Posts

Raghabanka lanka jatranukula- ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

Image
  ରାଘବଙ୍କ ଲଙ୍କା ଯାତ୍ରାନୁକୂଳ - କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଏକ ସିନ୍ଧୁ   ।   ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ   ।   ତା '  ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ   ।   କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି   ।   ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ   ମଧ୍ୟ ବିବେଚିତ   ହୋଇପାରେ   । ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ ,  ସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ   । Analysed By - M.B. Prasad. ପୂର୍ବାଭାସ :- ନିମ୍ନଲିଖିତ ପଂକ୍ତି ସବୁକୁ ଧ୍ୟାନ ର ସହ ପଢ । ନିର୍ମଳ ଚନ୍ଦ୍ର ମଣ୍ଡଳ ଶରଦେ ବିରାଜି , ଦିଶେ ଯଥା ଦର୍ପକ    ଦର୍ପଣ ଥିଲେ ମାଜି  ( ପ୍ରେମ ସୁଧାନିଧି)   ଦୂରେ ଥିଲେ ପାଶେ ଅଛି ଥିବୁ ଏହା ଘେନି କେତେ ଦୂରେ ଚନ୍ଦ୍ର କେତେ ଦୂରେ    କୁମୁଦିନୀ  ( ପ୍ରେମ ସୁଧାନିଧି) ପଢିବା ପୂର୍ବରୁ ପଦେଅଧେ  - “ ଦେଖି ନବକାଳିକା         ...