Odia Sahitya Katha- ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର




ଓଡ଼ିଆ ସାହିତ୍ୟ କଥା 

-ଓଡ଼ିଆ ସିଲାବସ୍ କମିଟି

1.         କେଉଁ ନିୟମ ବଳରେ ଇଂରେଜ୍ ମାନେ ଓଡିଶା ର କୃଷକ ଓ ଜମିଦାର ମାନଙ୍କ ର ଜମି କୁ ହସ୍ତାନ୍ତର କରି ନେଉଯାଉଥିଲେ ?

ଉ:-  'ସୂର୍ଯ୍ୟାସ୍ତ ନିୟମ' ବଳରେ

2.       ଖ୍ରୀଷ୍ଟିଆନ୍ ମିଶିନାରିଆନ୍ ମାନେ କେଉଁ ମସିହା ରୁ ଓଡିଶା ରେ ବିଦ୍ୟାଳୟ ସବୁ ପ୍ରତିଷ୍ଠା କରି ଶିକ୍ଷା ଦେବା ଆରମ୍ଭ କରିଥିଲେ ?

ଉ:-  ୧୮୨୨ମସିହା ରୁ

3.       ନଅଙ୍କ ଦୁର୍ଭିକ୍ଷ କେଉଁ ମସିହାରେ ଦେଖାଦେଇଥିଲା ?

ଉ:-  ୧୮୬୬ ମସିହା ରେ

4.       'ଉତ୍କଳ ଦୀପିକା' ର ସମ୍ପାଦକ କିଏ ଥିଲେ ?

ଉ:-  ଗୌରୀଶଙ୍କର ରାୟ

5.       ଏହା କେଉଁ ମସିହାରେ ସମ୍ପାଦିତ ହୋଇଥିଲା ?

ଉ:-  ୧୮୬୬ ମସିହା ରେ

6.       'ବାଲେଶ୍ୱର ସମ୍ବାଦ ବାହିକା' ପତ୍ରିକା କେଉଁ ମସିହା ରେ ପ୍ରକାଶିତ ହୋଇଥିଲା?

ଉ:-  ୧୮୬୮ ମସିହା ରେ

7.       କେଉଁ ମସିହା ରେ 'ମୁକୁର' ପତ୍ରିକା ପ୍ରକାଶିତ ହୋଇଥିଲା ?

ଉ:-  ୧୯୦୬ ମସିହା ରେ

8.       କେଉଁ ସମୟ ବେଳକୁ କଲିକତା ଏକ ମୁଖ୍ୟ ସହରରେ ପରିଣତ ହେଲା ?

ଉ:-  ଉନବିଂଶ ଶତାବ୍ଦୀ ର ପ୍ରଥମାର୍ଦ୍ଧ ବେଳକୁ

9.       'ରେନେସାଁ' ର ଅର୍ଥ କଣ ବୋଲି ଏହି ପ୍ରସ୍ତୁତି ରେ ଲେଖାଯାଇଛି ?

ଉ:-  ନବଜାଗରଣ

10.     ରାଜା ରାମ୍ ମୋହନ୍ ରାୟ କେଉଁ ମସିହା ରେ 'ବ୍ରାହ୍ମ ସମାଜ' ପ୍ରତିଷ୍ଠା କରିଥିଲେ ?

ଉ:-  ୧୮୨୮ ମସିହା ରେ

11.     'ବ୍ରାହ୍ମଧର୍ମ' ର ମୂଳ ଲକ୍ଷ କଣ ଥିଲା ?

ଉ:-  ଏକେଶ୍ୱରବାଦ୍ ପ୍ରଚଳନ କରି ପିତୁଳାପୂଜା କୁ ବିରୋଧ କରିବା

12.     କେଉଁ ମସିହା ବେଳକୁ ଉତ୍କଳ ରେ ନବ ଶିକ୍ଷିତ ଗୋଷ୍ଠୀ ର ଆବିର୍ଭାବ ହେଲା ?

ଉ:-  ୧୮୭୦ ମସିହା ବେଳକୁ

13.     କେଉଁ ମସିହା ବେଳକୁ ଓଡ଼ିଆ ଭାଷା ଆନ୍ଦୋଳନ ଆରମ୍ଭ ହୋଇଥିଲା ?

ଉ:-  ୧୮୬୯/୭୦ ବେଳକୁ

14.     ଆଧୁନିକ ଓଡ଼ିଆ ସାହିତ୍ୟ କେଉଁ ମସିହା ରୁ କ୍ରମବିକାଶ ପଥ ରେ ଗତି କରିଆସିଛି ?

ଉ:-  ୧୮୭୦ ମସିହା ପରଠୁଁ

15.     ଆଧୁନିକ ଓଡିଆ ସାହିତ୍ୟ କୁ କେତେ ଭାଗ ରେ ବିଭକ୍ତ କରାଯାଇଛି ?

ଉ:-  ୬ ଭାଗରେ

16.     ଓଡ଼ିଆ ସାହିତ୍ୟ ଇତିହାସ ର ଆଧୁନିକ ଯୁଗ ର ଅନ୍ୟ ନାମ କଣ ?

ଉ:-  ରାଧାନାଥ ଯୁଗ

17.     କେଉଁ କବି ଓଡିଶା ର ବିଦ୍ୟାଳୟ ସମୂହ ର ପରିଦର୍ଶକ ଥିଲେ ?

ଉ:-  କବିବର ରାଧାନାଥ ରାୟ

18.     ଓଡ଼ିଆ ସାହିତ୍ୟ ର ପ୍ରଥମ ପ୍ରବନ୍ଧ ର ନାମ କଣ ?

ଉ:-  ଵିଵେକୀ

19.     ଓଡ଼ିଆ ସାହିତ୍ୟ ର ପ୍ରଥମ ପ୍ରବନ୍ଧ 'ଵିଵେକୀ' ର ଲେଖକ କିଏ ?

ଉ:-  ରାଧାନାଥ ରାୟ

20.     ରାଧାନାଥ ରାୟଙ୍କ ଗଳ୍ପ ଓ କବିତା ସଂକଳନ ର ନାମ କଣ ?

ଉ:-  ଇତାଲୀୟ ଯୁବା

21.     କେଉଁ କବି ଗ୍ରୀକ୍ ଓ ଇଂରାଜୀ ସାହିତ୍ୟ ରୁ କଥା ବସ୍ତୁ ଚୟନ କରି ଓଡ଼ିଆ ରେ ଲେଖିବା ଆରମ୍ଭ କଲେ ?

ଉ:-  ରାଧାନାଥ ରାୟ

22.     ରାଧାନାଥ ରାୟଙ୍କ କବି ପ୍ରତିଭା ର ସାର୍ଥକ ନିଦର୍ଶନ କେଉଁ କାବ୍ୟ ରୁ ମିଳିଥାଏ ?

ଉ:-  ଚିଲିକା କାବ୍ୟ ରୁ

23.     କବିଙ୍କ ର ଅସମ୍ପୂର୍ଣ୍ଣ 'ମହାଯାତ୍ରା' କାବ୍ୟ କେଉଁ ଛନ୍ଦ ରେ ରଚନା କରାଯାଇଛି ?

ଉ:-  ଅମିତ୍ରାକ୍ଷର ଛନ୍ଦ ରେ

24.     ରାଧାନାଥ ରାୟ ଙ୍କ ରଚିତ ବ୍ୟଙ୍ଗକାବ୍ୟ ର ନାମ କହ 

ଉ:-  ଦରବାର

25.     ମଧୁସୂଦନ ରାଓ କେଉଁ ଉପାଧି ରେ ଭୂଷିତ ହୋଇଥିଲେ ?

ଉ:-  ଭକ୍ତକବି

25.     ଭକ୍ତକବି ମଧୁସୂଦନ ରାଓ ଓଡ଼ିଆ ସାହିତ୍ୟ ଇତିହାସ ର କେଉଁ ଯୁଗ ର କବି ଥିଲେ ?

ଉ:-  ରାଧାନାଥ ଯୁଗ ର

27.     ଭକ୍ତକବି ମଧୁସୂଦନ ରାଓ କେଉଁ କବିଙ୍କ ପ୍ରିୟ ଶିଷ୍ୟ ଥିଲେ ?

ଉ:-  ରାଧାନାଥ ରାୟ ଙ୍କ

28.     ମଧୁସୂଦନ ରାଓ କେଉଁ ଧର୍ମ ଗ୍ରହଣ କରିଥିଲେ ?

ଉ:-  ବ୍ରାହ୍ମଧର୍ମ

29.     ରାଧାନାଥ ରାୟଙ୍କୁ ଛାଡିଦେଲେ ଅନ୍ୟ କେଉଁ କବି ଶିକ୍ଷକ ପଦବୀ ରୁ ବିଦ୍ୟାଳୟ ବିଭାଗ ର ପରିଦର୍ଶକ ହୋଇପାରିଥିଲେ ?

ଉ:-  ମଧୁସୂଦନ ରାଓ

30.     'କୁସୁମାଞ୍ଜଳି' କେଉଁ କବିଙ୍କ ର କୃତି ?

ଉ:-  ଭକ୍ତକବି ମଧୁସୂଦନ ରାଓ ଙ୍କ ର

31.     ଓଡ଼ିଆ ସାହିତ୍ୟ ଇତିହାସ ର ପ୍ରଥମ ଗାଳ୍ପିକ ଫକୀର ମୋହନ୍ ସେନାପତି କେଉଁ ଉପାଧି ପ୍ରାପ୍ତ କରିଥିଲେ ?

ଉ:-  ବ୍ୟାସକବି ଉପାଧି

32.     ସେ ଓଡ଼ିଆ ସାହିତ୍ୟ ଇତିହାସ ର କେଉଁ ଯୁଗ ର କବି ଥିଲେ ?

ଉ:-  ରାଧାନାଥ ଯୁଗ

33.     ଫକୀର ମୋହନ୍ ସେନାପତି କେତେ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଥିଲେ ?

ଉ:-  ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ

34.     ବାଲେଶ୍ୱର ସମ୍ବାଦ ବାହିକା କିଏ ପ୍ରକାଶ କରିଥିଲେ ?

ଉ:-  ଫକୀରମୋହନ୍ ସେନାପତି

35.     ପ୍ରଥମ ସାହିତ୍ୟ ପତ୍ରିକା ବୋଧଦାୟିନୀ କବି ଫକୀରମୋହନ୍ ସେନାପତି କେବେ ପ୍ରକାଶ କରିଥିଲେ ?

ଉ:-  ୧୬ ୬୮ ରେ

36.     ରାଧାନାଥ ଯୁଗ ର କେଉଁ କବି ପ୍ରଥମେ ଶିକ୍ଷକ ଓ ପରେ ପରେ ଭିଭିନ୍ନ ରାଜ୍ୟସବୁ ରେ ପ୍ରଶାସକ ଭାବେ କାର୍ଯ୍ୟ କରିଥିଲେ ?

ଉ:-  ବ୍ୟାସ କବି ଫକୀର ମୋହନ ସେନାପତି

37.     ଏହି କବିଙ୍କ ପତ୍ନୀଙ୍କ ନାମ କଣ ଥିଲା ?

ଉ:-  କୃଷ୍ଣ କୁମାରୀ

38.     କବିଙ୍କ ର ପ୍ରଥମ କବିତା ସଂକଳନ ର ନାମ କଣ ?

ଉ:-  ଉତ୍କଳ ଭ୍ରମଣ

39.     'ଉତ୍କଳ ଭ୍ରମଣ' କବି କେବେ ରଚନା କରିଥିଲେ ?

ଉ:-  ୧୮୯୨ ମସିହା ରେ

40.     କେଉଁ କବି କେନ୍ଦୁଝର ଭୂୟାଁମେଳି ରୁ ରକ୍ଷା ପାଇଥିଲେ ?

ଉ:-  ଫକୀର ମୋହନ୍ ସେନାପତି

41.     ଓଡ଼ିଆ ସାହିତ୍ୟ ଇତିହାସ ର ପ୍ରଥମ ଗଳ୍ପ ରେବତୀ ସେ କେବେ ରଚନା କରିଥିଲେ ?

ଉ:-  ୧୮୯୮ ମସିହା ରେ

42.     ଫକୀର ମୋହନ୍ ଙ୍କ ଏକ ରମ୍ୟ ରଚନା ର ନାମ କହ

ଉ:-  ନନାଙ୍କ ପାଞ୍ଜି

43.     କେଉଁ କବିଙ୍କୁ ବାମଣ୍ଡା ରାଜସଭା ରେ ସରସ୍ଵତୀ ସମ୍ମାନ ରେ ଭୂଷିତ କରାଯାଇଥିଲା ?

ଉ:-  ବ୍ୟାସ କବିଙ୍କୁ

44.     ମଧୁସୂଦନ ଦାସ କେଉଁ ମସିହାରେ  ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ ?

ଉ:-  ୧୯୦୩ ମସିହା ରେ

45.     କବି ମଧୁସୂଦନ ଦାସ ଙ୍କୁ କେଉଁ ଉପାଧି ରେ ଭୂଷିତ କରାଯାଇଛି ?

ଉ:-  କୁଳବୃଦ୍ଧ ଉପାଧି ରେ

46.     କୁଳ ବୃଦ୍ଧ ମଧୁସୂଦନ ଦାସ ଓଡ଼ିଆ ସାହିତ୍ୟ ଇତିହାସ ର କେଉଁ ଯୁଗର କବି ଥିଲେ ?

ଉ:-  ରାଧାନାଥ ଯୁଗ

47.     'ମହିମା' କେଉଁ କବିଙ୍କ ଆମର କୃତି ?

ଉ:-  ଗଙ୍ଗାଧର ମେହେର ଙ୍କ

48.     ଗଙ୍ଗାଧର କେଉଁ ଯୁଗ ର କବି ଥିଲେ ?

ଉ:-  ରାଧାନାଥ ଯୁଗ ର

49.     କେଉଁ ଉପାଧି ରେ ନନ୍ଦକିଶୋର ବଳଙ୍କୁ ଭୂଷିତ କରାଯାଇଛି ?

ଉ:-  ପଲ୍ଲୀକବି ଉପାଧି ରେ

50.     ସେ କେଉଁ ଯୁଗର କବି ଥିଲେ ?

ଉ:-  ରାଧାନାଥ ଯୁଗ ର କବି ଥିଲେ ?

51.     କବି ନନ୍ଦକିଶୋର ବଳ ରଚନା କରିଥିବା ଉପନ୍ୟାସ ର ନାମ କଣ ?

ଉ:-  କନକଲତା 

52.     'ଶର୍ମିଷ୍ଠା' କେଉଁ କବିଙ୍କ ର ଅମୁଲ୍ୟ କୃତି ?

ଉ:-  କବି ନନ୍ଦକିଶୋର ବଳ ଙ୍କର

53.     କବି ନନ୍ଦକିଶୋର ବଳ ଙ୍କ ରଚିତ ଗଳ୍ପ ର ନାମ କହ –

ଉ:-  ଲକ୍ଷ୍ମୀ

54.     ଓଡ଼ିଆ ସାହିତ୍ୟ ଇତିହାସ ର ପ୍ରଥମ ନାଟ୍ୟକାର ଙ୍କ ନାମ କଣ ?

ଉ:-  ଜଗନ୍ମୋହନ ଲାଲ୍

55.     ତାଙ୍କର ପ୍ରଥମ ନାଟକ ର ନାମ କଣ ?

ଉ:-  ବାବାଜୀ

56.     'ବିବାସିନୀ' ଉପନ୍ୟାସ ର ଔପନ୍ୟାସିକ କିଏ ?

ଉ:-  ରାମଶଙ୍କର ରାୟ

57.     ଓଡ଼ିଆ ସାହିତ୍ୟ ଇତିହାସ ର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସ ର ନାମ କଣ ?

ଉ:-  ପଦ୍ମମାଳୀ

58.     'ପଦ୍ମମାଳୀ' ଉପନ୍ୟାସ ର ଔପନ୍ୟାସିକ କିଏ ?

ଉ:-  ଉମେଶ୍ ଚନ୍ଦ୍ର ସରକାର

59.     'ଉତ୍କଳ ପତ୍ରିକା' ର ସୁଯୋଗ୍ୟ ସମ୍ପାଦକ ବୋଲି କାହାକୁ କୁହାଯାଏ ?

ଉ:-  ବିଶ୍ୱନାଥ କର

60.     କେଉଁ ପୁସ୍ତକ କୁ ଗୋପାଳ ଚନ୍ଦ୍ର ପ୍ରହରାଜ ଙ୍କ ର ଅକ୍ଷୟ କୀର୍ତ୍ତି ବୋଲି କୁହାଯାଏ ?

ଉ:-  ପୂର୍ଣ୍ଣ ଚନ୍ଦ୍ର ଭାଷାକୋଷ

61.     ଓଡ଼ିଆ ଭାଷା ର କଳାକୋଣାର୍କ ବୋଲି କେଉଁ ପୁସ୍ତକ କୁ କୁହାଯାଏ ?

ଉ:-  ପୂ'ର୍ଣ୍ଣ ଚନ୍ଦ୍ର ଭାଷା କୋଷ

62.     'ପୁର୍ଣ ଚନ୍ଦ୍ର ଭାଷା କୋଷ' କେତେ ଖଣ୍ଡ ଭାଗ ରେ ପ୍ରକାଶିତ ?

ଉ:-  ସାତ ଖଣ୍ଡ ଭାଗ ରେ

63.     ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପ୍ରହରାଜ ଓଡ଼ିଆ ସାହିତ୍ୟ ର କେଉଁ ଯୁଗର କବି ?

ଉ:-  ରାଧାନାଥ ଯୁଗ

64.     'ସତ୍ୟବାଦୀ ଯୁଗ ର କର୍ଣ୍ଣଧାର' ବୋଲି କାହାକୁ କୁହାଯାଏ ?

ଉ:-  ପଣ୍ଡିତ ଗୋପବନ୍ଧୁ ଦାସ ଙ୍କୁ

65.     କେଉଁ ସମୟ ରୁ ସତ୍ୟବାଦୀ ଯୁଗ ର ଆରମ୍ଭ ହେଲା ?

ଉ:-  ୧୯୦୯ ମସିହା ରୁ

66.     'ସତ୍ୟବାଦୀ ବନ ବିଦ୍ୟାଳୟ' କେବେ ପ୍ରତିଷ୍ଠା କରାଯାଇଥିଲା ?

ଉ:-  ୧୯୦୯ ମସିହା ରେ

67.     ସତ୍ୟବାଦୀ ବନବିଦ୍ୟାଳୟ ର ପ୍ରତିଷ୍ଠାତା କିଏ ଥିଲେ ?

ଉ:-  ପଣ୍ଡିତ ଗୋପବନ୍ଧୁ ଦାସ

68.     'ସମାଜ' ପତ୍ରିକା ର ପ୍ରତିଷ୍ଠାତା କିଏ ?

ଉ:-  ପଣ୍ଡିତ ଗୋପବନ୍ଧୁ ଦାସ

69.     'କାରା କବିତା' 'ବନ୍ଦୀର ଆତ୍ମକଥା' କିଏ ରଚନା କରିଥିଲେ ?

ଉ:-  ପଣ୍ଡିତ ଗୋପବନ୍ଧୁ ଦାସ

70.     ୧୯୨୬ ରେ 'ପ୍ରାଚୀ ସମିତି' କିଏ ଗଠନ କରିଥିଲେ ?

ଉ:-  ଆର୍ତ୍ତ ବଲ୍ଲଭ ମହାନ୍ତି

71.     ଆର୍ତ୍ତ ବଲ୍ଲଭ ମହାନ୍ତି ଙ୍କ ର ପରିଚୟ କଣ ?

ଉ:-  ସତ୍ୟବାଦୀ ଯୁଗ ର ସେ ଜଣେ ବିଶିଷ୍ଟ ଗବେଷକ ଥିଲେ

72.     କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ଯୁଗ ର କବି ଥିଲେ ?

ଉ:-  ସତ୍ୟବାଦୀ ଯୁଗ

73.     'ନୀଳ ମାଷ୍ଟ୍ରାଣୀ' ପୁସ୍ତକ ର ସ୍ରଷ୍ଟା କିଏ ?

ଉ:-  ଗୋଦାବରୀଶ ମହାପାତ୍ର

74.     ପଣ୍ଡିତ ଗୋଦାବରୀଶ ମହାପାତ୍ର କେଉଁ ଯୁଗ ର କବି ଥିଲେ ?

ଉ:-  ସତ୍ୟବାଦୀ ଯୁଗ ର

75.     ସମାଲୋଚନା ଧର୍ମୀ ପତ୍ରିକା 'ନିଆଁଖୁଣ୍ଟ' ର ପ୍ରକାଶକ କିଏ ?

ଉ:-  ଗୋଦାବରୀଶ ମହାପାତ୍ର

76.     ଭାରତ ର ମୁକ୍ତି ସଂଗ୍ରାମ କେଉଁ ମସିହା ରୁ ଆରମ୍ଭ ହେଲା ?

ଉ:-  ୧୯୨୦ ମସିହା ରୁ

77.     ଓଡିଶା ରେ ଏହି ମୁକ୍ତି ସଂଗ୍ରାମ ର ନେତୃତ୍ୱ କିଏ ନେଇଥିଲେ ?

ଉ:-  ପଣ୍ଡିତ ଗୋପବନ୍ଧୁ ଦାସ

78.     କବି ବୀରକିଶୋର ଦାସ କେଉଁ ଯୁଗ ର କବି ଥିଲେ ?

ଉ:-  ସତ୍ୟବାଦୀ ଯୁଗ

79.     କେଉଁ ଯୁଗ ର କବି ମାନଙ୍କ ଲେଖା ରେ ସ୍ଵପ୍ନକଳ୍ପନାପ୍ରେମଯୌବନ ଆଦି ସ୍ଥାନ ପାଇଥିଲା ?

ଉ:-  ସବୁଜ ଯୁଗ ର

80.     'କାଳିନ୍ଦୀ ଚରଣ ପାଣିଗ୍ରାହୀ' କେଉଁ ଯୁଗ ର କବି ଥିଲେ ?

ଉ:-  ସବୁଜ ଯୁଗ ର କବି

81.     ଅନ୍ନଦା ଶଙ୍କର ରାୟ କେଉଁ ଯୁଗୀୟ କବି ?

ଉ:-  ସବୁଜ ଯୁଗୀୟ କବି

82.     'ସାଲବେଗ' ନାଟକ ର ନାଟ୍ୟକାର କିଏ ?

ଉ:-  ଅଶ୍ୱିନୀ କୁମାର ଘୋଷ

83.     କେଉଁ ମସିହା ପରଠାରୁ ମାର୍କ୍ସବାଦ୍ ଭାରତ ରେ ପ୍ରଭାବ ବିସ୍ତାର କଲା ?

ଉ:-  ୧୯୩୦ ମସିହା ପର ଠୁ

84.     କେଉଁ ମସିହା ରେ ଏବଂ କିଏ ନବଯୁଗ ସାହିତ୍ୟ ସଂସଦ ଗଠନ କରିଥିଲେ ?

ଉ:-  ଭଗବତୀ ଚରଣ ପାଣିଗ୍ରାହୀ ୧୯୩୫ ମସିହା ରେ

85.     ଅନନ୍ତ ପଟ୍ଟନାୟକ କେଉଁ ଯୁଗର କବି ଥିଲେ ?

ଉ:-  ସବୁଜ ଯୁଗ

86.     'ଗାଥା କବି' ବୋଲି କେଉଁ କବିଙ୍କୁ କୁହାଯାଏ ?

ଉ:-  ରାଧାମୋହନ ଗଡ଼ନାୟକ ଙ୍କୁ

87.     'ଭାନୁମତିର ଦେଶ' 'ମସାଣି ର ଫୁଲ' କେଉଁ କବିଙ୍କ ର ଆମର କୃତି ?

ଉ:-  ସଚ୍ଚିଦାନନ୍ଦ ରାଉତରାୟ

88.     'ହା ଅନ୍ନ' 'ବାଳିରାଜା' ର ଔପନ୍ୟାସିକ କିଏ ?

ଉ:-  କାହ୍ନୁଚରଣ ମହାନ୍ତି

89.     କେଉଁ ମାନଙ୍କ ଜୀବନ ଧାରା କୁ ନେଇ ଭୀମାଭୂୟାଁ ଉପନ୍ୟାସ ରଚନା କରାଯାଇଛି ?

ଉ:-  ଆଦିବାସୀ ମାନଙ୍କର  

90.     'ଭୀମାଭୂୟାଁ' ଉପନ୍ୟାସ ର ଔପନ୍ୟାସିକ କିଏ ?

ଉ:-  ଗୋପାଳ ବଲ୍ଲଭ ଦାସ

91.     'ପରଜା' ଉପନ୍ୟାସ ର ଔପନ୍ୟାସିକ କିଏ ?

ଉ:-  ଗୋପୀନାଥ୍ ମହାନ୍ତି

92.     'ନୀଳ ଶୈଳ' ଉପନ୍ୟାସ କିଏ ରଚନା କରିଥିଲେ ?

ଉ:-  ସୁରେନ୍ଦ୍ର ମହାନ୍ତି

93.     'ଗାଁ ମଜଲିସ୍' ଚିନ୍ତା ମୂଳକ ରମ୍ୟ ରଚନା କିଏ ରଚନା କରିଥିଲେ ?

ଉ:-  ହରେକୃଷ୍ଣ ମହତାବ

94.     'ଝଙ୍କାର' ପତ୍ରିକା କିଏ ପ୍ରକାଶ କରିଥିଲେ ?

ଉ:-  ହରେକୃଷ୍ଣ ମହତାବ

95.     ଫକୀର ମୋହନ୍ ସେନାପତିଙ୍କ ଦ୍ଵାରା ରଚିତ କାବ୍ୟ ର ନାମ କହ

ଉ:-  ବୌଦ୍ଧବତାର କାବ୍ୟ

 

READ OUR  OTHER POSTS

1.    ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

2.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

3.    ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

4.    ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

5.    ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

6.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

7.    କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

8.    ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

9.    ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

10.    କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

11.    କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

12.    ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

13.    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

14.    ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

15.    ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

16.    ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

17.    ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

18.    ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

19.    ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା

20.    ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

21.    The Road Not Taken- CLASS-IX- An analytical description in English

22.    The Ant and The Cricket- CLASS-VIII- An analytical description in English

23.    Squirrel- CLASS-VII- An analytical description in English

24.    ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

25.    How the camel got his hump- CLASS-VIII- An analytical description in English

26.    THE LOST CHILD- CLASS-IX- An analytical description in English

27.    କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

28.    Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ

29.    Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ

30.    THE FUN THEY HAD- CLASS-IX- An analytical description in English

31.    A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ

32.    FIRE AND ICE- CLASS-X- An analytical description in English

33.    ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା

34.    DUST OF SNOW- CLASS-X- An analytical description in English

35.    A LETTER TO GOD-CLASS-X- An analytical description in English

36.    ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

37.    ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

38.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

39.    ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

40.    ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

41.    ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

42.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

43.    ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା



- M. B. Prasad.

copyright© 2023 M. B . Prasad, ABC Learning Point.

 All rights reserved.

No part of this publication may be  reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.

ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ  ଖବର କରିବେ ବୋଲି ଆଶା ରଖୁଛୁ ।

Write us at pointabclearning@gmail.com

*****


Comments