Bela, Ashwattha o Bata Brukshya- ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
- ରବି ପଟ୍ଟନାୟକ
1. 'ବେଳ ଅଶ୍ୱତ୍ଥ ଓ
ବଟବୃକ୍ଷ' ର ଗାଳ୍ପିକ କିଏ ?
ଉ:- ରବି ପଟ୍ଟନାୟକ
2. ଓଡିଶା
ର କେଉଁ ଜିଲ୍ଲା ରେ ଗାଳ୍ପିକ ରବି ପଟ୍ଟନାୟକ ଜନ୍ମ ଗ୍ରହଣ କରିଥିଲେ ?
ଉ:- ‘ମୟୁରଭଞ୍ଜ’ ଜିଲ୍ଲା ରେ
3. ଗାଳ୍ପିକ
ରବି ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ର କେଉଁଠି ଜନ୍ମ ଗ୍ରହଣ କରିଥିଲେ ?
ଉ:- ‘ରାଇରଙ୍ଗପୁର’ ଠାରେ
4. କେଉଁ
ପୁସ୍ତକ ପାଇଁ ଗାଳ୍ପିକ ରବି ପଟ୍ଟନାୟକ ‘ଓଡିଶା ସାହିତ୍ୟ ଏକାଡେମୀ’ ତରଫ ରୁ ପୁରସ୍କୃତ
ହୋଇଛନ୍ତି ?
ଉ:- 'ହିରଣ୍ୟଗର୍ଭ' ପୁସ୍ତକ ପାଇଁ
5. କେଉଁ
ପୁସ୍ତକ ପାଇଁ ସେ ‘ମରଣୋତ୍ତର ଶାରଳା ପୁରସ୍କାର’ ପ୍ରାପ୍ତ କରିଛନ୍ତି ?
ଉ:- 'ବନ୍ଧ୍ୟା ଗାନ୍ଧାରୀ' ପୁସ୍ତକ ପାଇଁ
6. କେଉଁ
ପତ୍ରିକା ରେ ‘ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ’ ଗଳ୍ପ ପ୍ରକାଶିତ ହୋଇଥିଲା ?
ଉ:- 'ନବରବି ପତ୍ରିକା' ରେ
7. କେଉଁ
କଥା କୁ ଗାଳ୍ପିକ ଏଇ ଗଳ୍ପ ରେ ରୂପାୟନ କରିଛନ୍ତି ?
ଉ:- ‘ମାତୃଭୂମି ପ୍ରତି ଆକର୍ଷଣ’ କଥା କୁ
8. ନଟବର
ବାବୁ ସରକାରୀ ବସ୍ ରେ ଯାଇଥିଲେ କେତେବେଳେ ଘରେ ପହଞ୍ଚି ଥାନ୍ତେ ?
ଉ:- ସକାଳ ନଅ ଟା’ ରେ
9. ନଟବର
ବାବୁ ସରକାରୀ ବସ୍ ହରେଇ ପଛ ବସ୍ ଧରି କେଉଁଠି ଓହ୍ଲେଇ ପୁଣି କୁଜି ଘରୋଇ ବସ୍ ଧରି ଗାଁ ବସ୍ ଷ୍ଟାଣ୍ଡ୍ ପାଖରେ ପହଞ୍ଚିଲେ ?
ଉ:- ‘ଫୁଲନଖରା’ ରେ ଓହ୍ଲେଇ
10. ନଟବର ବାବୁ ଗାଁ ବସ୍ ଷ୍ଟାଣ୍ଡ୍
ପାଖରେ ପହଞ୍ଚିଲା ବେଳକୁ ସମୟ କେତେଟା ହୋଇଥିଲା ?
ଉ:- ଏଗାରଟା ହୋଇଥିଲା
11. ବସ୍ ରୁ ଓହ୍ଲେଇ ନଟବର ବାବୁ କାହାର
ଜଳଖିଆ ଦୋକାନ କୁ ମୁହାଁଇଲେ ?
ଉ:- ‘ହରି ଗୁଡିଆ’ ର ଜଳଖିଆ ଦୋକାନ କୁ
ମୁହାଁଇଲେ
12. 'ହରି ଗୁଡିଆ' ର ଜଳଖିଆ ଦୋକାନ କେଉଁଠି ଥିଲା ?
ଉ:- ‘ବସ ଷ୍ଟାଣ୍ଡ୍ ର ଏକ ଚାକୁଣ୍ଡା ଗଛ ତଳେ’ ଥିଲା
13. କେଉଁ ରଙ୍ଗ ର କରିଆ ଖଣ୍ଡେ ପିନ୍ଧି
ହରି ଗୁଡ଼ିଆ ସପ ଉପରେ ଦୋକାନ ର କଣ ରେ ଗଡ଼ପଡ଼ ହେଉଥିଲା ?
ଉ:- ‘ନାଲି’ ରଙ୍ଗର
14. କେଉଁ ଧାତୁ ରେ ତିଆରି ଚଟୁ ଉପରେ
ସିରା ଲାଗି ମାଛି ଭଣଭଣ ହେଉଥିଲେ ବେଲି ଗଳ୍ପ ରେ କୁହାଯାଇଛି ?
ଉ:- ‘ସିଲ୍ ଭର’
15. ‘ବାସନଧୁଆ ଟୋକା’ କେଉଁଠି ଲମ୍ବପମ୍ବ ହୋଇ ଶୋଇଥିଲା ବୋଲି ଗାଳ୍ପିକ କହିଛନ୍ତି ?
ଉ:- ବେଞ୍ଚ ଉପରେ
16. ନଟବର ବାବୁ ହରି ଗୁଡ଼ିଆ ର ଦୋକାନ
ଭିତରକୁ ପ୍ରବେଶ କରି କାହାକୁ ପିଇବା ପାଣି ମାଗିଲେ ?
ଉ:- ବାସନ ମଜା ଟୋକା କୁ
17. 'କାଲି ସଞ୍ଜ ବେଳକୁ
ତାର ପାଇଲି'- ଏହି ଵାକ୍ୟାଂଶ ରେ ତାର ଶବ୍ଦ ର ଅର୍ଥ କଣ ?
ଉ:- ‘ଟେଲିଗ୍ରାମ୍’
18. 'ଫେର ଯଦି ଏ ଭିତରେ
କଣ ନାଇଁ କଣ ହୋଇଯାଏ ଶେଷ ବେଳକୁ'- କେଉଁ କଥାକୁ ନେଇ ନଟବର ବାକୁ ଏଭଳି କହିଛନ୍ତି?
ଉ:- ମାଁଙ୍କ ଦେହର ଅସୁସ୍ଥତା
କଥା କୁ ନେଇ
19. 'ଛି ଛି ଛି - ଏ କାଳ
କଥା ଆଉ ତୁଣ୍ଡ ରେ ଧରନାହିଁ '- କିଏ କାହାକୁ କେତେବେଳେ ଏଭଳି କହିଛନ୍ତି ?
ଉ:- ହରି ଗୁଡ଼ିଆ ନଟବର ବାବୁ
ଙ୍କୁ ତାଙ୍କ ମାଁ ଙ୍କ ଦେହର ଅସୁସ୍ଥତା କଥା କହୁଥିବା ବେଳେ ଏଭଳି କହିଛି
20. ଭିଜା ଗାମୁଛାଟିକୁ କେଉଁଠି ଥୋଇ
ନଟବର ବାବୁ ଖରାଟା ରେ ମଧ୍ୟ ଗାଁ ବାହାରିଲେ ?
ଉ:- ମୁଣ୍ଡ ଉପରେ ଥୋଇ
21. କେଉଁ କାରଣ ପାଇଁ ନଟବର ବାବୁଙ୍କ
ଆଖିପତା ବୁଜି ହେଇଆସୁଥିଲା ?
ଉ:- ଖରା ତେଜ ପାଇଁ
22. 'ପହଞ୍ଚୁ ପହଞ୍ଚୁ
ଯଦି ବେଶୀ ଡେରି ହୋଇଯାଏ' - କେଉଁ କଥାକୁ ନଟବର ବାବୁ ଯଦି ବେଶୀ ଡେରି ହୋଇଯାଏ ବୋଲି କହିଛନ୍ତି ?
ଉ:- ମାଁ ଙ୍କ ଶେଷ ସମୟ କୁ
23. 'କେବେହେଲେ ତାଙ୍କୁ
କିଛି ମାଗିନି' - ଏହି ଵାକ୍ୟାଂଶ ରେ କିଏ କାହାକୁ ମାଗିନି ବୋଲି ଗାଳ୍ପିକ କହିଛନ୍ତି ?
ଉ:- ମାଁ ନଟବର ବାବୁଙ୍କୁ ମାଗିନାହାନ୍ତି
24. କେଉଁ କଥା କୁ ଗାଳ୍ପିକ ‘ପ୍ରାଣୀଜଗତ ର ନିୟମ’ ବୋଲି ପରିପ୍ରକାଶ
କରିଛନ୍ତି ?
ଉ:- ‘ସମସ୍ତେ କେବଳ ଆଗକୁ ଦେଖିବା କଥା’ କୁ
25. ନଟବର ବାବୁଙ୍କ ପୁଅ କେତେ ପାଠ
ପଢିଛି ବୋଲି ଗାଳ୍ପିକ କହିଛନ୍ତି ?
ଉ:- ‘ବି.ଏ.’ ପାଠ
26. ଝିଅ ଛୁଆ ମାନେ କଲେଜ୍ ପଢିବା କହିଲେ
କେଉଁ ଉଦ୍ଧେଶ୍ୟ କୁ ବୁଝିଥାନ୍ତି ବୋଲି ଗାଳ୍ପିକ କହିଛନ୍ତି ?
ଉ:- ‘ଫେସନ ହୋଇ ବୁଲିବା’ ଉଦ୍ଧେଶ୍ୟ କୁ
27. ନଟବର ବାବୁ ଗାଁକୁ ଯାଉଥିବା ବେଳେ
କେଉଁ ପ୍ରକାର ର ପୋଷାକ ପିନ୍ଧିଥିଲେ ?
ଉ:- ପଞ୍ଜାବୀ
28. ନଟବର ବାବୁ ସଂସାରକୁ କାହା ସହିତ
ତୁଳନା କରିଛନ୍ତି ?
ଉ:- 'ତତଲା ଲୁହା କଢେଇ' ସହିତ
29. ଗାଁ କୁ ଚାଲି ଚାଲି ଯାଉଥିବା ସମୟରେ
ନଟବର ବାବୁ ଜୋତାଗୁଡିକୁ କାଢିକି ଫିଙ୍ଗିଦେବାକୁ କାହିଁକି ଇଛା କରୁଥିଲେ ?
ଉ:- ଖରାରେ ପାଦ
ସିଝିଯାଉଥିବାରୁ
30. କେଉଁ ଗାଁ ର ପୋଖରୀ ହୁଡ଼ା ରେ କୋଡିଏ
ପଚିଶ ତାଳଗଛ ବାବନା ଭୁତ ଭଳି ଠିଆ ହୋଇଛନ୍ତି ବୋଲି ଗାଳ୍ପିକ କହିଛନ୍ତି ?
ଉ:- ‘ହରିଚନ୍ଦନପୁର’ ଗାଁ ର ପୋଖରୀ ହୁଡା ରେ
31. ପୋଖରୀ ଭିତରେ ଥିବା ବେଳ ଗଛ ର ବଡ
ବଡ ଶୁଖିଲା ଡାଳ ସବୁ କେମିତି ଦେଖାଯାଉଥିଲା ବୋଲି ଗାଳ୍ପିକ କହିଛନ୍ତି ?
ଉ:- ଧଳା ହୋଇ ‘କଙ୍କାଳ ର
ହାଡ’ ପରି ଦେଖାଯାଉଥିଲା
32. ଚଲାପଥରେ ନଟବର ବାବୁ କେଉଁଠି ବେଲବଣ
କୁ ଲକ୍ଷ କରିଛନ୍ତି ବୋଲି ଗାଳ୍ପିକ କହିଛନ୍ତି ?
ଉ:- ପୋଖରୀ ର ଗୋଟିଏ କୋଣ ରେ
33. ନଟବର ବାବୁଙ୍କ ‘ବନ୍ଧୁ ଷଡ଼ଙ୍ଗୀ’ କେଉଁ ଗାଁ ରେ
ରହୁଥିଲେ ?
ଉ:- ‘ହରିଚନ୍ଦନପୁର’ ଗାଁ ରେ
34. ରାସ୍ତା ଉପରକୁ ମାଡି ଆସିଥିବା
ବନ୍ଧୁ ଷଡଙ୍ଗୀଙ୍କ ର ବାଉଁଶ
ବାଡ଼ି କେମିତି ଦେଖାଯାଉଥିଲା ବୋଲି ଗାଳ୍ପିକ କହିଛନ୍ତି ?
ଉ:- ‘କଙ୍କାଳ ର ଆଙ୍ଗୁଳି’ ଭଳି
35. 'ମଧୁ ତିହାଡ଼ି' ର ଘର ର ଅବସ୍ଥିତି ଗାଳ୍ପିକ କେଉଁଠି ଲକ୍ଷ କରିଛନ୍ତି ?
ଉ:- ମନ୍ଦିର ଆଗରେ
36. କେତେବର୍ଷ ହେବ ମନ୍ଦିର ଧଉଳା
ହୋଇନାହିଁ ବୋଲି ଗାଳ୍ପିକ କହିଛନ୍ତି ?
ଉ:- କୋଡିଏ କି ପଚିଶ ବର୍ଷ
ହେବ
37. ମନ୍ଦିର ଚଉତରା ଉପରେ ପାଖାପାଖି
କେତେଜଣ ପଶା ଖେଳୁଥିଲେ ବୋଲି ଗାଳ୍ପିକ କହିଛନ୍ତି ?
ଉ:- ଦଶ ରୁ ବାର ଜଣ
38. ଚଉତରା ଭିତର କଣକୁ ବଉଳ ଗଛ ତଳେ କିଏ
ଭାଗବତ ପଢୁଥିଲା ବୋଲି ଗାଳ୍ପିକ କହିଛନ୍ତି ?
ଉ:- ‘ମଧୁ ତିଆଡ଼ୀ’
39. ମଧୁ ତିହାଡ଼ି ପାଖରେ ଲୁଙ୍ଗୁରୁ
ପୁଙ୍ଗୁରୁ ହେଉଥିବା ଅଧା ଲଙ୍ଗଳା ଟୋକା ର ନାମ କଣ ଥିଲା ?
ଉ:- 'ପରି' ଥିଲା
40. ନଟବର ବାବୁଙ୍କ ଠାକୁରଙ୍କୁ
ଡାକିବାରେ ଯେମିତି ବିଶ୍ୱାସ ନ ଥିଲା ବୋଲି କାହିଁକି
କୁହାଯାଇଛି ?
ଉ:- ଠାକୁରଙ୍କୁ ଡାକିବା
ଯେମିତି ଲୋକ ଦେଖାଣିଆ ଅଭ୍ୟାସ ପାଲଟିଯାଇଛି ବୋଲି
41. ଗାଳ୍ପିକ 'ସୁରଜମଲ ମାରୁଆଡ଼ି' ର ଧଳା କୋଠା ର ଅବସ୍ଥିତି କେଉଁଠି ଲକ୍ଷ କରିଛନ୍ତି ?
ଉ:- ‘ନଡ଼ିଆ ବନ’ ଭିତରେ
42. 'ସୁରଜମଲ' ମାରୁଆଡ଼ି ରହୁଥିବା ଗାଁ ର ନାମ କଣ ଥିଲା ?
ଉ:- ‘ମଦନପୁର’
43. 'ମଦନପୁର ମୌଜା' ଓ ନଟବରବାବୁଙ୍କ ଗାଁ ର ମୌଜା କୁ କେଉଁ ଗଛ ଚିହ୍ନଟ କରୁଛି ବୋଲି ଗାଳ୍ପିକ କହିଛନ୍ତି ?
ଉ:- ପ୍ରକାଣ୍ଡ ବରଗଛ ଟିଏ
44. 'କେତେ ବଡ ଗଛ ଅଥଚ
କେତେ ଛୋଟ ତାର ଫଳ'- କେଉଁ ବୃକ୍ଷ କୁ ଲକ୍ଷ କରି ଏହା କୁହାଯାଇଛି ?
ଉ:- ଅଶ୍ୱତ୍ଥ ବୃକ୍ଷ କୁ
ଲକ୍ଷ କରି
45. ‘ସୁରଜମଲ ମାରୁଆଡ଼ି’ ର ବାପା କେଉଁ ବୃକ୍ଷ ମୂଳ ରେ ସବୁଦିନ ପିମ୍ପୁଡି ମାନଙ୍କ ପାଇଁ ଚିନି
ବା ଗୁଡ ଦେଇଯାନ୍ତି ବୋଲି ନଟବର ବାବୁ ମନେ ପକେଇଛନ୍ତି ?
ଉ:- ଅଶ୍ୱତ୍ଥ ବୃକ୍ଷରେ
ମୂଳରେ
46. ‘ବୁଦ୍ଧ ଦେବଙ୍କର ବୁଦ୍ଧତ୍ୱ’ କେଉଁ ବୃକ୍ଷ ମୂଳରେ ପ୍ରାପ୍ତି ହୋଇଥିଲା ?
ଉ:- ଅଶ୍ୱତ୍ଥ ବୃକ୍ଷ ମୂଳ ରେ
47. 'ମହାବୀର' କେଉଁ ଗଛ ମୂଳ ରେ ପରମ ଜ୍ଞାନ ଲାଭ କରିଥିଲେ ?
ଉ:- ଅଶ୍ୱତ୍ଥ ବୃକ୍ଷ ମୂଳ ରେ
48. ଗଙ୍ଗା କୁ କିଏ ପୃଥିବୀ କୁ
ନେଇଆସିଥିଲେ ବୋଲି ଗଳ୍ପ ରେ କୁହାଯାଇଛି ?
ଉ:- ‘ଭଗୀରଥ’
49. କାହାର ତୀକ୍ଷ୍ଣ ଶର ର ଭେଦ ରେ ଗଙ୍ଗା
ଝରଣା ର ସ୍ରୋତ ହୋଇ ଉପରକୁ ଉଠିଆସିଥିଲେ ?
ଉ:- ‘ଅର୍ଜୁନ’ ର
50. କେଉଁ ଗଛ ର ଛାଇ ତଳେ ନଟବର ବାବୁଙ୍କ
ସାରା ଶରୀର ରେ ଶୀତଳତା ଛାଇ ଗଲା ?
ଉ:- ବରଗଛ ର ଛାଇ ତଳେ
51. ଗୋରୁ ମାନେ କେଉଁ ବୃକ୍ଷ ମୂଳରେ
ପାକୁଳି କରୁଥିଲେ ବୋଲି ଗାଳ୍ପିକ କହିଛନ୍ତି ?
ଉ:- ବରଗଛ ମୂଳ ରେ
52. କେଉଁ ଗଛ ର ଡାଳ କୁ ଛେଳି ମାନେ
ଖାଉଥିବାର ନଟବର ବାବୁ ଦେଖିଛନ୍ତି ବୋଲି ଗଳ୍ପ ରେ କୁହାଯାଇଅଛି ?
ଉ:- ବରଗଛ ର ଡାଳ କୁ
53. କେତେଜଣ ବାଟୋଇ କେଉଁ ବୃକ୍ଷ ମୂଳରେ
ନିଘୋଡ଼ ନିଦ ରେ ଶୋଇପଡିଛନ୍ତି ବୋଲି ନଟବର ବାବୁ କହିଛନ୍ତି ?
ଉ:- ‘ବରଗଛ ମୂଳ’ ରେ
54. 'ମହାନ୍ ସ୍ନେହମୟୀ
ଜନନୀ' ବୋଲି ନଟବର ବାବୁ କେଉଁ ବୃକ୍ଷ କୁ କହିଛନ୍ତି ?
ଉ:- ବଟ ବୃକ୍ଷ କୁ କହିଛନ୍ତି
55. ନଟବର ବାବୁଙ୍କ ପାଦ ର କେଉଁ
ଆଙ୍ଗୁଳି ରେ ଫୋଟକା ବାହାରିଯାଇଥିଲା ବୋଲି ଗାଳ୍ପିକ କହିଛନ୍ତି ?
ଉ:- ‘କାଣି ଆଙ୍ଗୁଠି’ ରେ
56. ବରଗଛ ତଳେ ବିଶ୍ରାମ ନେଉଥିବା ବେଳେ
ନଟବରବାବୁଙ୍କ ଆଖି ବରଗଛ ର କେଉଁ ଜାଗା ରେ ଅଟକିଯାଇଥିଲା ?
ଉ:- ବରଗଛ ର ଯେଉଁ କୋରଡ ରୁ
ବେଳ ଓ ଅଶ୍ୱତ୍ଥ ବୃକ୍ଷ ଉଠିଆସିଥିଲା
57. ନଟବର ବାବୁ ନିଜ ବୋଉଙ୍କୁ କେଉଁ
ବୃକ୍ଷ ସହିତ ତୁଳନା କରିଛନ୍ତି ବୋଲି ଗାଳ୍ପିକ କହିଛନ୍ତି ?
ଉ:- ‘ବରଗଛ’ ସହିତ
READ OUR OTHER POSTS
1. ମଙ୍ଗଳେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
2. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
3. ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
4. ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
5. ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
6. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
7. କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
8. ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
9. ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
10. କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
11. କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
12. ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
13. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
14. ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
15. ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
16. ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
17. ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
18. ଛନ୍ଦ -CLASS-X- ସରଳ ବ୍ୟାଖ୍ୟା
19. ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା
20. ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା
21. The Road Not Taken- CLASS-IX- An analytical description in English
22. The Ant and The Cricket- CLASS-VIII- An analytical description in English
23. Squirrel- CLASS-VII- An analytical description in English
24. ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
25. How the camel got his hump- CLASS-VIII- An analytical description in English
26. THE LOST CHILD- CLASS-IX- An analytical description in English
27. କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
28. Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ
29. Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ
30. THE FUN THEY HAD- CLASS-IX- An analytical description in English
31. A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ
32. FIRE AND ICE- CLASS-X- An analytical description in English
33. ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା
34. DUST OF SNOW- CLASS-X- An analytical description in English
35. A LETTER TO GOD-CLASS-X- An analytical description in English
36. ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର
37. ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
38. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
39. ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
40. ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
41. ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
42. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
43. ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା
- M. B. Prasad.
copyright© 2023 M. B . Prasad, ABC Learning Point.
All rights reserved.
No part of this publication may be reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.
ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ ଖବର କରିବେ ବୋଲି ଆଶା ରଖୁଛୁ ।
Write us at pointabclearning@gmail.com
*****
Comments
Post a Comment