Odia Exam Scandal-୨୦୨୪ ମାଟ୍ରିକ୍ ପରୀକ୍ଷା ର ମାତୃଭାଷା ପ୍ରଶ୍ନପତ୍ର ଉପରେ ଏକ ଦୃଷ୍ଟି ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା- A PERSONAL VIEW- (ଏହା କେବଳ ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର)




 “୨୦୨୪ ମାଟ୍ରିକ୍ ପରୀକ୍ଷା ଓ ମାତୃଭାଷା ପ୍ରଶ୍ନପତ୍ର ଉପରେ ଏକ ଦୃଷ୍ଟି ”

“୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା ”  

(ଏହା କେବଳ ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର)

ଅନେକ ଆଶା ଓ ଭରସା କୁ ନେଇ ପିଲା ମାନେ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ନିଜକୁ ସାବଧାନତା ର ସହ ପ୍ରସ୍ତୁତ କରିବସନ୍ତି କାରଣ, ମାଟ୍ରିକ୍ ପରୀକ୍ଷା ର ଫଳ ଏମାନଙ୍କ ଭବିଷ୍ୟତ ଜୀବନ ଉପରେ ଅନେକ ମାତ୍ରା ରେ ପ୍ରଭାବ ପକାଇଥାଏ । ଦକ୍ଷତା ଅନୁସାରେ ପ୍ରଶ୍ନପତ୍ର କୁ ବିଶ୍ଳେଷଣ କରି ପିଲାଏ ନିଜର ପରିଚୟ ପ୍ରଦାନ କରିଥାନ୍ତି । ପ୍ରଶ୍ନପତ୍ର ର ପ୍ରଶ୍ନ ସବୁକୁ ଠିକ୍ ଭାବେ ବୁଝିପାରିଲେ ଆନନ୍ଦ ଚିତ୍ତ ରେ ଲେଖି ବସନ୍ତି ଆଉ ପ୍ରଶ୍ନସବୁକୁ ବୁଝିବାରେ ଅସୁବିଧା ହେଲେ ସମୟ ଗଡିଯାଏ ସିନା ଠିକ୍ ଉତ୍ତର ଲେଖିବାରେ ସମସ୍ୟା ଉପୁଜିଥାଏ । ଯେଉଁ ଗୁରୁତ୍ୱପୂର୍ଣ୍ଣ କର୍ମକର୍ତ୍ତା ମାନେ ମାଟ୍ରିକ୍ ପରୀକ୍ଷା ର ପ୍ରଶ୍ନପତ୍ର ତିଆରି ଦାୟିତ୍ଵ ରେ ରହୁଛନ୍ତି, ଏକ ନିର୍ଦ୍ଧିଷ୍ଟ ପ୍ରଶ୍ନ ର ରୂପ, ରେଖ କେଉଁଭଳି ହେବା ଉଚିତ୍ ସେମାନଙ୍କୁ ସମ୍ୟକ୍ ଧାରଣା  ଦିଆଯିବା ଅତ୍ୟାବଶ୍ୟକ ମନେହୁଏ, ୨୦୨୪ ମାଟ୍ରିକ୍ ପରୀକ୍ଷା ର ପ୍ରଶ୍ନପତ୍ର ଉପରେ ଥରେ ଦୃଷ୍ଟି ନିକ୍ଷେପ କରିବସିବା ହେଲେ । କୌଣସି ପ୍ରଶ୍ନ ଗାଠନିକ ଦୃଷ୍ଟିକୋଣରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯଦି ବୋଧଗମ୍ୟ ହୋଇନପାରେ ସେହିଭଳି ପ୍ରଶ୍ନ ମାଟ୍ରିକ୍ ପରୀକ୍ଷା ର ପରିଧି ଭିତରେ ସ୍ଥାନ ପାଇବା ଅନୁଚିତ ।

ପାଠକପାଠିକା ମାନଙ୍କର ମାନ କୁ ଆକଳନ କରୁଥିବା ମାଟ୍ରିକ୍ ପରୀକ୍ଷାରେ, ବିଶେଷତଃ ମାତୃଭାଷା ର ପ୍ରଶ୍ନପତ୍ର ରେ ସମସ୍ତ ପ୍ରଶ୍ନ କୁ ପାଠକପାଠିକା କେଉଁଭଳି ବୁଝିପାରିବେ ସେହି ଦିଗରେ ଯଦି ଯତ୍ନତା ର ସହ ଦୃଷ୍ଟି ପ୍ରଦାନ କରାଯାଏ ହେଲେ  ଦ୍ଵନ୍ଦ ରେ ନ ପଡି ବା ଭ୍ରମିତ ନ ହୋଇ ପିଲାମାନେ ସମୟ ସହିତ ତାଳ ଦେଇ ସିଧାସଳଖ ଲେଖିବାରେ କୌଣସି ସମସ୍ୟା ଦେଖାଦେବ ନାହି । ପ୍ରଶ୍ନପତ୍ର ଉପରେ ଯଦି ଯତ୍ନ ଦିଆନଯାଏ ପାଠକପାଠିକା ମାନଙ୍କୁ ସବୁକିଛି ଜଣାଥିଲେ ମଧ୍ୟ ଉତ୍ତର ପ୍ରଦାନ କରିବାରେ ବିଫଳ ହେବେ ଏହା ନିଃସନ୍ଦେହ । ମହନୀୟ ମାତୃଭାଷା ଉପରେ ଯତ୍ନ ଦିଆଯିବ ଜରୁରୀ । ସାହିତ୍ୟ ର ମୂଲ୍ୟ କୁ ହୃଦୟଙ୍ଗମ କରିବା ଅତ୍ୟାବଶ୍ୟକ ବୋଲି ଭାବିନେବା ଉଚିତ୍ । ସୁତରାଂ ଯାହାକିଛି ଲେଖି ତାକୁ ପ୍ରଶ୍ନ ର ରୂପ ପ୍ରଦାନ କରାଗଲେ ଭାଷା ତା' ର ସଂଜ୍ଞା ଓ ସୌନ୍ଦର୍ଯ୍ୟ ହରାଇବସେ । ମାତୃଭାଷା ବିଷୟରେ ସରଳ  ଓ ପ୍ରାଞ୍ଜଳ ଭାଷା ରେ ସମ୍ପୁର୍ଣ୍ଣ ବିବରଣୀ ପ୍ରଦାନ କରୁଥିବା ପ୍ରଶ୍ନ ସବୁ ଉପରେ ପ୍ରାଧାନ୍ୟ ଦେବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ସର୍ବଦା ମହତ୍ଵପୂର୍ଣ୍ଣ ।

ଏହି ମର୍ମ ରେ ୨୦୨୪ ଓଡିଶା ବୋର୍ଡ ର ଓଡ଼ିଆ ପ୍ରଶ୍ନପତ୍ର ର କେତେଗୋଟି ପ୍ରଶ୍ନ ଉପରେ ଦୃଷ୍ଟିଦେବା ଜରୁରୀ ମନେହୁଏ ।



ପ୍ରଶ୍ନ ୧୨:- ପ୍ରବନ୍ଧ ଓ ପ୍ରାବନ୍ଧିକ ତଥା କର୍ତ୍ତା, କର୍ମ ଓ କ୍ରିୟା ଉପରେ ଏହି ପ୍ରଶ୍ନ ଟି ପୂର୍ଣ୍ଣ ମାତ୍ରା ରେ ତଥ୍ୟ ପ୍ରଦାନ କରୁ ନ ଥିବାରୁ ସ୍ଵାଭାବିକ ଭାବେ ପାଠକପାଠିକା ସନ୍ଦେହ ଘେର କୁ ଆସିପାରନ୍ତି

ପ୍ରଶ୍ନ ୧୯:- ଏହି ପ୍ରଶ୍ନ ଟି ସମ୍ପୂର୍ଣ୍ଣ ଭାବରେ ଦ୍ଵନ୍ଦ ଭରା

ପ୍ରଶ୍ନ ୧୩:- ପ୍ରଶ୍ନ ୧୨ ସଦୃଶ ଏହି ପ୍ରଶ୍ନ ଟି ରେ ମଧ୍ୟ ପ୍ରବନ୍ଧ ଓ ପ୍ରାବନ୍ଧିକ ବିଷୟରେ ତଥ୍ୟ ପ୍ରଦାନ କରାଯାଇନାହିଁ

ପ୍ରଶ୍ନ ୨୪:- ମନ୍ଦ ର ଅର୍ଥ ଅଳ୍ପ ହୋଇଥିବାରୁ ଗାଠନିକ ଦୃଷ୍ଟିକୋଣ ରୁ ପ୍ରଶ୍ନ ଟି ସୌନ୍ଦର୍ଯ୍ୟ ହରାଇ ବସିଛି କର୍ତ୍ତା, କର୍ମ ଓ କ୍ରିୟା ର ତାଳମେଳ ରହିଲା ଭଳି ମନେହୋଇପାରୁନି  .

ପ୍ରଶ୍ନ ୨୫:- କବି, କବିତା, କର୍ତ୍ତା, କର୍ମ ଓ କ୍ରିୟା ଦୃଷ୍ଟିକୋଣ ରୁ ଏହା ଏକ ବାକ୍ୟ ଭାବେ ପୂର୍ଣ୍ଣତା ହରାଉଅଛି

ପ୍ରଶ୍ନ ୨୬:- କବିତା ଓ କବି ବିଷୟ ରେ ତଥ୍ୟ ଅଭାବ ଯୋଗୁଁ ପ୍ରଶ୍ନ ନିଜର ପୂର୍ଣ୍ଣତା ହରାଇ ବସିଛି

ପ୍ରଶ୍ନ ୩୭:- ପ୍ରଶ୍ନ ୨୫ ଭଳି ବିଭିନ୍ନ ଦୃଷ୍ଟି କୋଣରୁ ଏହି ପ୍ରଶ୍ନ ଟି ପୂର୍ଣ୍ଣତା ପ୍ରାପ୍ତ କରିବାରେ ବିଫଳ ହୋଇଛି

ପ୍ରଶ୍ନ ୪୦:- ତଥ୍ୟ ଅନୁସାରେ ପ୍ରଶ୍ନ ପୂର୍ଣ୍ଣତା ପ୍ରାପ୍ତ କରୁ ନ ଥିଲେ ମଧ୍ୟ ଏହା ଏକ ପ୍ରକାର ସ୍ଵାଗତ ଯୋଗ୍ୟ ପ୍ରଶ୍ନ ଓ ଏହି ଭଳି ଭାବେ ପ୍ରଶ୍ନ ସବୁ କୁ ପ୍ରସ୍ତୁତ କରାଗଲେ ସହଜରେ ପିଲାମାନେ ତାଙ୍କର ପରିଚୟ ପ୍ରଦାନ କରିବାରେ ସଫଳତା ଲାଭ କରିପାରିବେ

ପ୍ରଶ୍ନ ୪୩:- ବ୍ୟାକରଣ ଦୃଷ୍ଟିକୋଣ ରୁ କିଏ, କଣ ର ବ୍ୟବହାର ରେ ତ୍ରୁଟି ରହିଛି ଭଳି ମନେହେଉଛି

ପ୍ରଶ୍ନ ୪୧:- ପ୍ରଶ୍ନ ୪୩ ଭଳି ଏହି ବାକ୍ୟ ଟି ମଧ୍ୟ କିଏ, କଣ ର ବ୍ୟବହାର କୁ ନେଇ ତ୍ରୁଟିରହିତ ବୋଲି କୁହାଯାଇନପାରେ

ପ୍ରଶ୍ନ ୪୯:- ଏହା ଏକ ଦ୍ଵନ୍ଦ ଭରା ପ୍ରଶ୍ନ

ପ୍ରଶ୍ନ ୧୨:- ପ୍ରଶ୍ନ ୪୯ ଭଳି ଏହା ମଧ୍ୟ ଏକ ଦ୍ଵନ୍ଦ ଭରା ପ୍ରଶ୍ନ

 

            ପ୍ରଶ୍ନ ପତ୍ର ପ୍ରସ୍ତୁତ କଲା ସମୟରେ “କବିତା ବିଭାଗ”, “ପ୍ରବନ୍ଧ ବିଭାଗ” ଓ “ବ୍ୟାକରଣ ବିଭାଗ” ଭାବେ ପ୍ରଶ୍ନ ସବୁର ବିଭାଗୀକରଣ କରିବା ନିହାତି ଆବଶ୍ୟକ

         ପାଠକ ପାଠିକା ମାନଙ୍କ ର ମାନ ନିର୍ଦ୍ଧାରଣ କରିବାକୁ ଉପର ଲିଖିତ ପ୍ରଶ୍ନ ସବୁର ନିମ୍ନ ମତେ ଗାଠନିକ ରୂପ ର ପରିପ୍ରକାଶ ହେବା ବିଧେୟ ।

ପ୍ରଶ୍ନ ୧୨- “ମାତୃଭାଷା ଓ ଲୋକଶିକ୍ଷା ପ୍ରବନ୍ଧ” ରେ, ପ୍ରାବନ୍ଧିକ ଗୋଲୋକ ବିହାରୀ ଧଳ ଇଜ୍ରାଏଲ୍ ଦେଶ ନିମ୍ନଲିଖିତ ମଧ୍ୟ ରୁ କେଉଁ  ରାଷ୍ଟ୍ର ଭାଷା ର ଉପରକୁ ଉଠାଇବା ପାଇଁ ଅନ୍ୟ ଭାଷା ସବୁ ର ବିରୋଧରେ ପ୍ରଚାର ଆରମ୍ଭ କରିଥିଲା ବୋଲି କହିଛନ୍ତି ?   

ପ୍ରଶ୍ନ ୧୯- ବନ୍ଦେ ଉତ୍କଳ ଜନନୀ” କବିତା ର ପଞ୍ଚମ ପଦ ରେ, କବି ଲକ୍ଷ୍ମୀକାନ୍ତ ମହାପାତ୍ର ଉତ୍କଳ ଶୂରବର-ଦର୍ପିତ ଗେହା ଅଂଶ ରେ ଉତ୍କଳ କେଉଁ ମାନଙ୍କର  ବାସଭୂମି ବୋଲି ପରିପ୍ରକାଶ କରିଛନ୍ତି ?

ପ୍ରଶ୍ନ ୧୩- “ସଭ୍ୟତା ଓ ବିଜ୍ଞାନ” ପ୍ରବନ୍ଧ ରେ, ପ୍ରାବନ୍ଧିକ ବଂଶୀଧର ସାମନ୍ତରାୟ ଆଧୁନିକ ସଭ୍ୟତା ର ବିପକ୍ଷବାଦୀ ମାନେ  “ବିଜ୍ଞାନ” ମାନବର ଧର୍ମଭାବ ଓ ଇଶ୍ଵର ବିଶ୍ଵାସକୁ କମାଇଦେଉଛି ବୋଲି --------କରିଥାନ୍ତି । ( ଉପଯୁକ୍ତ ଶବ୍ଦ କୁ ବାଛି ଶୂନ୍ୟ ସ୍ଥାନ ପୂରଣ କର )

ପ୍ରଶ୍ନ ୨୪- ଶୁକ ଓ ସାରଣଙ୍କ ନିକଟରୁ ସିନ୍ଧୁ ପାର କରିବା ନିମିତ୍ତ ବିଧାନ ପୂର୍ବକ ରାମଚନ୍ଦ୍ରଙ୍କ କୁଶ ଶଯ୍ୟା ବିଷୟରେ ଶୁଣି ରାବଣ ର ନିମ୍ନଲିଖିତ ମଧ୍ୟ ରୁ କେଉଁ ଭାବ ଦୂର ହୋଇଯାଇଥିଲା ବୋଲି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ “ରାଘବଙ୍କ ଲଙ୍କା ଯାତ୍ରାନୁକୁଳ” କବିତା ରେ ସ୍ପଷ୍ଟ କରିଛନ୍ତି ?

ପ୍ରଶ୍ନ ୨୫-ଚିଲିକା ରେ ନିଶା ର ଆଗମନ ରୁ ଲୋକମାନଙ୍କ ର ଚଳାଚଳ ରେ କେଉଁ ପ୍ରକାର ପ୍ରତିକ୍ରିୟା କବି ରାଧାନାଥ ରାୟ ଚିଲିକା ରେ ସାୟନ୍ତନ ଦୃଶ୍ୟ କବିତା ରେ ସ୍ପଷ୍ଟ କରିଛନ୍ତି ?

ପ୍ରଶ୍ନ ୨୬- “ଜାଗ ବନ୍ଧନ ହରା” କବିତା ରେ କବି ଅନନ୍ତ ପଟ୍ଟନାୟକ ମହାମାନବର ଶଙ୍ଖ ଶବଦେ ଶମୁ ରେ ଦୁଃଖ        ଜ୍ଵାଳା- ପଦ ରେ ଶମୁ ଶବ୍ଦ ନିମ୍ନ ଲିଖିତ ମଧ୍ୟ ରୁ କେଉଁ ଅର୍ଥ କୁ ପ୍ରକାଶ କରୁଅଛି ?

ପ୍ରଶ୍ନ ୩୭- ମାଟି ମାଁ କୁ ଆଘାତ କଲେ ମଧ୍ୟ ସେ କାହିଁକି କ୍ଷମା ପ୍ରଦାନ କରିଥାଏ ବୋଲି କବି ବିଦ୍ୟୁତ ପ୍ରଭା ଦେବୀ “ସର୍ବଂସହା  ମାଟି” କବିତାରେ ପ୍ରକାଶ କରିଛନ୍ତି ? (ନିମ୍ନଲିଖିତ ମଧ୍ୟରୁ ଉପଯୁକ୍ତ ଉତ୍ତର ଚୟନ କର)

ପ୍ରଶ୍ନ ୪୦- “ସର୍ବଂସହା ମାଟି” କବିତା ରେ କବି ବିଦ୍ୟୁତ ପ୍ରଭା ଦେବୀ ନିମ୍ନଲିଖିତ ମଧ୍ୟରୁ ମାନବର କେଉଁ ଭାବାବେଗକୁ ଜାଗ୍ରତ କରାଇବା ପାଇଁ ଆହ୍ଵାନ ଜଣାଇଛନ୍ତି ?

ପ୍ରଶ୍ନ ୪୩- ନିମ୍ନଲିଖିତ ମଧ୍ୟରୁ “ସପତ ସାଗର” ମଧ୍ୟ ରେ କେଉଁ ଟି ଅନ୍ତର୍ଭୁକ୍ତ ନୁହଁ ?

ପ୍ରଶ୍ନ ୪୧-ନିମ୍ନଲିଖିତ ମଧ୍ୟରୁ କେଉଁ ପ୍ରାକୃତିକ ଦୃଶ୍ୟରାଜି  ପ୍ରାବନ୍ଧିକ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ଜନ୍ମସ୍ଥାନ କୁ ଘେରି ରହିଛି ବୋଲି ଜନ୍ମଭୂମି ପ୍ରବନ୍ଧ ରେ ସ୍ପଷ୍ଟ କରାଯାଇଛି ?

ପ୍ରଶ୍ନ ୪୯- କପି ମାନେ ସମୁଦ୍ର ମଧ୍ୟକୁ ପଥର ସବୁ ନିକ୍ଷେପ କରୁଥିବା ସମୟରେ ଜଳ ମଧ୍ୟରୁ କେଉଁ ପ୍ରକାର ଶବ୍ଦ ଜାତ    ହେଉଥିଲା ବୋଲି କବି ଉପେନ୍ଦ୍ର ଭଞ୍ଜ “ରାଘବଙ୍କ ଲଙ୍କା ଯାତ୍ରାନୁକୁଳ କବିତା” ରେ ପ୍ରକାଶ କରିଛନ୍ତି ?

ଶେଷ ପ୍ରଶ୍ନ - ନିମ୍ନଲିଖିତ ମଧ୍ୟ ରୁ କେଉଁ ଋତୁ ର ସ୍ୱର୍ଣ୍ଣ ଶୀର୍ଷ ଧାନ୍ୟ ରେ ଗ୍ରାମଭୂମି ପୂର୍ଣ୍ଣ ହୋଇଯାଏ ବୋଲି ପ୍ରାବନ୍ଧିକ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ “ଜନ୍ମଭୂମି”  ପ୍ରବନ୍ଧ ରେ ପ୍ରକାଶ କରିଛନ୍ତି ?

            ଅନ୍ୟ ଏକ ଆଶ୍ଚର୍ଯ୍ୟ ଏହା ଯେ, ଏ ବର୍ଷ ବାର୍ଷିକ ପରୀକ୍ଷା ର ଆରମ୍ଭ ର ସପ୍ତାହେ ପୂର୍ବରୁ ଷଷ୍ଠ, ସପ୍ତମ, ଅଷ୍ଟମ  ଓ ନବମ ଶ୍ରେଣୀ ର ସବୁ ପ୍ରଶ୍ନପତ୍ର ଉତ୍ତର ସହିତ ୟୁଟୁବ୍ ରେ ଘୂରିବୁଲୁଥିଲା  ତଥାପି, ଶାସନ କଳ କୁ କେହି ଇଙ୍ଗିତ ନ        କରିବା ଆଉ ଏକ ମହା ଆଶ୍ଚର୍ଯ୍ୟ ବୋଲି କୁହାଯାଇପାରେ  ଏହା ଆମ ଦେଶ ର ଉନ୍ନତି ନା ଅବନତି ସୁପ୍ତ ସମାଜ ଜାଗ୍ରତ ହୋଇ ଚିନ୍ତା କରିବା ଜରୁରୀ ମନେହୁଏ

READ OUR  OTHER POSTS

1.    ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

2.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

3.    ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

4.    ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

5.    ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

6.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

7.    କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

8.    ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

9.    ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

10.    କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

11.    କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

12.    ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

13.    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

14.    ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

15.    ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

16.    ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

17.    ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

18.    ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

19.    ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା

20.    ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

21.    The Road Not Taken- CLASS-IX- An analytical description in English

22.    The Ant and The Cricket- CLASS-VIII- An analytical description in English

23.    Squirrel- CLASS-VII- An analytical description in English

24.    ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

25.    How the camel got his hump- CLASS-VIII- An analytical description in English

26.    THE LOST CHILD- CLASS-IX- An analytical description in English

27.    କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

28.    Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ

29.    Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ

30.    THE FUN THEY HAD- CLASS-IX- An analytical description in English

31.    A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ

32.    FIRE AND ICE- CLASS-X- An analytical description in English

33.    ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା

34.    DUST OF SNOW- CLASS-X- An analytical description in English

35.    A LETTER TO GOD-CLASS-X- An analytical description in English

36.    ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

37.    ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

38.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

39.    ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

40.    ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

41.    ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

42.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

43.    ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା



- M. B. Prasad.

copyright© 2023 M. B . Prasad, ABC Learning Point.

 All rights reserved.

No part of this publication may be  reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.

ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ  ଖବର କରିବେ ବୋଲି ଆଶା ରଖୁଛୁ ।

Write us at pointabclearning@gmail.com

*****


Comments