Type of sentences in Odia language- ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା
.png)
ବାକ୍ୟ ବିଚାର ବାକ୍ୟ ମନ ର ଭାବ କୁ ପୂର୍ଣ୍ଣ ଭାବରେ ପ୍ରକାଶ କରେ । ଏହି ବାକ୍ୟ ଗୋଟିଏ ପଦ ର ମଧ୍ୟ ହୋଇ ପାରେ ଓ ଏକାଧିକ ପଦ ର ମିଶ୍ରିତ ରୂପ ମଧ୍ୟ ହୋଇପାରେ । ତୁମେ ହରିଶଙ୍କର ଦେଖିଛ କି ?- ଏହା ଏକାଧିକ ପଦ ର ଏକ ବାକ୍ୟ । ହଁ – ଏହା ଗୋଟିଏ ପଦ ର ବାକ୍ୟ । ବାକ୍ୟ ତେଣୁକରି ଏକ ବା ଏକାଧିକ ପଦ ମିଳିତ ହୋଇ ମନ ର ଭାବ କୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାକୁ ବାକ୍ୟ ବୋଲି କୁହାଯାଏ । ଯୋଗ୍ୟତା ଗୋଟିଏ ବାକ୍ୟ ମଧ୍ୟ ରେ ଥିବା ସମସ୍ତ ପଦ ଗୁଡିକ ର ପାରସ୍ପରିକ ନୀତିଗତ ଓ ଉପଯୁକ୍ତ ସମ୍ବନ୍ଧ କୁ ଯୋଗ୍ୟତା କୁହାଯାଏ । ଆମେ ପିଲା ଟି କିଛି କହୁଅଛି ବୋଲି କହିପାରିବା । କିନ୍ତୁ ବିରାଡି କିମ୍ବା ଗାଈ କିମ୍ବା ଘୋଡା କିମ୍ବା ଗଛ କିଛି କହୁଅଛି ନୀତିଗତ ଓ ଉପଯୁକ୍ତ ସମ୍ବନ୍ଧ ନୁହଁ । ଆକାଂକ୍ଷା ବେଳେବେଳେ ଅନେକ ପଦ ବିଶିଷ୍ଟ ବାକ୍ୟ ଟିଏ ଗଠନ କରିବାକୁ ଗଲେ ପଦ ପଦ ମଧ୍ୟ ରେ ଥିବା ସମ୍ପର୍କ କୁ ଠିକ ଭାବେ ଅନୁଧ୍ୟାନ କରାଯାଏ । ଅର୍ଥାତ ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରିବାକୁ ଅନେକ ପଦ ବିଶିଷ୍ଟ ବାକ୍ୟ ର ଗୋଟିଏ ପଦ ବା କିଛି ପଦ ଅନ୍ୟ ଗୋଟିଏ ପଦ ବା କିଛି ପଦ କୁ ଅପେକ୍ଷା କରି ରହେ ଓ ଏହାକୁ ଆକାଂକ୍ଷା କୁହାଯାଏ । ମୁଁ ବିଦ୍ୟାଳୟ କୁ ଗଲାବେଳେ............... ବାକ୍ୟ ଟି ପୂର୍ଣ୍ଣ ବୋଲି ମନେ ହେଉନାହିଁ । ମୁଁ ବିଦ୍ୟାଳୟ ...