Posts

Showing posts from March, 2024

A letter to God-Class-X-"ଈଶ୍ଵରଙ୍କୁ ଚିଠାଉ"- ଓଡିଆ ଭାଷା ରେ

Image
A Letter to God -G.L. Fuentes ଈଶ୍ଵରଙ୍କୁ ଚିଠାଉ “ବିଶ୍ଵାସେ ମିଳଇ କୃଷ୍ଣ ତର୍କେ ବହୁ ଦୂର” ।   ବିଶ୍ଵାସ ଅସମ୍ଭବ କୁ ସମ୍ଭବ କରାଇଥାଏ । କାଷ୍ଠ ପାଷାଣ ମୂର୍ତ୍ତି ଭିତରେ ଏହି ବିଶ୍ଵାସ ଜୀବନ ଭରିଦେଇଥାଏ । କେବେ ଖୁମ୍ବ ଉପରେ ପ୍ରହଲ୍ଲାଦ ଭଗବାନ କୁ ଆବାହନ କରିବସେ ଆଉ ଭକ୍ତ ର ଭଗବାନ ସାଜି , ସେ ବିଜେ କରନ୍ତି ତା ଉପରେ ତ ଆଉ କେବେ ମୀରା ଆନନ୍ଦ ଚିତ୍ତରେ ବିଷ ପାନ କରିବସେ ଓ  ସେହି ବିଷ ତା ପାଇଁ ଅମୃତ ହୋଇଯାଏ ।     ପ୍ରଗାଢ ବିଶ୍ଵାସ ଉପରେ ଆଧାରିତ ଏହି ପାଠ ଟି ରୁଚି ସମ୍ପନ୍ନ ହୋଇଛି । ଲେଞ୍ଚୋ ନାମକ ଏକ ସାଧାରଣ କୃଷକ ର ଈଶ୍ଵରଙ୍କ ଉପରେ ଥିବା ଅଟଳ ବିଶ୍ଵାସ, କେଉଁ ଭାବେ ଫଳବତୀ ହୋଇପାରିଛି , ତାହା ଏହି ପ୍ରବନ୍ଧ ର ବିଷୟବସ୍ତୁ ।             ପାଠ ଟି ର ମୁଖ୍ୟ ଚରିତ୍ର ଲେଞ୍ଚୋ ସଂପୂର୍ଣ୍ଣ ଭାବେ ଇଶ୍ଵର ବିଶ୍ଵାସୀ ଓ ଜଣେ ମକା ଚାଷ କରୁଥିବା କୃଷକ । କୃଷି କାମ କରି ସେ ତା ’ ପରିବାର ର ପ୍ରତିପୋଷଣ କରେ । ପତ୍ନୀ ସହିତ ତା ପିଲାଛୁଆ ମାନେ ତା ଉପରେ ନିର୍ଭର କରନ୍ତି । ଲେଞ୍ଚୋ ପରିବାର ର ମୁଖିଆ ହୋଇଥିବାରୁ, ସଂପୂର୍ଣ୍ଣ ପରିବାର ର ବୋଝ ବୋହି , ସଂସାର   ସମୁଦ୍ର ରେ ନାବିକ ସାଜି ତା ପରିବାର ନାଆ କୁ  ସେ  ବାହିନିଏ  ।             ଏକ ପାର୍ବତ୍ୟାଞ୍ଚଳ ର ଶୀର୍ଷ ଦେଶ ରେ , ସଂପୂର୍ଣ୍ଣ ଉପତ୍ୟକା ରେ ଲେଞ୍ଚୋ ର ଏକ ମାତ୍ର ଘର । ଶୀର୍ଷ ଅଞ୍ଚଳ ରେ ଘର ଟି ଅବସ୍ଥିତି ଲାଭ କରିଥିବାର

Fire and Ice- CLASS-X- An analytical description in English

Image
FIRE AND ICE -Robert Frost Some say the world will end in fire Some say in ice. From what I’ve tasted of desire I hold with those who favour fire. But if it had to perish twice, I think I know enough of hate To say that for destruction ice Is also great And would suffice. -Robert Frost   Desire- a strong feeling of wanting to have something Hold with- support Perish- die Suffice- be sufficient   ANALYTICAL EXPLANATION The poem “Fire and Ice” by Robert Frost explains themes of destructive behaviour within human nature driven by passion or indifference. The speaker of the poem leaves the readers to contemplate the potential consequences of these behaviours. Here in this poem, the poet presents contrasting views on how the world might end. The lines “some say the world will end in fire” and “some say in ice” present dichotomy between fire and ice. Here fire represents human passion and ice indicates hatred. Hence, the force of fire with the emotion

Odia Exam Scandal-୨୦୨୪ ମାଟ୍ରିକ୍ ପରୀକ୍ଷା ର ମାତୃଭାଷା ପ୍ରଶ୍ନପତ୍ର ଉପରେ ଏକ ଦୃଷ୍ଟି ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା- A PERSONAL VIEW- (ଏହା କେବଳ ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର)

Image
  “୨୦୨୪ ମାଟ୍ରିକ୍ ପରୀକ୍ଷା ଓ ମାତୃଭାଷା ପ୍ରଶ୍ନପତ୍ର ଉପରେ ଏକ ଦୃଷ୍ଟି ” ଓ “୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା ”   (ଏହା କେବଳ ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର) ଅନେକ ଆଶା ଓ ଭରସା କୁ ନେଇ ପିଲା ମାନେ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ନିଜକୁ ସାବଧାନତା ର ସହ ପ୍ରସ୍ତୁତ କରିବସନ୍ତି କାରଣ , ମାଟ୍ରିକ୍ ପରୀକ୍ଷା ର ଫଳ ଏମାନଙ୍କ ଭବିଷ୍ୟତ ଜୀବନ ଉପରେ ଅନେକ ମାତ୍ରା ରେ ପ୍ରଭାବ ପକାଇଥାଏ । ଦକ୍ଷତା ଅନୁସାରେ ପ୍ରଶ୍ନପତ୍ର କୁ ବିଶ୍ଳେଷଣ କରି ପିଲାଏ ନିଜର ପରିଚୟ ପ୍ରଦାନ କରିଥାନ୍ତି । ପ୍ରଶ୍ନପତ୍ର ର ପ୍ରଶ୍ନ ସବୁକୁ ଠିକ୍ ଭାବେ ବୁଝିପାରିଲେ ଆନନ୍ଦ ଚିତ୍ତ ରେ ଲେଖି ବସନ୍ତି ଆଉ ପ୍ରଶ୍ନସବୁକୁ ବୁଝିବାରେ ଅସୁବିଧା ହେଲେ ସମୟ ଗଡିଯାଏ ସିନା ଠିକ୍ ଉତ୍ତର ଲେଖିବାରେ ସମସ୍ୟା ଉପୁଜିଥାଏ । ଯେଉଁ ଗୁରୁତ୍ୱ ପୂର୍ଣ୍ଣ କର୍ମକର୍ତ୍ତା ମାନେ ମାଟ୍ରିକ୍ ପରୀକ୍ଷା ର ପ୍ରଶ୍ନପତ୍ର ତିଆରି ଦାୟିତ୍ଵ ରେ ରହୁଛନ୍ତି , ଏକ ନିର୍ଦ୍ଧିଷ୍ଟ ପ୍ରଶ୍ନ ର ରୂପ , ରେଖ କେଉଁଭଳି ହେବା ଉଚିତ୍ ସେମାନଙ୍କୁ ସମ୍ୟକ୍ ଧାରଣା   ଦିଆଯିବା ଅତ୍ୟାବଶ୍ୟକ ମନେହୁଏ , ୨୦୨୪ ମାଟ୍ରିକ୍ ପରୀକ୍ଷା ର ପ୍ରଶ୍ନପତ୍ର ଉପରେ ଥରେ ଦୃ ଷ୍ଟି ନିକ୍ଷେପ କରିବସିବା ହେଲେ । କୌଣସି ପ୍ରଶ୍ନ ଗାଠନିକ ଦୃଷ୍ଟିକୋଣରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯଦି ବୋଧଗମ୍ୟ ହୋଇନପାରେ ସେହିଭଳି ପ୍ରଶ୍ନ ମାଟ୍ରିକ୍ ପରୀକ୍ଷା ର