ୍ଟ୍ରି
ବଚ୍ଛସ୍ଥଳେ ମାରି
ବାହାସ୍ଫୋଟ ଗର୍ଜିଣ ବେଗେ ଉଠି ।
ମହା ଗହନ ନିଶ୍ୱାସ
ବୁଲାଇ ବେନି ଡୋଳା
ବେନି ଭୁଜେ ଆକ୍ରୋଷି
ଧଇଲେ କମଳା ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ସିନ୍ଧୁଜଳ- ସମୁଦ୍ର
ଜଳ
ଧୃତିରାଷ୍ଟ୍ରି - ଦୁର୍ଯୋଧନ
ବଚ୍ଛସ୍ଥଳେ- ବକ୍ଷ
ସ୍ଥଳରେ
ବାହାସ୍ଫୋଟ- ବାହୁ
ଫିଙ୍ଗିବା , ଗର୍ବ
ଦେଖାଇବା
ଡୋଳା- ନୟନ
ପୁଷ୍ଟ- ଗୋଜିଆ
କମଳା - ଲକ୍ଷ୍ମୀ
ଅମର ମଣ୍ଡଳ- ସ୍ୱର୍ଗ
କବି ଓ କଳା:-
ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳ ସହିତ ସୂର୍ଯ୍ୟ ମଣ୍ଡଳ ଓ ଧ୍ରୁବ ମଣ୍ଡଳ ମଧ୍ୟ କମ୍ପି ଉଠିଲା । ସମୁଦ୍ର
ଜଳ ଆକାଶ ପର୍ଯ୍ୟନ୍ତ ଉଛୁଳିଲା ।
ଛାତି ରେ ହାତ ମାରି ଫୁତ୍କାର କରି ଦୁର୍ଯୋଧନ ଭୀମ ସହିତ ଯୁଦ୍ଧ କରିବାକୁ ବାହାରି ଉଠିଲା ।
ଗମ୍ଭୀର ଭାବେ ନିଶ୍ଵାସ ମାରି ଚକ୍ଷୁ ବୁଲାଇ ଲକ୍ଷ୍ମୀ ଙ୍କ କୋଳ ଛାଡିବାକୁ ହେଉଥିବାରୁ
ଲକ୍ଷ୍ମୀ ତାଙ୍କୁ ନିଜର ଦୁଇ ଭୁଜ ରେ ବାନ୍ଧି ବସିଲେ ।
ବର୍ଣ୍ଣନା:-
ଭୀମଙ୍କ ଦିତୀୟ ସିଙ୍ଘନାଦ ଯୋଗୁଁ ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳ
ର କୋଣ ଅନୁକୋଣ କମ୍ପି ଉଠିଲା । ପ୍ରଳୟ ମାଡିଆସିବା ସମ ମନେହେଲା । ଚତୁର୍ଦିଗରେ ଅଶୁଭ ଲକ୍ଷଣ
ସବୁ ଦୃଶ୍ୟ ଗୋଚର ହେଲା । ସମୁଦ୍ର ର ଲହରୀ ମାଳ ଆକାଶ ପର୍ଯ୍ୟନ୍ତ ଛୁଇଁ ଉଠିଲା ।
ଦୁର୍ଯୋଧନ ନିଜକୁ ସମ୍ଭାଳିବାରେ ବ୍ୟର୍ଥ ହେଲା । କାପୁରୁଷ ଭଳି ଭୀମଙ୍କ ତା ଉପରେ ଆକ୍ଷେପ
କୁ ଗ୍ରହଣ କରିପାରିଲା ନାହି । ବକ୍ଷ ସ୍ଥଳ ରେ ହସ୍ତ ପ୍ରହାର କରି ନିଜର ଅସୀମ ବଳବପୁ ଉପରେ
ଭରସା ରଖି ଭୀମ ସହିତ ଯୁଦ୍ଧ ଭୁଇଁ ରେ ଅବତୀର୍ଣ୍ଣ ହେବାକୁ ମନସ୍ଥ କଲା
।
ଶକ୍ତିହୀନ ବଳହୀନ ମୂର୍ଦ୍ଧାର ସମ ଲକ୍ଷ୍ମୀ ଙ୍କ କୋଳରେ ପଡିରହି ଜୀବନ ଭିକ୍ଷା କରିବାକୁ
ନାପସନ୍ଦ କରିଛି ଦୁର୍ଯୋଧନ । ଚକ୍ଷୁ ବୁଲାଇ ପ୍ରଖର ନିଶ୍ଵାସ ଭରି ଲକ୍ଷ୍ମୀ ଙ୍କ କୋଳ ତ୍ୟାଗ
କରିବାକୁ ସ୍ଥିର କରିବାରୁ ଲକ୍ଷ୍ମୀ ତାଙ୍କୁ ନିଜର କୋମଳ ହାତ ରେ ବାନ୍ଧି ରଖିବାକୁ ଉଦ୍ୟତ କଲେ
।
ଆରେ ଆରେ ଦୃଯୋଧନ
ଅପାର ପ୍ରତଗ୍ୟାଂ ଯେ କଲୁ ବାବୁ
ବୋଇଲୁ ଯେ ଭୀମର ସାତ
ରଡି ସହିବୁ ।
ମାନଗୋବିନ୍ଦ ରାଜା
କମଳା ଭୁଜଦଣ୍ଡ ଦିଲା ପେଲି
ଅଧର ପୁଷ୍ଟ କରି ପଳା
ଯା ବୋଲି ବୋଲି ।
ମହାଲଛୀ ବୋଇଲେ ଯେ
ପଳାଉ ଅଛିନି ମୁହିଁ
ତୋହର ଭ୍ରଛନା
ବୋଲିବାକୁ ଥିଲି ତ ବାଟ ଚାହିଁ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ଅପାର- ଲଙ୍ଘି
ହେଉନଥିବା
ପ୍ରତଗ୍ୟା- ଶପଥ
ଭୁଜଦଣ୍ଡ- ବେନି
ହସ୍ତ
ଅଛିନି - ଅଛି
ଭ୍ରଛନା - ତିରସ୍କାର
କବି ଓ କଳା:-
ଭୀମର ସାତ ରଡି ସହିବ ବୋଲି ନିଶ୍ଚିତ କରିଥିଲେ ମଧ୍ୟ ଦ୍ୱିତୀୟ ରଡି ରେ ହିଁ ଯୁଦ୍ଧ
କରିବାକୁ ଶପଥ ନେବାରୁ ଲକ୍ଷ୍ମୀ ଦୁର୍ଯୋଧନ ଙ୍କୁ ଝିଙ୍ଗାସି କହିଲେ ।
ମାନଗୋବିନ୍ଦ ଲକ୍ଷ୍ମୀ ଙ୍କ ଦୁଇ ଭୁଜର ବନ୍ଧନ ରୁ ନିଜକୁ ମୁକୁଳାଇ ନେଲା ଓ ଭର୍ତ୍ସନା କଲା ଲକ୍ଷ୍ମୀ ଙ୍କୁ ।
ଭର୍ତ୍ସନା ଶୁଣିବାକୁ ମୁ ଜଗିରହିଥିଲି କି ବୋଲି ଦୁଖୀତା ହୋଇ ଉଠିଲେ ଲକ୍ଷ୍ମୀ । ସେ ସ୍ଥାନ
ତ୍ୟାଗ କରି ଚାଲିଯାଉଛନ୍ତି ବୋଲି କହିଲେ ।
ବର୍ଣ୍ଣନା:-
ଭୀମଙ୍କ ଆକ୍ଷେପ ଭରା ଫୁତ୍କାର ଦୁର୍ଯୋଧନଙ୍କ ରକ୍ତ କୁ ଉଷ୍ମ କରିଦେଲା । ଅସହ୍ୟ ଥିଲା ସେ
ଆକ୍ଷେପ ଏକ ବୀର ପ୍ରତି । ଚୁପ୍ ଚାପ୍ ନ ରହି ଭୀମଙ୍କ ସହିତ ଯୁଦ୍ଧ କରିବାକୁ ଦୁର୍ଯୋଧନ ଶପଥ
ଗ୍ରହଣ କଲା । ଲକ୍ଷ୍ମୀ ଙ୍କ କୋଳକୁ ତ୍ୟାଗ କରିବାକୁ ସ୍ଥିର କଲା ସେ । ଲକ୍ଷ୍ମୀ ନାନା ଭାବରେ
ତାଙ୍କୁ ଝିଙ୍ଗାସି କହିଲେ । ତାକୁ ପାମର ଆକ୍ଷା ଦେଇ ଭୀମର ତିନି ରଡି ସହିବା କଥା ମନେପକାଇଦେଲେ
।
ଦୁର୍ଯୋଧନ ଲକ୍ଷ୍ମୀ ଙ୍କ କୌଣସି କଥା ଗ୍ରହଣ ନ କରି ତାଙ୍କ ଦୁଇ ହାତ କୁ ଠେଲିଦେଇ ନିଜକୁ
ମୁକ୍ତ କଲା ଓ ତାଙ୍କୁ ଭର୍ତ୍ସନା ମଧ୍ୟ କଲା ।
ଲକ୍ଷ୍ମୀ କ୍ରୋଧିତ ହୋଇ ସେହି ସ୍ଥାନ ତ୍ୟାଗ କରିବାକୁ ମନସ୍ଥ କଲେ ।
ଲଛୀ ବୋଲେ ଆବର
ରଡିୟେ ଯେବେ ସହିବୁ ପାମର
ୟେ ରଡି ସହିଲେ ତୁ
ରେ ହୋଇବୁ ଅଜ୍ରାମ୍ବର ।
ୟେତେ ବୋଲି
ତତକ୍ଷଣେ ଛାଡିଲେ ମହାଲକ୍ଷ୍ମୀ
କଦଳୀ ପତ୍ର ପ୍ରାୟେ
କମ୍ପଇ ମହତମୀ ।
ସତୁରୀ ସତୁରୀ ଭାର
ଗଦା ଘେନି କରସ୍ଥଳେ
କ୍ଷେପଇ
ମାନଗୋବିନ୍ଦ ଯେ ଚିତ୍ତ ଅନ୍ତରାଳେ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ଆବର ରଡିୟେ- ଆଉ
ଏକ ରଡି
ପାମର - ଅଧମ
ଅଜ୍ରାମ୍ବର- ଅମର
ତତକ୍ଷଣେ- ସେହି
ମୂହୁର୍ତ୍ତ ରେ
ମହତମୀ-ଅତ୍ୟନ୍ତ
କ୍ରୋଧୀ
କରସ୍ଥଳେ- ଉଭୟ
ହସ୍ତରେ
କ୍ଷେପଇ- ଫିଙ୍ଗଇ , ଫୋପଡାଇ
ଅନ୍ତରାଳେ- ମନ ମଧ୍ୟରେ
କବି ଓ କଳା:-
ଆଉ ଏକ ରଡି ସହି ପାରିଲେ ଅମର ହେବୁ ବୋଲି ଲକ୍ଷ୍ମୀ ଦୁର୍ଯୋଧନଙ୍କୁ କହିଲେ ।
ତଦୁପରେ ସେ ଦୁର୍ଯୋଧନ ଙ୍କୁ ତ୍ୟାଗ କଲେ ଓ ଦୁର୍ଯୋଧନ କଦଳୀ ପତ୍ର ପ୍ରାୟ କମ୍ପି ଉଠିଲା ।
ଉଭୟ ହାତରେ ସତୁରୀ ସତୁରୀ ଭାର ଗଦା ବହନ କରି ଦୁର୍ଯୋଧନ ଯୁଦ୍ଧ କରିବାକୁ ଇଛା କରି ସରୋବର
ତ୍ୟାଗ କରିବାକୁ ମନସ୍ଥ କଲେ ।
ବର୍ଣ୍ଣନା:-
ଭୀମଙ୍କ ତୃତୀୟ ସିଂହନାଦ ଶେଷ ସିଂଘନାଦ ବୋଲି ଲକ୍ଷ୍ମୀଙ୍କୁ ଜଣା ଥିଲା । ସେ
ଦୁର୍ଯୋଧନଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଉପଦେଶ ଦେଲେ । ଭୀମଙ୍କ ସିଂଘନାଦ ରେ ବିଚଳିତ ନ ହେବାକୁ ତାଙ୍କୁ ବୁଝାଇଲେ କିନ୍ତୁ ଦୁର୍ଯୋଧନ ଲକ୍ଷ୍ମୀଙ୍କ
କୌଣସି କଥା କୁ ଗ୍ରହଣ କରିବାକୁ ରାଜି ନ ଥିଲେ ।
ଯାହା କପାଳ ରେ ଯାହା ଲେଖା ଥାଏ ଭଳି ଲକ୍ଷ୍ମୀଙ୍କ ବହୁ ମୂଲ୍ୟ ଉପଦେଶ କୁ ରକ୍ଷା ନ କରି
ଦୁର୍ଯୋଧନ ମୃତ୍ୟୁ ମୁଖକୁ ଠେଲିହୋଇଯାଉଥିଲା । ନିଜର ଶକ୍ତି ଉପରେ ଭରସା ରଖି ମହାବଳୀ ଭୀମଙ୍କ
ସହିତ ଯୁଦ୍ଧ କରିବାକୁ ମନସ୍ଥ କଲା । ଲକ୍ଷ୍ମୀ ବ୍ୟଥିତ ହୋଇ ଭର୍ତ୍ସନା ପୂର୍ବକ ଦୁର୍ଯୋଧନଙ୍କୁ
ତ୍ୟାଗ କଲେ । ଦୁର୍ଯୋଧନ ରାଗରେ କଦଳୀ ପତ୍ର ପ୍ରାୟ କମ୍ପି ଉଠୁଥିଲା ଭୀମଙ୍କ ସହ ଯୁଦ୍ଧ ଭୂଇଁ
ରେ ବଳ କଷାକଷି ହେବାକୁ ।
ଦୁର୍ଯୋଧନ ସତୁରୀ ଭାର ବିଶିଷ୍ଟ ଗଦା ଦ୍ଵୟ ବହନ କରି ଭୀମଙ୍କୁ ଯୁଦ୍ଧ ଭୂଇଁ ରେ ଭେଟିବାକୁ ଅବିଳମ୍ବେ ବ୍ୟାସ
ସରୋବର ତ୍ୟାଗ କରିବାର ନିଷ୍ପତି ନେଲା । ନିଜର ବIହୁ ଦ୍ବୟ ଉପରେ ତାର ପ୍ରଗାଢ
ବିଶ୍ୱାସ ଥିଲା । ବୀର ସେ । ଭୀମଙ୍କ ଦୁର୍ଯୋଧନ ପ୍ରତି ବଳହୀନ, ନିର୍ଲଜ, ପଲାୟନକାରୀ ଆଦି ଆକ୍ଷେପ ଭରା କଥା ତାକୁ ବ୍ୟଥିତ କରିଥିଲା ଓ ତେଣୁକରି ସରୋବର ତ୍ୟାଗ କରିବାର ନିଷ୍ପତି
ନେଲା ସେ ।
1. ମଙ୍ଗଳେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
2. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
3. ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
4. ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
5. ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
6. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
7. କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
8. ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
9. ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
10. କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
11. କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
12. ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
13. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
14. ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
15. ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
16. ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
17. ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
18. ଛନ୍ଦ -CLASS-X- ସରଳ ବ୍ୟାଖ୍ୟା
19. ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା
20. ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା
21. The Road Not Taken- CLASS-IX- An analytical description in English
22. The Ant and The Cricket- CLASS-VIII- An analytical description in English
23. Squirrel- CLASS-VII- An analytical description in English
24. ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
25. How the camel got his hump- CLASS-VIII- An analytical description in English
26. THE LOST CHILD- CLASS-IX- An analytical description in English
27. କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
28. Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ
29. Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ
30. THE FUN THEY HAD- CLASS-IX- An analytical description in English
31. A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ
32. FIRE AND ICE- CLASS-X- An analytical description in English
33. ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା
34. DUST OF SNOW- CLASS-X- An analytical description in English
35. A LETTER TO GOD-CLASS-X- An analytical description in English
36. ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର
37. ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
38. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
39. ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
40. ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
41. ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
42. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
43. ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା
- M. B. Prasad.
copyright© 2023 M. B . Prasad, ABC Learning Point.
All rights reserved.
No part of this publication may be reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.
ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ ଖବର କରିବେ ବୋଲି ଆଶା ରଖୁଛୁ ।
Write us at pointabclearning@gmail.com
*****
A valuable resource for class x. Thank you.
ReplyDeleteThank you for your appreciation.
ReplyDelete