Janmabhumi- ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର



ଜନ୍ମଭୂମି

-କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

             

1.         'ଜନ୍ମଭୂମିପ୍ରବନ୍ଧ ର ପ୍ରାବନ୍ଧିକ କିଏ ?

:- ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

2.         ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ କେଉଁ ବିଭାଗ ରେ କାର୍ଯ୍ୟ କରୁଥିଲେ ?

:- 'ପ୍ରତ୍ନତାତ୍ତ୍ୱିକ ବିଭାଗ' ରେ 

3.         ଓଡିଶା ର କେଉଁ ଜିଲ୍ଲା ରେ ସେ ଜନ୍ମ ଗ୍ରହଣ କରିଥିଲେ ?

:- ମୟୁରଭଞ୍ଜ’ ଜିଲ୍ଲା ରେ 

4.         ତାଙ୍କ ଆତ୍ମଜୀବନୀ ପୁସ୍ତକ ର ନାମ କଣ ?

:- 'ମୋ ସମୟର ଓଡିଶା'

5.         କେଉଁ ମୂଳ ପୁସ୍ତକ ରୁ ଜନ୍ମଭୂମି ପ୍ରବନ୍ଧ କୁ ଗ୍ରହଣ କରାଯାଇଛି ?

:- 'ପ୍ରବନ୍ଧ ମାନସ'

6.         ପ୍ରାବନ୍ଧିକଙ୍କ ଜନ୍ମ ସ୍ଥାନ ର ନାମ କଣ ?

:- ଖିଚିଂ’ ଅଞ୍ଚଳ

7.         ସମଗ୍ର ବିଶ୍ୱ ଜନ୍ମଭୂମି ହେଲେ ହେଁ ନିଜର ପ୍ରକୃତ ଜନ୍ମଭୂମି ବୋଲି ପ୍ରାବନ୍ଧିକ କେଉଁ ଅଞ୍ଚଳ କୁ କହିଛନ୍ତି ?

:- ଖିଚିଂ’ ଅଞ୍ଚଳ

8.         ଆୟୁ ସୂର୍ଯ୍ୟ ବଢିବା ସହିତ ଲେଖକଙ୍କ ର ଜନ୍ମ ଭୂମି ସହିତ ସମ୍ପର୍କ ବଢିଛି ନା କ୍ଷୀଣ ହେଇଛି ?

:- କ୍ଷୀଣ ହେଇଛି

9.         ଜନ୍ମ ହେଲା ପରେ ପ୍ରାବନ୍ଧିକ କେଉଁଠି ପ୍ରଥମେ ରୂପ, ରସ ଓ ଗନ୍ଧ ର ପରିଚୟ ପାଇଲେ ବୋଲି କହିଛନ୍ତି ?

:- ଖିଚିଂ’ ଅଞ୍ଚଳ ରେ

10.      ପ୍ରାବନ୍ଧିକଙ୍କ ଅନୁସାରେ ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ କିଏ ?

:- ଜନ୍ମଭୂମି

11.      ବିଶାଳ ପୃଥିବୀ ରୁ ଆରମ୍ଭ କରି ପଲ୍ଲୀ ଗ୍ରାମ ପର୍ଯ୍ୟନ୍ତ ତାଙ୍କର ଜନ୍ମଭୂମି ବୋଲି ଲେଖକ କାହିଁକି କହିଛନ୍ତି ?

:- କେହି କାହାଠାରୁ ବିଛିନ୍ନ ନୁହନ୍ତି ବୋଲି 

12.      ସମୟ ସ୍ରୋତ ରେ ଲେଖକ କେଉଁଭଳି ଭାସି ବୁଲୁଛନ୍ତି ବୋଲି କହିଛନ୍ତି ?

:- ନିଃସହାୟ ଶୁଷ୍କ ତୃଣ’ ଭଳି

13.      ପ୍ରାବନ୍ଧିକ କାହିଁକି ଶୁଷ୍କ ତୃଣ ସମ ସମୟ ସ୍ରୋତ ରେ ଭାସି ଚାଲୁଛନ୍ତି ବୋଲି ନିଜକୁ କହିଛନ୍ତି ?

:- ଚାକିରୀ ରେ ବନ୍ଧା ଜୀବନ ଯୋଗୁଁ

 14.     ଜନ୍ମଭୂମି ଫେରିବାକୁ ଲେଖକଙ୍କର କେଉଁ ପ୍ରକାର ସାହସ ନାହିଁ ବୋଲି ସେ କହିଛନ୍ତି ?

:- ନୈତିକ ସାହସ’ ନାହିଁ

15.      'ଜାତିସ୍ମରକଣ  ?

:- ଯିଏ ପୂର୍ବ ଜନ୍ମ ର କଥା ମନେ ପକେଇ ପାରେ

16.      'ତଟିନୀ ବେଷ୍ଟିତ ଭଞ୍ଜ କୀର୍ତ୍ତି କିରୀଟିନି' ବୋଲି ପ୍ରବନ୍ଧରେ କାହାକୁ କୁହାଯାଇଛି ?

:- ଖିଚିଂ’ ଅଞ୍ଚଳ କୁ

 17.     କାହାର ପୁନର୍ଜନ୍ମ ହୋଇସାରିଛି ବୋଲି ପ୍ରାବନ୍ଧିକ କହିଛନ୍ତି ?

:- ତାଙ୍କର

18.      କାହିଁକି ପ୍ରାବନ୍ଧିକଙ୍କ ପୁନର୍ଜନ୍ମ ହୋଇଯାଇଛି ବୋଲି ସେ କହିଛନ୍ତି?

:- ପଲ୍ଲୀଗ୍ରାମ ରୁ ଦୂରେଇ ସହର ଜୀବନ ରେ ବାନ୍ଧି ହୋଇ ରହିଯାଇଥିବାରୁ

19.      କେଉଁ କଥାକୁ ବ୍ୟକ୍ତିଗତ ସମସ୍ୟା ନୁହଁ ବୋଲି ପ୍ରାବନ୍ଧିକ ସ୍ପଷ୍ଟ କରିଛନ୍ତି ?

:- ମଣିଷ ର ପୁନର୍ଜନ୍ମ ନେବା’ କଥା

20.      ଆଜିର ସମଗ୍ର ଶିକ୍ଷିତ ସମାଜ ର ସମସ୍ୟା କଣ ବୋଲି ପ୍ରାବନ୍ଧିକ କହିଛନ୍ତି ?

:- ଶିକ୍ଷା ସମାପନ ସହିତ ସେମାନଙ୍କର ପୁନର୍ଜନ୍ମ ହେବା କଥା

21.      ଧର୍ମାନ୍ତର ଗ୍ରହଣ କଲା ପରେ ବ୍ୟକ୍ତି ର କଣ ହୋଇଥାଏ ?

:- ଧର୍ମ ପାଖରେ ମାନବିକତା କୁ ଉତ୍ସର୍ଗ’ କରିଦେଇଥାଏ

22.      ଶିକ୍ଷିତ ବ୍ୟକ୍ତି ପ୍ରଚଳିତ ଶିକ୍ଷା ଉପରେ ସମସ୍ତ ମାନବିକତା କୁ ଉତ୍ସର୍ଗ କରି କାହାକୁ ସୁଦ୍ଧା ଭୁଲିଯାଏ ?

:- ନିଜର ଜନ୍ମଭୂମି କୁ 

23.      ପଲ୍ଲୀ ଗ୍ରାମ ରେ ଅବସ୍ଥାନ କରିବା ଲେଖକଙ୍କ  ପାଇଁ କାହିଁକି ସମ୍ଭବ ନୁହଁ ବୋଲି କହିଛନ୍ତି ?

:- ଚାକିରୀ କ୍ଷେତ୍ର ରେ  ରେ ବନ୍ଧା ଯୋଗୁଁ

24.      ଗ୍ରାମ ର ଉନ୍ନତି ପାଇଁ କେଉଁ ପ୍ରକାର ଦାନ ଲେଖକଙ୍କ ର ଏକମାତ୍ର ଅବଶେଷ କର୍ତ୍ତବ୍ୟ ବୋଲି ସେ କହିଛନ୍ତି ?

:- ଅର୍ଥ ଦାନ

25.      ଅନେକ ବାଦବିସମ୍ବାଦ ସତ୍ତ୍ୱେ ପଲ୍ଲୀ ଗ୍ରାମ ରେ କେଉଁ ପରମ୍ପରା ଦେଖାଦେଇଥାଏ ?

:- ଏକପରିବାରତ୍ୱ ର ପରମ୍ପରା

26.      କେଉଁ କଥାକୁ ଲେଖକ ପଲ୍ଲୀଭୂମି ର ମଧୁର ସମ୍ପର୍କ ବୋଲି କହିଛନ୍ତି ?

:- ପଲ୍ଲୀ ଗ୍ରାମ ରେ ଥିବା ଏକପରିବାରତ୍ୱ ର ପରମ୍ପରା କୁ

27.      କାହାର ଜନ୍ମଭୂମି ସହିତ ମଧୁର ସମ୍ପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ?

:- ନିଜର

28.      କେଉଁ ସମ୍ୱନ୍ଧ କୁ ଚେଷ୍ଟା କରି ବି ପ୍ରାବନ୍ଧିକ ଫେରିପାଇବେ ନାହିଁ ବୋଲି କହିଛନ୍ତି ?

:- ତାଙ୍କ ପ୍ରତି ପଲ୍ଲୀଗ୍ରାମ ର ନରନାରୀଙ୍କ ମଧ୍ୟରେ ମଧୁର ସମ୍ୱନ୍ଧ କୁ

29.      ପ୍ରାବନ୍ଧିକ କାହାକୁ ପ୍ରତିମୂର୍ତ୍ତି ଭାବରେ ପ୍ରବନ୍ଧରେ ସ୍ପଷ୍ଟ କରିଛନ୍ତି ?

:- ସାର ମାଉସୀ ଙ୍କୁ

30.      'କେବେ ଆସିଲ ବାବୁ' ଆଉ 'କେବେ ଆସିଲୁ ବାପା' ମଧ୍ୟ ରେ ପ୍ରଭେଦ କଣ ?

:-  'କେବେ ଆସିଲ ବାବୁ ରେ ଆତ୍ମୀୟତା ର ଅଭାବ 

31.      କିଏ କ୍ଷୁଦ୍ର କୁଟୀରକୁ ଦୁର୍ଗ କରି ବିଶ୍ୱ ବିରୁଦ୍ଧ ରେ ବିଦ୍ରୋହ ଘୋଷଣା କରିଥିଲା ?

:- ଗୋବିନ୍ଦା ଭାଇ

32.      ଗ୍ରାମର କେଉଁ ଭାଗ ରେ ଗୋବିନ୍ଦା ଭାଇ ର କୁଟୀର ଥିଲା ?

:- ମଧ୍ୟ ଭାଗ ରେ

33.      ସାର ମାଉସୀ ଗ୍ରାମ ର କେଉଁ ଭାଗ ରେ ରହନ୍ତି ?

:- ଗ୍ରାମ ର ମୁଣ୍ଡ ରେ

34.      ମନବୋଧ ଚଉତିଶା' ର କବି କିଏ ?

:- ଭକ୍ତ ଚରଣ ଦାସ

35.      କିଏ ନିଜ କୁଟୀରରେ ବସେଇ ପ୍ରାବନ୍ଧିକ ଙ୍କୁ ମନବୋଧ ଚଉତିଶା ଶୁଣାଉଥିଲା ?

:- ଗୋବିନ୍ଦା ଭାଇ

36.      ପ୍ରବନ୍ଧରେ 'ପ୍ରତ୍ୟୟ' ର ଅର୍ଥ କଣ ?

:- ବିଶ୍ଵାସ

37.      କେଉଁମାନନଙ୍କୁ ଗ୍ରାମର 'ନବାଗତ ଅତିଥି' ବୋଲି କୁହାଯାଇଛି ?

:- ଶିଶୁ ମାନଙ୍କୁ

38.      କେଉଁ ମାନଙ୍କ ର ଅବାଞ୍ଛିତ ଓ ଅବହେଳିତ ସମାବେଶ ଗ୍ରାମ ରେ ଦେଖାଯାଏ ବୋଲି ପ୍ରାବନ୍ଧିକ କହିଛନ୍ତି ?

:- ଶିଶୁ ମାନଙ୍କର

39.      କେଉଁ ମାନେ ଓ କାହାକୁ ଜେବ୍ରାଜିରାଫ୍ କୁ ଦେଖିଲା ଭଳି ଦେଖି ରହନ୍ତି ?

:- ଶିଶୁ ମାନେ ଲେଖକଙ୍କୁ

40.      କେଉଁ ମାନେ ପଲ୍ଲୀଗ୍ରାମ ରେ ରାଜନୀତି ର ଆଶ୍ରୟ ନେଇଥାନ୍ତି ?

:- ଚାକିରି ପାଇନଥିବା ପଲ୍ଲୀ ଗ୍ରାମ ର ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଯୁବକ ମାନେ

41.      କେଉଁ ମାନଙ୍କ ର ମାନସିକ ପରିବର୍ତ୍ତନ ଘଟିଯାଇଛି  ବୋଲି ପ୍ରାବନ୍ଧିକ କହିଛନ୍ତି ?

:- ଚାକିରି ପାଇନଥିବା ପଲ୍ଲୀ ଗ୍ରାମ ର ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଯୁବକ ମାନଙ୍କର

42.      'ପୁଷ୍ପିତ ପଳାସ ବନ' ରେ କେଉଁ ମାନେ ବିଦ୍ରୋହ ର ବହ୍ନି ଦେଖିଥାନ୍ତି ବୋଲି ପ୍ରବନ୍ଧ ରେ କୁହାଯାଇଛି ?

:- ଚାକିରି ପାଇନଥିବା ପଲ୍ଲୀ ଗ୍ରାମ ର ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଯୁବକ ମାନେ

43.      କର୍ମ ଓ କ୍ଳେଶ ଭିତରେ କେଉଁ ମାନଙ୍କ ପାଖରେ ଏକପରିବାରତ୍ୱ ର ଭାବ ଥାଏ ?

:- ଗ୍ରାମ ର ନରନାରୀ ମାନଙ୍କ ଭିତରେ

44.      'ନିଦାଘ' କହିଲେ କେଉଁ ୠତୁ କୁ ବୁଝାଯାଏ ?

:- ଗ୍ରୀଷ୍ମ ଋତୁ କୁ

45.      କେଉଁ ମାନେ ନିଦାଘ ର ବିରାଟ ଝାଞ୍ଜି ରେ ଧରଣୀ ର ବକ୍ଷ ଚିରି ନୂଆ ମେଘ ଚାହିଁ ବସନ୍ତି ?

:- ପଲ୍ଲୀ ଗ୍ରାମବାସୀ ମାନେ

46.      ସ୍ତୁପୀକୃତ ମେଘ କେଉଁ ମାସ ର ଶେଷ ବେଳକୁ ଶାଳ ତରୁ ଉପରକୁ ଆନତ ହୋଇଆସେ ?

:- ଜ୍ୟେଷ୍ଠ ମାସ ଶେଷ ବେଳକୁ

47.      କେଉଁ ମାସ ଗର୍ଜନ ତର୍ଜନ କରି ପଲ୍ଲୀ ଭୂମି କୁ ବାରିପାତ ରେ ଶିକ୍ତ କରିଦିଏ ?

:- ଜ୍ୟେଷ୍ଠ ମାସ        

48.      'ବନ୍ୟଯୁଥି ର ପରିମଳ' କହିଲେ କଣ ବୁଝା ?

:- ବଣମଲ୍ଲି ର ମହକ

49.      କେଉଁ ମାସ ରେ 'ରଜପର୍ବ' ପାଳିତ ହୁଏ ?

:- ଆଷାଢ ମାସ ରେ

50.     ପ୍ରାବନ୍ଧିକ କେଉଁ କଥାକୁ 'ନିଷ୍ଠୁର ବାସ୍ତବତା' ବୋଲି କହିଛନ୍ତି ?

:- ରଜ ପର୍ବ ର ଶେଷ ବେଳ ରେ କ୍ଲାନ୍ତ ସିକ୍ତ ଓ ଧାରାହତ ଶ୍ରମଜୀବୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ କୁ

51.     କେଉଁ ମାନଙ୍କୁ କ୍ଲାନ୍ତ ସିକ୍ତ ଓ ଧାରାହତ ବୋଲି ପ୍ରାବନ୍ଧିକ କହିଛନ୍ତି ?

:- ପଲ୍ଲୀଗ୍ରାମ ର ଶ୍ରମଜୀବୀ ମାନଙ୍କୁ

52.     କେଉଁ ୠତୁ ରେ 'ସ୍ଵର୍ଣ୍ଣ ଶୀର୍ଷ ଧାନ୍ୟ' ପଲ୍ଲୀକ୍ଷେତ ରେ ଭରି ଉଠେ ?

:- ହେମନ୍ତ ଋତୁ ରେ

53.     ମଣିଷ ଯୁକ୍ତିବାଦୀ ଜୀବ ଟିଏ ହେଲେ ମଧ୍ୟ ବହୁ ପରିମାଣ ରେ ସେ କାହାର ଦାସ ?

:- ଗତାନୁଗତିକତା

54.     ଲେଖକ 'ନେକ୍ ଟାଏ' କୁ କଣ କହିଛନ୍ତି?

:- ଆଭିଜାତ୍ୟ ର ଚିହ୍ନ ବୋଲି 

55.     ଶିକ୍ଷିତ ମାନଙ୍କୁ ସମାଜ ର କେଉଁ ଶ୍ରେଣୀ ର ବୋଲି ପ୍ରାବନ୍ଧିକ କହିଛନ୍ତି ?

:- ଅଭିଜାତ ଶ୍ରେଣୀ

56.     ଜୀବନ ଯୁଦ୍ଧ ରେ ଦିଗ୍ ବିଜୟୀ ବୀର କିଏ ?

:- କମ୍ ସମୟ ରେ ଯେ ଅଧିକ ଅର୍ଥ ରୋଜଗାର କରିପାରେ

57.     କାହିଁକି ପଲ୍ଲୀ ଜନନୀ ଶିକ୍ଷିତ ମାନଙ୍କୁ ହରେଇ ବସିଛି ?

:- ଜୀବନ ଯୁଦ୍ଧ ରେ ଅର୍ଥ ର ଆବଶ୍ୟକତା ପାଇଁ 

58.     ‘ଯଦୁବଂଶ ର ଧ୍ଵଂସ କେଉଁଠି ହୋଇଥିଲା?

:- ଏରକା ବନ ର ପ୍ରଭାସ ତୀର୍ଥ ରେ

59.     ପ୍ରବନ୍ଧ ରେ 'ପ୍ରେମମୟୀ' କିଏ ?

:- ରାଧା

60.     'ମହାଭାରତ ଯୁଦ୍ଧ ର କର୍ଣ୍ଣଧାର' କିଏ ବୋଲି ପ୍ରବନ୍ଧ ରେ କୁହାଯାଇଛି ?

:- ଶ୍ରୀକୃଷ୍ଣ

61.     'ଅଭ୍ରଙ୍କଷ ପ୍ରାସାଦ' ର ଅର୍ଥ କଣ ?

:- ଆକାଶ ଛୁଆଁ କୋଠା 

62.     ‘କୃଷ୍ଣଙ୍କ ପଦପଲ୍ଲବ ବ୍ୟାଧ ମନରେ କେଉଁ ଭ୍ରମ ଆଣିଦେଇଥିଲା ?

:- ହରିଣ କର୍ଣ୍ଣ ର ଭ୍ରମ

63.     କୃଷ୍ଣଙ୍କ ପାଦକୁ କେଉଁ ଧାତୁ ର ନିର୍ମିତ ଶର କ୍ଷତ କଲା ?

:- ଲୌହ ଧାତୁ ନିର୍ମିତ ଶର

 64.    'ବୃନ୍ଦାବନ' 'ଯମୁନା' କଣ ?

:- ସ୍ଥାନ ଓ ନଦୀ ର ନାମ

65.     'ଅନୂଢ଼ା ଗୋପୀ' ର ଅର୍ଥ କଣ ?

:- ଅବିବାହିତା ଗୋପୀ କନ୍ୟା

66.     'ଏ ଟ୍ ଲା ସ୍' କେଉଁ ଦେଶ ର ଦେବତା ?

:-  ଗ୍ରୀସ ଦେଶ ର

67.    କେଉଁ ପ୍ରକାର ଶିକ୍ଷା ଯୋଗୁଁ ଶିକ୍ଷିତ ମାନେ ପାଶ୍ଚାତ୍ୟ ଜୀବନ ଧାରଣ ର ମାନ କୁ ଅନୁସରଣ କରିବେ ବୋଲି ପ୍ରବନ୍ଧ ରେ ପ୍ରକାଶ କରାଯାଇଛି ?

:- ପାଶ୍ଚାତ୍ୟ ଶିକ୍ଷା ଯୋଗୁଁ

68.    କେଉଁ ମାନଙ୍କୁ ଆମର ନମସ୍ୟ ବୋଲି ପ୍ରାବନ୍ଧିକ କହିଛନ୍ତି ?

:- ଯେଉଁ ମାନେ ପାଶ୍ଚାତ୍ୟ ଶିକ୍ଷା ର ସମ୍ପର୍କ କୁ ଛିନ୍ନ କରି ପଲ୍ଲୀରୁ ମହାନୁଭବତା କୁ ଉପଲବ୍ଧି କରିଥାଆନ୍ତି

69.    'ତଣ୍ଡୁଳ' ଶବ୍ଦ ର ଅର୍ଥ କଣ ?

:- ଚାଉଳ

70.    'ନିଗଡ଼' ଶବ୍ଦ ର ଅର୍ଥ କଣ ?

:- ବନ୍ଧନ ବା ସମ୍ପର୍କ

READ OUR  OTHER POSTS

1.    ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

2.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

3.    ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

4.    ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

5.    ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

6.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

7.    କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

8.    ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

9.    ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

10.    କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

11.    କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

12.    ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

13.    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

14.    ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

15.    ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

16.    ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

17.    ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

18.    ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

19.    ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା

20.    ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

21.    The Road Not Taken- CLASS-IX- An analytical description in English

22.    The Ant and The Cricket- CLASS-VIII- An analytical description in English

23.    Squirrel- CLASS-VII- An analytical description in English

24.    ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

25.    How the camel got his hump- CLASS-VIII- An analytical description in English

26.    THE LOST CHILD- CLASS-IX- An analytical description in English

27.    କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

28.    Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ

29.    Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ

30.    THE FUN THEY HAD- CLASS-IX- An analytical description in English

31.    A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ

32.    FIRE AND ICE- CLASS-X- An analytical description in English

33.    ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା

34.    DUST OF SNOW- CLASS-X- An analytical description in English

35.    A LETTER TO GOD-CLASS-X- An analytical description in English

36.    ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

37.    ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

38.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

39.    ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

40.    ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

41.    ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

42.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

43.    ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା



- M. B. Prasad.

copyright© 2023 M. B . Prasad, ABC Learning Point.

 All rights reserved.

No part of this publication may be  reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.

ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ  ଖବର କରିବେ ବୋଲି ଆଶା ରଖୁଛୁ ।

Write us at pointabclearning@gmail.com

*****


Comments

  1. Thank you sir for thinking about us somuch it became very beneficial to me for my exam

    ReplyDelete

Post a Comment