Posts

Critical Stage of Odia Language- ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

Image
  " ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା " ( ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର ) - M B Prasad.                ଶିକ୍ଷା ଯେତେ ମାତ୍ରା ରେ ସହଜ ,  ସରଳ ଓ ବୋଧଗମ୍ୟ ହୋଇଥାଏ ପାଠକ ପାଠିକା ମାନେ କ୍ଳିଷ୍ଟତା   କୁ   ସମ୍ମୁଖୀନ ନ କରି ବିନା ଦ୍ଵନ୍ଦ ରେ   ସେହି ହାର ରେ   ବିଷୟବସ୍ତୁକୁ ସୁଚାରୁରୂପେ ଆହରଣ କରିପାରିଥାଆନ୍ତି ଓ ସେଇଠି ଥାଏ ଶିକ୍ଷା ର ସଫଳତା । ମୌଳିକ ଅଧିକାର ଭାବେ ମାନ୍ୟତା ଦିଆଯାଉଥିବା ଏହି ଶିକ୍ଷା ଯେହେତୁ ଭାଷା ଉପରେ ନିର୍ଭର କରେ ,  ଭାଷା ର ଏକ ମାର୍ଜିତ ରୂପରେଖ ଅତ୍ୟାବଶ୍ୟକ ବୋଲି ବିଚାର କରାଯାଏ । ଏକ ନିର୍ଦ୍ଧିଷ୍ଟ ଜାତି ସହିତ ଏହି ଭାଷା ର ଗାଢ ସମ୍ପର୍କ ରହୁଥିବାରୁ ଭାଷା କୁ ନେଇ ଜାତି ର ମାନ ଧାର୍ଯ୍ୟ କରିବା ସ୍ଵାଭାବିକ ହୋଇଉଠେ । ଜାତିର ମାନଦଣ୍ଡ କୁହାଯାଉଥିବା ଏହି ଭାଷା କୁ ନେଇ ବିରାଟ ବିଶ୍ଵ ରେ ଏକ ନିର୍ଦ୍ଧିଷ୍ଟ ଜାତି ତା'ର ପରିଚୟ ପ୍ରାପ୍ତ କରିଥାଏ । ତେଣୁକରି ପ୍ରରିଚୟ ପ୍ରଦାନ କରୁଥିବା ଏହି ଭାଷା ର ସ୍ଥିତି   କୁ ନେଇ   ସମୟ ଉପରେ   ଦୃଷ୍ଟି ନିକ୍ଷେପ କରି   ଆଲୋଚନା ଚକ୍ର ଟିଏ ଗଢିବା ଅତ୍ୟାବଶ୍ୟକ ମନେହୁଏ କାରଣ ,  ଭାଷା ର ମହତ୍ଵ ବିଷୟରେ ଏତିକି କୁହାଯାଇପାରେ କି, ଭାଷା ଏକ ନିର୍ଦ୍ଧିଷ୍ଟ ଜାତିକୁ ଉନ୍ନତି ର ଚରମ ସୋପାନ ରେ   ପହଞ୍...

Konarka- କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Image
  କୋଣାର୍କ - ଭଞ୍ଜ କିଶୋର ପଟ୍ଟନାୟକ  1.          ନରସିଂହ ଦେବଙ୍କୁ ଅପୂର୍ବ ଦୃଶ୍ୟ କେଉଁଠି ଦୃଶ୍ୟମାନ ହେଲା  ? ଉ:- ‘ ଚନ୍ଦ୍ରଭାଗା ’ ତଟଦେଶରେ 2.          ' ଶିବେଇ ସାନ୍ତରା ' କିଏ  ? ଉ:-ଉତ୍କଳ ର ସମ୍ରାଟ୍ ନରସିଂହ ଦେବଙ୍କ ମହାମନ୍ତ୍ରୀ 3.          ଚନ୍ଦ୍ରଭାଗା ତୀରରେ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିବା କାହାର ଇଛା ଥିଲା ବୋଲି ଏକାଙ୍କିକା ରେ ଦର୍ଶା ଯାଇଛି  ?  ଉ:-ମାଁ ଛାୟା ମହାଦେବୀଙ୍କ ର ଇଚ୍ଛା ଥିଲା ବୋଲି 4.          କାହାକୁ ପୂଜା କରି ଶାମ୍ବ କୁଷ୍ଠ ବ୍ୟାଧି ରୁ ମୁକ୍ତି ପାଇଥିଲେ  ? ଉ:-ସୂର୍ଯ୍ୟଦେବଙ୍କୁ ପୂଜା କରି 5.          କାହାକୁ ସାକ୍ଷୀ ରଖି ନରସିଂହ ଦେବ ସୂର୍ଯ୍ୟମନ୍ଦିର ତିଆରି କରିବାକୁ ଶପଥ କରିଥିଲେ  ? ଉ:- ‘ ସ୍ୱୟଂ ସୂର୍ଯ୍ୟ ଦେବ ’ ଙ୍କୁ ସାକ୍ଷୀ ରଖି 6.          ମନ୍ଦିର ତୋଳାଇବାର ଦାୟିତ୍ୱ ସମ୍ରାଟ୍ କାହା ହାତରେ ଅର୍ପଣ କରିଥିଲେ  ? ଉ:-ମନ୍ତ୍ରୀ ଶିବେଇ ସାନ୍ତରା ହାତରେ 7.      ...