Phalgu-ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
-ମନୋରଞ୍ଜନ ଦାସ
1. 'ଫ ଲ୍ ଗୁ' ଏକାଙ୍କିକା କୁ କିଏ ରଚନା
କରିଛନ୍ତି ?
ଉ:- ମନୋରଞ୍ଜନ ଦାସ
2. ଫଲ୍ଗୁ ନାଟକରେ ଆର୍ଥିକ ସ୍ଥିତି କୁ ନେଇ କେଉଁ ପ୍ରକାର ପରିବାର ର ଚିତ୍ର ପ୍ରତିଫଳିତ ହୋଇଅଛି ?
ଉ:- ‘ମଧ୍ୟବିତ୍ତ ପରିବାର’ର
3. ସୁବ୍ରତ୍ ଙ୍କ ବୟସ ପାଖାପଖି କେତେ ହୋଇଥିବ ବୋଲି ନାଟ୍ୟକାର ଦର୍ଶାଇଛନ୍ତି ?
ଉ:- ‘ପଇଁତିରିଶ’ ବର୍ଷ
4. ‘ପ୍ରୀତି’ ଚରିତ୍ର ର
ପରିଚୟ କଣ ?
ଉ:- ତିରିଶ ବର୍ଷ ର ପ୍ରୀତି ‘ସୁବ୍ରତ ବାବୁଙ୍କ ପତ୍ନୀ’
5. ଆଠ ବର୍ଷ ର ବୈବାହିକ ଜୀବନ ଭିତରେ ପ୍ରୀତି କେତେଗୋଟି ସନ୍ତାନ ର ଜନନୀ ହୋଇଛନ୍ତି ?
ଉ:- ଦୁଇଗୋଟି ସନ୍ତାନ ର
ଜନନୀ
6. 'ଚିନୁ' କିଏ ?
ଉ:- ସୁବ୍ରତ ଓ ପ୍ରୀତି ଙ୍କ
ସନ୍ତାନ
7. କାହାର ବଂଶୀର ସୁରରେ ପୁରବୀ ର ମୂର୍ଚ୍ଛନା ଭାସିଆସୁଥିଲା ?
ଉ:- ‘ଘନଶ୍ୟାମ ବାବୁଙ୍କ ମଝିଆ ପୁଅ’ ଙ୍କ ବଂଶୀର ସୁର ରେ
8. ପ୍ରୀତି ସୁବ୍ରତ ବାବୁଙ୍କ ପାଇଁ ଶାଢ଼ୀ କାନି ରେ କଣ ବାନ୍ଧି ରଖିଥିଲେ ?
ଉ:- ‘ଭଜା ଚାଉଳ’ କିଛି ବାନ୍ଧି ରଖିଥିଲେ
9. ଦାଣ୍ଡ ରେ ମଟର୍ କାର୍ ରଖିବାରୁ ଭଜା ଚାଉଳ ଗୁଡାକ ଭିତରେ ରଖି
ସୁବ୍ରତଙ୍କ ବାହାରିଆସିବାକୁ ପ୍ରୀତି କାହିଁକି କହିଲେ ?
ଉ:- ଭଦ୍ରଲୋକ କେହି ହୋଇଥିବ ହେଲେ କଣ ଭାବିବେ ବୋଲି
10. ସୁବ୍ରତ ବାବୁଙ୍କ କେଉଁ ପ୍ରକାର ବୃତ୍ତି ର ପରିଚୟ ଏକାଙ୍କିକା ରେ ଦେଖିବାକୁ ମିଲେ ?
ଉ:- ‘ଅଧ୍ୟାପକ’ ବୃତ୍ତି
11. କ୍ୟାପଟେନ୍
ମହାପାତ୍ର ବାବୁଙ୍କ ପରିଚୟ କଣ ?
ଉ:- ପୂରବୀଙ୍କ ସ୍ୱାମୀ
12. 'ବେବୀ' ର ପରିଚୟ କଣ ?
ଉ:- ମହାପାତ୍ର ଓ ପୂରବୀଙ୍କ
ଝିଅ
13. ମୋଟର୍
ଗାଡି ରୁ ଅପା ନ ଆସିବାରୁ ମହାପାତ୍ର ବାବୁ କଣ କହିଛନ୍ତି ?
ଉ:- ଅପା କୁ ‘ରୋଡ଼୍
ସିକନେସ୍’ ଧରିଛି ବୋଲି କହିଛନ୍ତି
14. କେତେ ମାତ୍ରା ର କଫି ତିଆରି କରି ଅପା ନିକଟକୁ ପଠେଇଦେବାକୁ ମହାପାତ୍ର ବାବୁ ପ୍ରୀତି ଙ୍କୁ କହିଲେ ?
ଉ:- ‘ଗୋଟିଏ ମଗ୍’ ମାତ୍ରା ର
15. କେତେ
ଘଣ୍ଟା ର ଡ୍ରାଇଭ୍ କରି ମହାପାତ୍ର ବାବୁ ସୁବ୍ରତ ବାବୁଙ୍କ ଘରେ ପହଞ୍ଚିଛନ୍ତି ବୋଲି କହିଲେ ?
ଉ:- ‘ଆଠ ଘଣ୍ଟା’ ର ଡ୍ରାଇଭ୍ କରି
16. ସୁବ୍ରତ
ବାବୁଙ୍କ ଘର କେଉଁଠି ବୋଲି ଏକାଙ୍କିକା ରେ କୁହାଯାଇଛି ?
ଉ:- ‘କଟକ’ ରେ
17. ମହାପାତ୍ର
ବାବୁ କେଉଁଠୁ କାର୍ ନେଇକି ଆସିଛନ୍ତି ବୋଲି ସୁବ୍ରତ ବାବୁଙ୍କୁ କହିଛନ୍ତି ?
ଉ:- ‘ମାଡ୍ରାସ୍’ ରୁ
18. ମହାପାତ୍ର
ବାବୁ କେଉଁଠି ଗୋଟେ ନୂଆ କଣ୍ଟ୍ରାକ୍ଟ୍ ପାଇଛନ୍ତି ବୋଲି ସୁବ୍ରତ ବାବୁଙ୍କୁ କହିଛନ୍ତି ?
ଉ:- ‘ରାଉରକେଲା’ ରେ
19. କେଉଁଠିକାର
‘ଗେଷ୍ଟ୍ ହାଉସ୍’ ରେ ମହାପାତ୍ର ବାବୁ ତାଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି ବୋଲି
କହିଛନ୍ତି ?
ଉ:- ‘ଚଉଦୁଆର’ ର ଗେଷ୍ଟ୍ ହାଉସ୍ ରେ
20. କାଠଯୋଡ଼ି
ପୋଲ ଉପରେ ବେବୀ ମହାପାତ୍ର ବାବୁଙ୍କୁ କଣ କହିଲା ?
ଉ:- “ବାପା ଏଇଟା କଟକ ନା” ବୋଲି କହିଲା
21. କାର୍
ରେ ଆସୁଥିବା ସମୟରେ ମହାପାତ୍ର ବାବୁଙ୍କୁ କେତେବେଳେ ସୁବ୍ରତ ଙ୍କ ବିଷୟରେ ମନେପଡ଼ିଲା ?
ଉ:- ବେବୀ ‘ଏଇଟା କଟକ ନା ?’
ବୋଲି ପଚାରିଲାରୁ
22. ମାଡ୍ରାସ୍
ରୁ କେଉଁ ସ୍ଥାନକୁ ମହାପାତ୍ର ବାବୁ କାର୍ ରେ ଯାଉଥିଲେ ?
ଉ:- ‘ରାଉରକେଲା’ କୁ
23. ସନ୍ଧ୍ୟା
ବେଳେ ବେବୀ କଣ ଖାଏ ବୋଲି ମହାପାତ୍ର ବାବୁ ପ୍ରୀତି ବୋହୂମାଁ କୁ କହିଛନ୍ତି ?
ଉ:- ‘ଫଳ ଆଉ ଦୁଧ’ ଖାଏ ବୋଲି
24. ମହାପତ୍ର
ବାବୁ କେତେଗୋଟି ଅଣ୍ଡା ର ଆମଲେଟ୍ ଖାଆନ୍ତି ?
ଉ:- ‘ଆଠଗୋଟି ଅଣ୍ଡା ର ଆମଲେଟ୍’ ଖାଆନ୍ତି
25. ସୁବ୍ରତ
ମହାପାତ୍ର ବାବୁଙ୍କ ପାଇଁ କେତେଗୋଟି ଅଣ୍ଡା ର ଆମଲେଟ୍ ତିଆରି କରିଦେବାକୁ କହିଲେ ?
ଉ:- ବାରଗୋଟି ଅଣ୍ଡା ର
ଆମଲେଟ୍
26. ବେବୀ
ଛୋଟ ଛୋଟ ବାଳ ରଖିବାର କାରଣ ସୁବ୍ରତ ବାବୁ କଣ କହିଛନ୍ତି ?
ଉ:- ବାପା ତାଙ୍କର ମିଲିଟାରୀ
ଲୋକ ବୋଲି
27. ଆଉ
କେତେ ସମୟ ପରେ ମହାପାତ୍ର ବାବୁ ଗେଷ୍ଟ୍ ହାଉସ ରେ ପହଞ୍ଚି ଯିବେ ବୋଲି କହିଛନ୍ତି ?
ଉ:- ‘ଘଣ୍ଟାଏ କି ଦୁଇ ଘଣ୍ଟା’ ପରେ
28. ‘ପୂରବୀଙ୍କ
ଆଗରେ ଆପଣ ଦେବତା’ ବୋଲି କିଏ କାହାକୁ କହିଛନ୍ତି ?
ଉ:- ମହାପାତ୍ର ବାବୁ ସୁବ୍ରତ
ବାବୁଙ୍କୁ କହିଛନ୍ତି
29. କେତେ
ବର୍ଷ ପୂର୍ବ ରୁ ପୁରବୀ ଛାଡି ଚାଲିଯାଇଛନ୍ତି ବୋଲି ମହାପାତ୍ର ବାବୁ ସୁବ୍ରତ ଙ୍କୁ କହିଲେ ?
ଉ:- ତିନି ବର୍ଷ ହେବ
30. ପୁରବୀ
କେଉଁଭଳି ମୃତ୍ୟୁବରଣ କଲେ ବୋଲି ମହାପାତ୍ର ବାବୁ ସୁବ୍ରତ ବାବୁଙ୍କୁ କହିଛନ୍ତି ?
ଉ:- ‘ମାଡ୍ରାସ୍ ରେ ଏକ କାର୍ ଏକ୍ସିଡେଣ୍ଟ୍’ ରେ
31. ହସ୍ପିଟାଲ୍
ରେ ଥିଲାବେଳେ ତାଙ୍କ ସ୍ୱାମୀ ମହାପାତ୍ର ବାବୁଙ୍କୁ କେଉଁ କଥା ସୁବ୍ରତ ବାବୁଙ୍କୁ କହିବାକୁ
ପୁରବୀ କହିଥିଲେ ?
ଉ:- ବିବାହ ପୂର୍ବରୁ ଯେଉଁ
ପ୍ୟାକେଟ୍ ଟି ତାଙ୍କୁ ପଠେଇଥିଲେ ତା ' ର ଯେମିତି ସେ ଅସମ୍ମାନ ନ କରନ୍ତୁ କଥା
32. ପୁରବୀ
ଓ ସୁବ୍ରତ୍ ବାବୁଙ୍କ ଭିତରେ ସମ୍ପର୍କ କଣ ଥିଲା ?
ଉ:- ପୁରବୀ ସୁବ୍ରତ୍
ବାବୁଙ୍କ ସହପାଠିନୀ ଥିଲେ
33. ‘ରାଜରାସ୍ତା
ରେ ଇଉକାଲିପଟାସ୍ ଏଭିନୟୁ’ ରେ ବୁଲୁଥିଲା ବେଳେ ଥରେ ପୁରବୀ ସୁବ୍ରତ୍ ଙ୍କୁ କଣ କହିଥିଲେ ?
ଉ:- ‘ସୁବ୍ରତ ତୁମେ ଲେଖା ଲେଖି କର’ ବୋଲି କହିଥିଲେ
34. ଜୀବନ ର
ବାସ୍ତବତା ରେ ସ୍ୱପ୍ନ ର ଆବେଗ କୁ ମିଶାଇଲେ କଣ ସୃଷ୍ଟିହୁଏ ବୋଲି ସୁବ୍ରତ ବାବୁ ପ୍ରୀତିଙ୍କ
କହିଛନ୍ତି ?
ଉ:- ଦ୍ଵନ୍ଦ ସୃଷ୍ଟି ହୁଏ ବୋଲି
35. 'ଭଲ ପାଇବା ଗୌରବ ର
ବିଷୟ ନ ହୋଇପାରେ କିନ୍ତୁ ପାପ ତ ନୁହଁ'- ଏ କଥା କିଏ କାହାକୁ
କହିଥିଲେ ?
ଉ:- ପୁରବୀ ସୁବ୍ରତ କୁ
କହିଥିଲେ
36. 'ଭଲ ପାଇବା ଭିତରେ ଦେହର ବିବାହ କୁ ନ ମିଶାଇଲେ ଅନୁରାଗ କ୍ଷୁର୍ଣ୍ଣ ହୁଏନା' ବୋଲି କିଏ କାହାକୁ
କହିଥିଲେ ?
ଉ:- ସୁବ୍ରତ ପୁରବୀ କୁ
କହିଥିଲେ
37. ପୁରବୀ
ସୁବ୍ରତ କୁ କେଉଁ ରୂପରେ ଗଢି ତୋଳିବାକୁ ଇଛା କରିଥିଲେ ?
ଉ:- ସାହିତ୍ୟ ସ୍ରଷ୍ଟା
ରୂପରେ
38. ପୁରବୀ
ଦେଇଥିବା କଲମ ଟି ପ୍ରୀତି କାହାକୁ ଦେଇଛନ୍ତି ବୋଲି ସୁବ୍ରତ କୁ କହିଲେ ?
ଉ:- ଘନଶ୍ୟାମ ବାବୁଙ୍କ
ସ୍ତ୍ରୀ ଙ୍କୁ ଦେଇଛନ୍ତି ବୋଲି
READ OUR OTHER POSTS
1. ମଙ୍ଗଳେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
2. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
3. ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
4. ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
5. ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
6. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
7. କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
8. ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
9. ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
10. କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
11. କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
12. ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
13. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
14. ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
15. ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
16. ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
17. ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
18. ଛନ୍ଦ -CLASS-X- ସରଳ ବ୍ୟାଖ୍ୟା
19. ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା
20. ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା
21. The Road Not Taken- CLASS-IX- An analytical description in English
22. The Ant and The Cricket- CLASS-VIII- An analytical description in English
23. Squirrel- CLASS-VII- An analytical description in English
24. ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
25. How the camel got his hump- CLASS-VIII- An analytical description in English
26. THE LOST CHILD- CLASS-IX- An analytical description in English
27. କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
28. Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ
29. Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ
30. THE FUN THEY HAD- CLASS-IX- An analytical description in English
31. A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ
32. FIRE AND ICE- CLASS-X- An analytical description in English
33. ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା
34. DUST OF SNOW- CLASS-X- An analytical description in English
35. A LETTER TO GOD-CLASS-X- An analytical description in English
36. ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର
37. ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
38. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
39. ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
40. ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
41. ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
42. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
43. ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା
- M. B. Prasad.
copyright© 2023 M. B . Prasad, ABC Learning Point.
All rights reserved.
No part of this publication may be reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.
ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ ଖବର କରିବେ ବୋଲି ଆଶା ରଖୁଛୁ ।
Write us at pointabclearning@gmail.com
*****
Comments
Post a Comment